Posted inଖେଳ

‘ଚେସ୍‌ ଅଲିମ୍ପିଆଡରେ ସ୍ବର୍ଣ୍ଣ ଏକ ମ୍ୟାଜିକ ମୁହୂର୍ତ୍ତ’

ଚେନ୍ନାଇ, ୧ା୯ (ପି.ଟି.): ଭାରତ ଓ ରୁଷିଆ ୨୦୨୦ ଅନ୍‌ଲାଇନ୍‌ ଚେସ୍‌ ଅଲିମ୍ପିଆଡରେ ଯୁଗ୍ମ ବିଜେତା ଘୋଷିତ ହୋଇଛନ୍ତି। ଭାରତୀୟ ଚେସ୍‌ ପାଇଁ ଏହା ଏକ ମ୍ୟାଜିକ ମୁହୂର୍ତ୍ତ ବୋଲି କିମ୍ବଦନ୍ତୀ ଖେଳାଳି ବିଶ୍ୱନାଥନ ଆନନ୍ଦ ଓ ମହିଳା ବିଭାଗରେ ଦେଶର ନମ୍ବରଓ୍ବାନ କୋନେରୁ ହମ୍ପି ପ୍ରକାଶ କରିଛନ୍ତି। ଭାରତ ପ୍ରଥମଥରପାଇଁ ଚେସ୍‌ ଅଲିମ୍ପିଆଡ ସ୍ବର୍ଣ୍ଣ ପଦକ ପାଇଛି। ଚେସ୍‌ର ପ୍ରସାର ଦିଗରେ ଏହା ସହାୟକ ହେବ ବୋଲି ଉଭୟ ଖେଳାଳି ପ୍ରକାଶ କରିଛନ୍ତି।
ପ୍ରତିଯୋଗିତାର ଫାଇନାଲ ଅବସରରେ ସର୍ଭରରେ ଯାନ୍ତ୍ରିକ ତ୍ରୁଟି ଦେଖା ଦେଇଥିଲା। ଫଳରେ ଭାରତର ନିହାଲ ସରିନ ଓ ଦିବ୍ୟା ଦେଶମୁଖ ସେମାନଙ୍କ ଗେମ୍‌ ହାରିଯାଇଥିବା ଦର୍ଶା ଯାଇଥିଲା ଏବଂ ରୁଷିଆକୁ ବିଜେତା ଘୋଷଣା କରାଯାଇଥିଲା। ମାତ୍ର ଭାରତ ଏହି ବିବାଦୀୟ ନିଷ୍ପତ୍ତିର ପ୍ରତିବାଦ କରିବାରୁ ରିଭ୍ୟୁ କରାଯାଇ ଉଭୟ ଦଳକୁ ଯୁଗ୍ମବିଜେତା ଘୋଷଣା କରାଗଲା। ”ଏହି ଟୁର୍ନାମେଣ୍ଟ ମୋ ପାଇଁ ଏକ ସ୍ବପ୍ନଭଳି ଥିଲା। ମୋ ଲାଗି ଏହା ଏକ ସ୍ବତନ୍ତ୍ର ସ୍ବର୍ଣ୍ଣ ପଦକ ଏବଂ ଯୁବ ଖେଳାଳିଙ୍କ ପାଇଁ ମ୍ୟାଜିକାଲ ମୁହୂର୍ତ୍ତ“ ବୋଲି ଅନ୍ୟ ୧୧ ଭାରତୀୟ ଖେଳାଳିଙ୍କ ଉପସ୍ଥିତିରେ ଅନ୍‌ଲାଇନ୍‌ରେ ଗଣମାଧ୍ୟମ ପ୍ରତିନିଧିଙ୍କ ସହିତ ଭାବବିନିମୟ ଅବସରରେ ଆନନ୍ଦ ପ୍ରକାଶ କରିଛନ୍ତି। ଚେସ୍‌ ଅଲିମ୍ପିଆଡରେ ପ୍ରଥମ ସ୍ବର୍ଣ୍ଣ ଭାରତରେ ଅନେକ କିଛି ନୂଆ ଧାରାର ଆରମ୍ଭ କରିବ ବୋଲି ସେ ଆଶା ପ୍ରକାଶ କରିଛନ୍ତି। ୨୦୧୪ରେ ଭାରତୀୟ ଦଳ ବ୍ରୋଞ୍ଜ ପଦକ ପାଇଥିଲା। ଏହା ଭାରତର ଶ୍ରେଷ୍ଠ ପ୍ରଦର୍ଶନ ହୋଇ ରହିଥିଲା। ଯୁବ ଖେଳାଳିମାନେ ପ୍ରତିଯୋଗିତାରେ ଚମତ୍କାର ପ୍ରଦର୍ଶନ କଲେ। ଭାରତୀୟ ଚେସ୍‌ର ଗଭୀରତାକୁ ଏହା ସୂଚାଉଛି। ଏହା ନିଶ୍ଚିତ ଉପରେ ଚେସ୍‌ପ୍ରତି ସରକାରଙ୍କ ମନୋଭାବ ଉପରେ ସକାରାତ୍ମକ ପ୍ରଭାବ ପକାଇବ ବୋଲି ଆନନ୍ଦ ଆଶାବ୍ୟକ୍ତ କରିଛନ୍ତି।
ବିଶ୍ୱ ର଼୍ୟାପିଡ୍‌ ଚେସ୍‌ ଚାମ୍ପିୟନ ହମ୍ପିଙ୍କ ମତରେ ଭାରତୀୟ ଚେସ୍‌ ପାଇଁ ଏହା ଏକ ସ୍ବର୍ଣ୍ଣିମ ମୁହୂର୍ତ୍ତ। ନିହାଲ ସରିନ, ଆର. ପ୍ରଜ୍ଞାନାନନ୍ଦ, ଭାନ୍ତିକା ବହୁତ ଭଲ ପ୍ରଦର୍ଶନ କଲେ। ମୋଟାମୋଟି ଭାବେ ଏହା ଏକ ଚମତ୍କାର ଟିମ୍‌ଓ୍ବର୍କ ଥିଲା। ମିକ୍ସଡ ଟିମ୍‌ର ଆମକୁ ଫାଇଦା ମିଳିଲା। ”ଅନ୍‌ଲାଇନ୍‌ ଚେସ୍‌ ଖେଳିବାରେ ମୋର ଅଭିଜ୍ଞତା ନ ଥିଲା। ବୋର୍ଡରେ ଖେଳିବାକୁ ମୁଁ ସହଜ ମନେକରେ। କରୋନା ସଂକ୍ରମଣ ଆମକୁ ଅନ୍‌ଲାଇନ୍‌ରେ ଖେଳିବା ଉପରେ ଫୋକସ କରିବାକୁ ବାଧ୍ୟ କରିଛି। ଏହା ଏକ ଭିନ୍ନ ଅନୁଭବ। ଧୀରେଧୀରେ ଆମେ ଏହି ଢାଞ୍ଚାରେ ପଡ଼ିଯିବୁ“ ବୋଲି ହମ୍ପି କହିଛନ୍ତି। ସମସ୍ତ ଖେଳାଳିଙ୍କ ଅବଦାନ ଯୋଗୁ ଭାରତ ଏପରି ଏକ ସଫଳତା ପାଇଲା ବୋଲି ଟିମ୍‌ କ୍ୟାପଟେନ ଭିଦିଥ ଗୁଜରାଟି ପ୍ରକାଶ କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

Posted inଖେଳ View All

ବିଶ୍ୱର ୪ ନମ୍ବର ଯୋଡ଼ିକୁ ହରାଇ ସାତ୍ତ୍ୱିକ-ଚିରାଗ ଜିତିଲେ ଚାଇନା ମାଷ୍ଟର୍ସ ଟାଇଟଲ

ଶେନ୍‌ଝେନ୍‌,୬ା୯:ଭାରତର ଷ୍ଟାର ପୁରୁଷ ଡବଲ୍ସ ଖେଳାଳି ସାତ୍ତ୍ୱିକସାଇରାଜ ରାଙ୍କିରେଡ୍ଡୀ ଓ ଚିରାଗ ଶେଟ୍ଟି ୩ ଗେମ୍‌ ବିଶିଷ୍ଟ ଏକ ରୋମାଞ୍ଚକ ଫାଇନାଲରେ ଚାଇନାର ହି ଜି ତିଙ୍ଗ୍‌…

ପାକ୍‌ ଖେଳାଳିଙ୍କ ଫୋନ୍‌ ଜବତ କଲା ପିସିବି, କାହିଁକି ଜାଣନ୍ତୁ…

ଲଣ୍ଡନ,୬ା୯: ପାକିସ୍ତାନର ସମସ୍ୟାପୂର୍ଣ୍ଣ ଇଂଲଣ୍ଡ ଟୁର ଏକ ଅପ୍ରତ୍ୟାଶିତ ମୋଡ଼ ନେଇଛି। ଏଜବାଷ୍ଟନଠାରେ ଇଂଲଣ୍ଡ ବିପକ୍ଷ ଅନ୍ତିମ ତଥା ତୃତୀୟ ଟେଷ୍ଟ ପୂର୍ବରୁ ଜାତୀୟ ଦଳର କିଛି…

ଟିମ୍‌ରୁ ବାଦ ପଡ଼ିବାର ରହସ୍ୟ ଖୋଲିଲେ ରାଇନା, କୋହଲିଙ୍କ ଅଧିନାୟକତ୍ୱକୁ ନେଇ କହିଲେ ବଡ଼ କଥା

ନୂଆଦିଲ୍ଲୀ,୬।୯: ଭାରତୀୟ କ୍ରିକେଟ୍ ଦଳର ପୂର୍ବତନ ଷ୍ଟାର୍ ବ୍ୟାଟର ସୁରେଶ ରାଇନା ଟିମ୍ ଇଣ୍ଡିଆରୁ ବାଦ ପଡ଼ିବାକୁ ନେଇ ବଡ଼ ବୟାନ ଦେଇଛନ୍ତି। ବିରାଟ କୋହଲି ଭାରତୀୟ…

ପାକିସ୍ତାନୀ ଖେଳାଳିଙ୍କ ଫୋନ ଜବତ କଲା PCB; ମ୍ୟାଚ ଫିକ୍ସିଂ ସନ୍ଦେହ? ଉଠିଲାଣି ପ୍ରଶ୍ନ

ଇସଲାମାବାଦ,୬।୯: ପାକିସ୍ତାନ କ୍ରିକେଟ ବୋର୍ଡ (PCB) ସମ୍ପ୍ରତି ଏପରି ନିଷ୍ପତ୍ତି ନେଇଛି ଯାହାକୁ ନେଇ ବିଶ୍ୱବ୍ୟାପୀ ହାସ୍ୟରସ ସୃଷ୍ଟି ହୋଇଛି। ଏବେ, ଇଂଲଣ୍ଡ ଗସ୍ତ ସମୟରେ ଆଉ…

ରୋନାଲ୍ଡୋ-ମେସିଙ୍କୁ ନେଇ ଇତିହାସରେ ପ୍ରଥମ ଥର ଘଟିବାକୁ ଯାଉଛି ଏମିତି ଘଟଣା, ଅପେକ୍ଷାରେ ପ୍ରଶଂସକ

ନୂଆଦିଲ୍ଲୀ,୬।୯: ପର୍ତ୍ତୁଗାଲର କ୍ରିଷ୍ଟିଆନୋ ରୋନାଲ୍ଡୋ ଏବଂ ଆର୍ଜେଣ୍ଟିନାର ଲିଓନେଲ ମେସି ଫୁଟବଲ ଜଗତର ଦୁଇ କିମ୍ବଦନ୍ତୀ ତାରକା। ପ୍ରାୟ 15 ବର୍ଷ ଧରି, ସେମାନଙ୍କର ପ୍ରତିଦ୍ୱନ୍ଦ୍ୱିତା ବିଶ୍ୱ…

ବୈଭବ ସୂର୍ଯ୍ୟବଂଶୀଙ୍କ ନାଁରେ ପୁଣି ଲଜ୍ଜାଜନକ ରେକର୍ଡ!

ନୂଆଦିଲ୍ଲୀ,୬।୯: ୨୦୨୬ ଦୁଲୀପ ଟ୍ରଫି ଫାଇନାଲର ପ୍ରଥମ ଇନିଂସରେ ବୈଭବ ସୂର୍ଯ୍ୟବଂଶୀ ଅର୍ଦ୍ଧଶତକରୁ ବଞ୍ଚିତ ହୋଇଥିଲେ ଏବଂ ୧୫ତମ ଓଭରରେ ୪୪ ରନ କରି ଆଉଟ ହୋଇଥିଲେ।…

ମହମ୍ମଦ ଶାମିଙ୍କୁ ନେଇ ଆସିଲା ବଡ଼ ଖବର, ଚୟନକର୍ତ୍ତାଙ୍କ ନଜର ଦୁଲୀପ ଟ୍ରଫି ଫାଇନାଲ ଉପରେ

ନୂଆଦିଲ୍ଲୀ,୬।୯: ଅଭିଜ୍ଞ ଭାରତୀୟ ଦ୍ରୁତ ବୋଲର ମହମ୍ମଦ ଶାମିଙ୍କ ODI ଦଳକୁ ଫେରିବା ପାଇଁ ପଥ ଖୋଲିପାରେ। ଭାରତ ସେପ୍ଟେମ୍ବର 27 ରୁ ୱେଷ୍ଟଇଣ୍ଡିଜ ବିପକ୍ଷରେ ଏକ…

ପାକିସ୍ତାନକୁ ହରାଇ ଭାରତର ଲଗାତର ତୃତୀୟ ବିଜୟ

ଦୁବାଇ,୫ା୯: ମହିଳା ଏସିଆ କପ୍‌ ଟି୨୦ ପ୍ରତିଯୋଗିତାରେ ଶନିବାର ଅନୁଷ୍ଠିତ ମ୍ୟାଚ୍‌ରେ ଭାରତ ୭ ଉଇକେଟରେ ପାକିସ୍ତାନକୁ ପରାସ୍ତ କରିଛି। ପୂର୍ବରୁ ସେମିଫାଇନାଲରେ ସ୍ଥାନ ପକ୍କା କରିଥିବା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri