ଅର୍ଥ ଚିନ୍ତା

ବିଶ୍ୱବ୍ୟାଙ୍କ ଜୁନ୍‌ ୨୦୨୦ରେ ଏକ ରିପୋର୍ଟ ପ୍ରକାଶ କରିଥିଲା ଯେ କୋଭିଡ୍‌-୧୯ ଯୋଗୁ ବିଶ୍ୱ ଭୟଙ୍କର ମାନ୍ଦାବସ୍ଥା ଦେଇ ଗତି କରିବ, ଯେଉଁଥିରେ ଲୋକଙ୍କ ମୁଣ୍ଡପିଛା ଆୟ କମିଯିବ ଏବଂ ଲକ୍ଷ ଲକ୍ଷ ଲୋକ ଦାରିଦ୍ର୍ୟ ଭିତରକୁ ଠେଲି ହୋଇଯିବେ। ଫଳରେ ୨୦୨୦ରେ ବିଶ୍ୱ ଅର୍ଥନୀତି ୫.୨ ପ୍ରତିଶତ ସଙ୍କୁଚିତ ହୋଇଯିବ। ଦ୍ୱିତୀୟ ବିଶ୍ୱଯୁଦ୍ଧ ପରେ ଏହା ସବୁଠାରୁ ବିଶ୍ୱବ୍ୟାପୀ ଆର୍ଥିକ ମାନ୍ଦାବସ୍ଥା ଆଣିଦେବ ବୋଲି ଏହି ବ୍ୟାଙ୍କ ସତର୍କବାଣୀ ଶୁଣାଇଥିଲା। ଭାରତୀୟ ଅର୍ଥନୀତିକୁ ଲକ୍ଷ୍ୟ କରି ଏହି ଅନ୍ତର୍ଜାତୀୟ ବ୍ୟାଙ୍କ ଆକଳନ କରିଥିଲା ଯେ, ଦେଶର ମୋଟ ଘରୋଇ ଉତ୍ପାଦ (ଜିଡିପି) ୨୦୨୦-୨୧ ଆର୍ଥିକ ବର୍ଷରେ ୩.୨ ପ୍ରତିଶତ କମିଯିବ। ଅନ୍ତର୍ଜାତୀୟ ମୁଦ୍ରା ପାଣ୍ଠି (ଆଇଏମ୍‌ଏଫ୍‌) ଜାନୁୟାରୀ ୨୦୨୦ରେ ଭାରତର ଅଭିବୃଦ୍ଧି ହାର ୫.୮ ପ୍ରଦର୍ଶନ କରିଥିବା ବେଳେ ଜୁନ୍‌ରେ ଏହାକୁ ୧.୯ ପ୍ରତିଶତକୁ କମାଇ ଦେଇଥିଲା। ଏବେ ଅନ୍ତର୍ଜାତୀୟ ବିତ୍ତୀୟ ସଙ୍ଗଠନଗୁଡ଼ିକର ଆକଳନ ଅନେକାଂଶରେ ସତ୍ୟ ପାଲଟିବାକୁ ଲାଗିଲାଣି। ଜାତୀୟ ପରିସଂଖ୍ୟାନ କାର୍ଯ୍ୟାଳୟ (ଏନ୍‌ଏସ୍‌ଓ) ୩୧ ଅଗଷ୍ଟ ୨୦୨୦ ସନ୍ଧ୍ୟାରେ ପ୍ରକାଶ କରିଥିବା ତଥ୍ୟ ଅନୁଯାୟୀ ଏପ୍ରିଲ-ଜୁନ୍‌ (ପ୍ରଥମ) ତ୍ରୈମାସରେ ଜିଡିପି ୨୩.୯ ପ୍ରତିଶତ ହ୍ରାସ ପାଇଛି। ୧୯୯୬ରେ ତ୍ରୈମାସିକ ତଥ୍ୟ ପ୍ରଦାନ ଲାଗି ବ୍ୟବସ୍ଥା କରାଯିବା ପରଠାରୁ ଏହା ସବୁଠାରୁ ଖରାପ ବୋଲି କୁହାଯାଉଛି।
ଉପରବର୍ଣ୍ଣିତ ପରିସଂଖ୍ୟାନକୁ ଦେଖି ସାଧାରଣ ନାଗରିକ ସମ୍ଭବତଃ ଅନେକ ବିଷୟରେ କିଛି ବୁଝି ନ ପାରେ। କିନ୍ତୁ ସେ ନିଜ ଜୀବନରେ ଭୋଗୁଥିବା ଦୁର୍ଦ୍ଦଶାରୁ ଅର୍ଥନୀତି ଖରାପ ସ୍ଥିତିରେ ଥିବା ବାସ୍ତବ ଅନୁଭବଟିଏ ପାଇପାରୁଥିବ। ଯେଉଁଭଳି ଭାବରେ ନିତିଦିନ ତୈଳଦର ବୃଦ୍ଧି ପାଉଛି, ସେଥିରୁ ସ୍ପଷ୍ଟ ଜଣାପଡୁଛି ଯେ ଆଜିର ସରକାର ତା’ର ଆର୍ଥିକ ସ୍ଥିତିରେ ସମ୍ପୂର୍ଣ୍ଣ ବାଟବଣା ହୋଇଯାଇଛି। ଗତ କିଛିଦିନ ହେବ ଲାଗିରହିଥିବା ସାମଗ୍ରୀ ଓ ସେବା ଟିକସ (ଜିଏସ୍‌ଟି) ସମ୍ପର୍କରେ ଗଣମାଧ୍ୟମରେ ଆଲୋଚନା ଦର୍ଶାଯାଉଛି ଯେ, ରାଜସ୍ବ ସଂଗ୍ରହ ମାଡ଼
ଖାଇଯାଇଥିବାରୁ ସାଧାରଣ ନାଗରିକଙ୍କଠାରୁ ଅସାଧାରଣ ଓ ଅବିଚାରିତ ପନ୍ଥାରେ ଟିକସ ଆଦାୟ କରାଯାଉଛି। ଓଡ଼ିଆରେ ଢଗ ‘ବୋଝ ଉପରେ ନଳିତା ବିଡ଼ା’ ଭଳି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ତାଙ୍କ ‘ମନ୍‌ କୀ ବାତ୍‌’ ଭାଷଣରେ ଏବେ ଭାରତକୁ କଣ୍ଢେଇ କାରଖାନା କରିବେ ବୋଲି କହିଲେଣି। ଏହି ଚିନ୍ତାକୁ ବିରୋଧ କରିବା ଉଚିତ୍‌ ନୁହେଁ। କିନ୍ତୁ ସବୁଦିନ ସକାଳୁ ଭିନ୍ନ ଚିନ୍ତାଧାରା ପୋଷଣ କରାଯିବା ଫଳରେ କୌଣସି ଗୋଟିଏ କାର୍ଯ୍ୟକ୍ରମ ସଫଳତାର ସହ ରୂପାୟନ ହୋଇପାରୁ ନାହିଁ। ସେଥିପାଇଁ ମନେହେଉଛି ଯେପରି ଲୋକଙ୍କୁ ବିଭିନ୍ନ ଚିନ୍ତା ଫୋପାଡ଼ି ବାଉଳା କରିବାର କାର୍ଯ୍ୟକ୍ରମ ଆରମ୍ଭ ହୋଇଗଲାଣି। କୌତୂହଳର ବିଷୟ ହେଉଛି ଯେ ୩ ଅକ୍ଟୋବର ୨୦୧୪ ବିଜୟା ଦଶମୀ ଦିନ ଆରମ୍ଭ ହୋଇଥିବା ପ୍ରଧାନମନ୍ତ୍ରୀ ମୋଦିଙ୍କ ମନ୍‌ କୀ ବାତ୍‌ କାର୍ଯ୍ୟକ୍ରମର ୬୮ତମ ଅଧ୍ୟାୟ ରବିବାର, ୩୦ ଅଗଷ୍ଟରେ ପ୍ରସାରିତ ହୋଇଥିଲା। ୩୧ ଅଗଷ୍ଟ ସନ୍ଧ୍ୟା ସୁଦ୍ଧା ପୂର୍ବାପେକ୍ଷା ଏହା ସର୍ବାଧିକ ୫ ଲକ୍ଷ ଡିସ୍‌ଲାଇକ୍‌ (ନାପସନ୍ଦ) ପାଇଛି। ଏହା ମଧ୍ୟ ସମାଲୋଚନାଯୋଗ୍ୟ ନୁହେଁ। କିନ୍ତୁ ବମ୍ବେର ସିନେମା ଜଗତରେ ଜବରଦସ୍ତ ପ୍ରବେଶ କରି ନିଜର କାୟା ବିସ୍ତାର କରିବାକୁ ଚେଷ୍ଟିତ ଏକ ରାଜନୈତିକ ଚିନ୍ତାଧାରା ଭାରତୀୟ ଦର୍ଶକଙ୍କୁ ଏହିଭଳି ଡିସ୍‌ଲାଇକ୍‌ କରିବାକୁ ନିକଟରେ ଶିଖାଇଲା। ଯେଉଁଥିପାଇଁ ଆଲିଆ ଭଟ୍ଟଙ୍କ ‘ସଡକ୍‌-୨’ ସିନେମାର ଟ୍ରେଲର ଚଳଚ୍ଚିତ୍ର ଜଗତ ଇତିହାସରେ ସର୍ବାଧିକ ଡିସ୍‌ଲାଇକ୍‌ ପାଇଛି। ଏହାର କାରଣ ବିହାର ନିର୍ବାଚନ, ସୁଶାନ୍ତ ସିଂ ରାଜପୁତଙ୍କ ଆତ୍ମହତ୍ୟା ଏବଂ ଭାଜପା ବିରୋଧୀ ମହାରାଷ୍ଟ୍ର ସରକାରଙ୍କୁ ଅପଦସ୍ଥ କରାଇବା ସହ ଜଡ଼ିତ।
୮ ନଭେମ୍ବର ୨୦୧୬ରେ ବିମୁଦ୍ରୀକରଣ କରାଯିବା ପରେ ସାଧାରଣ ଲୋକଙ୍କୁ କୁହାଯାଇଥିଲା ଯେ, ଧନୀମାନଙ୍କ କଳାଧନକୁ ଧରିବାରେ ଏହି ଅର୍ଥନୈତିକ ଅସ୍ତ୍ର ମୁଖ୍ୟ ଭୂମିକା ନିର୍ବାହ କରିବ। ହେଲେ ସେବେଠାରୁ ସାଧାରଣ ଲୋକଙ୍କଠାରୁ ମଧ୍ୟମବର୍ଗଙ୍କ ଆର୍ଥିକ ସ୍ଥିତି କିଭଳି ଦୁର୍ବଳ ହୋଇଗଲା ସମସ୍ତେ ଅନୁଭବ କରିଥିବେ। ସେହିପରି ଜୁଲାଇ ୨୦୧୭ରେ ଜିଏସ୍‌ଟି ପ୍ରଚଳନ ହୋଇଥିଲେ ମଧ୍ୟ ଏହା ତା’ର ମୂଳଲକ୍ଷ୍ୟ ପୂରଣ କରିବାରେ ସମର୍ଥ ହୋଇପାରିନାହିଁ। ସଦ୍ୟ ଆକଳନ କରାଗଲାଣି ଯେ, ଜିଏସ୍‌ଟି ସଂଗ୍ରହ ଅଢ଼େଇ ଲକ୍ଷ କୋଟି ଟଙ୍କା କମିବ ଏବଂ ରାଜ୍ୟଗୁଡ଼ିକୁ କ୍ଷତିପୂରଣ ଦେବା ଲାଗି ୩ ଲକ୍ଷ କୋଟି ଟଙ୍କା ନଅଣ୍ଟ ପଡ଼ିବ। ଅବଶ୍ୟ ଅର୍ଥନୀତିର ଏହି ବିଷମ ସ୍ଥିତି ପାଇଁ କୋଭିଡ୍‌-୧୯ ଅନ୍ୟତମ ପ୍ରମୁଖ ଭୂମିକା ନିଭେଇଛି।
ଆଜିର ସ୍ଥିତି ଦେଖିଲେ କ୍ଷୁଦ୍ର ଶିଳ୍ପ ଓ ଅସଙ୍ଗଠିତ କ୍ଷେତ୍ର ସବୁଠାରୁ ଅଧିକ କ୍ଷତିଗ୍ରସ୍ତ ହୋଇଛନ୍ତି। ଖାଉଟି ଚାହିଦା କମିଯିବା ଯୋଗୁ ଉତ୍ପାଦନ ହ୍ରାସ ପାଇବା, ବିଭିନ୍ନ କ୍ଷେତ୍ରରେ ପୁଞ୍ଜି ବିନିଯୋଗ ଦୁର୍ବଳ ହେବା, ନିର୍ମାଣ, ପର୍ଯ୍ୟଟନ ଓ ପରିବହନ କ୍ଷେତ୍ର ସମ୍ପୂର୍ଣ୍ଣ ଧୂଳିସାତ୍‌ ହେବା ଏବଂ ସର୍ବଉପରେ କୃଷି କ୍ଷେତ୍ର ମଧ୍ୟ ଘୋର ପ୍ରଭାବିତ ହୋଇଛି। ପୁଣି କେତେକ ରାଜ୍ୟ ଲକ୍‌ଡାଉନ୍‌ ସମୟସୀମା ଅଗଷ୍ଟ ଯାଏ ବଢ଼ାଇ ଦେବାରୁ ସ୍ଥିତି ବିଗିଡ଼ିଯାଇଛି। ବ୍ୟାଙ୍କଗୁଡ଼ିକ ୬ ମାସ ମୋରାଟୋରିୟମ୍‌ ଲାଗୁ କରିଦେବା ଫଳରେ ଖିଲାପକାରୀଙ୍କ ସଂଖ୍ୟା ବଢ଼ିଯାଇଛି। ଏହା ଦ୍ୱାରା ଦୁଇ ପ୍ରକାର କ୍ଷତି ଘଟିଛି। ଗୋଟିଏପଟେ ବ୍ୟାଙ୍କ ଅର୍ଥ ପାଇପାରୁନାହିଁ ଏବଂ ଅନ୍ୟପଟେ ନୂଆ ଋଣ ଦେବାକୁ ସକ୍ଷମ ହେଉ ନାହିଁ। ବ୍ୟାଙ୍କର ଏହି ସ୍ଥିତି ଆଜି ନୂଆ ନୁହେଁ, ମୋଦିଙ୍କ ନେତୃତ୍ୱାଧୀନ ଭାଜପା ସରକାରର ପ୍ରଥମ ୫ ବର୍ଷରେ ବ୍ୟାଙ୍କ୍‌ ସଂସ୍କାର ଥିଲା ମୂଳ ଲକ୍ଷ୍ୟ। କିନ୍ତୁ ଏହି ସରକାରର ଚରିତ୍ର ଦେଖିଲେ କୌଣସି ଗୋଟିଏ କାର୍ଯ୍ୟକ୍ରମକୁ ସିଦ୍ଧାନ୍ତରେ ପହଞ୍ଚାଇବା ପାଇଁ ଚେଷ୍ଟା କରାଯାଉ ନାହିଁ। ସେଥିପାଇଁ ଦୀର୍ଘ ୬ ବର୍ଷରୁ ଊର୍ଦ୍ଧ୍ୱ ସମୟ ମଧ୍ୟରେ ଭାରତର ବ୍ୟାଙ୍କିଙ୍ଗ୍‌ ବ୍ୟବସ୍ଥା ସହ ଅର୍ଥନୀତି ସୁଦୃଢ଼ ହେବା ପରିବର୍ତ୍ତେ ଦୁର୍ବଳ ହୋଇଯାଇଛି।


Enter your email to get our daily news in your inbox.

All Right Reserved By Dharitri.Com

୯/୧୧ ପରବର୍ତ୍ତୀ ଯୁଦ୍ଧ

ଆଉ ଦିନ କେଇଟା ପରେ ସେପ୍ଟେମ୍ୱର ୧୧ ଆକ୍ରମଣକୁ ୨୫ ବର୍ଷ ହୋଇଯିବ। ଆମେରିକୀୟମାନେ ଶୋକ ପ୍ରକାଶ କରିବେ ଏବଂ ଅନ୍ୟ ଏକ ଯୁଦ୍ଧ ଯୋଗୁ ସେମାନଙ୍କ…

କୁଆଡ଼େ ଗଲା ପ୍ରତିଯୋଗିତା

ରତ ଏକ ଉଦାରୀକୃତ ଓ ପ୍ରତିଯୋଗିତାମୂଳକ ଅର୍ଥନୀତି ଦିଗରେ ଆଗକୁ ବଢୁଛି ବୋଲି ଦୀର୍ଘଦିନ ଧରି କୁହାଯାଉଛି। କିନ୍ତୁ ସାମ୍ପ୍ରତିକ ତଥ୍ୟ ଓ ଅଧ୍ୟୟନ ଏହି ଧାରଣା…

ବିକାଶୋନ୍ମୁଖୀ ଭାରତର ଦୁଃଖ

ଉତ୍ତର-ପୂର୍ବାଞ୍ଚଳ ରାଜ୍ୟ ଅରୁଣାଚଳ ପ୍ରଦେଶର ପ୍ରାୟ ୫୦ କିଲୋମିଟର ଅଞ୍ଚଳ ମଧ୍ୟକୁ ଚାଇନା ଅନୁପ୍ରବେଶ କରିସାରିଲାଣି। ଏକଥା କହିଛନ୍ତିି ରାଜ୍ୟର ଭାଜପା ସାଂସଦ ତାପିର ଗାଓ ା…

ଇସ୍ତଫାର ରାଜନୈତିକ ରଙ୍ଗ

ଆଇଏଏସ୍‌ ଅଫିସର ଦିବ୍ୟା ମିତ୍ତଲ ୧୩ ବର୍ଷ ଚାକିରି କରିବା ପରେ ଉତ୍ତର ପ୍ରଦେଶର ଆଗାମୀ ନିର୍ବାଚନର ମାତ୍ର କିଛି ମାସ ପୂର୍ବରୁ ଦେଇଥିବା ଇସ୍ତଫାକୁ ନେଇ…

ଏଇ ଭାରତରେ

ଘରୁ ବାଇକରେ ବାହାରକୁ ଯାଇଥିବା ଦୁଇ ପୁଅ ରାସ୍ତାରେ ଦୁର୍ଘଟଣାର ସମ୍ମୁଖୀନ ହୋଇ ବଡ଼ପୁଅର ମୃତ୍ୟୁ ହେଲା ଏବଂ ସାନ ବଞ୍ଚିଗଲେ। ଏହା ହେଉଛି ୨୦୧୫ର ଘଟଣା।…

ଋଣ ଅଧିକାର ନୁହେଁ

ନିକଟରେ ବାଇଶ ହଜାର କୋଟି ଋଣ ପରିଶୋଧ ପାଇଁ ସାଢ଼େ ଛଅ କୋଟି ଅସୁଲି, ତାହା ସାରା ଭାରତରେ ସର୍ବସାଧାରଣରେ ଏକ ଆଲୋଚ୍ୟର ବିଷୟ ହୋଇଛି। ଅନେକେ…

ସମ୍ଭବାମି ଯୁଗେ ଯୁଗେ

ଅବତାର ମନୁଷ୍ୟକୁ ତା’ର ନିଜତ୍ୱ ଦେଖାଇବାକୁ ଓ ତା’ର ଜନ୍ମଗତ ଅଧିକାର ଆତ୍ମାନନ୍ଦକୁ ଫେରାଇ ଆଣିବାକୁ ଧରାପୃଷ୍ଠରେ ବାରମ୍ବାର ଜନ୍ମଗ୍ରହଣ କରନ୍ତି। ତାଙ୍କୁ ବାରମ୍ବାର ଏ ପୃଥିବୀରେ…

ସହଯୋଗ ଅଭାବ

ବିଶ୍ୱ ବ୍ୟବସ୍ଥାରେ ୧୯୪୫ ପରେ ପରିବର୍ତ୍ତନ ଘଟିଚାଲିଛି । ବ୍ୟବସ୍ଥାର ମୁଖ୍ୟ ସ୍ତମ୍ଭ କୁହାଯାଉଥିବା ମାନବାଧିକାର ପ୍ରତି ସମର୍ଥନ, ଏକାଧିକ ଦେଶର ସହଯୋଗ, ଆଇନର ଶାସନ, ମାନବୀୟ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri