ମାଗଣା ହେଲା ମଲିକ୍ୟୁଲାର ପରୀକ୍ଷା

ଭୁବନେଶ୍ୱର, ୩୧।୩(ବ୍ୟୁରୋ):କର୍କଟ ରୋଗର ଚିକିତ୍ସା କ୍ଷେତ୍ରରେ ରାଜ୍ୟ ସରକାର ଆଉଏକ ବଡ ପଦକ୍ଷେପ ନେଇଛନ୍ତି। ଏଣିକି ଟ୍ୟୁମରର ମଲିକ୍ୟୁଲାର ପରୀକ୍ଷାକୁ ମାଗଣାରେ କରାଯିବ। ‘ନିଦାନ’ ଯୋଜନା ମାଧ୍ୟମରେ ଜନସାଧାରଣ ଏହାର ସୁବିଧା ପାଇବେ ଓ ଏହାର ସମସ୍ତ ଖର୍ଚ୍ଚ ରାଜ୍ୟ ସରକାର ବହନ କରିବେ ବୋଲି ଗୁରୁବାର ସ୍ବାସ୍ଥ୍ୟ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି। ଏଥିପାଇଁ ଏକ ଘରୋଇ ସଂସ୍ଥା ‘ଇନ୍‌ ଡିଏନ୍‌ଏ ଲାବରେଟୋରି’ ସହିତ ଚୁକ୍ତିନାମା ସ୍ବାକ୍ଷରିତ ହୋଇଛି। ଓଡ଼ିଶା ରାଜ୍ୟ ମେଡିକାଲ କର୍ପୋରେଶନ ଲିମିଟେଡ୍‌(ଓଏସ୍‌ଏମ୍‌ସିଏଲ୍‌) ପକ୍ଷରୁ ହୋଇଥିବା ଟେଣ୍ଡର ପ୍ରକ୍ରିୟାରେ ଏହି ଲାବରେଟୋରି ଚୟନ ହୋଇଛି। ଅପରପକ୍ଷେ ଗୁରୁବାରଠାରୁ ଆଚାର୍ଯ୍ୟ ହରିହର କ୍ୟାନ୍‌ସର ଇନ୍‌ଷ୍ଟିଚ୍ୟୁଟ୍‌ରେ ମଲିକ୍ୟୁଲାର ଟେଷ୍ଟ ଆରମ୍ଭ ହୋଇଛି। ଓଏସ୍‌ଏମ୍‌ସିଏଲ୍‌ ଓ ଇନ୍‌ ଡିଏନ୍‌ଏ ମଧ୍ୟରେ ହୋଇଥିବା ଚୁକ୍ତି ଅନୁଯାୟୀ ଖୁବ୍‌ଶୀଘ୍ର କ୍ୟାପିଟାଲ ହସ୍ପିଟାଲ, ଏସ୍‌ସିବି, ଏମ୍‌କେସିଜି, ଭିମ୍‌ସାର୍‌, ପିଏଆର୍‌ଏମ୍‌ଏମ୍‌ସିଏଚ୍‌, ଏଫ୍‌ଏମ୍‌ଏମ୍‌ସିଏଚ୍‌, ବିବିଏମ୍‌ସିଏଚ୍‌, ଏସ୍‌ଏଲ୍‌ଏନ୍‌ଏମ୍‌ସିଏଚ୍‌ ଏବଂ ରାଉରକେଲା ଆର୍‌ଜିଏଚ୍‌ ହସ୍ପିଟାଲ୍‌ଗୁଡିକରେ ଏହି ସୁବିଧା ଉପଲବ୍ଧ ହେବ। ଏହି ହସ୍ପିଟାଲଗୁଡିକରୁ ନମୁନା ସଂଗ୍ରହ କରାଯାଇ ଭୁବନେଶ୍ୱରର ଇନ୍‌ ଡିଏନ୍‌ଏ ଲାବରେଟୋରିରେ ପରୀକ୍ଷା କରାଯିବ ଏବଂ ରିପୋର୍ଟଗୁଡିକ ପୁନର୍ବାର ସମ୍ପୃକ୍ତ ହସ୍ପିଟାଲରେ ଦାଖଲ କରାଯିବ। ଟ୍ୟୁମରର ମଲିକ୍ୟୁଲାର ପରୀକ୍ଷା କର୍କଟ ଚିକିତ୍ସା କ୍ଷେତ୍ରରେ ହେଉଥିବା ପରୀକ୍ଷଣର ଏକ ଉନ୍ନତ ସଂସ୍କରଣ। ଏହା ଟ୍ୟୁମର ବାୟୋଲୋଜିକୁ ବୁଝିବାରେ ସହାୟକ ହୋଇଥାଏ ଏବଂ ଚିକିତ୍ସା ପ୍ରକ୍ରିୟାକୁ ତ୍ୱରାନ୍ବିତ କରିଥାଏ। ତେବେ ଏହି ପରୀକ୍ଷା ବ୍ୟୟବହୁଳ ହୋଇଥିବାରୁ ଅନେକ ସମୟରେ ରୋଗୀମାନେ ଠିକ୍‌ ସମୟରେ ଏହାକୁ କରି ନ ଥାନ୍ତି। ଫଳରେ ସଂକ୍ରମଣ ବଢିଯାଏ। ମାତ୍ର ଏବେ ମଲିକ୍ୟୁଲାର ପରୀକ୍ଷା ମାଗଣାରେ ହେବାଦ୍ୱାରା କର୍କଟ ରୋଗୀଙ୍କ ଚିକିତ୍ସାରେ ବଡ ପରିବର୍ତ୍ତନ ବା ସଫଳତା ମିଳିପାରିବ ବୋଲି ଆଶା କରାଯାଉଛି।


Enter your email to get our daily news in your inbox.

All Right Reserved By Dharitri.Com

ହାତୀ ନଦୀରେ ଛଡ଼ାଗଲା ଚଳିତ ବର୍ଷର ପ୍ରଥମ ବନ୍ୟାଜଳ

ଭବାନୀପାଟଣା,୨୩।୮(ଉତ୍ତମ କୁମାର ଦାଶ)-କଳାହାଣ୍ଡି ଜିଲାରେ ଗତ ୨ ଦିନ ଧରି ଲଗାଣ ବର୍ଷା ଯୋଗୁଁ ନଦୀ ଗୁଡିକର ଜଳ ସ୍ତର ବଢ଼ିବାରେ ଲାଗିଛି। ଏପରି ସ୍ଥଳେ ଜିଲାରେ…

ସମାଜସେବା ସହ ଆଧ୍ୟାତ୍ମିକ ଜ୍ଞାନ: ରକ୍ତ ଦାନ ମହତ ଦାନ

ଭଞ୍ଜନଗର, ୨୩।୮ (ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ଭଞ୍ଜନଗରସ୍ଥିତ ପ୍ରଜାପିତା ବ୍ରହ୍ମାକୁମାରୀ ଈଶ୍ୱରୀୟ ବିଶ୍ୱବିଦ୍ୟାଳୟ (ଓମ୍ ଶାନ୍ତି)ର ଶାନ୍ତି ସ୍ରୋତ ଭବନ ପରିସରରେ ରବିବାର ଏକ ରକ୍ତଦାନ…

ସୁନା ବ୍ୟବସାୟୀଙ୍କ ଘରେ ମାରଣାସ୍ତ୍ର ଦେଖାଇ ଡକାୟତି: ପ୍ରାୟ କୋଟିଏ ଟଙ୍କାର ସୁନାଗହଣା ଲୁଟ୍

ବଲାଙ୍ଗୀର, ୨୩।୮ (ସୁନିଲ କୁମାର ମହାନ୍ତି): ବଲାଙ୍ଗୀର ଜିଲା ସିନ୍ଧେକେଲା ଅଞ୍ଚଳରେ ଏକ ବଡ଼ଧରଣର ସଶସ୍ତ୍ର ଡକାୟତି ଘଟଣା ଘଟିଛି। ସିନ୍ଧେକେଲା ଥାନାଠାରୁ ମାତ୍ର ୧୦୦ ମିଟର…

୨୪ ତାରିଖ ଯାଏଁ ଓଡ଼ିଶାରେ ପ୍ରବଳବର୍ଷା

ଭୁବନେଶ୍ୱର,୨୩।୮ ଉତ୍ତର-ପଶ୍ଚିମ ବଙ୍ଗୋପସାଗର ଓ ସଂଲଗ୍ନ ଅଞ୍ଚଳରେ ଲଘୁଚାପ କ୍ଷେତ୍ର ସୃଷ୍ଟି ହୋଇଛି। ଏହାର ପ୍ରଭାବରେ ଓଡ଼ିଶାରେ ପୁଣି ବଢ଼ିବ ବର୍ଷାର ପରିମାଣ। ଭାରତୀୟ ପାଣିପାଗ ବିଭାଗର…

ପାରାଦୀପରୁ ବାହାରିଥିଲା, ଚୀନରେ ପହଞ୍ଚିବା ପୂର୍ବରୁ ନିଖୋଜ; ମଝି ସମୁଦ୍ରରେ ବୁଡିଗଲା ଜାହାଜ

ଭୁବନେଶ୍ୱର,୨୩ା୮: ଗଭୀର ସମୁଦ୍ରରେ ବିଦେଶୀ ଜାହାଜ ନିଖୋଜ। ପାରାଦୀପରୁ ଲୁହାପଥର ନେଇ ଚୀନ ଅଭିମୁଖେ ଯାଉଥିବା ଏକ ବିଦେଶୀ ମାଲବାହୀ ଜାହାଜ ଗଭୀର ସମୁଦ୍ରରେ ନିଖୋଜ ହୋଇଯାଇଛି।…

ଗୋବରୀ ନଦୀ ପାଇଁ ଜମ୍ବୁବାସୀଙ୍କ ଚିନ୍ତା: ଫାଇଲରେ ରହିଗଲା ଯୋଜନା, ବିପଦସଙ୍କୁଳ ଅବସ୍ଥାରେ ନଦୀ ପାର୍‌ ହେଉଛନ୍ତି ଛାତ୍ରୀଛାତ୍ର

ମହାକାଳପଡ଼ା,୨୩।୮(ପ୍ରତାପ ଚନ୍ଦ୍ର ସ୍ବାଇଁ): କେନ୍ଦ୍ରାପଡ଼ା ଜିଲା ମହାକାଳପଡ଼ା ବ୍ଲକ ଉପକୂଳ ଅଞ୍ଚଳ ନଦୀ, ନାଳ ଘେରା ଜମ୍ବୁ ପଞ୍ଚାୟତକୁ ଦୀର୍ଘ ବର୍ଷଧରି ଡଙ୍ଗାରେ ଲୋକମାନେ ଯାତାୟାତ କରୁଥିବା…

ପୁଣି ଡରାଇଲାଣି ଲଘୁଚାପ, ଏସବୁ ଜିଲ୍ଲାରେ ପ୍ରବଳରୁ ଅତି ପ୍ରବଳ ବର୍ଷିବ! ଆଲର୍ଟ ଜାରି

ଭୁବନେଶ୍ୱର,୨୩ା୮(ବନ୍ଦନା ସେଠୀ): ବଙ୍ଗୋପସାଗରରେ ପୁଣି ଲଘୁଚାପ ସୃଷ୍ଟି ହେବ। ଶୁକ୍ରବାର ମ୍ୟାନ୍‌ମାର ଓ ଏହାର ପାର୍ଶ୍ୱବର୍ତ୍ତୀ ଅଞ୍ଚଳରେ ଥିବା ଘୂର୍ଣ୍ଣିବଳୟ ଶନିବାର ଉତ୍ତର ବଙ୍ଗୋପସାଗର ପାର୍ଶ୍ୱବର୍ତ୍ତୀ ପଶ୍ଚିମବଙ୍ଗ…

ନିମ୍ନମାନର କାମ ଧୋଇନେଲା ବନ୍ଧ ହିଡ଼: ୧.୭୫ ଲକ୍ଷ ଟଙ୍କାର କାମକୁ ନେଇ ଉଠିଲା ପ୍ରଶ୍ନ

ଅମରପାଲି, ୨୩।୮ (ପୀତାମ୍ବର ସାହୁ): ବର୍ଷା ଆସିବାର କିଛି ଦିନ ମଧ୍ୟରେ ଧୋଇଗଲା ବନ୍ଧ ହିଡ଼। ନିମ୍ନମାନର କାମ ଯୋଗୁ ବନ୍ଧ ଭାଙ୍ଗି ପୋଖରୀର ପାଣି ଗାଁ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri