ମାଙ୍କଡ଼ର ବ୍ରେକ୍‌ଫାଷ୍ଟ ନିଶା, ପ୍ରତିଦିନ ସକାଳୁ ଦୋକାନକୁ ଆସି କରୁଛି ଏପରି…

ଜୟପୁର,୨୮।୧: ରାଜସ୍ଥାନର ଭରତପୁରରେ ଆଜିକାଲି ଏକ ମାଙ୍କଡ଼ର ଦାଦାଗିରି ବେଶ୍‌ ଚର୍ଚ୍ଚାରେ ରହିଛି। କାରଣ ଏହି ମାଙ୍କଡ଼ ଯେତେବେଳେ ଚାହୁଁଛି ସେତେବେଳେ ଯେକୌଣସି ଦୋକାନରେ ପଶି ଖାଉଛି। କେହି ଖାଇବା ଦେବାକୁ ପଡୁନି, ନିଜ ହାତରେ ଆଣି ଖାଉଛି। ଏହା ପରେ ଫଳ ଦୋକାନକୁ ଯାଇ ଆରାମରେ ବସି ମନପସନ୍ଦର ଫଳ ଖାଇ ଆନନ୍ଦ ନେଉଛି। ଏହା ଦେଖି ଲୋକେ ବି ମାଙ୍କଡ଼କୁ କିଛି କହିବାକୁ ସାହସ କରୁନାହାନ୍ତି। ଯେପର୍ଯ୍ୟନ୍ତ ଯାଇ ନ ଥାଏ ଦୋକାନୀ ସେମିତି ଅପେକ୍ଷା କରି ରହିଥାନ୍ତି। ଏପରି ଘଟଣା ଦେଖିବାକୁ ମିଳିଛି ଚୌବୁର୍ଜା ଅଞ୍ଚଳରେ। ଯେଉଁଠି ପ୍ରସିଦ୍ଧ କଚୋଡ଼ି ମିଳେ। ଏଠାକୁ ମାଙ୍କଡ଼ଟି ସବୁଦିନ ସକାଳେ ଆସି ବ୍ରେକ୍‌ଫାଷ୍ଟ କରେ। କଚୋଡ଼ି ଆଉ ଜିଲାପି ମନଇଚ୍ଛା ଖାଇ ଚାଲିଯାଏ।
ଦୋକାନୀ କୁହନ୍ତି, ସକାଳ ହେବା ମାତ୍ରେ ଏହି ମାଙ୍କଡ଼ଟି ଆସିଥାଏ। ଗ୍ରାହକଙ୍କ ସହ ମିଶି ଖାଇଥାଏ। ପ୍ରାୟ ଅଧା ଘଣ୍ଟା ପର୍ଯ୍ୟନ୍ତ ଜଳଖିଆ ଦୋକାନରେ ବସିବା ପରେ ଚାଲିଯାଏ ପରିବା ଦୋକାନକୁ। ସେଠାରେ ମଟର, ଗାଜର ଆଦି ଖାଇଥାଏ।
ସ୍ଥାନୀୟ ଲୋକଙ୍କ କହିବା ଅନୁସାରେ, ଆଜି ପର୍ଯ୍ୟନ୍ତ ମାଙ୍କଡ଼ଟି ଲୋକମାନଙ୍କ ସହ ମିଶି ଖାଉଥିଲେ ମଧ୍ୟ କାହାର କୌଣସି କ୍ଷତି କରିନାହିଁ। ଏହା କେବଳ ନିଜ ପସନ୍ଦ ଆଉ ସ୍ବାଦିଷ୍ଟ ଖାଦ୍ୟ ପେଟପୂରା ଖାଇ ନିଜ ରାସ୍ତାରେ ଚାଲିଯାଏ।


Enter your email to get our daily news in your inbox.

All Right Reserved By Dharitri.Com

କେଉଁଠି ଲୁଚିଛନ୍ତି ମୋଜତାବା ଖାମେନେଇ? ରିପୋର୍ଟରେ ଆଶ୍ଚର୍ଯ୍ୟଜନକ ତଥ୍ୟ; ପୂର୍ବତନ ସର୍ବୋଚ୍ଚ ନେତାଙ୍କୁ ଶେଷ ଶ୍ରଦ୍ଧାଞ୍ଜଳି ଦେଲେ ଅନ୍ୟ ତିନି ପୁଅ

ତେହରାନ,୬।୭: ପୂର୍ବତନ ସର୍ବୋଚ୍ଚ ନେତା ଅଲି ଖାମେନେଇଙ୍କ ଅନ୍ତିମ ସଂସ୍କାର ଇରାନରେ ଚାଲିଛି। ତାଙ୍କୁ ଜୁଲାଇ ୯ରେ କବର ଦିଆଯିବାର କାର୍ଯ୍ୟକ୍ରମ ରହିଛି, ତାଙ୍କ ଅସ୍ଥିକୁ ସାଧାରଣ…

ରାଇକିଆ ବ୍ଲକରେ ଲଗାଣ ବର୍ଷା; ପାଞ୍ଚ ଦିନ ହେଲା ଶିକ୍ଷାଦାନ ବନ୍ଦ, ବିଦ୍ୟୁତ-ମୋବାଇଲ୍ ସେବା ବାଧାପ୍ରାପ୍ତ

ରାଇକିଆ,୬ା୭(ପ୍ରଦୀପ ବେହେରା): ଗତ ପାଞ୍ଚ ଦିନ ହେଲା କନ୍ଧମାଳ ଜିଲାରେ ଅବିଶ୍ରାନ୍ତ ବର୍ଷା ବେହାଲ କରିଛି । ଏହାର ପ୍ରଭାବ ରାଇକିଆ ବ୍ଲକରେ ମଧ୍ୟ ଦେଖିବାକୁ ମିଳିଛି…

ସାର ପକାଇବାବେଳେ ଜମିରେ ହଠାତ୍‌ ହୋଇଗଲା ୧୦ ଫୁଟର ଦୁଇଟି ଗାତ, ଭୟରେ ଅଞ୍ଚଳବାସୀ

ନବରଙ୍ଗପୁର,୬।୭(ସଦାଶିବ ପ୍ରହରାଜ): ନବରଙ୍ଗପୁର ବ୍ଲକ ଆମ୍ବଦଳା କୋଡ୍ରିଗୁଡ଼ା ଗାଁରେ ରବିବାର ଲୋକେ ଚାଷ ଜମିରେ ସାର ପକାଉଥିବା ବେଳେ ହଠାତ୍‌ ଶବ୍ଦ କରି ମାଟି ଧସିବା ସହ…

ଖାମେନେଇଙ୍କ ପାଇଁ ପ୍ରାର୍ଥନାରେ ଯୋଗଦେଲେ ଇରାନର ସବୁ ଶୀର୍ଷ ଅଧିକାରୀ

ତେହରାନ,୬ା୭: ଇରାନ ସୁପ୍ରିମ ଲିଡର ଆୟାତୋଲ୍ଲା ଅଲି ଖାମେନେଇଙ୍କ ଅନ୍ତିମ ସଂସ୍କାର ପ୍ରାର୍ଥନା ରବିବାର ରାଜଧାନୀ ତେହରାନ୍‌ରେ ଅନୁଷ୍ଠିତ ହୋଇଥିବାବେଳେ ସେଥିରେ ଦେଶର ସମସ୍ତ ଶୀର୍ଷ ଅଧିକାରୀ…

ଶ୍ରୀକ୍ଷେତ୍ରପୁରୀ-ଶାବର ଶ୍ରୀକ୍ଷେତ୍ର ସ୍ପେଶାଲ ଟ୍ରେନ ଚଳାଚଳ ଆଜି, ଉଦଘାଟନ କରିବେ କେନ୍ଦ୍ର ରେଳ ମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ

କେସିଙ୍ଗା, ୬।୭,( ତୁମେଶ୍ୱର ସାହୁ): ଶ୍ରୀକ୍ଷେତ୍ରପୁରୀରୁ ଶାବର ଶ୍ରୀକ୍ଷେତ୍ର କୋରାପୁଟ ସ୍ପେସିଆଲ ଏକ୍ସପ୍ରେସ ଟ୍ରେନ ନ .୦୮୪୦୯ ଟ୍ରେନକୁ କେନ୍ଦ୍ର ରେଳ ମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ ପୁରୀରୁ…

ବର୍ଷାରେ ବେହାଲ ବରଗଡ଼ ସହର, ତଳି ଅଞ୍ଚଳ ଜଳମଗ୍ନ

ବରଗଡ଼,୬।୭,(ପ୍ରେମାନନ୍ଦ ଖମାରୀ): ବିିକଶିତ ବରଗଡ଼ ଲକ୍ଷ୍ୟ ନେଇ ରାସ୍ତାପାର୍ଶ୍ୱରୁ ଜବରଦଖଲ ଉଚ୍ଛେଦ ହୋଇଛି। ସେଠାରେ ଡ୍ରେନ ନିର୍ମାଣ କରାଯାଇଛି। କେଉଁଠି ଡ୍ରେନ ନିର୍ମାଣ ସରିଛି ତ ଆଉ…

ବରଗଡ଼ ଜିଲାରେ ଆଜି ସ୍କୁଲ ଛୁଟି

ବରଗଡ଼,୬ା୭(ପ୍ରେମାନନ୍ଦ ଖମାରୀ): ବରଗଡ଼ ଜିଲାରେ ବର୍ଷା ଲାଗି ରହିଛି। ଭାରତୀୟ ପାଣିପାଗ ବିଭାଗ ମଧ୍ୟ ବରଗଡ଼ ଜିଲାରେ ସୋମବାର ପ୍ରବଳରୁ ଅତି ପ୍ରବଳ ବର୍ଷା ହେବାର ପୂର୍ବାନୁମାନ…

ଚାକିରି ଛାଡ଼ିବା ପରେ ବଡ଼ କଥା କହିଦେଲେ ଭୁବନେଶ୍ୱର ଡିସିପି, ଓଡ଼ିଶାର ଲୋକେ…

ଭୁବନେଶ୍ୱର,୬ା୭: ଚାକିରି ଛାଡ଼ିବା ପରେ ଭୁବନେଶ୍ୱର ଡେପୁଟି କମିଶନର ଅଫ୍ ପୋଲିସ  (ଡିସିପି) ଜଗମୋହନ ମୀନା ଓଡ଼ିଶାବାସୀଙ୍କ ପାଇଁ ଏକ ବଡ଼ କଥା କହିଛନ୍ତି। ସେ କହିଛନ୍ତି,…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri