ଜଣେ ବ୍ୟକ୍ତି ଏକାସାଙ୍ଗରେ ଘରକୁ ନେଇ ଆସିଲେ ୧୦୦ରୁ ଅଧିକ ସାପ, ଆଉ ତା’ ପରେ…

ଓ୍ବାଶିଂଟନ,୨୨ା୧: ଆମେରିକାର ମ୍ୟାରିଲାଣ୍ଡରେ ଏକ ଆଶ୍ଚର୍ଯ୍ୟଜନକ ଘଟଣା ଦେଖିବାକୁ ମିଳିଛି। ଏଠାକାର ଜଣେ ବ୍ୟକ୍ତି ଘରକୁ ଏକାସାଙ୍ଗରେ ୧୦୦ରୁ ଅଧିକ ସାପ ନେଇଆସିଥିଲେ। ଏହି ଘଟଣା ଗତ ୧୯ ତାରିଖରେ ହୋଇଥିଲା। ଏନେଇ ପଡ଼ୋଶୀମାନେ ପ୍ରଥମେ ଜାଣି ପାରି ନ ଥିଲେ। ମାତ୍ର ସନ୍ଦେହ ହେବାରୁ ପରେ ପୋଲିସକୁ ସୂଚନା ଦେଇଥିଲେ। ଖବର ପାଇ ପୋଲିସ ଘଟଣାସ୍ଥଳରେ ପହଞ୍ଚି ଯାହା ଦେଖିଲା ପାଦ ତଳୁ ମାଟି ଖସି ପଡ଼ିଲା।

ପୋଲିସ ଦେଖିଲା ୪୯ ବର୍ଷୀୟ ବ୍ୟକ୍ତି ଜଣକ ଚଟାଣ ଉପରେ ମରି ପଡ଼ିଛନ୍ତି। ପୋଲିସ ତୁରନ୍ତ ଡାକ୍ତରୀ ଟିମ୍‌ ଏବଂ ଅଗ୍ନିଶମ ବିଭାଗକୁ ଖବର ଦେଇଥିଲା। ଘଟଣାସ୍ଥଳରେ ଅଗ୍ନିଶମ ବିଭାଗ କର୍ମଚାରୀମାନେ ପହଞ୍ଚତ୍ଥିଲେ। ପରେ ବ୍ୟକ୍ତିଙ୍କ ମୃତଦେହକୁ ବ୍ୟବଚ୍ଛେଦ ପାଇଁ ପଠା ଯାଇଥିଲା। ତେବେ ବର୍ତ୍ତମାନ ସୁଦ୍ଧା ମୃତବ୍ୟକ୍ତିଙ୍କର ପରିଚୟ ମିଳିପାରିନାହିଁ। ଏନେଇ ପୋଲିସ ଅଧିକ ତନାଘନା ଜାରିରଖିଛି।

ପୋଲିସ ଏକ ପ୍ରେସ ରିଲିଜ କରି ସୂଚନା ଦେଇଛି ଯେ, ଘରେ ଏବଂ ବାହାରେ ୧୦୦ରୁ ଅଧିକ ସାପ ମିଳିଛନ୍ତି। ଏହି କଥା ପଡ଼ୋଶୀମାନେ ମଧ୍ୟ ଜାଣି ପାରି ନ ଥିଲେ। ଚାଲର୍‌ସ କାଉଣ୍ଟି ଆନିମଲ କଣ୍ଟ୍ରୋଲର ସଦସ୍ୟଙ୍କୁ ଖବର ଦିଆଯିବା ପରେ ସେମାନେ ସାପ ଧରିବା ପାଇଁ ପହଞ୍ଚିଥିଲେ। ଉକ୍ତ ଟିମ୍‌ କହିଛି ଘର ଭିତରୁ ଏବଂ ବାହାରୁ ୧୨୫ ସାପ ବାହାରିଥିଲେ। ଘର ଭିତରେ ସବୁଠୁ ଲମ୍ବା ସାପ ଥିଲା। ଯାହାର ଲମ୍ବ ୧୪ ଫୁଟ। ଉକ୍ତ ଟିମ୍‌ କହିଛି ଆମେରିକାରେ ଏତେ ବଡ଼ସଂଖ୍ୟାରେ ସାପ ଗତ ୩ ବର୍ଷ ମଧ୍ୟରେ ଦେଖିବାକୁ ମିଳିନାହିଁ।


Enter your email to get our daily news in your inbox.

All Right Reserved By Dharitri.Com

ସାମାଜିକ ଦୂରତା ନିୟମ ଉଲ୍ଲଂଘନ: ରୋମାନିଆ ପ୍ରଧାନମନ୍ତ୍ରୀ ଦେଲେ ୬୦୦ ଡଲାର ଜରିମାନା

ବୁକାରେଷ୍ଟ୍‌,୩୧।୫: କରୋନା ମହାମାରୀ ସଂକ୍ରମଣ ସଙ୍କଟ ସମୟରେ ସାମାଜିକ ଦୂରତା ବଜାୟ ରଖିବା ପାଇଁ ପୃଥିବୀର ବିଭିନ୍ନ ଦେଶରେ ନିୟମ ଜାରି ହୋଇଛି। ଏହାର ଉଲ୍ଲଂଘନ...

‘ହାପିନେସ୍‌ କ୍ଲାସ’ର ଅନୁଭବ ଶେୟାର କଲେ ମେଲାନିଆ

ଓ୍ବାଶିଂଟନ,୨୮।୨: ଆମେରିକାର ଫାଷ୍ଟ ଲେଡି ମେଲାନିଆ ଟ୍ରମ୍ପ ଦିଲ୍ଲୀରେ କଟାଇଥିବା କିଛି ସମୟକୁ ମନେ ପକାଇଛନ୍ତି। ଆମେରିକା ଫେରିବା ପରେ ସେ ତାଙ୍କ ଅଫିସିଆଲ ଟୁଇଟରରେ...

୫ ବର୍ଷ ବୟସ୍କା ବାଳିକା କୁକିଜ୍‌ ବିକ୍ରି କରି ଶହେ ସହପାଠୀଙ୍କ ମଧ୍ୟାହ୍ନ ଭୋଜନ ଫି କଲେ ସଂଗ୍ରହ

କାଲିଫର୍ନିଆ,୧୯।୧୨: କୁହାଯାଏ ଛୋଟପିଲାଙ୍କ ମଧ୍ୟରେ ହିଁ ଭଗବାନ ବାସ କରନ୍ତି। ସେମାନେ ନିଷ୍ପାପ। ତାଙ୍କ ମନରେ କାହା ପ୍ରତି ହିଂସା ଅବା ଦ୍ୱେଷ ଭାବ ନ...

ସପ୍ତାହରେ ୩ ଦିନ ଛୁଟି ପ୍ରସ୍ତାବ ଆଣିଲେ ଫିନ୍‌ଲାଣ୍ଡ ପ୍ରଧାନମନ୍ତ୍ରୀ

ଯଦି ସପ୍ତାହକୁ ୪ ଦିନ ଓ ପ୍ରତିଦିନ ମାତ୍ର ୬ ଘଣ୍ଟା କାମ କରିବାକୁ ପଡ଼େ ତେବେ କେହି ଏଭଳି ଚାକିରିକୁ ହାତଛଡା କରିବାକୁ ଚାହିଁବେନି।...

ଡରିଗଲାଣି ପାକିସ୍ତାନ: ଅଧଘଣ୍ଟା ଭାଷଣରେ ୧୨ଥର ମୋଦିଙ୍କ ନାଁ ନେଲେ ଇମ୍ରାନ୍‌

ଇସଲାମାବାଦ,୧୫।୮: ପାକିସ୍ତାନ ପ୍ରଧାନମନ୍ତ୍ରୀ ଇମ୍ରାନ ଖଁା ଏବେ ଭାରତର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଏମିତି ଡରି ଯାଇଛନ୍ତି ଯେ ସେ ତାଙ୍କର ଅଧ ଘଣ୍ଟାର ଭାଷଣରେ...

ସ୍ପାଏଓ୍ବେର କ୍ୱାଡ୍ରିମ୍‌ ଟାର୍ଗେଟରେ ରାଜନେତା, ଖବରଦାତା

ଓ୍ବାଶିଂଟନ, ୧୨ା୪: ପେଗାସସ୍‌ ଭଳି ଆଉ ଏକ ସ୍ପାଏଓ୍ବେର ଆକ୍ରମଣ ମଙ୍ଗଳବାର ସାମ୍‌ନାକୁ ଆସିଛି। ଉତ୍ତର ଆମେରିକା, କେନ୍ଦ୍ରୀୟ ଏସିଆ, ଦକ୍ଷିଣପୂର୍ବ ଏସିଆ, ୟୁରୋପ ଏବଂ...

ପ୍ରାଣୀଙ୍କ ମିନି ରେଷ୍ଟୁରାଣ୍ଟ

ନୂଆଦିଲ୍ଲୀ: ବିଶ୍ୱର ବିଭିନ୍ନ ସହରରେ ଏବେ ଲକ୍‌ଡାଉନ୍‌ ଚାଲିଥିବାରୁ ରାଜରାସ୍ତା ଉପରେ ବେଶ୍‌ ଆରାମରେ ବୁଲୁଛନ୍ତି ବିଭିନ୍ନ ଜୀବ। ରାସ୍ତା ଉପରେ ସେମାନଙ୍କୁ ହଇରାଣ କରିବା...

ଭାରତକୁ ଚାଉଳ-ଚିନି ମାଗିଲା ନେପାଳ…

କାଠମାଣ୍ଡୁ,୧୭।୮ : ଆଗାମୀ ପାର୍ବଣ ଋତୁରେ ଖାଦ୍ୟ ସାମଗ୍ରୀର ଅଭାବର ମୁକାବିଲା ପାଇଁ ସତର୍କତାମୂଳକ ପଦକ୍ଷେପ ଭାବରେ ନେପାଳ ସରକାର ଧାନ, ଚାଉଳ ଏବଂ ଚିନି...

Advertisement
Archives

Model This Week