ବାଲିକୁଦାରେ ମାଙ୍କଡ଼ ମଡ଼କ, ଚିନ୍ତାରେ ପ୍ରାଣୀପ୍ରେମୀ

ଜଗତ୍‌ସିଂହପୁର ଅଫିସ,୧ା୭: ଜଗତ୍‌ସିଂହପୁର ଜିଲା ବାଲିକୁଦା ବ୍ଲକ ସଂଗ୍ରାମପୁର ପଞ୍ଚାୟତ ଅନ୍ତର୍ଗତ ବୁଦ୍ଧିସାହି ଗାଁର ଗୋପାଳସାହିରେ ମାଙ୍କଡ଼ ମଡ଼କ ଦେଖିବାକୁ ମିଳିଛି। ଗୋଟିଏ ପରେ ଗୋଟିଏ କରି ୬ ମାଙ୍କଡ଼ ମୃତ୍ୟୁକୁ ନେଇ ସ୍ଥାନୀୟ ଅଞ୍ଚଳରେ ଆଲୋଡ଼ନ ଖେଳିଯାଇଛି। କାହିଁକି ଓ କେଉଁ ପରିସ୍ଥିତିରେ ମାଙ୍କଡ଼ମାନଙ୍କର ମୃତ୍ୟୁ ହେଉଛି ତାକୁ ନେଇ ସାଧାରଣରେ ଆଲୋଚନା ଜୋର୍‌ ଧରିଥିବାବେଳେ ପ୍ରାଣୀପ୍ରେମୀମାନେ ଚିନ୍ତାପ୍ରକଟ କରିଛନ୍ତି। ତେବେ ଏ ସମ୍ପର୍କରେ ଧରିତ୍ରୀରୁ ଖବର ପାଇଲା ପରେ ବନ ବିଭାଗ କୁଜଙ୍ଗ ରେଞ୍ଜ୍‌ ଅଫିସର ରଞ୍ଜନ କୁମାର ମିଶ୍ର କହିଛନ୍ତି, ବାସ୍ତବରେ ରୋଗରେ କିମ୍ବା ବିଷକ୍ରିୟା ଯୋଗୁ ଏଭଳି ଘଟିଛି ତାହା ଅନୁଧ୍ୟାନ ପରେ ଜଣାପଡିବ। ବାସ୍ତବ ଚିତ୍ର ଜାଣିବାକୁ ବନ ବିଭାଗ କର୍ମଚାରୀଙ୍କୁ ଗୋପାଳସାହି ପଠାଯାଇଛି। ସେମାନେ ଏ ସମ୍ପର୍କରେ ସୂଚନା ଦେଲା ପରେ ବିଭାଗୀୟ ଉଚ୍ଚପଦସ୍ଥ ଅଧିକାରୀଙ୍କୁ ଅବଗତ କରାଯିବ। ପରେ ପରବର୍ତ୍ତୀ ପଦକ୍ଷେପ ଗ୍ରହଣ କରାଯିବ। ଯଦି ବହୁସଂଖ୍ୟାରେ ମାଙ୍କଡ଼ଙ୍କ ମୃତ୍ୟୁ ହୁଏ ତେବେ ସେମାନଙ୍କୁ ତୁରନ୍ତ ଉଦ୍ଧାର କରା ନ ଗଲେ ପରିବେଶ ପ୍ରଦୂଷିତ ହେବାର ଭୟ ମଧ୍ୟ ଦେଖାଦେଇଛି।
ଗୋପାଳସାହିରେ ୨୫ଟି ଘର ରହିଛି। ଏହି ସାହିର ମୁରଲୀଧର ବିଶ୍ୱାଳ ଓ ବିକାଶ ପରିଡ଼ା ପ୍ରମୁଖ କହିଛନ୍ତି, ବିଭିନ୍ନ ସମୟରେ ମାଙ୍କଡ଼ମାନେ ଆସିଥାନ୍ତି। ଗୁରୁବାର ପାଖାପାଖି ୩୦ ମାଙ୍କଡ଼ ଏଣେତେଣେ ବୁଲୁଥିଲେ। ମଧ୍ୟାହ୍ନ ପ୍ରାୟ ୧ଟା ବେଳେ ମୁରଲୀଧରଙ୍କ ଘରଠାରୁ ୨୦/୩୦ ଫୁଟ ଦୂର ଅନାବାଦୀ ଜମିରେ ଥିବା ଏକ ବଡ଼ ଚାକୁଣ୍ଡା ଗଛରୁ ମାଙ୍କଡ଼ଟିଏ ଖସିପଡ଼ିଥିଲା। ସେଠାକୁ ଗଲାପରେ ଅନେକ କଥା ଜଣାପଡ଼ିଥିଲା। ତଳେ ପଡ଼ିଥିବା ମାଙ୍କଡ଼ଟିର ପାଟିରୁ ଫେଣ ବାହାରୁଥିବାବେଳେ ତା’ର ମୃତ୍ୟୁ ହୋଇଯାଇଥିଲା। କେତେକ ମାଙ୍କଡ଼ ଗଛରେ ବିଚଳିତ ଅବସ୍ଥାରେ ଡେଉଁଥିଲେ। ଏପରି କି ଗଛର ଗଣ୍ଡି ଓ ଡାଳସନ୍ଧିରେ ଛନ୍ଦା ଏବଂ ମୃତ ଅବସ୍ଥାରେ ଝୁଲୁଥିବା ଅନ୍ୟ ୩ଟି ମାଙ୍କଡ଼ ବଞ୍ଚତ୍ଥିବା ଭାବି ସେମାନଙ୍କ ଚେତା ଫେରାଇ ଆଣିବାକୁ ଏହି ମାଙ୍କଡ଼ମାନେ ଚେଷ୍ଟା କରୁଥିଲେ। ତା’ ପରେ ଗଛରେ ଡେଉଁଥିବା ମାଙ୍କଡ଼ଗୁଡିକ ମଧ୍ୟରୁ ୨ଟି ଧୀରେ ଧୀରେ ଦୁର୍ବଳ ହୋଇ ଘୁମାଇବାକୁ ଲାଗିଥିଲେ। ତା’ର କିଛି ଦୂର ଅନ୍ୟ ଏକ ଚାକୁଣ୍ଡା ଗଛରେ ମଧ୍ୟ ଅନୁରୂପ ଅବସ୍ଥା ଦେଖିବାକୁ ମିଳିଥିଲା। ୪ରୁ ୫ଟି ମାଙ୍କଡ଼ ଘୁମାଉଥିବା ବେଳେ ଅନ୍ୟଗୁଡିକ ସେମାନଙ୍କ ପାଖରେ ପ୍ରଥମେ ଡେଇଁବା ସହ ପରେ ଘୁମାଉଥିବା ଖବର ଲେଖାହେବା ପର୍ଯ୍ୟନ୍ତ ଜଣାପଡ଼ିଛି। ତେବେ କେହି କେହି ମାଙ୍କଡ଼ଙ୍କୁ ମାରିବା ପାଇଁ ଖାଦ୍ୟରେ ବିଷ ଦେଇଥିବା କୁହାଯାଉଛି। ଅନ୍ୟପକ୍ଷେ ବିଲରେ ହୋଇଥିବା ପନିପରିବାରେ କୀଟନାଶକ ପକାଯାଇଥିବାବେଳେ ମାଙ୍କଡ଼ମାନେ ତାହାକୁ ଖାଇ ପ୍ରଥମେ ଅସୁସ୍ଥ ଓ ପରେ ମୃତ୍ୟୁ ମୁଖରେ ପଡ଼ୁଥିବା ସନ୍ଦେହ କରାଯାଉଛି। ନଚେତ କୌଣସି ରୋଗ କାରଣରୁ ଏଭଳି ଘଟିଥିବା ସନ୍ଦେହ ଘନୀଭୂତ ହେଉଛି। ତେବେ ଯାହା ହେଉନା କାହିଁକି ମୃତ ମାଙ୍କଡ଼ଗୁଡିକୁ ଉଦ୍ଧାର ପରେ ବ୍ୟବଛେଦ କରାଗଲେ କାରଣ ଜଣାପଡ଼ିବ ବୋଲି କୁହାଯାଉଛି।


Enter your email to get our daily news in your inbox.

All Right Reserved By Dharitri.Com

ମା’ ହିରାନୀଳା ମହାବିଦ୍ୟାଳୟ: ଯାଞ୍ଚ ପରେ ସମସ୍ତ ପ୍ରାର୍ଥତ୍ପତ୍ର ନାକଚ, କାହିଁକି ଜାଣନ୍ତୁ…

ଲାଞ୍ଜିଗଡ଼,୧୦ା୧୦(ରମେଶ ଚନ୍ଦ୍ର ନାୟକ): କଳାହାଣ୍ଡି ଜିଲା ଲାଞ୍ଜିଗଡ଼ ବ୍ଲକ ବିଶ୍ୱନାଥପୁର ମା’ ହିରାନୀଳା ଡିଗ୍ରୀ ମହାବିଦ୍ୟାଳୟରେ ଛାତ୍ରସଂସଦ ନିର୍ବାଚନ ପାଇଁ ପ୍ରାର୍ଥତ୍ପତ୍ର ଯାଞ୍ଚ ପ୍ରକ୍ରିୟା ପରେ ଏକ…

ସାବିତ୍ରୀ ମହିଳା ମହାବିଦ୍ୟାଳୟର ୩୫ ପ୍ରାର୍ଥିନୀ ନିର୍ଦ୍ୱନ୍ଦ୍ୱରେ ନିର୍ବାଚିତ

ଭଞ୍ଜନଗର, ୧୦।୧୦ (ବାବୁଲା ପ୍ରଧାନ): ଛାତ୍ର ସଂସଦ ନିର୍ବାଚନରେ ଶନିବାର ପ୍ରାର୍ଥିପତ୍ର ପ୍ରତ୍ୟାହାର ପରେ ଅପରାହ୍ଣ ୩ଟାରେ ଚୂଡ଼ାନ୍ତ ପ୍ରାର୍ଥୀ ତାଲିକା ପ୍ରକାଶ ପାଇଛି। ଗଞ୍ଜାମ ଜିଲ୍ଲା…

ଭୁବନେଶ୍ୱର କୁମାରଙ୍କ ପ୍ରତ୍ୟାବର୍ତ୍ତନ ଉପରେ ମହମ୍ମଦ ସାମି ଦେଲେ ଏମିତି ବୟାନ ସମସସ୍ତେ ଆଶ୍ଚର୍ଯ୍ୟ

ନୂଆଦିଲ୍ଲୀ,୧୦।୧୦: ନ୍ୟୁଜିଲ୍ୟାଣ୍ଡ ବିପକ୍ଷ ପାଞ୍ଚ ମ୍ୟାଚ ବିଶିଷ୍ଟ ଟି-୨୦ ସିରିଜ ପାଇଁ ଭୁବନେଶ୍ୱର କୁମାର ଚାରି ବର୍ଷ ପରେ ଭାରତୀୟ ଦଳକୁ ଫେରିଛନ୍ତି। ଅନ୍ୟପକ୍ଷରେ, ମହମ୍ମଦ ସାମି…

CJP ବିକ୍ଷୋଭ ମଧ୍ୟରେ ୩ ପୂର୍ବତନ ମୁଖ୍ୟମନ୍ତ୍ରୀ ଅଟକ, ଭାଜପା କହିଲା…

ନୂଆଦିଲ୍ଲୀ,୧୦।୧୦: ମୁଖ୍ୟ ନିର୍ବାଚନ କମିଶନର ଜ୍ଞାନେଶ କୁମାରଙ୍କ ବିରୋଧରେ ହୋଇଥିବା ଏକ ବିକ୍ଷୋଭ ସମୟରେ ମମତା ବାନାର୍ଜୀ, ଅରବିନ୍ଦ କେଜରିୱାଲ ଏବଂ ପି. ବିଜୟନଙ୍କ ସମେତ ଅନେକ…

ସୁନ୍ଦରଗଡ଼ ୱାଟରସେଡ୍ ପିଡି ପ୍ରସନ୍ନ ପାତ୍ର ଗିରଫ: ଆୟଠାରୁ ୨୦୪% ଅଧିକ ସମ୍ପତ୍ତି

ସୁନ୍ଦରଗଡ଼, ୧୦।୧୦ (ଜୟ ନାରାୟଣ ମେଣ୍ଡୁଳି): ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ମାମଲାରେ ସୁନ୍ଦରଗଡ଼ ମୃତ୍ତିକା ସଂରକ୍ଷଣ ଉପନିର୍ଦ୍ଦେଶକ ତଥା ଜଳବିଭାଜିକା ପ୍ରକଳ୍ପ ନିର୍ଦ୍ଦେଶକ (ୱାଟରସେଡ୍ ପିଡି)…

‘ଯୋଗ୍ୟ ହିତାଧିକାରୀଙ୍କ ନିକଟରେ ପହଞ୍ଚିବ ସରକାରୀ ସେବା’

ଭଞ୍ଜନଗର,୧୦ା୧୦(ବାବୁଲା ପ୍ରଧାନ): ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଶାସନର ୨୫ ବର୍ଷ ପୂର୍ତ୍ତି ଅବସରରେ ଗତ ସେପ୍ଟେମ୍ବର ୧୭ରୁ ଏକ ମାସ ବ୍ୟାପୀ ସେବା ସଂକଳ୍ପ ଅଭିଯାନ ଆରମ୍ଭ…

ଖେମୁଣ୍ଡି କଲେଜ ଛାତ୍ର ସଂସଦ ନିର୍ବାଚନ: ବିଭିନ୍ନ ପଦବୀ ପାଇଁ ମଇଦାନ ରେ ୧୪ ପ୍ରାର୍ଥୀ , ଦ୍ବିି – ମୁଖି ପ୍ରତିଦ୍ବନ୍ଦିତା

ଦିଗପହଣ୍ଡି,୧୦|୧୦(ଅଶେଷ ନାଥ ମିଶ୍ର)ଗଞ୍ଜାମ ଜିଲା ଦିଗପହଣ୍ଡି ସ୍ଥିତ ଖେମୁଣ୍ଡି କଲେଜ ରେ ଦୀର୍ଘ ୮ ବର୍ଷ ପରେ ଛାତ୍ର ସଂସଦ ନିର୍ବାଚନ ହେଉଥିବାରୁ ଛାତ୍ରୀ ଛାତ୍ର ଙ୍କ…

ନ୍ୟାଶନାଲ ବୁକ୍‌ ଅଫ୍‌ ରେକର୍ଡସରେ ସ୍ଥାନ ପାଇଲେ ଛତ୍ରପୁର ଝିଅ ଶୁଭସ୍ମିତା

ଛତ୍ରପୁର,୧୦ା୧୦(ଦିଲ୍ଲୀପ ସାମଲ/ଦ୍ୱାରିକା ପଟ୍ଟନାୟକ): ଗଞ୍ଜାମ ଜିଲା ଛତ୍ରପୁର ଦେବୀନଗର ସାହିର ଯୁବ ଚିତ୍ରଶିଳ୍ପୀ ତଥା ଲେଖିକା ଶୁଭସ୍ମିତା ପଣ୍ଡା ନିଜର ଅନନ୍ୟ କଳାପ୍ରତିଭା ପାଇଁ ନ୍ୟାଶନାଲ ବୁକ୍‌…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?