
ପ୍ରତ୍ୟେକ ଦିନ ସୋସିଆଲ ମିଡିଆରେ କିଛି ନା କିଛି ନୂତନ ଭିଡିଓ ଏବଂ ଫଟୋ ଭାଇରାଲ ହେଉଛି। ସେଥିରୁ କେତେକ ଭିଡିଓ ଏବଂ ଫଟୋ ହସର ଖୋରାକ ଯୋଗାଉଥିବା ବେଳେ କେତେକ ଭାବପ୍ରବଣ କରିଦିଏ। ସେହିଭଳି ଟୁଇଟରରେ ଏବେ ଏକ ଭିଡିଓ ଭାଇରାଲ ହେବାରେ ଲାଗିଛି। ଏଥିରେ ଏକ ଆଜବେଷ୍ଟ ଉପରେ ଚଢ଼ିଥିବା କୁକୁର ଛୁଆକୁ ଦେଖିବାକୁ ମିଳୁଛି। ପରେ ମାଙ୍କଡ଼ଟିଏ ଆସି ତାକୁ ନେଇ ଗେଲ କରୁଛି। ସାଧାରଣତହଃ କୁକୁର ମାଙ୍କଡ଼ ମଧ୍ୟରେ କଳି ହେଉଥିବା ବେଳେ ଏହି ଭିଡିଓ ଅନ୍ୟ କିଛି କହୁଛି। ମାଙ୍କଡ଼ଟି କୁକୁରଛୁଆକୁ ସ୍ତନ୍ୟପାନ କରାଉଛି। ଭିଡିଓକୁ ଭାରତୀୟ ବନସେବା ଅଧିକାରୀ ସୁଶାନ୍ତ ନନ୍ଦ ତାଙ୍କ ଟୁଇଟରରେ ଶେୟାର କରିଛନ୍ତି। ଭିଡିଓଟି ଅଧିକ ଭାଇରାଲ ହେବାରେ ଲାଗିଛି।
This monkey is lovingly living & feeding a Puppy in Chatisgarh for the last 4 days…
And we believed in the Maharashtra’s Beed monkey’s story, where in monkeys supposedly went on to kill 250 dogs as revenge. pic.twitter.com/T9Xir0QVdl
— Susanta Nanda IFS (@susantananda3) December 21, 2021