ସରକାରୀ ନିଯୁକ୍ତିରେ ‘ମନି ଫର୍‌ ଜବ୍‌’ ର଼୍ୟାକେଟ୍‌: ଭାଜପା

ଭୁବନେଶ୍ବର, ୨୫ା୭(ସୁନିତ୍‌ ମିଶ୍ର):ଓଡ଼ିଶା ଷ୍ଟାଫ୍‌ ସିଲେକଶନ ଦ୍ୱାରା ହୋଇଥିବା ଜେଇଇ ସିଭିଲ ମେନ୍‌ ପରୀକ୍ଷା ପ୍ରଶ୍ନପତ୍ର ପରୀକ୍ଷା ଆଗରୁ ପ୍ରଘଟ ହୋଇଥିବା କଥା ପ୍ରମାଣିତ କରୁଛି ଯେ, ଓଡ଼ିଶାରେ ସରକାରୀ ନିଯୁକ୍ତିରେ ‘ମନି ଫର୍‌ ଜବ୍‌’ ର଼୍ୟାକେଟ୍‌ କାମ କରୁଛି ା ଏହି ଆପରାଧିକ ଘଟଣାରେ କେବଳ କିଛି ଦଲାଲଙ୍କୁ ଗିରଫ କରାଯାଇଛି। ବାଲେଶ୍ୱର ଜିଲା ଏସ୍‌ପିଙ୍କ ବୟାନ ପ୍ରମାଣ କରିସାରିଲାଣି ଯେ, ଦଲାଲମାନେ ପରୀକ୍ଷା ଆଗରୁ ଅସଲି ପ୍ରଶ୍ନପତ୍ର ପାଇଥିଲେ ା ଏବେ ଓଡ଼ିଶା ଷ୍ଟାଫ୍‌ ସିଲେକଶନ ସେହି ପରୀକ୍ଷା ବାତିଲ କରିଛନ୍ତି। ଏହା କରିବା ପାଇଁ ଆଇନତଃ ସେମାନେ ବାଧ୍ୟ। କିନ୍ତୁ ସେହି ଦଲାଲମାନେ କିଭଳି ଆଗୁଆ ପ୍ରଶ୍ନପତ୍ର ପାଇଲେ, ସେମାନଙ୍କୁ ସରକାରଙ୍କ କେଉଁ ବଡ଼ବଡ଼ିଆ ଅଧିକାରୀମାନେ ପ୍ରଶ୍ନପତ୍ର ଯୋଗାଇଥିଲେ ଏହା ଉପରେ କାହିଁକି ତଦନ୍ତ ହେଉନାହିଁ ବୋଲି ଭାଜପା ପ୍ରଶ୍ନ କରିଛି।
ଭାଜପା ନେତା ଅନିଲ ବିଶ୍ୱାଳ ଏକ ପ୍ରେସ୍‌ ବିଜ୍ଞପ୍ତି ଜରିଆରେ କହିଛନ୍ତି ଯେ, ବିନା ସରକାରୀ ସମ୍ପୃକ୍ତିରେ ଏହା କିଭଳି ସମ୍ଭବ ହୋଇପାରିବ। କେବଳ ଦଲାଲଙ୍କୁ କାହିଁକି ଗିରଫ କରାଗଲା, ଓଡ଼ିଶା ଷ୍ଟାଫ୍‌ ସିଲେକଶନର କୌଣସି ଅଧିକାରୀ, କର୍ମଚାରୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ କାହିଁକି ହେଲାନାହିଁ। ଓଡ଼ିଶାରେ ବର୍ତ୍ତମାନ ଓପିଏସ୍‌ସି, ଓଏସ୍‌ଏସ୍‌ସି ପରିଚାଳନା କରୁଥିବା ସମସ୍ତ ସରକାରୀ ନିଯୁକ୍ତିରେ ଅନିୟମିତତା, ପ୍ରଶ୍ନପତ୍ର ଖୋଲା ବଜାରରେ ନିଲାମ ହେବା ଭଳି ଘଟଣା ସାମ୍ନାକୁ ଆସୁଛି ା ‘ନବୀନ ଓଡ଼ିଶା’ରେ ପଇସା ନେଇ ସରକାରୀ ଚାକିରି ବିକ୍ରି କରାଯାଏ ବୋଲି ଆମ ରାଜ୍ୟର ଚାକିରି ଆଶାୟୀ ଲକ୍ଷ ଲକ୍ଷ ଯୁବତୀ, ଯୁବକମାନେ ଏବେ ଭାବିବା ପାଇଁ ବାଧ୍ୟ ହେଲେଣି। ଯଦି ପରୀକ୍ଷା ହେବାର ୬ ଦିନ ଆଗରୁ ‘୧୦ ଲକ୍ଷ ଟଙ୍କା ଦିଅ ପ୍ରଶ୍ନପତ୍ର ନିଅ’ ବୋଲି ଅଭିଯୋଗ ଆସିଥିଲା ତେବେ ସେହି ପରୀକ୍ଷାକୁ କେଉଁ ପରିସ୍ଥିତିରେ କରିବା ପାଇଁ ଦିଆଗଲା ତାହା ତଦନ୍ତସାପେକ୍ଷ। ନିଯୁକ୍ତି କ୍ଷେତ୍ରରେ ଦୁର୍ନୀତି ରୋକିବା ହେଉଛି ରାଜ୍ୟ ପୋଲିସର କାମ, ଯାହା ଗୃହ ବିଭାଗ ଅଧୀନରେ ଆସୁଛି ବୋଲି ଅନିଲ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଲଗାଣ ବର୍ଷାରେ ଧୋଇଗଲା ନିର୍ମାଣାଧୀନ ରିଂ ରୋଡ୍‌: କାମ ନସରୁଣୁ ରାସ୍ତାର ସ୍ଥାୟିତ୍ୱକୁ ନେଇ ଉଠିଲା ପ୍ରଶ୍ନବାଚୀ

ବରଗଡ଼, ୭।୭ (ପ୍ରେମାନନ୍ଦ ଖମାରୀ): ପ୍ରଥମ ବର୍ଷାରେ ହିଁ ଖୋଲିଯାଇଛି ବିକାଶର ଅସଲ ଚେହେରା। ବରଗଡ଼ ସହର ଉପକଣ୍ଠ ଜୀରା ନଦୀ ପାର୍ଶ୍ୱରେ ଚାଲିଥିବା ବହୁ ପ୍ରତୀକ୍ଷିତ…

ଘେଁସ୍ କଲେଜର ନାମ ବଦଳିଲା: ସ୍ୱାଧୀନତା ସଂଗ୍ରାମୀ ଶହୀଦ ମାଧୋ ସିଂହଙ୍କ ନାମରେ ହେଲା ନାମିତ

ବରଗଡ଼, ୭।୭(ପ୍ରେମାନନ୍ଦ ଖମାରୀ): ବରଗଡ଼ ଜିଲା ସୋହେଲା ବ୍ଲକ ଅନ୍ତର୍ଗତ ଘେଁସ୍ ସ୍ଥିତ ‘ଘେଁସ୍ କଲେଜ’ର ନାମ ସୋମବାରଠାରୁ ଆନୁଷ୍ଠାନିକ ଭାବେ ବଦଳିଛି। ଏହି ଅଞ୍ଚଳର ମହାନ…

ପ୍ରଧାନଶିକ୍ଷକ ମାଗିଲେ ଫେବର, DWOଙ୍କୁ ଗୁହାରି କଲେ ୩ ମହିଳା କର୍ମଚାରୀ

ଭବାନୀପାଟଣା, ୭।୭ (ଉତ୍ତମ କୁମାର ଦାଶ): କଳାହାଣ୍ଡି ଜିଲା ମଦନପୁର ସରକାରୀ ଏସଏସଡି  ସ୍କୁଲର ପ୍ରଧାନ ଶିକ୍ଷକଙ୍କ ନାମରେ ଏକ ସାଂଘାତିକ ଅଭିଯୋଗ ସାମ୍ନାକୁ ଆସିଛି। ସ୍କୁଲର…

ଫୁଲବାଣୀରୁ ବ୍ରହ୍ମପୁର ଯାଉଥିଲା ଗୁରୁତର ରୋଗୀ, ଘନ ଜଙ୍ଗଲ ଭିତରେ ଅଚଳ ହୋଇଗଲା ୧୦୮ ଆମ୍ବୁଲାନ୍ସ,;ଆଉ ତା’ ପରେ…

ଭଞ୍ଜନଗର,୭।୭ (ବାବୁଲା ପ୍ରଧାନ): ରାଜ୍ୟରେ ବିପର୍ଯ୍ୟସ୍ତ ସ୍ୱାସ୍ଥ୍ୟ ସେବାର ଆଉ ଏକ ବିକଳ ଚିତ୍ର ସାମ୍ନାକୁ ଆସିଛି। ଜଣେ ଗୁରୁତର ରୋଗୀଙ୍କୁ ମେଡିକାଲ ନେବା ସମୟରେ ଅଧା…

ପ୍ରଶାସନିକ ସ୍ତରରେ ବଡ଼ ଅଦଳବଦଳ: କେନ୍ଦୁଝର ଜିଲାର ୧୧ ପଞ୍ଚାୟତ କାର୍ଯ୍ୟନିର୍ବାହୀ ଅଧିକାରୀଙ୍କ ବଦଳି

ବଞ୍ଚୋ, ୭।୭(ପ୍ରଦୋଷ କୁମାର ବିଶ୍ୱାଳ ): କେନ୍ଦୁଝର ଜିଲାରେ ପ୍ରଶାସନିକ କାର୍ଯ୍ୟକୁ ଅଧିକ ସୁଚାରୁ ଓ ସୁଦୃଢ଼ ଭାବେ ପରିଚାଳନା କରିବା ପାଇଁ ଏକ ବଡ଼ଧରଣର ଅଦଳବଦଳ…

ନାଖରା ସେତୁରେ ଅଘଟଣ: ବୁଢ଼ାବଳଙ୍ଗ ନଦୀରେ ରିଲ୍ସ କରୁଥିବା ବେଳେ ଭାସିଗଲେ ଯୁକ୍ତ ୨ ଛାତ୍ର, ୪ ସାଙ୍ଗ ଉଦ୍ଧାର

ବୈଶିଙ୍ଗା,୭|୭(ରତନ ଦାଶ ): ମୟୂରଭଞ୍ଜ ଜିଲା ବୈଶିଙ୍ଗା ଥାନା ଅନ୍ତର୍ଗତ ବୁଢ଼ାବଳଙ୍ଗ ନଦୀର ନାଖରା ସେତୁ ନିକଟରେ ଏକ ଦୁଃଖଦ ଅଘଟଣ ଘଟିଛି। ନଦୀର ବଢ଼ି ପାଣିରେ…

SPF 30 ନା SPF 50? ସନ୍‌ସ୍କ୍ରିନ୍ କିଣିବା ପୂର୍ବରୁ ଜାଣନ୍ତୁ ଆପଣଙ୍କ ତ୍ୱଚା ପାଇଁ କେଉଁଟି ଭଲ

ଆଜିକାଲିର ସମୟରେ ନାରୀମାନେ ନିଜର ତ୍ୱଚାକୁ ନେଇ ବେଶ ଯତ୍ନବାନ। ଖାସ୍‌ ସେଥିଲାଗି ଖରା, ବର୍ଷା କିମ୍ବା ଶୀତ ଆଦି ଋତୁରେ ସନ୍‌ସ୍କ୍ରିନର ବ୍ୟବହାର ଏବେ ଏକ…

ମାନସିକ ଭାରସାମ୍ୟ ହରାଇଲେ ଯୁବକ: ନେଲେ ଚରମ ନିଷ୍ପତ୍ତି…

ଦିଗପହଣ୍ଡି,୭|୭(ଅଶେଷ ନାଥ ମିଶ୍ର) ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ ବି.ତୁରୁବୁଡ଼ି ପଞ୍ଚାୟତ ଝରିପଦର ଗ୍ରାମ ଗୌଡ଼ସାହିର   ଜିତେନ୍ଦ୍ର ସେଠୀ (୪୦) ନାମକ ଜଣେ ଯୁବକ ମାନସିକ ଭାରସାମ୍ୟ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri