ପ୍ରତ୍ୟେକ ଦିନ ସୋସିଆଲ ମିଡିଆରେ କିଛି ନା କିଛି ନୂତନ ଭିଡିଓ ଏବଂ ଫଟୋ ଭାଇରାଲ ହେଉଛି। ସେଥିରୁ କେତେକ ଭିଡିଓ ଏବଂ ଫଟୋ ହସର ଖୋରାକ ଯୋଗାଉଥିବା ବେଳେ କେତେକ ଭାବପ୍ରବଣ କରିଦିଏ। ସେହିଭଳି ଟୁଇଟରରେ ଏବେ ଏକ ଭିଡିଓ ଭାଇରାଲ ହେବାରେ ଲାଗିଛି। ଏଥିରେ ଏକ ମାଙ୍କଡ଼ ଛୁଆକୁ ଦେଖିବାକୁ ମିଳୁଛି। ମାଙ୍କଡ଼ଟି
ସୁଉଚ୍ଚ ପାହାଚରେ ଲାଗିଥିବା ଏକ ଲୁହା ରେଲିଂରୁ ତଳକୁ ଖସୁଥିବା ଦେଖିବାକୁ ମିଳୁଛି। ମାଙ୍କଡ଼ଟି ଲୁହା ରେଲିଂରେ ଶୋଇ ତଳକୁ ଖସି ଆଉ ଏକ ମାଙ୍କଡ଼ ପାଖକୁ ଯାଉଛି। ଭିଡିଓକୁ ଭାରତୀୟ ବନସେବା ଅଧିକାରୀ ସୁଶାନ୍ତ ନନ୍ଦ ତାଙ୍କ ଟୁଇଟରରେ ଶେୟାର କରିଛନ୍ତି। ଭିଡିଓଟି ଅଧିକ ଭାଇରାଲ ହେବାରେ ଲାଗିଛି।
Never hide who you are…
From SM. pic.twitter.com/T6wq3P01TV— Susanta Nanda (@susantananda3) November 24, 2021