ଏକଛତ୍ରବାଦୀ ଶାସକଙ୍କଠାରୁ ଅଧିକ ବିପଜ୍ଜନକ ତାଙ୍କ ଭଉଣୀ, ହ୍ବାସୋଙ୍ଗ -୧୫ ବାଲିଷ୍ଟିକ କ୍ଷେପଣାସ୍ତ୍ର ପରୀକ୍ଷା ପରେ ଆମେରିକାକୁ ଚେତାବନୀ…

ପ୍ୟୋଙ୍ଗୟାଙ୍ଗ,୧୯।୨ : ଉତ୍ତର କୋରିଆ ରବିବାର ହ୍ବାସୋଙ୍ଗ -୧୫ ଆନ୍ତଃମହାଦେଶୀୟ ବାଲିଷ୍ଟିକ କ୍ଷେପଣାସ୍ତ୍ର (ଆଇସିବିଏମ) ର ପରୀକ୍ଷଣକୁ ନିଶ୍ଚିତ କରିଛି। ଉତ୍ତର କୋରିଆ ଅନୁଯାୟୀ ହଠାତ ଲଞ୍ଚ ଡ୍ରିଲରେ ଏହି ପରୀକ୍ଷା କରାଯାଇଥିଲା। ଶତ୍ରୁ ସୈନ୍ୟବାହିନୀ ସମ୍ମୁଖରେ ଦେଶର ଦକ୍ଷତା ପ୍ରଦର୍ଶନ କରିବା ଏହି ପରୀକ୍ଷଣର ଉଦ୍ଦେଶ୍ୟ ଥିଲା। ଦକ୍ଷିଣ କୋରିଆ ଏବଂ ଆମେରିକା ଆଗାମୀ ସାମରିକ ଅଭ୍ୟାସ ଉପରେ ଦୃଢ଼ ପ୍ରତିକ୍ରିୟା ପ୍ରକାଶ କରିବା ପରେ ଶନିବାର ଅପରାହ୍ନରେ ଜାପାନର ପଶ୍ଚିମ ଉପକୂଳରୁ ସମୁଦ୍ରକୁ ଏକ ଦୂରଗାମୀ ବାଲିଷ୍ଟିକ କ୍ଷେପଣାସ୍ତ୍ର ଉତକ୍ଷେପଣ କରାଯାଇଥିଲା।

ରବିବାର ଏକ ପୃଥକ ବିବୃତ୍ତିରେ ଉତ୍ତର କୋରିଆର ଏକଛତ୍ରବାଦୀ ଶାସକ କିମ ଜୋଙ୍ଗ ଉନଙ୍କ ଭଉଣୀ କିମ ୟୋ ଜୋଙ୍ଗ କ୍ଷେପଣାସ୍ତ୍ର ପରୀକ୍ଷାକୁ ନିଶ୍ଚିତ କରିଛନ୍ତି ଏବଂ ଆମେରିକାକୁ ସତର୍କ ରହିବାକୁ ଚେତାବନୀ ଦେଇଛନ୍ତି। ଏକଛତ୍ରବାଦୀ ଶାସକ କହିଛନ୍ତି ଯେ ଆମେରିକା ଉତ୍ତର କୋରିଆ ବିଷୟରେ ମିଳିତ ଜାତିସଂଘ ସୁରକ୍ଷା ପରିଷଦକୁ ଭୁଲ ସୂଚନା ଦେବାକୁ ଚେଷ୍ଟା କରୁଛି ଯାହା ଶତ୍ରୁ ନୀତିଠାରୁ କମ ନୁହେଁ।

ଆମେ ଶତ୍ରୁର ପ୍ରତ୍ୟେକ ପଦକ୍ଷେପ ଉପରେ ନଜର ରଖିଥାଊ। ଶତ୍ରୁଙ୍କୁ ଏକ ଉପଯୁକ୍ତ ଉତ୍ତର ମିଳିବ ବୋଲି କିମ ୟୋ ଜୋଙ୍ଗ କହିଛନ୍ତି। ଏହି ବିବୃତି ପରେ ଏକଛତ୍ରବାଦୀ ଶାସକଙ୍କଠାରୁ ତାଙ୍କ ଭଉଣୀ ଅଧିକ ବିପଜ୍ଜନକ ବୋଲି ସାବ୍ୟସ୍ତ ହୋଇଛି।


Enter your email to get our daily news in your inbox.

All Right Reserved By Dharitri.Com

ଶିବସେନା(ୟୁବିଟି) ୨ ଫାଳ: ଶିନ୍ଦେଙ୍କ ଦଳରେ ଯୋଗଦେଲେ ୬ ବିଦ୍ରୋହୀ ଏମ୍‌ପି

ମୁମ୍ବାଇ,୨୨ା୬:ମହାରାଷ୍ଟ୍ରର ପୂର୍ବତନ ମୁଖ୍ୟମନ୍ତ୍ରୀ ଉଦ୍ଧବ ଠାକ୍‌ରେଙ୍କ ନେତୃତ୍ୱାଧୀନ ଶିବସେନା (ୟୁବିଟି) ୨ ଭାଗ ହୋଇଯାଇଛି। ଏହାର ୯ ଜଣ ଲୋକ ସଭା ସଦସ୍ୟଙ୍କ ମଧ୍ୟରୁ ୬ ଜଣ…

