Posted inଜାତୀୟ

୫୧ ଏମ୍‌ପି-୭୧ ଏମଏଲଏ-ଏମଏଲସିଙ୍କ ବିରୋଧରେ ମନି ଲଣ୍ଡରିଂ ମାମଲା…

ନୂଆଦିଲ୍ଲୀ,୧୫।୧୧ : ସୁପ୍ରିମକୋର୍ଟରେ ଦାଖଲ ହୋଇଥିବା ଏକ ରିପୋର୍ଟରେ ଦର୍ଶାଯାଇଛି ଯେ ୫୧ ପୂର୍ବତନ ତଥା ସିଟିଂ ଏମ୍‌ପି ଏନଫୋର୍ସମେଣ୍ଟ ନିର୍ଦ୍ଦେଶାଳୟ (ଇଡି) ଦ୍ୱାରା ମନି ଲଣ୍ଡରିଂ ଆକ୍ଟ ମାମଲାର ସମ୍ମୁଖୀନ ହେଉଛନ୍ତି। ତେବେ ଏଥିମଧ୍ୟରୁ କେତେଜଣ ସିଟିଂ ତଥା ପୂର୍ବତନ ଏମ୍‌ପି ରହିଛନ୍ତି ତାହା ରିପୋର୍ଟରେ ଉଲ୍ଲେଖ କରାଯାଇ ନାହିଁ।

ଏମ୍‌ପି ତଥା ବିଧାୟକଙ୍କ ବିରୋଧରେ ଥିବା ଅପରାଧିକ ମାମଲାର ଶୀଘ୍ର ସମାଧାନ ପାଇଁ ବରିଷ୍ଠ ଓକିଲ ବିଜୟ ହାନସରିଆଙ୍କୁ ଆମିକସ କ୍ୟୁରି ଭାବରେ ନିଯୁକ୍ତ କରାଯାଇଛି। ସେ ଏ ବାବଦରେ କୋର୍ଟଙ୍କୁ ସୂଚନା ଦେଇଛନ୍ତି।

କୋର୍ଟରେ ଦାଖଲ ହୋଇଥିବା ରିପୋର୍ଟରେ ଏହା ମଧ୍ୟ ଦର୍ଶାଯାଇଛି ଯେ ୭୧ ଜଣ ବିଧାୟକ ଏବଂ ବିଧାନ ପରିଷଦର ସଦସ୍ୟ (ଏମଏଲସି)ଙ୍କ ବିରୋଧରେ ମଧ୍ୟ ମନି ଲଣ୍ଡରିଂ ଆକ୍ଟ, ୨୦୦୨ ଅନୁଯାୟୀ ମାମଲାରେ ଅଭିଯୁକ୍ତ ଅଛନ୍ତି। ଷ୍ଟାଟସ ରିପୋର୍ଟରେ ଦର୍ଶାଯାଇଛି ଯେ କେନ୍ଦ୍ରୀୟ ଅନୁସନ୍ଧାନ ବ୍ୟୁରୋ (ସିବିଆଇ) ଦ୍ୱାରା ପଞ୍ଜୀକୃତ ହୋଇଥିବା ୧୨୧ଟି ମାମଲା ପୂର୍ବତନ ତଥା ସିଟିଂ ଏମ୍‌ ପି ତଥା ବିଧାୟକଙ୍କ ବିରୋଧରେ ବିଚାରାଧୀନ ଅଛି।

ଆଇନଜୀବୀ ଅଶ୍ୱିନୀ ଉପାଧ୍ୟାୟଙ୍କ ପକ୍ଷରୁ ସର୍ବୋଚ୍ଚ ନ୍ୟାୟାଳୟରେ ଏକ ପିଟିଶନ ଦାଖଲ କରାଯାଇଥିଲା। ଏଥିରେ ଏମ୍‌ପିଙ୍କ ବିରୋଧରେ ମାମଲାର ଶୀଘ୍ର ଶୁଣାଣି ସୁନିଶ୍ଚିତ କରିବାକୁ ଦାବି କରାଯାଇଥିଲା। ଅଶ୍ୱିନୀ ଉପାଧ୍ୟାୟଙ୍କ ଆବେଦନ ଉପରେ ତ୍ୱରିତ ତଦନ୍ତ ସୁନିଶ୍ଚିତ କରିବାକୁ ସର୍ବୋଚ୍ଚ ନ୍ୟାୟାଳୟ ମଧ୍ୟ ସିବିଆଇ ଏବଂ ଅନ୍ୟାନ୍ୟ ଏଜେନ୍ସିମାନଙ୍କୁ ନିର୍ଦ୍ଦେଶ ଦେଇଛନ୍ତି।

ବରିଷ୍ଠ ଆଡଭୋକେଟ ବିଜୟ ହାନସରିଆ ସର୍ବୋଚ୍ଚ ନ୍ୟାୟାଳୟଙ୍କୁ କହିଛନ୍ତି ଯେ ନିର୍ଦ୍ଦେଶର ନିୟମିତ ତଦାରଖ ସତ୍ତ୍ୱେ ଏମ୍‌ପି ଓ ବିଧାୟକଙ୍କ ବିରୋଧରେ ବହୁ ସଂଖ୍ୟକ ଅପରାଧିକ ମାମଲା ବିଚାରାଧୀନ ଅଛି। ସେଥି ମଧ୍ୟରୁ ବହୁ ମାମଲା ପାଞ୍ଚ ବର୍ଷରୁ ଅଧିକ ସମୟ ଧରି ବିଚାରାଧୀନ ଅଛି।

ପାଞ୍ଚ ବର୍ଷରୁ ଅଧିକ ସମୟ ବିଚାରାଧୀନ ଏମ୍‌ପି ତଥା ବିଧାୟକଙ୍କ ବିରୋଧରେ ଅପରାଧିକ ମାମଲା ତଥା ସେମାନଙ୍କ ଶୀଘ୍ର ସମାଧାନ ପାଇଁ ନିଆଯାଇଥିବା ପଦକ୍ଷେପ ସମ୍ପର୍କରେ ସୂଚନା ପ୍ରଦାନ କରିବାକୁ ସର୍ବୋଚ୍ଚ ଅଦାଲତ ପୂର୍ବରୁ ନିର୍ଦ୍ଦେଶ ଦେଇଥିଲେ।

୧୦ ଅଗଷ୍ଟ ୨୦୨୧ ରେ ସୁପ୍ରିମକୋର୍ଟ ମଧ୍ୟ ଏହାର ଆଦେଶରେ ପରିବର୍ତ୍ତନ କରିଥିଲେ। ଏଥିରେ କୁହାଯାଇଥିଲା ଯେ ଆଇନଜୀବୀଙ୍କ ବିରୋଧରେ ମାମଲା ଶୁଣାଣି କରୁଥିବା ନ୍ୟାୟିକ ଅଧିକାରୀଙ୍କୁ କୋର୍ଟଙ୍କ ଅନୁମତି ବିନା ପରିବର୍ତ୍ତନ କରାଯିବା ଉଚିତ ନୁହେଁ।


Enter your email to get our daily news in your inbox.

All Right Reserved By Dharitri.Com

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ଜଳ ପ୍ରପାତ

ସାନଘାଗରା ଜଳପ୍ରପାତ କେନ୍ଦୁଝର ସହରଠାରୁ ମାତ୍ର ୬ କି.ମି. ଦୂରରେ ରହିଛି ସାନଘାଘରା ଜଳପ୍ରପାତ। ସାନମାଛ କାନ୍ଦଣା ନଦୀର ଜଳ ଏଠାରେ ତଳକୁ ବିରାଟକାୟ ସ୍ରୋତରେ କଚାଡ଼ି…

ଭୁବନେଶ୍ୱର ଫୁଲ ଦୋକାନ

ଫର୍ନସ ଏନ୍‌ ପେଟାଲ୍‌ସ   ଏହା ରାଜଧାନୀର ଏକ ବଡ଼ ଫୁଲ ଦୋକାନ ଭାବେ ପରିଗଣିତ। ୧୧ବର୍ଷ ତଳେ ପ୍ରଥମ କରି ଶହୀଦନଗରରେ ଆରମ୍ଭ ହୋଇଥିଲା। ବର୍ତ୍ତମାନ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱର ଜିମ

କଳିଙ୍ଗ ଫିଟନେସ୍‌ ଜୟଦେବ ବିହାର ରୋଡ ବିଜୁ ପଟ୍ଟନାୟକ କଲେଜ ନିକଟରେ ରହିଛି କଳିଙ୍ଗ ଫିଟନେସ ଜିମ୍‌। ୪ବର୍ଷ ତଳେ ଖୋଲାଯାଇଥିବା ଏହି ଜିମ୍‌ରେ ସବୁ ପ୍ରକାର…

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ପର୍ଯ୍ୟଟନସ୍ଥଳ

ସପ୍ତଶଯ୍ୟା ଢେଙ୍କାନାଳ ଜିଲାରେ ଅବସ୍ଥିତ ସପ୍ତଶଯ୍ୟା ପର୍ଯ୍ୟଟନ ସ୍ଥଳ ସାତ ପାହାଡ଼, ଝରଣା ଏବଂ ଜଙ୍ଗଲରେ ପରିପୂର୍ଣ୍ଣ। ଏଠାରେ ରହିଛି ଶ୍ରୀରାମଙ୍କ ମନ୍ଦିର। ସପ୍ତଶଯ୍ୟାର ଶୀତଳ ପରିବେଶ…

କଟକ ଦହିବରା ଆଳୁଦମ

ବାରବାଟୀ ଷ୍ଟାଡିୟମର ରମେଶ ଗୋଛି ସକାଳ ୭ଟାରୁ ଆରମ୍ଭ କରି ରାତି ୧୦ଟା ଯାଏ ବାରବାଟୀ ଷ୍ଟାଡିୟମ ନିକଟରେ ରମେଶଙ୍କ ଷ୍ଟଲ ଖୋଲିଥାଏ। ପରିବାରର ସବୁ ସଦସ୍ୟ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱରର ପାର୍କ

ମହାତ୍ମା ଗାନ୍ଧୀ ପାର୍କ ପାର୍କଟି ଜୟଦେବ ବିହାରସ୍ଥିତ ନନ୍ଦନକାନନ ରୋଡ୍‌ର ଜନତା ମଇଦାନ ନିକଟରେ ଅବସ୍ଥିତ। ପାର୍କ ଭିତରେ ମହାତ୍ମା ଗାନ୍ଧୀଙ୍କ ପ୍ରାର୍ଥନା କରୁଥିବା ମୁଦ୍ରାରେ ମୂର୍ତ୍ତି…

ଶ୍ରେଷ୍ଠ ପାଞ୍ଚ ପୁରୀର ମଠ

ହାତୀ ଆଖଡ଼ା ମଠ ପୁରୀ ବଳଗଣ୍ଡି ନିକଟରେ ବଡ଼ଦାଣ୍ଡର ମୁଖ୍ୟ ରାସ୍ତାରେ ହାତୀ ଆଖଡା ମଠ ଅବସ୍ଥିତ। ଶ୍ରୀରାମାନନ୍ଦୀ ସମ୍ପ୍ରଦାୟର ନିର୍ବାଣୀ ଆଖଡା ରୂପେ ଏହା ପରିଚିତ।…

ଶ୍ରେଷ୍ଠ ପାଞ୍ଚ ଓଡ଼ିଶାର ପ୍ରସିଦ୍ଧ ଶୈବପୀଠ

ହରିଶଙ୍କର ବଲାଙ୍ଗୀରଠାରୁ ୮୦ କି.ମି. ଦୂରରେ ଗନ୍ଧମାର୍ଦ୍ଦନ ପର୍ବତ ପାଦଦେଶରେ ଅବସ୍ଥିତ ପ୍ରସିଦ୍ଧ ତୀର୍ଥ ତଥା ଶୈବପୀଠ ହରିଶଙ୍କର। ଏଠାକାର ମନ୍ଦିରର ପରିବେଶ ଏବଂ ଆକର୍ଷଣୀୟ ଝରଣା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?