Posted inଜାତୀୟ

୨୫ରୁ ମୌସୁମୀ ପ୍ରତ୍ୟାବର୍ତ୍ତନ ଆରମ୍ଭ ହୋଇପାରେ

ନୂଆଦିଲ୍ଲୀ,୨୩ା୯: ଉତ୍ତର-ପଶ୍ଚିମ ଭାରତରୁ ମୌସୁମୀ ପ୍ରତ୍ୟାବର୍ତ୍ତନ ଆସନ୍ତା ୨୫ ତାରିଖରୁ ଆରମ୍ଭ ହୋଇପାରେ ବୋଲି ଭାରତୀୟ ପାଣିପାଗ ବିଭାଗ (ଆଇଏମ୍‌ଡି) ପକ୍ଷରୁ ଶୁକ୍ରବାର କୁହାଯାଇଛି। ସାଧାରଣତଃ ଦକ୍ଷିଣ-ପଶ୍ଚିମ ମୌସୁମୀ ବାୟୁ ଜୁନ୍‌ ୧ରେ କେରଳ ଛୁଇଁବା ପରେ ଜୁଲାଇ ୮ ସୁଦ୍ଧା ସାରା ଦେଶରେ ପହଞ୍ଚତ୍ଥାଏ। ସେପ୍ଟେମ୍ବର ୧୭ରୁ ଏହାର ପ୍ରତ୍ୟାବର୍ତ୍ତନ ଆରମ୍ଭ ହୋଇ ଅକ୍ଟୋବର ୧୫ ସୁଦ୍ଧା ସମ୍ପୂର୍ଣ୍ଣ ଭାବେ ଫେରିଯାଇଥାଏ। ଆସନ୍ତା ୫ ଦିନ ଉତ୍ତରପଶ୍ଚିମ ଏବଂ ପଶ୍ଚିମ-କେନ୍ଦ୍ରୀୟ ଭାରତର ପାଖାପାଖି ଅଞ୍ଚଳରେ କମ୍‌ ବର୍ଷା ହେବା ଆଶା କରାଯାଉଛି। ତେଣୁ ପଶ୍ଚିମ ରାଜସ୍ଥାନରୁ ସେପ୍ଟେମ୍ବର ୨୫ ସୁଦ୍ଧା ମୌସୁମୀ ପ୍ରତ୍ୟାବର୍ତ୍ତନ ଲାଗି ଅନୁକୂଳ ସ୍ଥିତି ସୃଷ୍ଟି ହୋଇଥିବା ଆଇଏମ୍‌ଡି କହିଛି। ମୌସୁମୀ ପ୍ରତ୍ୟାବର୍ତ୍ତନରେ ବିଳମ୍ବ ହେଲେ ବର୍ଷାଋତୁ ଅଧିକ ଲମ୍ବା ହୋଇଥାଏ। ଦୀର୍ଘଦିନ ବର୍ଷା ଋତୁ ଲାଗିରହିଲେ କୃଷି ଉତ୍ପାଦନ ପ୍ରଭାବିତ ହେବା ସହ ଉତ୍ତରପଶ୍ଚିମ ଭାରତରେ ରବି ଫସଲ ଉତ୍ପାଦନ ବାଧାପ୍ରାପ୍ତ ହୋଇଥାଏ। ମୌସୁମୀ ଋତୁରେ ସ୍ବାଭାବିକ ଭାବେ ୮୩୨.୪ ମିଲିିମିଟର ବର୍ଷା ହେଉଥିବାବେଳେ ଚଳିତ ଥର ଏପର୍ଯ୍ୟନ୍ତ ୭୮୦.୩ ପ୍ରତିଶତ ବୃଷ୍ଟିପାତ ହୋଇଛି।


Enter your email to get our daily news in your inbox.

All Right Reserved By Dharitri.Com

କାହିଁକି ମିଳିଲାନି ବୈଭବ ସୂର୍ଯ୍ୟବଂଶୀଙ୍କୁ ଡେବ୍ୟୁର ସୁଯୋଗ? ନିରାଶ ହେଲେ ପ୍ରଶଂସକ

ନୂଆଦିଲ୍ଲୀ, ୨୬।୬: ଆୟରଲ୍ୟାଣ୍ଡ ବିପକ୍ଷ ପ୍ରଥମ ଟି-୨୦ ମ୍ୟାଚ୍‌ରେ ଭାରତୀୟ କ୍ରିକେଟ୍ ପ୍ରେମୀଙ୍କୁ ସାମାନ୍ୟ ନିରାଶ ହେବାକୁ ପଡ଼ିଛି। ଦଳର ନୂଆ ଅଧିନାୟକ ଶ୍ରେୟସ ଆୟର ଟସ୍…

ବରଗଡ଼ରେ ଚାଞ୍ଚଲ୍ୟ: ଏ-କ୍ଲାସ୍ କଣ୍ଟ୍ରାକ୍ଟରଙ୍କୁ ବନ୍ଧୁକ ମୁନରେ ଧମକ, ଥାନାରେ ଏତଲା ପରେ…

ବରଗଡ଼, ୨୬।୬ (ପ୍ରେମାନନ୍ଦ ଖମାରୀ): ବରଗଡ଼ ଜିଲାରେ ଏକ ସାଙ୍ଘାତିକ ଘଟଣା ସାମ୍ନାକୁ ଆସିଛି। ଜଣେ ଜଣାଶୁଣା ଏ-କ୍ଲାସ କଣ୍ଟ୍ରାକ୍ଟର ସୁଜୟ ଶ୍ରୀମନ୍ତ ବିଶିଙ୍କୁ ବନ୍ଧୁକ ମୁନରେ…

