ବିରୋଧୀଙ୍କୁ ଟକ୍କର୍‌ ଦବେ ମୋକିମଙ୍କ ଝିଅ! କଟକ ରାଜନୀତିରେ ନୂଅ ଟ୍ବିଷ୍ଟ

କଟକ,୧୪।୪: ନିର୍ବାଚନ ଯେତେ ପାଖେଇ ଆସୁଛି ସେତିକି ସରଗରମ ହେଉଛି ରାଜ୍ୟ ରାଜନୀତି। ତେବେ ଲୋକ ସଭା ନିର୍ବାଚନକୁ ଆଉ ଦିନ କେଇଟା ବାକି ଥିବାବେଳେ ବିଭିନ୍ନ ଦଳର ପ୍ରାର୍ଥୀ ଘୋଷଣା ରାଜନୀତିକୁ ଆହୁରି ଉଷ୍ମ କରୁଛି। କାହାର ଟିକେଟ୍‌ କଟିବ କାହାର ରହିବ ଏନେଇ ନେତାଙ୍କ ଛାତି ଧରପଗଡ ହେଉଛି।

ତେବେ ଏଥର ବାରବାଟୀ-କଟକ ମଇଦାନରେ ରାଜନୀତିର ଖେଳ ଜମିପାରେ ବୋଲି ଚର୍ଚ୍ଚା ହେଉଛି। ମଇଦାନରେ ଏବେ କେବଳ ଜଣେ ଖେଳାଳୀ ଅଛନ୍ତି। ସେ ହେଉଛନ୍ତି ବିଜେଡିର ପ୍ରାର୍ଥୀ ପ୍ରଶାନ୍ତ ବେହେରା। ଭାଜପା ଅରିନ୍ଦମ ରଏଙ୍କୁ ଟିକେଟ୍‌ ଦେବ କି ନାହିଁ ଛକାପଞ୍ଝାରେ ରହିଛି। ହେଲେ ଏହାରି ଭିତରେ କଂଗ୍ରେସ ଟିକେ ଅସୁବିଧାରେ ପଡିଛି। କାରଣ ମଦମ୍ମଦ ମୋକିମଙ୍କ ପ୍ରାର୍ଥୀତ୍ୱ ଏବେ ଝୁଲୁଛି କୋର୍ଟ ଉପରେ। ଆଉ ଯଦି କିଛି ଏପଟେ ସେପଟେ ହୁଏ ତାହାହେଲେ ମୋକିମଙ୍କ ଝିଅ ସୋଫିଆ ଫିରଦୋସ ମଇଦାନକୁ ଓହ୍ଲାଇବା ନେଇ ଚର୍ଚ୍ଚା ଚାଲିଛି।

ବାରବାଟୀ-କଟକ ବିଧାନସଭା ନିର୍ବାଚନ ମଣ୍ଡଳୀରେ ଏଥର କଂଗ୍ରେସକୁ ନେଇ ଏକ ରୋଚକ ସ୍ଥିତି ଦେଖିବାକୁ ମିଳିପାରେ। ବିଜେଡିରୁ ପ୍ରକାଶ ବେହେରା ପ୍ରାର୍ଥୀ ଘୋଷଣା ହୋଇଥିବା ବେଳେ ଭାଜପାର ଘୋଷଣା ବାକି ଅଛି। ଏଭଳି ସ୍ଥିତିରେ କଂଗ୍ରେସ ଏକ ନୂଆ ଚେହେରାକୁ ଟିକେଟ୍‌ ଦେଇପାରେ ବୋଲି ଚର୍ଚ୍ଚା ଜୋର ଧରିଛି। ସେ ହେଉଛନ୍ତି ମହମ୍ମଦ ମୋକିମଙ୍କ ଝିଅ ସୋଫିଆ ଫିରଦୋସ।
ସୋଫିଆ Metro graden Estate ପ୍ରାଇଭେଟ ଲିମିଟେଡର ମ୍ୟାନେଜିଂ ଡାଇରେକ୍ଟର। ଏଥିସହ କ୍ରେଡ଼ାଇ ଭୁବନେଶରର ସଭାପତି। ଏକ ବଡ଼ ବ୍ୟବସାୟୀ କମ୍ପାନୀର ନେତୃତ୍ୱ ନେଉଥିବା ଏହି ମହିଳା ଏବେ କଟକ ବାରବାଟୀ ଆସନକୁ ନେଇ ଚର୍ଚ୍ଚାରେ ଅଛନ୍ତି।

ନିର୍ବାଚନ ଲଢ଼ିବା ନେଇ ଏବେ ଅଡୁଆରେ ପଡ଼ିଛନ୍ତି ମୋକିମ। ଭିଜିଲାନ୍ସ ଦୁର୍ନୀତି ମାମଲାରେ ହାଇକୋର୍ଟ ତାଙ୍କୁ ନିର୍ବାଚନ ଲଢ଼ିବା ଉପରେ ରୋକ ଲଗାଇଛନ୍ତି। ମୋକିମ, ଏହି ରାୟ ବିରୋଧରେ ସୁପ୍ରିମ କୋର୍ଟଙ୍କ ଦ୍ୱାରସ୍ଥ ହେବେ। ଯଦି ସୁପ୍ରିମକୋର୍ଟ ତାଙ୍କୁ ଆଶ୍ୱସ୍ତି ନ ଦିଅନ୍ତି ତେବେ ନିର୍ବାଚନ ଲଢି ପାରିବେନି ମୋକିମ । ଯଦି ଏହି ପରିସ୍ଥିତି ଲାଗି ରୁହେ ଏବଂ କୋର୍ଟଙ୍କ ତରଫରୁ ଆଶ୍ୱସ୍ତି ନ ମିଳେ ତେବେ କଟକ ବାରବାଟୀ ଆସନରୁ କଂଗ୍ରେସରୁ ମଇଦାନକୁ ଓହ୍ଲାଇ ପାରନ୍ତି ଶୋଫିଆ। ବାରବାଟୀ-କଟକ ଏଥର ରୋଚକ ଲଢେଇ ଦେଖିବ ବୋଲି ଚର୍ଚ୍ଚା ହେଉଛି।

କହିରଖୁଛୁ କି, ଏହି ଆସନରୁ ୨୦୧୯ରେ ମୋକିମ ୫୦ହଜାର ଭୋଟ ପାଇ ବିଜୟୀ ହୋଇଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ଜଳ ପ୍ରପାତ

ସାନଘାଗରା ଜଳପ୍ରପାତ କେନ୍ଦୁଝର ସହରଠାରୁ ମାତ୍ର ୬ କି.ମି. ଦୂରରେ ରହିଛି ସାନଘାଘରା ଜଳପ୍ରପାତ। ସାନମାଛ କାନ୍ଦଣା ନଦୀର ଜଳ ଏଠାରେ ତଳକୁ ବିରାଟକାୟ ସ୍ରୋତରେ କଚାଡ଼ି…

ଭୁବନେଶ୍ୱର ଫୁଲ ଦୋକାନ

ଫର୍ନସ ଏନ୍‌ ପେଟାଲ୍‌ସ   ଏହା ରାଜଧାନୀର ଏକ ବଡ଼ ଫୁଲ ଦୋକାନ ଭାବେ ପରିଗଣିତ। ୧୧ବର୍ଷ ତଳେ ପ୍ରଥମ କରି ଶହୀଦନଗରରେ ଆରମ୍ଭ ହୋଇଥିଲା। ବର୍ତ୍ତମାନ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱର ଜିମ

କଳିଙ୍ଗ ଫିଟନେସ୍‌ ଜୟଦେବ ବିହାର ରୋଡ ବିଜୁ ପଟ୍ଟନାୟକ କଲେଜ ନିକଟରେ ରହିଛି କଳିଙ୍ଗ ଫିଟନେସ ଜିମ୍‌। ୪ବର୍ଷ ତଳେ ଖୋଲାଯାଇଥିବା ଏହି ଜିମ୍‌ରେ ସବୁ ପ୍ରକାର…

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ପର୍ଯ୍ୟଟନସ୍ଥଳ

ସପ୍ତଶଯ୍ୟା ଢେଙ୍କାନାଳ ଜିଲାରେ ଅବସ୍ଥିତ ସପ୍ତଶଯ୍ୟା ପର୍ଯ୍ୟଟନ ସ୍ଥଳ ସାତ ପାହାଡ଼, ଝରଣା ଏବଂ ଜଙ୍ଗଲରେ ପରିପୂର୍ଣ୍ଣ। ଏଠାରେ ରହିଛି ଶ୍ରୀରାମଙ୍କ ମନ୍ଦିର। ସପ୍ତଶଯ୍ୟାର ଶୀତଳ ପରିବେଶ…

କଟକ ଦହିବରା ଆଳୁଦମ

ବାରବାଟୀ ଷ୍ଟାଡିୟମର ରମେଶ ଗୋଛି ସକାଳ ୭ଟାରୁ ଆରମ୍ଭ କରି ରାତି ୧୦ଟା ଯାଏ ବାରବାଟୀ ଷ୍ଟାଡିୟମ ନିକଟରେ ରମେଶଙ୍କ ଷ୍ଟଲ ଖୋଲିଥାଏ। ପରିବାରର ସବୁ ସଦସ୍ୟ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱରର ପାର୍କ

ମହାତ୍ମା ଗାନ୍ଧୀ ପାର୍କ ପାର୍କଟି ଜୟଦେବ ବିହାରସ୍ଥିତ ନନ୍ଦନକାନନ ରୋଡ୍‌ର ଜନତା ମଇଦାନ ନିକଟରେ ଅବସ୍ଥିତ। ପାର୍କ ଭିତରେ ମହାତ୍ମା ଗାନ୍ଧୀଙ୍କ ପ୍ରାର୍ଥନା କରୁଥିବା ମୁଦ୍ରାରେ ମୂର୍ତ୍ତି…

ଶ୍ରେଷ୍ଠ ପାଞ୍ଚ ପୁରୀର ମଠ

ହାତୀ ଆଖଡ଼ା ମଠ ପୁରୀ ବଳଗଣ୍ଡି ନିକଟରେ ବଡ଼ଦାଣ୍ଡର ମୁଖ୍ୟ ରାସ୍ତାରେ ହାତୀ ଆଖଡା ମଠ ଅବସ୍ଥିତ। ଶ୍ରୀରାମାନନ୍ଦୀ ସମ୍ପ୍ରଦାୟର ନିର୍ବାଣୀ ଆଖଡା ରୂପେ ଏହା ପରିଚିତ।…

ଶ୍ରେଷ୍ଠ ପାଞ୍ଚ ଓଡ଼ିଶାର ପ୍ରସିଦ୍ଧ ଶୈବପୀଠ

ହରିଶଙ୍କର ବଲାଙ୍ଗୀରଠାରୁ ୮୦ କି.ମି. ଦୂରରେ ଗନ୍ଧମାର୍ଦ୍ଦନ ପର୍ବତ ପାଦଦେଶରେ ଅବସ୍ଥିତ ପ୍ରସିଦ୍ଧ ତୀର୍ଥ ତଥା ଶୈବପୀଠ ହରିଶଙ୍କର। ଏଠାକାର ମନ୍ଦିରର ପରିବେଶ ଏବଂ ଆକର୍ଷଣୀୟ ଝରଣା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?