ବଜ୍ରାଘାତରେ ଜଳିଗଲା ମାଉସୀ ମା’ ମନ୍ଦିରର ପତାକା: ଚିନ୍ତାରେ ଭକ୍ତ

ବରଗଡ଼,୨୨।୬(ପ୍ରେମାନନ୍ଦ ଖମାରୀ)-ବରଗଡ଼ ଜିଲାର ବିଭିନ୍ନ ସ୍ଥାନରେ ସୋମବାର ଅପରାହ୍ନରେ ବଜ୍ରପାତ ସହିତ ବର୍ଷା ହୋଇଥିଲା। ତେବେ ଅପରାହ୍ନ ପ୍ରାୟ ୩ଟା ସମୟରେ ହୋଇଥିବା ବଜ୍ରପାତରେ ଜିଲାର ଭଟଲିସ୍ଥିତ…

ମନ୍ଦିର ଦର୍ଶନ ସାରି ଘରକୁ ଫେରୁଥିବାବେଳେ ମାରିଲା ଘଡ଼ଘଡ଼ି: ଆଉ ତା’ପରେ ଘଟିଲା…

ଦେବଗଡ଼,୨୨।୬(ଶଶାଙ୍କ ଶେଖର ଝାଙ୍କର): ଦେବଗଡ଼ ଜିଲାରେ ସୋମବାର ଏକ ଅଭାବନୀୟ ଘଟଣା ଘଟିଛି। ଏଠାରେ ବଜ୍ରାଘାତରେ ୩ ଜଣଙ୍କ ମୃତ୍ୟୁ ଘଟିଛି। ବାରକୋଟ ବ୍ଲକ ବସାଲଇ ଅଞ୍ଚଳ…

ମହିଳାଙ୍କୁ ବଳାତ୍କାର ପୋଲିସ ବାବୁଙ୍କୁ ପଡ଼ିଲା ମହଙ୍ଗା: ଶରଣକୂଳ ଥାନା ପୂର୍ବତନ ଆଇଆଇସି ନିଲମ୍ବିତ

ନୟାଗଡ଼,୨୨।୬(ଲୋକନାଥ ମିଶ୍ର):ନୟାଗଡ଼ ଜିଲା ଶରଣକୂଳ ଥାନାର ପୂର୍ବତନ ଆଇଆଇସି ସୁଜିତ କୁମାର ଦାସ ନିଲମ୍ବିତ। ଆଇଆଇସି ସୁଜିତ ଦାସଙ୍କୁ ନିଲମ୍ବନ କଲେ ଡିଜିପି। ଆଇଆଇସିଙ୍କ ବିରୋଧରେ ଯୌନ…

ଜୁନ ୨୯ରୁ ଶିମିଳିପାଳ ବନ୍ଦ: ଜାଣନ୍ତୁ କାହିଁକି

ବାରିପଦା,୨୨ା୬(ନୀଳାଦ୍ରି ବିହାରୀ ଦଣ୍ଡପାଟ): ମୟୂରଭଞ୍ଜ ଜିଲା ଶିମିଳିପାଳ ଜାତୀୟ ଉଦ୍ୟାନ ପର୍ଯ୍ୟଟକ ଓ ଭ୍ରମଣକାରୀଙ୍କ ନିମନ୍ତେ ଜୁନ ୨୯ରୁ ବନ୍ଦ ରହିବ । ଏନେଇ ଶିମିଳିପାଳ ବ୍ୟାଘ୍ର…

କୋଚିଂ ସେଣ୍ଟରରେ ୧୫ ଛାତ୍ର ଜୀବନ୍ତ ଦଗ୍ଧ ଘଟଣା: ସହାୟତା ଘୋଷଣା କଲେ ପ୍ରଧାନମନ୍ତ୍ରୀ

ଲକ୍ଷ୍ନୌ,୨୨।୬: ଲକ୍ଷ୍ନୌର ଆଲିଗଞ୍ଜ ଅଞ୍ଚଳରେ ଏକ କୋଠାରେ ଭୟଙ୍କର ଅଗ୍ନିକାଣ୍ଡ ଘଟି ୧୫ ଜଣଙ୍କର ମୃତ୍ୟୁ ଘଟିଛି ଏବଂ ଚାରି ଜଣ ଆହତ ହୋଇଛନ୍ତି। ପ୍ରଧାନମନ୍ତ୍ରୀ ମୋଦି…

କୁଲାଡ ଯାଉଥିଲେ ସାଗର, ଧକ୍କା ଦେଲା କାର୍‌: ଆଉ ତା’ପରେ…

ଭଞ୍ଜନଗର,୨୨/୬(ବାବୁଲା ପ୍ରଧାନ)-ଗଞ୍ଜାମ ଜିଲା ଭଞ୍ଜନଗର ଥାନା ଅନ୍ତର୍ଗତ କୁଲାଡ ପଞ୍ଚାୟତ କାର୍ଯ୍ୟାଳୟ ନିକଟରେ ସୋମବାର ଅପରାହ୍ନରେ ଏକ ସ୍କୁଟି ସହ କାର ଗାଡି ମଧ୍ୟରେ ମୁହାଁମୁହିଁ ଧକ୍କା…

କୋଚିଂ ସେଣ୍ଟରରେ ଭୟଙ୍କର ଅଗ୍ନିକାଣ୍ଡ: ୧୧ ଛାତ୍ର ଜୀବନ୍ତ ଦଗ୍ଧ

ଲକ୍ଷ୍ନୌ,୨୨।୫: ଲକ୍ଷ୍ନୌର ଆଲିଗଞ୍ଜରେ ଏକ କୋଚିଂ ସେଣ୍ଟରରେ ଭୟଙ୍କର ଅଗ୍ନିକାଣ୍ଡ ଘଟିଛି। ଏଥିରେ ୧୧ ଜଣ ଛାତ୍ରଙ୍କ ମୃତ୍ୟୁ ଘଟିଥିବା ଜଣାପଡ଼ିଛି। ଅନେକ ଛାତ୍ର କୋଚିଂ ସେଣ୍ଟର…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri