ଜୀବନର ନୈତିକ ମୂଲ୍ୟବୋଧ

କଥାରେ ଅଛି-‘ଥିଲେ ଥାଉ ପଛେ ଗୁଣ ହଜାର, ଚରିତ୍ର ନଥିଲେ ସବୁ ଅସାର।’ ସୁତରାଂ ଆମ ଜୀବନରେ ନୈତିକ ମୂଲ୍ୟବୋଧର ଏକ ମୁଖ୍ୟ ଆଧାର ହେଉଛି – ଚରିତ୍ର। ଯାହା ବ୍ୟକ୍ତିତ୍ୱକୁ ସୁଦୃଢ଼, ସୁସଂଯତ ଓ ସୁସଙ୍ଗଠିତ କରିଥାଏ। ଏହା ସମାଜ ପାଇଁ ସାଜିଥାଏ ଆଲୋକବର୍ତ୍ତିକା, ଅନ୍ୟମାନଙ୍କ ପାଇଁ ପାଲଟି ଯାଇଥାଏ ଉଚ୍ଚ ଆଦର୍ଶ ଓ ପ୍ରେରଣାର ଉତ୍ସ। ନୈତିକତା ହେଉଛି ମାନବ ଜୀବନର ଭିତ୍ତିଭୂମି। ସତ୍ୟ ଓ ନ୍ୟାୟ ହେଉଛି ଏହାର ଦୁଇଟି ଚକ୍ଷୁ। ନୈତିକତା ବିହୀନ ଶିକ୍ଷା ହେଉଛି ଆଲୋକ ବିହୀନ ଦୀପ ସଦୃଶ। ଏହା ହେଉଛି ଶାନ୍ତି ଓ ସମ୍ମାନର ଆଧାର। ଯେଉଁଠି ନୈତିକତା ରହେ, ସେଇଠି ବିଶ୍ୱାସ ଓ ସମ୍ମାନ ଜନ୍ମ ନିଏ। ଏହା ହିଁ ମଣିଷକୁ ମହାନ କରେ।
ଏକ ସୁସ୍ଥ, ସୁନ୍ଦର ଓ ବଳିଷ୍ଠ ବ୍ୟକ୍ତିତ୍ୱ ଗଠନ ପରିପ୍ରେକ୍ଷୀରେ ଆମ ଜୀବନ ପାଇଁ ଯେଉଁ ଉପାଦାନ ଏକାନ୍ତ ଅପରିହାର୍ଯ୍ୟ, ତାହା ହେଉଛି ନୈତିକ ମୂଲ୍ୟବୋଧ। ଏକ ସୁସ୍ଥ ଓ ଶୃଙ୍ଖଳିତ ସମାଜ ଗଠନ ଦିଗରେ ଏହାର ଭୂମିକା ଗୁରୁତ୍ୱପୂର୍ଣ୍ଣ। ନୈତିକ ମୂଲ୍ୟବୋଧ ଜଣେ ବ୍ୟକ୍ତିକୁ ଉଚିତ ଓ ଅନୁଚିତ ଜାଣିବାକୁ ପର୍ଯ୍ୟାପ୍ତ ସୁଯୋଗ ଦିଏ। ଆମ କାର୍ଯ୍ୟକଳାପକୁ ଶୃଙ୍ଖଳିତ ଓ ପରିମାର୍ଜିତ କରାଇଥାଏ। ନୈତିକ ମୂଲ୍ୟବୋଧ ଆଧାରିତ ଜୀବନ ସଫଳତା ଆଡକୁ ବାଟ କଢ଼ାଏ। ଜୀବନର ଚଲାପଥକୁ କରିଥାଏ କୁସୁମିତ।
ନୈତିକ ମୂଲ୍ୟବୋଧ କେତୋଟି ଆଦର୍ଶର ସ୍ତୂପ ଉପରେ ସଂସ୍ଥାପିତ। ଯାହାର ସମ୍ମିଳିତ ଉଦ୍ୟମ ହିଁ ବ୍ୟକ୍ତିତ୍ୱର ଊର୍ଜାକୁ ଉଦ୍ଭାସିତ କରିଥାଏ। ତନ୍ମଧ୍ୟରୁ ସତ୍ୟବାଦିତା ଓ ସାଧୁତା ଉଲ୍ଲେଖନୀୟ। ମହାତ୍ମା ଗାନ୍ଧୀଙ୍କ ତ୍ୟାଗ ଓ ତିତୀକ୍ଷା ନେପଥ୍ୟରେ ଥିବା ସତ୍ୟବାଦିତା ପ୍ରଣିଧାନଯୋଗ୍ୟ, ଯାହା ଆମ ସ୍ବାଧୀନତାର ସ୍ବପ୍ନକୁ ସାକାର କରିପାରିଥିଲା। ସେହିପରି ସତ୍ୟ ରକ୍ଷା କରିବାକୁ ଯାଇ ରାଜା ଦଶରଥ ପୁତ୍ର ରାମଚନ୍ଦ୍ରଙ୍କୁ ଚଉଦ ବର୍ଷ ପାଇଁ ବନକୁ ନିର୍ବାସିତ କରିଥିଲେ। ସତ୍ୟବାଦୀ ପାଖରେ ହିଁ ସାଧୁତାର ସ୍ବରୂପ ପ୍ରକଟିତ ହୋଇଥାଏ। ଧର୍ମରାଜ ଯୁଧିଷ୍ଠିର ସତ୍ୟ ଓ ନ୍ୟାୟର ଅବତାର ହୋଇ ସୁଦ୍ଧା ତାଙ୍କର ସେହି ପଦିଏ କଥା ‘ନରେ ବା ଗୁଞ୍ଜରେ ଅଶ୍ୱତ୍ଥମା ହତ’ ହିଁ ତାଙ୍କୁ କଳଙ୍କିତ କରିଦେଇଥିଲା।
ଦୟା ଓ କ୍ଷମା ମଣିଷପଣିଆର ପରିଚାୟକ। ପରକୁ ଆପଣାର କରିବାର, ଶତ୍ରୁକୁ ମିତ୍ରରେ ପରିବର୍ତ୍ତନ କରିବାର, ଅପରିଚିତକୁ ପରିଚିତ କରାଇବାର ଏହା ଏକ ମହୌଷଧି। ହିଂସାକୁ ଦମନ କରିବାରେ ମଧ୍ୟ ଏହା ସାମର୍ଥ୍ୟ ରଖିଥାଏ। ‘ବୁଦ୍ଧଂ ଶରଣଂ ଗଚ୍ଛାମି’ର ସେହି ମହାମନ୍ତ୍ର ଦିନେ ମଗଧ ସମ୍ରାଟ ଅଶୋକଙ୍କୁ ଚଣ୍ଡାଶୋକରୁ ଧର୍ମାଶୋକରେ ପରିବର୍ତ୍ତନ କରାଇପାରିଥିଲା। ସେ ହିଂସା ପରିହାର କରି ଅହିଂସା ନୀତିକୁ ଆପଣାଇ ନେଇଥିଲେ। ମନରେ ଦୟାଭାବ ଉଦ୍ରେକ ହୋଇପାରିଥିଲା ବୋଲି ତ ଦସ୍ୟୁ ରତ୍ନାକର ପାଲଟି ଯାଇଥିଲେ ବାଲ୍ମୀକି। ସେହିପରି ଋ଼ଷି ବିଶ୍ୱାମିତ୍ର ବ୍ରହ୍ମର୍ଷି ବଶିଷ୍ଠଙ୍କ ପୁତ୍ରମାନଙ୍କୁ ଗୋଟି ଗୋଟି କରି ହତ୍ୟା କରିଥିଲେ ମଧ୍ୟ ବଶିଷ୍ଠ ତାଙ୍କୁ ଉଦାର ହୃଦୟରେ କ୍ଷମା ପ୍ରଦାନ କରି ମହାନତାର ପରିଚୟ ଦେଇଥିଲେ।
ନୈତିକ ମୂଲ୍ୟବୋଧର ଅନ୍ୟ ଏକ ସ୍ତମ୍ଭ ହେଉଛି – ସହନଶୀଳତା। ଜୀବନରେ କେତେ ଯେ ଝଡ଼ଝଞ୍ଜା ଆସେ ତାହା କହିହେବନି। ଏସବୁ ଭିତରେ ସବୁ ସମୟରେ, ସବୁ ପରିସ୍ଥିତିରେ ନିଜର ଅସାମାନ୍ୟ ଧୈର୍ଯ୍ୟ ଓ ସହନଶୀଳତାର ପରୀକ୍ଷା ଦେଇ ଆଗକୁ ବଢ଼ୁଥିବା ମଣିଷଟି ଜୀବନରେ ସଫଳ ହୁଏ। ପାହାଚ ତଳର ଘାସପରି ପ୍ରତି ମୁହୂର୍ତ୍ତରେ ଦଳିଚକଟି ହେଉଥିଲେ ବି ତା’ ଭିତରେ ଥାଏ ବଞ୍ଚିବାର ସ୍ବପ୍ନଟିଏ। ଫଳଭାରରେ ନଇଁ ପଡ଼ିଥିବା ଗଛକୁ ଦେଖିଲେ ତା’ ଭିତରେ ଉପଲବ୍ଧି କରିହୁଏ ସହନଶୀଳତାର ପରାକାଷ୍ଠା। ଧୈର୍ଯ୍ୟଧରି ସମୟ ସହିତ ଚାଲିପାରିଲେ ଜୀବନ ସାର୍ଥକ ହୁଏ। ଭାଙ୍ଗିପଡ଼ିଲେ କିଛି ସମାଧାନ ହୁଏନାହିଁ, ସେଥିପାଇଁ ପରିସ୍ଥିତି ସହିତ ମୁକାବିଲା କରିବାକୁ ପଡ଼ିଥାଏ। ଆଉ ଏଥିପାଇଁ ଆବଶ୍ୟକ ହୋଇଥାଏ ଧୈର୍ଯ୍ୟ ଓ ସାହସ।
ଅନୁଶାସନ ଆମ ଜୀବନଧାରଣ ଶୈଳୀକୁ ପ୍ରଭାବିତ କରିଥାଏ। ନିର୍ଦ୍ଦିଷ୍ଟ ନୀତି ନିୟମର ପରିବେଷ୍ଟନୀ ମଧ୍ୟରେ ରହି ଆଗକୁ ବଢ଼ିବାର ପରିକଳ୍ପନା ନୈତିକ ମୂଲ୍ୟବୋଧକୁ ଜନ୍ମ ଦେଇଥାଏ। ଅନୁଶାସନ ସମାଜରେ ଏକ ସ୍ବତନ୍ତ୍ର ପରିଚୟ ସୃଷ୍ଟି କରିପାରେ। ତା’ ସୀମା ସରହଦ ଡେଇଁ ବାହାରକୁ ବାହାରିବାର ଧୃଷ୍ଟତା ଅନର୍ଥ ସୃଷ୍ଟି କରେ। ଅଳୀକ କ୍ଷମତା ବା ମୋହମାୟାଠାରୁ ଊର୍ଦ୍ଧ୍ୱରେ ରହି ଅନୁଶାସନ ମଧ୍ୟରେ କାର୍ଯ୍ୟ କରିବାର ପ୍ରତିବଦ୍ଧତା ଏକ ସୁସ୍ଥ ମାନବୀୟ ଚେତନାର ପରିଚାୟକ। ଅନୁଶାସନ ମଧ୍ୟରେ ରହି ଧାଡ଼ି ବାନ୍ଧି ଚାଲିବାର ଯେଉଁ ମହାନ ଶିକ୍ଷା ଆମେ ପିମ୍ପୁଡ଼ିଠାରୁ ପାଉଛୁ, ତାହା ଅନୁକରଣୀୟ।
କୃତଜ୍ଞତା ହିଁ ମାନବୀୟ ଚେତନାର ପରିପ୍ରକାଶ। କୃତଜ୍ଞତା ମଣିଷକୁ ମହାନ କରେ। ତା’ ବ୍ୟକ୍ତିତ୍ୱକୁ ବିକଶିତ କରେ। କୃତଜ୍ଞତା ଭାବ ଟିକକ ପାଇଁ ତ ମଣିଷ ମଣିଷକୁ ଅବେଳରେ ସାହାଯ୍ୟ କରିବାକୁ ଆଗେଇ ଆସେ। କୃତଜ୍ଞତା ଜଣାଇବାକୁ ଯାଇ ମାଙ୍କଡମାନେ ବି ରାମଚନ୍ଦ୍ରଙ୍କ ପାଇଁ ସେଦିନ ସମୁଦ୍ରରେ ବାନ୍ଧି ଦେଇଥିଲେ ସେତୁବନ୍ଧ। କୃତଜ୍ଞତା ଜଣାଇବାକୁ ସେଦିନ ନିଜର କଅଁଳା ବାଛୁରୀକୁ କ୍ଷୀର ପିଆଇ ବାଘ ପାଖକୁ ଫେରି ଆସିଥିଲା ବଉଳା ଗାଈ। କି ମହନୀୟତା ଭାବ ସତରେ ! ହେଲେ କୃତଜ୍ଞତାକୁ ବୁଝୁ ନ ଥିବା ମଣିଷ କୃତଘ୍ନ ପାଲଟିଯାଏ ସମାଜ ଆଖିରେ। ଥରେ କୃତଘ୍ନର ମୋହର ବାଜିଲେ ସମାଜ ତାକୁ ଆଡ ଆଖିରେ ବି ଚାହେଁ ନାହିଁ।
ନୈତିକ ମୂଲ୍ୟବୋଧର ସଂଜ୍ଞା ନିରୂପଣ କରିବାକୁ ଯାଇ ସ୍ବାମୀ ବିବେକାନନ୍ଦ କହିଛନ୍ତି : ‘ନୈତିକ ମୂଲ୍ୟବୋଧ ହେଉଛି ଜୀବନର ଆଲୋକ, ଯାହା ଆମକୁ ଠିକ୍‌ ପଥରେ ଚାଲିବାରେ ସାହାଯ୍ୟ କରେ।’ ସମୁଦ୍ରତଟର ବତିଘର ଦିଗହରା ଜାହାଜ ପାଇଁ ପଥପ୍ରଦର୍ଶନ କରିଥାଏ। ଅବାଟରେ ଯିବାକୁ ରୋକିଥାଏ। ଠିକ୍‌ ସେମିତି ଆମର ନୈତିକ ମୂଲ୍ୟବୋଧ ଆମର ଜୀବନକୁ ଗଠନ କରେ ତଥା ଆମର ନିଷ୍ପତ୍ତି ନେବା ପ୍ରକ୍ରିୟାକୁ ପ୍ରଭାବିତ କରିଥାଏ। ନୈତିକ ମୂଲ୍ୟବୋଧର ଭାବ ଟିକକ ଶୈଶବରୁ ହିଁ ଆମ ପିଲାଙ୍କ ଭିତରେ ସୃଷ୍ଟି କରିବା ଆବଶ୍ୟକ। ଜଣେ ବଡ଼ ମଣିଷ ନୁହେଁ ବରଂ ଜଣେ ଭଲ ମଣିଷ ହେବାର ମାନସିକତା ଆମ ଭିତରେ ଆଣିପାରିଲେ ନୈତିକ ମୂଲ୍ୟବୋଧର ପରିପ୍ରକାଶ ଘଟିବ।

ସଂଗ୍ରାମ କେଶରୀ ପୃଷ୍ଟି

ମୋ: ୯୪୩୭୫୪୭୧୪୬

 

Dharitri – Odisha’s No.1 Odia Daily

Enter your email to get our daily news in your inbox.

All Right Reserved By Dharitri.Com

ଧାନ ରୁଆ ବେଳେ ଅଘଟଣ, ବଜ୍ରପାତରେ ଚାଲିଗଲା ୪ ମହିଳାଙ୍କ ଜୀବନ

ସୁନ୍ଦରଗଡ,୧୧ା୮(ଜୟ ନାରାୟଣ ମେଣ୍ଡୁଳି): ସୁନ୍ଦରଗଡ଼ ଜିଲାର ପୃଥକ ପୃଥକ ସ୍ଥାନରେ ମଙ୍ଗଳବାର ବ୍ରଜପାତ ଘଟି ୪ ମହିଳା ଶ୍ରମିକଙ୍କ ମୃତ୍ୟୁ ଘଟିଛି। ମୃତା ମହିଳାମାନେ ହେଲେ ଛତିଶଗଡ଼…

ସଂରକ୍ଷିତ ଜଙ୍ଗଲରେ ଗଞ୍ଜେଇ ଗୋଦାମ: ଅଡ଼ବା ପୁଲିସର ଚଢ଼ାଉରେ …

ମୋହନା, ୧୧।୮ (ମନ୍ମଥ ମିଶ୍ର): ଗଞ୍ଜେଇ ଚୋରାଚାଲାଣକାରୀଙ୍କ ବିରୋଧରେ ଅଡ଼ବା ପୋଲିସକୁ ମିଳିଛି ବଡ଼ ସଫଳତା। କେଶରିଗୁଡ଼ା ଗ୍ରାମ ପଞ୍ଚାୟତ ଅନ୍ତର୍ଗତ ଡେକାବନ୍ଧା ସଂରକ୍ଷିତ ଜଙ୍ଗଲରେ ଲୁଚାଇ…

ତାଳବଣିଆ ଛକ ନିକଟରେ ଓଲଟିଲା ଶ୍ରମିକ ବୋଝେଇ ପିକ୍‌ଅପ୍‌: ଜଣେ ମୃତ, ୨୦ରୁ ଊର୍ଦ୍ଧ୍ୱ ଆହତ

ଜଳେଶ୍ୱର, ୧୧।୮ (ନବୀନ ସାହୁ): ଜଳେଶ୍ୱର ଥାନା ଅନ୍ତର୍ଗତ ନାମ୍ପ ପଞ୍ଚାୟତର ତାଳବଣିଆ ଛକ ନିକଟରେ ମଙ୍ଗଳବାର ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଛି। ଶ୍ରମିକ ବୋଝେଇ…

ଟାଇଟଲ ପ୍ରତ୍ୟାହାର, ୩ ବର୍ଷ ବାସନ୍ଦ ହେଲେ ଏହି ଆଥଲେଟ୍‌, ଜାଣନ୍ତୁ…

କୋଲୋରାଡୋ ସ୍ପ୍ରିଙ୍ଗ୍ସ,୧୧।୮: ବ୍ଲଡ ଡୋପିଙ୍ଗ୍‌ ମାମଲାରେ ଦୋଷୀ ସାବ୍ୟସ୍ତ ହେବା ପରେ ଯୁକ୍ତରାଷ୍ଟ୍ର ଆମେରିକାର ୧,୫୦୦ମିଟର ଚାମ୍ପିୟନ ଜୋନା କୋଚ୍‌ଙ୍କଠାରୁ ଟାଇଟଲ ପ୍ରତ୍ୟାହାର କରି ନିଆଯିବା ସହ…

ମୃତ୍ୟୁକୁ ଜୟ କରିପାରିଲେନି ମୃତ୍ୟୁଞ୍ଜୟ: ଶେଷରେ…

ଗୁଡାରି, ୧୧।୮ (ପ୍ରମୋଦ କୁମାର ପତି): ଗୁଡାରି ସହରର ଗୌଡ଼ ସାହି ବାସିନ୍ଦା ନରସିଂହ ପାଢ଼ୀଙ୍କ କଲେଜ ପଢୁଆ ପୁଅ ମୃତ୍ୟୁଞ୍ଜୟ ପାଢ଼ୀ କ୍ୟାନ୍‌ସର ସହ ଦୀର୍ଘଦିନ…

ଝାଡଖଣ୍ଡକୁ କାହିଁକି ଗଲେନି ରାହୁଲ ଗାନ୍ଧୀ? ସିଧା ସିଧା ଉତ୍ତର ଦେଲେ ପ୍ରିୟଙ୍କା

ନୂଆଦିଲ୍ଲୀ, ୧୧।୮: ମୌସୁମୀ ଅଧିବେଶନ ଚାଲିଥିବା ସମୟରେ ମଙ୍ଗଳବାର ଦିନ ସଂସଦ ପରିସର ବାହାରେ NDA ଏବଂ ବିରୋଧୀ ଦଳର ସାଂସଦମାନେ ମୁହାଁମୁହିଁ ହୋଇଛନ୍ତି। ଗୋଟିଏ ପଟେ…

ବଲାଙ୍ଗୀର ଆୟୁର୍ବେଦିକ ମହାବିଦ୍ୟାଳୟରେ ସ୍ୱର୍ଣ୍ଣପ୍ରାଶନ କାର୍ଯ୍ୟକ୍ରମ

ବଲାଙ୍ଗୀର, ୧୧।୮ (ସୁନିଲ କୁମାର ମହାନ୍ତି):ବଲାଙ୍ଗୀର ସରକାରୀ ଆୟୁର୍ବେଦିକ ମହାବିଦ୍ୟାଳୟ ଓ ହସ୍ପିଟାଲରେ ମଙ୍ଗଳବାର କୌମାରଭୃତ୍ୟ–ଶିଶୁରୋଗ ବିଭାଗ ପକ୍ଷରୁ ଶିଶୁମାନଙ୍କ ସୁସ୍ଥତା ଓ ସାମଗ୍ରିକ ବିକାଶକୁ ଲକ୍ଷ୍ୟ…

ଦଶମ ପାସ କରିଥିଲେ ଆୟକର ବିଭାଗରେ ସରକାରୀ ଚାକିରି; ଦରମା ୫୫ହଜାରୁ ଅଧିକ, ଜାଣନ୍ତୁ କେମିତି କରିବେ ଆପ୍ଲାଏ…

ଆୟକର ବିଭାଗ ୧୦ମ ପାସ୍ ଯୁବକମାନଙ୍କ ପାଇଁ ସରକାରୀ ଚାକିରିର ସୁଯୋଗ ଆଣିଦେଇଛି। ବିଭାଗର ମଧ୍ୟପ୍ରଦେଶ ଏବଂ ଛତିଶଗଡ଼ କ୍ଷେତ୍ରରେ କ୍ୟାଣ୍ଟିନ୍ ଆଟେଣ୍ଡାଣ୍ଟ (କ୍ୟାଣ୍ଟିନ୍ ପରିଚାରକ)ର ୭ଟି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri