୧୨୦୦ ଟପିଲା କରୋନା ମୃତ୍ୟୁ

ଭୁବନେଶ୍ୱର, ୨୪।୧୦(ବ୍ୟୁରୋ): ରାଜ୍ୟରେ କରୋନା ମୃତ୍ୟୁ ହୁହୁ ହୋଇ ବଢ଼ୁଛି। ଶେଷ ୨୪ ଘଣ୍ଟାରେ ଆଉ ୧୮ଜଣ ଆକ୍ରାନ୍ତଙ୍କ ମୃତ୍ୟୁ ଘଟିଛି। ମୃତକଙ୍କ ମଧ୍ୟରେ ଖୋର୍ଦ୍ଧା, ଅନୁଗୋଳ ଓ ଗଜପତିରୁ ୩ଜଣ ଲେଖାଏ ଥିବାବେଳେ ମୟୂରଭଞ୍ଜ ଓ ଯାଜପୁରରୁ ୨ଜଣ ଲେଖାଏ, ପୁରୀ, ନବରଙ୍ଗପୁର, ଭଦ୍ରକ, ଢେଙ୍କାନାଳ, ମାଲକାନଗିରିରୁ ଜଣେ ଲେଖାଏ ରହିଛନ୍ତି। ଏହାକୁ ମିଶାଇ କରୋନାଜନିତ ମୃତ୍ୟୁ ସଂଖ୍ୟା ୧,୨୧୪କୁ ବୃଦ୍ଧି ପାଇଛି।
ଅନ୍ୟପଟେ ରାଜ୍ୟରେ କରୋନା ସଂକ୍ରମଣ ଏବେ ତଳମୁହଁା ହୋଇଛି। ଦୈନିକ ସଂକ୍ରମଣ ଲଗାତାର ୫ଦିନ ହେବ ୨ହଜାର ତଳେ ରହୁଛି। ଫଳରେ ଏହି ହାର ୪.୪%କୁ ଖସି ଆସିଛି। ଶେଷ ଦିନକରେ ୪୦,୭୩୩ ନମୁନା ପରୀକ୍ଷା ହୋଇଥିବାବେଳେ ୧,୭୯୩ ରିପୋର୍ଟ ପଜିଟିଭ୍‌ ଆସିଛି। ଖୋର୍ଦ୍ଧା ଜିଲାରେ ସର୍ବାଧିକ ୨୦୮ଜଣ ଚିହ୍ନଟ ଥିବାବେଳେ କଟକ ୧୬୦, ଅନୁଗୋଳ ୧୦୭, ମୟୂରଭଞ୍ଜରୁ ଆଉ ୧୦୪ଜଣ ଆକ୍ରାନ୍ତ ହୋଇଛନ୍ତି। ବାକିସବୁ ଜିଲାରେ ସଂକ୍ରମିତ ସଂଖ୍ୟା ଶହେ ତଳକୁ ରହିଥିବାବେଳେ ବୌଦ୍ଧ ଜିଲାରେ ସର୍ବନିମ୍ନ ୪ଜଣ ରହିଛନ୍ତି। ଫଳରେ ରାଜ୍ୟରେ ଏବେ ମୋଟ ସଂକ୍ରମିତ ସଂଖ୍ୟା ୨,୭୭,୮୮୭ରେ ପହଞ୍ଚତ୍ଛି। ରାଜ୍ୟରେ ଏଯାବତ୍‌ ୪୨,୪୦,୨୪୧ ନମୁନା ପରୀକ୍ଷା ହୋଇଥିବାବେଳେ ୬.୫୫% ପଜିଟିଭ୍‌ ଚିହ୍ନଟ ହୋଇଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ହାତ ମିଳାଅନି, ଆଲିଙ୍ଗନ କରନି

ଭୁବନେଶ୍ୱର,୪।୩(ବ୍ୟୁରୋ): କରୋନା ମୁକାବିଲା ନେଇ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ କାର୍ଯ୍ୟାଳୟ ପକ୍ଷରୁ ସମୀକ୍ଷା କରାଯାଇଛି। ଏନେଇ ସୂଚନା ଦେଇ ସ୍ବାସ୍ଥ୍ୟ ସଚିବ କହିଛନ୍ତି, ରାଜ୍ୟରେ କରୋନା...

‘ଇସ୍ପାତ ଉତ୍ପାଦନରେ ପିଏଲ୍‌ଆଇ ଯୋଜନାର ଲାଭ ଉଠାନ୍ତୁ ଶିଳ୍ପ ସମୂହ’

ଭୁବନେଶ୍ୱର, ୨୫ା୨(ବ୍ୟୁରୋ): ଇସ୍ପାତ କ୍ଷେତ୍ର ପାଇଁ ଉତ୍ପାଦନଭିତ୍ତିକ ପ୍ରୋତ୍ସାହନ ଯୋଜନା(ପିଏଲ୍‌ଆଇ) କେନ୍ଦ୍ର ସରକାରଙ୍କ ଦ୍ୱାରା ଘୋଷଣା କରାଯାଇଥିଲା। ସ୍ବଦେଶୀ ଉତ୍ପାଦନ ବୃଦ୍ଧି ପାଇଁ ଅଣାଯାଇଥିବା ଏହି...

ଆରଟିଓଙ୍କ କାର୍ଯ୍ୟାଳୟରେ ଦୁର୍ନୀତି ଅଭିଯୋଗ:ଏମ୍‌ଭିଆଇଙ୍କୁ ବଦଳି ଦାବିରେ ବିକ୍ଷୋଭ

ଢେଙ୍କାନାଳ ଅଫିସ,୨୪ା୯ ଢେଙ୍କାନାଳ ଆଞ୍ଚଳିକ ପରିବହନ କାର୍ଯ୍ୟାଳୟରେ ବେଆଇନ କାର୍ଯ୍ୟକଳାପ ଓ ଦୁର୍ନୀତି ଅଭିଯୋଗ ଆଣିଛନ୍ତି ୫ଟି ଟ୍ରକ ମାଲିକ ସଂଘର କର୍ମକର୍ତ୍ତା। ଆଞ୍ଚଳିକ ପରିବହନ...

ବଙ୍ଗୋପସାଗରରେ ଆଉ ଏକ ଲଘୁଚାପ ସମ୍ଭାବନା: ଅଧିକ ସକ୍ରିୟ ହେବ ମୌସୁମୀ

ଭୁବନେଶ୍ୱର,୨।୬(ବ୍ୟୁରୋ): ଆସନ୍ତା ୮ ତାରିଖରେ ବଙ୍ଗୋପସାଗରରେ ଏକ ଲଘୁଚାପ ସୃଷ୍ଟି ହେବାର ସମ୍ଭାବନା ରହିଛି। ଅପରପକ୍ଷେ ଦକ୍ଷିଣ-ପଶ୍ଚିମ ମୌସୁମୀ ସୋମବାର କେରଳ ଛୁଇଁଛି। ଆଉ ୯...

ଦୁର୍ବିପାକ ସତ୍ତ୍ୱେ କୃଷି ଉତ୍ପାଦନ ବଢିଛି: ମନ୍ତ୍ରୀ

ଭୁବନେଶ୍ୱର,୩।୭(ବ୍ୟୁରୋ): ରାଜ୍ୟ ସରକାର କୃଷି ଓ କୃଷକର ଉନ୍ନତି ପାଇଁ ଦୃଢ ପ୍ରତିବଦ୍ଧ। କୃଷକମାନଙ୍କର କଲ୍ୟାଣ ପାଇଁ ସରକାର ଅନେକ ପଦକ୍ଷେପ ନେଇଛନ୍ତି। ପ୍ରାକୃତିକ ବିପର୍ଯ୍ୟୟ...

ବିପୁଳ ବିଜୟ ପଥରେ ବିଜେଡି : ନବୀନଙ୍କୁ ଶୁଭେଚ୍ଛା ଜଣାଇଲେ ମୋଦି

ଭୁବନେଶ୍ୱର,୨୩ା୫(ବ୍ୟୁରୋ): ଓଡ଼ିଶାର ୧୪୬ଟି ବିଧାନସଭା ଏବଂ ୨୧ଟି ଲୋକ ସଭା ଆସନ ପାଇଁ ଚାଲିଛି ଭୋଟ ଗଣତି। ବର୍ତ୍ତମାନ ଟ୍ରେଣ୍ଡ୍‌ ଅନୁଯାୟୀ, ଭାଜପା ଓ କଂଗ୍ରେସକୁ...

ଷ୍ଟାର୍ଟ ଅପ୍‌ ପାଇଁ ଓଡ଼ିଶାକୁ ଶ୍ରେଷ୍ଠ ରାଜ୍ୟର ମାନ୍ୟତା : ସହରରେ ଷ୍ଟାର୍ଟ ହବ୍‌ ସ୍ଥାପନ ପାଇଁ ମୁଖ୍ୟ ଶାସନ ସଚିବଙ୍କ ନିର୍ଦ୍ଦେଶ

ଭୁବନେଶ୍ୱର,୩୧।୫ (ବ୍ୟୁରୋ) : ଷ୍ଟାର୍ଟ ଅପ୍‌ କ୍ଷେତ୍ରରେ ଓଡିଶାକୁ ସମଗ୍ର ଦେଶରେ ଶ୍ରେଷ୍ଠ ରାଜ୍ୟର ମାନ୍ୟତା ମିଳିଛି। ୩୮ ପାରାମିଟର ଆଧାରରେ ରାଜ୍ୟକୁ ଏହି ମାନ୍ୟତା...

ପୁଅବୋହୂଙ୍କ ଆକ୍ରମଣରେ ମା’ଙ୍କ ଜୀବନ ଗଲା

ଦାରିଙ୍ଗବାଡ଼ି,୧୬ା୪(ଡି.ଏନ୍‌.ଏ.): କନ୍ଧମାଳ ଜିଲା ଦାରିଙ୍ଗବାଡ଼ି ଥାନା ଅଞ୍ଚଳ ପାଙ୍ଗଲି ଗ୍ରାମରେ ପାରିବାରିକ ଗଣ୍ଡଗୋଳକୁ ନେଇ ପୁଅବୋହୂଙ୍କ ଆକ୍ରମଣରେ ଜଣେ ବୃଦ୍ଧା ମା’ଙ୍କ ମୃତ୍ୟୁ ହୋଇଥିବା ରବିବାର...

Advertisement
Archives

Model This Week