ବାଣପୁରରେ ଦୁର୍ଘଟଣା: ଭାରସାମ୍ୟ ହରାଇ ବିଲ ମଝିକୁ ଓଲଟିଲା ଦ୍ରୁତଗାମୀ କାର୍, ୫ ମଦ୍ୟପ ଯୁବକ…

ବାଣପୁର, ୨୬।୬ (ଦିଲ୍ଲୀପ କୁମାର ସ୍ୱାଇଁ): ନାଚୁଣୀ ଥାନା ଅଧୀନ ଦେଓଗାଁ ଆଗୁଳଛକ ନିକଟ ବ୍ରିଜ୍‌ ପାଖରେ ଏକ ବଡ଼ ଧରଣର ସଡ଼କ ଦୁର୍ଘଟଣା ଘଟିଛି। ଏକ…

ଦୁବାଇରେ ହଠାତ ବାଜିଲା ସାଇରନ୍‌! ମିସାଇଲ୍‌ ଆକ୍ରମଣର ଚେତାବନୀ, ଖେଳିଗଲା ଆତଙ୍କ

ଦୁବାଇ,୨୬।୬: ସଂଯୁକ୍ତ ଆରବ ଏମିରେଟ୍ସ (UAE) କର୍ତ୍ତୃପକ୍ଷଙ୍କ ପକ୍ଷରୁ ଶୁକ୍ରବାର ଦିନ ଦୁବାଇ ପାଇଁ ଏକ ମିସାଇଲ ଆକ୍ରମଣର ସତର୍କ ସୂଚନା (Alert) ଜାରି କରାଯାଇଛି। ଏହାକୁ…

ଚାଇନାର ୧୦୯ ମହଲା ବିଶିଷ୍ଟ ଅଟ୍ଟାଳିକା ‘CITIC  ଟାଓ୍ବାର’ ସହ ପିଟିହେଲା ବିମାନ, ସାମ୍ନାକୁ ଆସିଲା ଭୟଙ୍କର VIDEO

ବେଜିଂ,୨୬।୬: ଚାଇନାର ରାଜଧାନୀ ବେଜିଂରେ ଶୁକ୍ରବାର ଏକ ବଡ଼ ଧରଣର ଦୁର୍ଘଟଣା ଘଟିଛି। ମିଳିଥିବା ସୂଚନା ଅନୁଯାୟୀ, ବେଜିଂର ସବୁଠାରୁ ଉଚ୍ଚ ସ୍କାଈସ୍କ୍ରେପର (ଗଗନଚୁମ୍ବୀ ଅଟ୍ଟାଳିକା) ଅଟ୍ଟାଳିକା…

ଓଡ଼ିଶା କଂଗ୍ରେସର ନୂଆ ପ୍ରଭାରୀ ହେଲେ ଲାଲ୍‌ଜୀ ଦେଶାଇ: AICC ପକ୍ଷରୁ ବିଜ୍ଞପ୍ତି ଜାରି

ଭୁବନେଶ୍ୱର,୨୬।୬: ରାଜ୍ୟ କଂଗ୍ରେସ ଶିବିରରୁ ଏକ ବଡ଼ ଖବର ସାମ୍ନାକୁ ଆସିଛି। ଲାଲ୍‌ଜୀ ଦେଶାଇଙ୍କୁ ରାଜ୍ୟ କଂଗ୍ରେସର ନୂଆ ପ୍ରଭାରୀ ଭାବେ ନିଯୁକ୍ତ କରାଯାଇଛି। ସେ ପୂର୍ବତନ…

ଫିଲ୍ମ ପରେ ଏବେ କ୍ରିକେଟ ମଇଦାନରେ ଜନ ଆବ୍ରାହମଙ୍କ ଏଣ୍ଟ୍ରି, ହେଲେ ଏହି ଟିମ୍‌ର ମାଲିକ

ନୂଆଦିଲ୍ଲୀ, ୨୬।୬: ବଲିଉଡର ଆକ୍ସନ ଷ୍ଟାର୍ ଜନ ଅବ୍ରାହମ୍ ଏବେ କ୍ରିକେଟ୍ ପିଚ୍‌ରେ ନଜର ଆସିବେ। ସେ ପ୍ରଥମ ୟୁରୋପିଆନ୍ ଟି-୨୦ ପ୍ରିମିୟର ଲିଗ୍ (ETPL)ର ଫ୍ରାଞ୍ଚାଇଜ୍…

୩ ରଥରେ ଭକ୍ତ ଚଢ଼ିବା ଉପରେ କଟକଣା, ସୁଭଦ୍ରାଙ୍କ ପହଣ୍ଡି କାର୍ଯ୍ୟରେ ମହିଳାଙ୍କୁ ମନା

କୋରାପୁଟ,୨୬ା୬(ଅମିତାଭ ବେହେରା): ଶାବର ଶ୍ରୀକ୍ଷେତ୍ରରେ ପବିତ୍ର ରଥଯାତ୍ରା ସୁପରିଚାଳନା ଓ ସୁରୁଖୁରୁରେ ଆୟୋଜନ ନେଇ ଏକ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଛି। ଶୁକ୍ରବାର ସ୍ଥାନୀୟ ସଦଭାବନା ସଭାଗୃହରେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri