Posted inଖେଳ

ସଙ୍କଟରେ ରାଇନାଙ୍କ ସିଏସ୍‌କେ କ୍ୟାରିୟର

ଦୁବାଇ, ୧ା୯: ଚଳିତ ବର୍ଷର ଇଣ୍ଡିଆନ ପ୍ରିମିୟର ଲିଗ୍‌ (ଆଇପିଏଲ) ୟୁନାଇଟେଡ ଆରବ ଏମିରେଟ୍ସ (ୟୁଏଇ)ରେ ହେବାକୁ ଯାଉଛି। ବିଭିନ୍ନ ଦଳର ଖେଳାଳିମାନେ ସେଠାରେ ପହଞ୍ଚତ୍ବା ପରେ କରୋନା କଟକଣା ଜନିତ କ୍ୱାରାଣ୍ଟାଇନ୍‌ ଅବଧି ଶେଷ କରି ଅଭ୍ୟାସ ଆରମ୍ଭ କରିଛନ୍ତି। ମାତ୍ର ଲିଗ୍‌ ଆରମ୍ଭ ପୂର୍ବରୁ ତାରକା ଖେଳାଳି ସୁରେଶ ରାଇନାଙ୍କ ଗୃହ ପ୍ରତ୍ୟାବର୍ତ୍ତନ ଚେନ୍ନାଇ ସୁପରକିଙ୍ଗ୍ସ(ସିଏସ୍‌କେ) ପାଇଁ ଶକ୍ତ ଧକ୍କା ସଦୃଶ ହୋଇଛି। ଏଥିପାଇଁ ରାଇନା ବ୍ୟକ୍ତିଗତ କାରଣ ଥିବା ଦର୍ଶାଇଥିଲେ ହେଁ ଏପରି ନିଷ୍ପତ୍ତି ଯୋଗୁ ସିଏସକେରେ ରାଇନାଙ୍କ କ୍ୟାରିୟର ଶେଷ ହୋଇପାରେ ବୋଲି ଏକ ରିପୋର୍ଟରୁ ପ୍ରକାଶ। ସିଏସକେ ଟିମ୍‌ ଦୁବାଇରେ ଅବସ୍ଥାନ କରୁଛି। ଦୁଇ ମୁଖ୍ୟ ଖେଳାଳି ଦୀପକ ଚହର ଓ ଋତୁରାଜ ଗାଏକ୍ୱାଡଙ୍କୁ ମିଶାଇ ଦଳର ୧୩ ସଦସ୍ୟ କରୋନା ଭାଇରସରେ ସଂକ୍ରମିତ ହୋଇଛନ୍ତି। ରାଇନାଙ୍କ ଆଇପିଏଲରୁ ଓହରିବାର ଏହା ଏକ କାରଣ ହୋଇପାରେ ବୋଲି ଆଲୋଚନା ହେଉଛି। ଅନ୍ୟପକ୍ଷରେ କ୍ୱାରାଣ୍ଟାଇନ୍‌ ସମୟରେ ୩୨ ବର୍ଷୀୟ ରାଇନାଙ୍କ ବ୍ୟବହାରରେ ଟିମ୍‌ ମ୍ୟାନେଜମେଣ୍ଟ ଖୁସି ନ ଥିବା ଜଣାଯାଇଛି। ଯାହାକି ସିଏସକେ ମାଲିକ ତଥା ପୂର୍ବତନ ବିସିସିଆଇ ସଭାପତି ଏନ. ଶ୍ରୀନିବାସନଙ୍କୁ କ୍ରୋଧାନ୍ବିତ କରିଥିଲା। ସିଏସକେର କୋଚ୍‌, ଅଧିନାୟକ ଓ ମ୍ୟାନେଜରଙ୍କ ପାଇଁ ସ୍ବତନ୍ତ୍ର ରୁମ୍‌ର ବ୍ୟବସ୍ଥା କରାଯାଇଥିଲା। ଫ୍ରାଞ୍ଚାଇଜ୍‌ ରହୁଥିବା ହାଟେଲରେ ରାଇନାଙ୍କୁ ମଧ୍ୟ ଏକ ରୁମ୍‌ ଦିଆ ଯାଇଥିଲା। ମାତ୍ର ସେହି ରୁମ୍‌ରେ ବାଲକୋନି ନ ଥିଲା। ଏଥିରେ ରାଇନା ସନ୍ତୁଷ୍ଟ ନ ଥିଲେ। ମାତ୍ର ଭାରତ ଫେରିଯିବା ପାଇଁ ନିଷ୍ପତ୍ତି ନେବାପାଇଁ ଏହା ପର୍ଯ୍ୟାପ୍ତ କାରଣ ହୋଇ ନ ପାରେ। ଏହା ବ୍ୟତିରେକେ ଆଉ କିଛି କାରଣ ଥାଇପାରେ ବୋଲି ରିପୋର୍ଟରେ ପ୍ରକାଶ କରିଛି। ଏପରିକି ରାଇନା ଜୈବ-ସୁରକ୍ଷିତ ନିୟମ ଭଙ୍ଗ କରିଥିବା ନେଇ ମଧ୍ୟ ଆଲୋଚନା ହେଉଛି। ଏପରି ସ୍ଥିତିରେ ରାଇନା କେବଳ ଚଳିତ ସିଜନରୁ ଓହରିଛନ୍ତି ତା’ ନୁହେଁ ୨୦୨୧ ଏପ୍ରିଲରୁ ଆରମ୍ଭ ହେଉଥିବା ଆଗାମୀ ସିଜନରେ ମଧ୍ୟ ସିଏସକେ ଦଳରେ ସ୍ଥାନ ପାଇବା ସମ୍ଭାବନା କମ୍‌। ଜଣେ ଅବସରପ୍ରାପ୍ତ ଖେଳାଳି ସିଧାସଳଖ ସିଏସକେ ଦଳରେ ସ୍ଥାନ ନେବା ନଜିର ନାହିଁ। ତେଣୁ ସମ୍ଭବତଃ ରାଇନା ନିଲାମ ମାଧ୍ୟମରେ ଆଗାମୀ ସିଜନରେ କୌଣସି ଦଳକୁ ଯାଇପାରନ୍ତି। ସେ ଚଳିତ ସିଜନରେ ଦଳ ପାଇଁ ଉପଲବ୍ଧ ହେବେ ନାହିଁ ବୋଲି ସିଏସ୍‌କେ ପକ୍ଷରୁ ପ୍ରକାଶ କରାଯାଇଥିଲେ ହେଁ ତାଙ୍କ ବଦଳ ଖେଳାଳି ପାଇଁ ଅନୁରୋଧ କରାଯାଇନାହିଁ। ଅପ୍ୟପକ୍ଷରେ ଋତୁରାଜ ଶୀଘ୍ର ସୁସ୍ଥ ହୋଇ ଦଳକୁ ଫେରିବେ ବୋଲି ଏହି ଫ୍ରାଞ୍ଚାଇଜ୍‌ ଆଶାବାଦୀ ଅଛି। ଅଧିନାୟକ ମହେନ୍ଦ୍ର ସିଂ ଧୋନୀ ଓ କୋଚ୍‌ ଷ୍ଟିଫେନ୍‌ ଫ୍ଲେମିଂ ଋତୁରାଜଙ୍କୁ ନେଇ ରଣନୀତି ପ୍ରସ୍ତୁତ କରୁଥିବା ଉକ୍ତ ରିପୋର୍ଟରୁ ପ୍ରକାଶ। ରାଇନା ୧୬୪ ମ୍ୟାଚରୁ ସିଏସ୍‌କେ ପକ୍ଷରୁ ସର୍ବାଧିକ ୪୫୨୭ ରନ ସ୍କୋର କରିଛନ୍ତି। ଆଇପିଏଲ ଇତିହାସରେ ସେ ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋର(ଆରସିବି) ଅଧିନାୟକ ବିରାଟ କୋହଲି(୫୪୧୨)ଙ୍କ ପଛକୁ ଦ୍ୱିତୀୟ ସର୍ବାଧିକ ରନ ସଂଗ୍ରହକାରୀ ଅଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଦୟାକରି ଘରକୁ ଫେରିଯାଅ…ଆନ୍ଦୋଳନରତ ଛାତ୍ରଛାତ୍ରୀମାନଙ୍କୁ ସଲମାନ କଲେ ଏଭଳି ଅପିଲ୍‌

ନୂଆଦିଲ୍ଲୀ: ଦିଲ୍ଲୀ ଜନ୍ତରମନ୍ତରରେ ଚାଲିଥିବା ଛାତ୍ର ଆନ୍ଦୋଳନ ଏବଂ ପେପର୍ ଲିକ୍ ପ୍ରସଙ୍ଗକୁ ନେଇ ବଲିଉଡ୍ ଅଭିନେତା ସଲମାନ ଖନ୍ ପୁଣିଥରେ ଏକ ଗୁରୁତ୍ୱପୂର୍ଣ୍ଣ ସୋସିଆଲ ମିଡିଆ…

ସଂସଦରେ ସ୍ପଷ୍ଟ କଲେ କେନ୍ଦ୍ର ସରକାର, ଆଉ ଫେରିବ ନାହିଁ ଇଥାନଲ୍‌ମୁକ୍ତ ପେଟ୍ରୋଲ

ନୂଆଦିଲ୍ଲୀ,୨୩ା୭: ଆଉ କୌଣସି ପରିସ୍ଥିତିରେ ବିନା ଇଥାନଲ୍‌ ପେଟ୍ରୋଲ ଫେରିବ ନାହିଁ । ପେଟ୍ରୋଲରେ ୨୦ ପ୍ରତିଶତ ଏଥାନଲ୍ ମିଶ୍ରଣ (E20) ଏକ ସୁରକ୍ଷିତ, ସ୍ୱଚ୍ଛ ଏବଂ…

ଦିଲ୍ଲୀ ତାତି ବରଗଡ଼ରେ: ଗାନ୍ଧୀଛକରେ କଂଗ୍ରେସର ବିକ୍ଷୋଭ ସହ ମୋଦୀ-ଶାହ-ଧର୍ମେନ୍ଦ୍ରଙ୍କ କୁଶପୁତ୍ତଳିକା ଦାହ

ବରଗଡ଼, ୨୩ା୭(ପ୍ରେମାନନ୍ଦ ଖମାରୀ): ଦିଲ୍ଲୀ ଜନ୍ତରମନ୍ତରରେ ଚାଲିଥିବା ଛାତ୍ର ଆନ୍ଦୋଳନ ଉପରେ ପୋଲିସର ଦମନଲୀଳା ଏବଂ ଶୀର୍ଷ ନେତୃବୃନ୍ଦଙ୍କ ଗିରଫଦାରୀ ପ୍ରତିବାଦରେ ଗୁରୁବାର ସନ୍ଧ୍ୟାରେ ବରଗଡ଼ ଜିଲା…

ଜନ୍ତର ମନ୍ତର ଅନ୍ଦୋଳନକୁ ନେଇ ଗୃହ ମନ୍ତ୍ରଣାଳୟର ବଡ଼ ନିର୍ଦ୍ଦେଶ: ଏସବୁ ଅଞ୍ଚଳରେ ବନ୍ଦ ହେବ ମୋବାଇଲ ଇଣ୍ଟରନେଟ ସେବା

ନୂଆଦିଲ୍ଲୀ,୨୩।୭: ଗୃହ ମନ୍ତ୍ରଣାଳୟ ଜନ୍ତର ମନ୍ତର ସମ୍ପର୍କରେ ଏକ ଗୁରୁତ୍ୱପୂର୍ଣ୍ଣ ନିର୍ଦ୍ଦେଶ ଜାରି କରିଛି। ଚାଲିଥିବା ପ୍ରତିବାଦକୁ ଦୃଷ୍ଟିରେ ରଖି, ସରକାର ନିର୍ଦ୍ଦେଶ ଦେଇଛନ୍ତି ଯେ ଜନ୍ତର…

ଛାତ୍ର ଆନ୍ଦୋଳନକୁ ନେଇ ମୁହଁ ଖୋଲିଲେ କ୍ରିକେଟର ଭଗବାନ, ବାପାଙ୍କୁ ମନେ ପକାଇ କହିଲେ…

ନୂଆଦିଲ୍ଲୀ,୨୩।୭: NEET-UG ପେପର୍‌ ଲିକ ନେଇ ବିବାଦ ତୀବ୍ର ହେବାରେ ଲାଗିଛି। CJP ଦେଶବ୍ୟାପୀ ପ୍ରତିବାଦ ଘୋଷଣା କରିଛନ୍ତି ଏବଂ ଛାତ୍ରୀଛାତ୍ରମାନଙ୍କୁ ଅଂଶଗ୍ରହଣ କରିବାକୁ ଆହ୍ବାନ କରିଛନ୍ତି।…

ଗୌତମ ଗମ୍ଭୀର ପ୍ରଶିକ୍ଷକ ପଦ ଛାଡିବା ପରେ ପ୍ରଥମ ମ୍ୟାଚ ଜିତିଲେ ଅଧିନାୟକ ଶ୍ରେୟସ ଆୟର

ନୂଆଦିଲ୍ଲୀ,୨୩।୭: ପ୍ରଥମ ଟି-୨୦ ମ୍ୟାଚରେ ଭାରତୀୟ ଦଳ ଜିମ୍ବାୱେକୁ ୭ ୱିକେଟରେ ପରାସ୍ତ କରିଛି। ଶ୍ରେୟସ ଆୟରଙ୍କ ଅଧିନାୟକତ୍ୱରେ ଏହା ଟି-୨୦ ଦଳର ପ୍ରଥମ ବିଜୟ। ଉଲ୍ଲେଖନୀୟ…

ସୂର୍ଯ୍ୟବଂଶୀଙ୍କ ବିସ୍ଫୋରକ ବ୍ୟାଟିଂ, ପ୍ରଥମ ଟି୨୦ ଜିତିଲା ଭାରତ

ହରାରେ,୨୩ା୭: ବୋଲରଙ୍କ ପ୍ରଭାବୀ ପ୍ରଦର୍ଶନ ଏବଂ ବଭବ ସୂର୍ଯ୍ୟବଂଶୀଙ୍କ ବିସ୍ଫୋରକ ଅର୍ଦ୍ଧଶତକ ବଳରେ ଭାରତ ୭ ଉଇକେଟରେ ଜିମ୍ବାଓ୍ବେକୁ ପରାସ୍ତ କରିଛି। ଟି୨୦ ମ୍ୟାଚ୍‌ରେ ଭାରତୀୟ ଦଳର…

‘ଧର୍ମେନ୍ଦ୍ର ପ୍ରଧାନଙ୍କ ଇସ୍ତଫା ନିଅନ୍ତୁ, ନଚେତ୍ କଥା ଆପଣଙ୍କ ଇସ୍ତଫା ପର୍ଯ୍ୟନ୍ତ ଯିବ’: ପ୍ରଧାନମନ୍ତ୍ରୀ ମୋଦିଙ୍କୁ ଖୋଲା ଚେତାବନୀ ଦେଲେ…

ନୂଆଦିଲ୍ଲୀ,୨୩ା୭: କକ୍ରୋଚ ଜନତା ପାର୍ଟି (ସିଜେପି)ର ସଂସ୍ଥାପକ ଅଭିଜିତ ଦୀପକେ ଗୁରୁବାର କେନ୍ଦ୍ରର ନରେନ୍ଦ୍ର ମୋଦି ସରକାରଙ୍କୁ କଡ଼ା ସମାଲୋଚନା କରିଛନ୍ତି। ଦିଲ୍ଲୀର ଜନ୍ତରମନ୍ତରକୁ ଏକ ‘ୱାର୍…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri