ଦୁବାଇରେ ଚନ୍ଦ୍ର ରିସର୍ଟ

ଦୁବାଇ, ୧୨ା୯: ବିଳାସପୂର୍ଣ୍ଣ ଅଟ୍ଟାଳିକା, ଅତ୍ୟାଧୁନିକ ଭିତ୍ତିଭୂମି ନିର୍ମାଣର ଘର କୁହାଯାଉଥିବା ଦୁବାଇ ଏବେ ପର୍ଯ୍ୟଟକଙ୍କୁ ଆହୁରି ଆକର୍ଷିତ କରିବାକୁ ଚନ୍ଦ୍ର ଆକୃତିର ରିସର୍ଟ କରିବାକୁ ଯାଉଛି। ପର୍ଯ୍ୟଟକଙ୍କ ରହିବା ନିମନ୍ତେ ଏହି ଅଲ୍‌ଟ୍ରା-ଲକ୍‌ଜ୍ୟୁରିୟସ୍‌ ହୋଟେଲକୁ କାନାଡାର ଆର୍କିଟେକ୍ଚରାଲ କମ୍ପାନୀ ମୁନ୍‌ ଓ୍ବାଲର୍‌ଡ ରିସର୍ଟସ୍‌(ଏମ୍‌ଡବ୍ଲ୍ୟୁଆର୍‌) ନିର୍ମାଣ କରିବାକୁ ପ୍ରସ୍ତାବ ଦେଇଛି। ଅବିକଳ ଚନ୍ଦ୍ର ପୃଷ୍ଠ ଭଳି ଦେଖାଯିବାକୁ ଥିବା ଏହି ରିସର୍ଟ ୪୮ ମାସରେ ନିର୍ମାଣ ହେବ।

ଏହି ଅତୀବ-ବିଳାସପୂର୍ଣ୍ଣ ହୋଟେଲର ଉଚ୍ଚତା ୭୩୫ ଫୁଟ୍‌ ରହିବ। ନିର୍ମାଣରେ ୫ ବିଲିୟନ ଡଲାର ଖର୍ଚ୍ଚ ହେବ। ‘ମୁନ୍‌ ଦୁବାଇ’ ଦେଶର ଅର୍ଥନୀତିକୁ ଆହୁରି ଇନ୍ଧନ ଦେବ ବୋଲି ଆର୍କିଟେକ୍ଚରାଲ ଫାର୍ମ ପକ୍ଷରୁ କୁହାଯାଇଛି। ମଧ୍ୟପ୍ରାଚ୍ୟ ଓ ଉତ୍ତର ଆଫ୍ରିକା (ଏମ୍‌ଇଏନ୍‌ଏ) କ୍ଷେତ୍ରରେ ମୁନ୍‌ ଦୁବାଇ ପ୍ରୋଜେକ୍ଟ ସର୍ବାଧିକ ସଫଳ ଟୁରିଜମ୍‌ ପ୍ରକଳ୍ପ ସାବ୍ୟସ୍ତ ହେବ ଏବଂ ସହଜରେ ବାର୍ଷିକ ୧୦ ନିୟୁତ ପର୍ଯ୍ୟଟକ ସେଠାକୁ ଯିବେ ବୋଲି ମୁନ୍‌ ଓ୍ବାଲର୍‌ଡ ରିସର୍ଟର ପ୍ରତିଷ୍ଠାତା ସାଣ୍ଡ୍ରା ଜି ମାଥ୍ୟୁସ୍‌ କହିଛନ୍ତି। ରିସର୍ଟରେ ଲୋକେ ସ୍ପା, ବ୍ୟାୟାମ, ନାଇଟ୍‌ କ୍ଲବ୍‌, ଇଭେଣ୍ଟ ସେଣ୍ଟରର ସୁବିଧା ପାଇବେ। ଏଥିସହ ଏହା ଏକ ବୈଶ୍ୱିକ ବୈଠକ ସ୍ଥଳୀ ବା ଗ୍ଲୋବାଲ ମିଟିଂ ପ୍ଳେସ୍‌ ହୋଇପାରିବ। ହୋଟେଲରେ ବିଭିନ୍ନ ସ୍ପେସ୍‌ ଏଜେନ୍ସି ଏବଂ ସେମାନଙ୍କ ମହାକାଶଚାରୀଙ୍କ ନିମନ୍ତେ ତାଲିମ ମଞ୍ଚ ମଧ୍ୟ ମିଳିବ। ରିସର୍ଟରେ ପ୍ରାଇଭେଟ୍‌ ଘର ‘ସ୍କାଏ ଭିଲ୍ଲାସ୍‌’ ରଖିବାକୁ ଯୋଜନା ରହିଛି।

ଏଥିରୁ ବାର୍ଷିକ ରାଜସ୍ବ ପ୍ରାୟ ୧.୮ ବିଲିୟନ ଡଲାର ଆସିବ ବୋଲି ଆକଳନ କରାଯାଇଛି। ଏବେ କମ୍ପାନୀ ଲାଇସେନ୍ସ କରିବା ଏବଂ ଦକ୍ଷ କ୍ଲାଏଣ୍ଟଙ୍କୁ ଆକର୍ଷିତ କରିବା ପାଇଁ ରୋଡ୍‌ ଶୋ’ ଆୟୋଜନ ଯୋଜନା ରଖିଛି। ଉତ୍ତର ଆମେରିକା, ୟୁରୋପ, ମଧ୍ୟପ୍ରାଚ୍ୟ ଏବଂ ଉତ୍ତର ଆଫ୍ରିକା ଓ ଏସିଆରେ ୪ଟି ମୁନ୍‌ ରିସର୍ଟ ନିମନ୍ତେ ଲାଇସେନ୍ସ ପାଇଁ ମଧ୍ୟ ଏମ୍‌ଡବ୍ଲ୍ୟୁଆର୍‌ ଯୋଜନା କରୁଛି।


Enter your email to get our daily news in your inbox.

All Right Reserved By Dharitri.Com

ଆଫଗାନିସ୍ତାନ ରାଷ୍ଟ୍ରପତି କାର୍ଯ୍ୟାଳୟ ନିକଟରେ ବିସ୍ଫୋରଣ

କାବୁଲ୍‌,୮।୯: ଆଫଗାନିସ୍ତାନରେ ରାଷ୍ଟ୍ରପତି ଅଶରଫ୍‌ ଗନିଙ୍କ କାର୍ଯ୍ୟାଳୟ ନିକଟରେ ରବିବାର ବିସ୍ଫୋରଣ ଘଟିଛି। ନାନଗରହାର ପ୍ରଦେଶର ଜଲାଲାବାଦ୍‌ ଅଞ୍ଚଳରେ ଏହି ବିସ୍ଫୋରଣ ଘଟିଥିବା ସ୍ଥାନୀୟ ପ୍ରଶାସନ...

ରୁଷିଆ-ୟୁକ୍ରେନ୍ ଯୁଦ୍ଧରେ ମୃତ୍ୟୁ ଓ କ୍ଷୟକ୍ଷତି ପାଇଁ କେବଳ ରୁଷିଆ ଦାୟୀ ରହିବ: ବାଇଡେନ

ୱାଶିଂଟନ,୨୪ ।୨: ରୁଷିଆ-ୟୁକ୍ରେନ ମଧ୍ୟରେ ଲାଗି ରହିଥିବା ଉତ୍ତେଜନା ପରିସ୍ଥିତି ମଧ୍ୟରେ ଗୁରୁବାର ରୁଷିଆ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ ଯୁଦ୍ଧ ଘୋଷଣା କରିଛନ୍ତି । ଏହାପରେ...

ଇମ୍ରାନଙ୍କ ପରାମର୍ଶଦାତା ନଇମ-ଉଲ୍‌-ହକ୍‌ଙ୍କ ପରଲୋକ

କରାଚି,୧୬।୨:ପାକିସ୍ତାନ ପ୍ରଧାନମନ୍ତ୍ରୀ ଇମ୍ରାନ ଖାଁଙ୍କ ପରାମର୍ଶଦାତା ତଥା ସ୍ବତନ୍ତ୍ର ସହାଯ୍ୟକାରୀ ନଇମ-ଉଲ୍‌-ହକ୍‌ଙ୍କର ଶନିବାର ପରଲୋକ ହୋଇଛି। ଦୀର୍ଘଦିନ ହେବ ସେ କ୍ୟାନସରରେ ପୀଡିତ ଥିବା ବେଳେ...

ନଭାଲନିଙ୍କୁ ୯ ବର୍ଷ ଜେଲ

ମସ୍କୋ,୨୩ା୩: ରୁଷିଆ ରାଷ୍ଟ୍ରପତି ଭ୍ଲାଡିମିର ପୁଟିନ୍‌ଙ୍କ କଡ଼ା ସମାଲୋଚକ ଭାବେ ପରିଚିତ ବିରୋଧୀ ନେତା ଆଲେକ୍ସି ନଭାଲନି ଏକ ଠକେଇ ଏବଂ ଅଦାଲତ ଅବମାନନା ମାମଲାରେ...

ଆମେରିକାରେ ଜଳ ତାଣ୍ଡବ: ୩୦ ମୃତ

ନ୍ୟୁୟର୍କ, ୩ା୯:ଘୂର୍ଣ୍ଣିଝଡ଼ ‘ଇଦା’ ପ୍ରଭାବରେ ଆମେରିକାର ନ୍ୟୁୟର୍କ, ନ୍ୟୁଜର୍ସି, ପେନ୍‌ସିଲଭାନିଆ ସହରରେ ବର୍ଷା ରେକର୍ଡ ଭାଙ୍ଗିଛି। ଏଥିଯୋଗୁ ସେଠାରେ ବନ୍ୟା ପରିସ୍ଥିତି ଉପୁଜିଛି। ରାସ୍ତାଘାଟ ଭାସି...

କ୍ୟାରିନ୍‌ ହ୍ବାଇଟ୍‌ ହାଉସ୍‌ ପ୍ରେସ୍‌ ସଚିବ

ଓ୍ବାଶିଂଟନ,୭ା୫: ଆମେରିକା ରାଷ୍ଟ୍ରପତି ଜୋ ବାଇଡେନ ହ୍ବାଇଟ୍‌ ହାଉସ୍‌ ପ୍ରେସ୍‌ ସଚିବ ଭାବେ କୃଷ୍ଣକାୟ କ୍ୟାରିନ୍‌ ଜିନ୍‌ପିଏରେଙ୍କ ନାମ ଘୋଷଣା କରିଛନ୍ତି। ଆମେରିକା ଇତିହାସରେ ପ୍ରଥମଥର...

ଧୂମପାନକାରୀଙ୍କ ପ୍ରତି କରୋନା ବିପଦ ଅଧିକ

ଲଣ୍ଡନ,୩।୭:ଧୂମପାନ କରୁଥିବା ବ୍ୟକ୍ତିଙ୍କ କ୍ଷେତ୍ରରେ କରୋନା ସଂକ୍ରମଣ ପ୍ରାଣଘାତୀ ହୋଇପାରେ ବୋଲି ବିଶ୍ୱ ସ୍ବାସ୍ଥ୍ୟ ସଂଗଠନ (ଡବ୍ଲ୍ୟୁଏଚ୍‌ଓ) ପକ୍ଷରୁ କୁହାଯାଇଛି। ତେବେ ଏହି ବିପଦ ପ୍ରକୃତରେ...

ଡେଭିଡ୍‌ଙ୍କୁ ଅନ୍ତର୍ଜାତୀୟ ବୁକର ପୁରସ୍କାର

ଲଣ୍ଡନ,୪ା୬:ଏକ ଦୁଃଖଦ କିନ୍ତୁ ଉପନିବେଶବାଦ ଓ ଯୁଦ୍ଧଭୟର କାବି୍ୟକ କାହାଣୀକୁ ନେଇ ଗତିଶୀଳ ହୋଇଥିବା ‘ଆଟ୍‌ ନାଇଟ୍‌ ଅଲ୍‌ ବ୍ଲଡ୍‌ ଇଜ୍‌ ବ୍ଲାକ୍‌’କୁ ମିଳିଛି ଚଳିତ...

Advertisement
Archives

Model This Week