ମୋକିମଙ୍କ ଝିଅ ସୋଫିଆ ଲଢ଼ିପାରନ୍ତି ନିର୍ବାଚନ

କଟକ, ୨୫ା୪(ଶିଳ୍ପା ପ୍ରିୟଦର୍ଶିନୀ)ଆସନ୍ତା ନିର୍ବାଚନ ପାଇଁ ବାରବାଟୀ-କଟକ କଂଗ୍ରେସକୁ ଚିନ୍ତା ଘାରିଛି। ବରିଷ୍ଠ କଂଗ୍ରେସ ନେତା ଇଂ. ମହମ୍ମଦ ମୋକିମଙ୍କ ଜାମିନକୁ ସୁପ୍ରିମକୋର୍ଟ ମଞ୍ଜୁର କରିଛନ୍ତି ହେଲେ ନିମ୍ନ ଅଦାଲତଙ୍କ ରାୟ ନେଇ ସୁପ୍ରିମକୋର୍ଟ ସ୍ଥଗିତାଦେଶ କଦେଇନାହାନ୍ତି। ଏନେଇ ବୁଧବାର କଟକ ସେଲ୍‌ଟର ଛକସ୍ଥିତ କଂଗ୍ରେସ କାର୍ଯ୍ୟାଳୟରେ କର୍ମୀଙ୍କୁ ନେଇ ସକାଳେ ବୈଠକ ହୋଇଥିଲା। ଏଥିରେ ବରିଷ୍ଠ ନେତୃବୃନ୍ଦ ଓ କର୍ମୀମାନେ ଯୋଗଦେଇଥିଲେ। ମୋକିମ ନିର୍ବାଚନ ଲଢ଼ିପାରିବେନି ବୋଲି ସ୍ପଷ୍ଟ ହେବା ପରେ ଏହି ବୈଠକ ହୋଇଥିଲା। ସନ୍ଧ୍ୟାରେ ସମସ୍ତ କର୍ମୀଙ୍କୁ ନେଇ ଅନୁରୂପ ବୈଠକ ବସିଥିଲା। ଏଥିରେ ମୋକିମଙ୍କ ଝିଅ ସୋଫିଆ ଫିରଦୋସ୍‌ ଯୋଗଦେଇ ନିର୍ବାଚନ ସମ୍ପର୍କରେ ଆଲୋଚନା କରିଛନ୍ତି। ବୈଠକରେ କର୍ମୀମାନେ ସୋଫିଆଙ୍କୁ ସମ୍ବର୍ଦ୍ଧିତ କରି ସ୍ବାଗତ ଜଣାଇଛନ୍ତି। ବୈଠକରେ ମୋକିମ କର୍ମୀମାନଙ୍କୁ କଂଗ୍ରେସର ଗଡ଼ ବଞ୍ଚାଇବାକୁ ନିର୍ଦ୍ଦେଶ ଦେଇଛନ୍ତି। ଏଥିସହ ଏଭଳି ସମୟରେ କର୍ମୀମାନେ ଏକ୍‌ଜୁଟ ହୋଇ କଟକର ଝିଅ ଓ ବୋହୂଙ୍କୁ ଆପଣାଇଥିବାରୁ ଧନ୍ୟବାଦ ଜଣାଇଛନ୍ତି। ସେହିପରି ସୋଫିଆ କହିଛନ୍ତି, ଏଭଳି ସମୟରେ କଂଗ୍ରେସ ସହ ଯୋଡି ହୋଇଥିବାରୁ ହୃଦୟରୁ ଧନ୍ୟବାଦ ଜଣାଉଛି। କଟକରେ ମୋ ଜନ୍ମ ଏବଂ କଟକର ମୁଁ ବୋହୂ। ପୂର୍ବରୁ ବାପାଙ୍କ ପାଇଁ ପ୍ରଚାର କରୁଥିଲି। ସେଥିପାଇଁ ରାଜନୀତିରେ ମୁଁ ନୂଆ ନୁହେଁ। କର୍ମୀମାନେ ନେଇଥିବା ନିଷ୍ପତ୍ତିକୁ ଗ୍ରହଣ କଲି, ବାକି ନିଷ୍ପତ୍ତି ପ୍ରଦେଶ କଂଗ୍ରେସ କମିଟି(ପିସିସି) ସଭାପତି ନେବେ। ଚଳିତ ନିର୍ବାଚନରେ କଂଗ୍ରେସ ପ୍ରାର୍ଥୀଙ୍କୁ ଡବଲ ମାର୍ଜିନ୍‌ରେ ଜିତାଇବା ପାଇଁ ସଂକଳ୍ପ ନେବା ବୋଲି ସୋଫିଆ କହିଛନ୍ତି। ଅପରପକ୍ଷରେ ମୋକିମ କହିଛନ୍ତି, ବୈଠକରେ କର୍ମୀମାନେ ସୋଫିଆଙ୍କ ନଁା ପ୍ରସ୍ତାବ ଦେଇଛନ୍ତି। ଏ ସମ୍ପର୍କରେ ପିସିସି ସଭାପତିଙ୍କୁ ଅବଗତ କରାଯିବ। ସେ ଯାହା ନିଷ୍ପତ୍ତି ନେବେ ସେଥିରେ ଆମେ ସହମତ ହେବୁ। କଂଗ୍ରେସ ପାଇଁ ଦୀର୍ଘ ସମୟ ହେବ କାମ କରିଆସୁଛି, ଆଗକୁ ମଧ୍ୟ କରିବି। କଟକ ସହରରେ ନିର୍ବାଚନ ଏକପାଖିଆ ହେବା ସୁନିଶ୍ଚିତ ବୋଲି ମୋକିମ କହିଛନ୍ତି। ଏହି ବୈଠକରେ ପୂର୍ବତନ ନଗର କଂଗ୍ରେସ ସଭାପତି ଗିରିବାଳା ବେହେରା, ବରିଷ୍ଠ ନେତ୍ରୀ ଶୈଳଭାମା ଜେନା, ଚାରୁଲତା ସାହୁ, କର୍ପୋରେଟର ସନ୍ତୋଷ କୁମାର ଭୋଳ, ଜନାର୍ଦ୍ଦନ ପରିଡା, ଲିଜାରାଣୀ ମହାପାତ୍ର, କଟକ ଜିଲା ମହିଳା ସଭାପତି ଅମ୍ରିତା ଦାସଙ୍କ ସମେତ ବହୁ କର୍ମୀ ଉପସ୍ଥିତ ଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ଜଳ ପ୍ରପାତ

ସାନଘାଗରା ଜଳପ୍ରପାତ କେନ୍ଦୁଝର ସହରଠାରୁ ମାତ୍ର ୬ କି.ମି. ଦୂରରେ ରହିଛି ସାନଘାଘରା ଜଳପ୍ରପାତ। ସାନମାଛ କାନ୍ଦଣା ନଦୀର ଜଳ ଏଠାରେ ତଳକୁ ବିରାଟକାୟ ସ୍ରୋତରେ କଚାଡ଼ି…

ଭୁବନେଶ୍ୱର ଫୁଲ ଦୋକାନ

ଫର୍ନସ ଏନ୍‌ ପେଟାଲ୍‌ସ   ଏହା ରାଜଧାନୀର ଏକ ବଡ଼ ଫୁଲ ଦୋକାନ ଭାବେ ପରିଗଣିତ। ୧୧ବର୍ଷ ତଳେ ପ୍ରଥମ କରି ଶହୀଦନଗରରେ ଆରମ୍ଭ ହୋଇଥିଲା। ବର୍ତ୍ତମାନ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱର ଜିମ

କଳିଙ୍ଗ ଫିଟନେସ୍‌ ଜୟଦେବ ବିହାର ରୋଡ ବିଜୁ ପଟ୍ଟନାୟକ କଲେଜ ନିକଟରେ ରହିଛି କଳିଙ୍ଗ ଫିଟନେସ ଜିମ୍‌। ୪ବର୍ଷ ତଳେ ଖୋଲାଯାଇଥିବା ଏହି ଜିମ୍‌ରେ ସବୁ ପ୍ରକାର…

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ପର୍ଯ୍ୟଟନସ୍ଥଳ

ସପ୍ତଶଯ୍ୟା ଢେଙ୍କାନାଳ ଜିଲାରେ ଅବସ୍ଥିତ ସପ୍ତଶଯ୍ୟା ପର୍ଯ୍ୟଟନ ସ୍ଥଳ ସାତ ପାହାଡ଼, ଝରଣା ଏବଂ ଜଙ୍ଗଲରେ ପରିପୂର୍ଣ୍ଣ। ଏଠାରେ ରହିଛି ଶ୍ରୀରାମଙ୍କ ମନ୍ଦିର। ସପ୍ତଶଯ୍ୟାର ଶୀତଳ ପରିବେଶ…

କଟକ ଦହିବରା ଆଳୁଦମ

ବାରବାଟୀ ଷ୍ଟାଡିୟମର ରମେଶ ଗୋଛି ସକାଳ ୭ଟାରୁ ଆରମ୍ଭ କରି ରାତି ୧୦ଟା ଯାଏ ବାରବାଟୀ ଷ୍ଟାଡିୟମ ନିକଟରେ ରମେଶଙ୍କ ଷ୍ଟଲ ଖୋଲିଥାଏ। ପରିବାରର ସବୁ ସଦସ୍ୟ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱରର ପାର୍କ

ମହାତ୍ମା ଗାନ୍ଧୀ ପାର୍କ ପାର୍କଟି ଜୟଦେବ ବିହାରସ୍ଥିତ ନନ୍ଦନକାନନ ରୋଡ୍‌ର ଜନତା ମଇଦାନ ନିକଟରେ ଅବସ୍ଥିତ। ପାର୍କ ଭିତରେ ମହାତ୍ମା ଗାନ୍ଧୀଙ୍କ ପ୍ରାର୍ଥନା କରୁଥିବା ମୁଦ୍ରାରେ ମୂର୍ତ୍ତି…

ଶ୍ରେଷ୍ଠ ପାଞ୍ଚ ପୁରୀର ମଠ

ହାତୀ ଆଖଡ଼ା ମଠ ପୁରୀ ବଳଗଣ୍ଡି ନିକଟରେ ବଡ଼ଦାଣ୍ଡର ମୁଖ୍ୟ ରାସ୍ତାରେ ହାତୀ ଆଖଡା ମଠ ଅବସ୍ଥିତ। ଶ୍ରୀରାମାନନ୍ଦୀ ସମ୍ପ୍ରଦାୟର ନିର୍ବାଣୀ ଆଖଡା ରୂପେ ଏହା ପରିଚିତ।…

ଶ୍ରେଷ୍ଠ ପାଞ୍ଚ ଓଡ଼ିଶାର ପ୍ରସିଦ୍ଧ ଶୈବପୀଠ

ହରିଶଙ୍କର ବଲାଙ୍ଗୀରଠାରୁ ୮୦ କି.ମି. ଦୂରରେ ଗନ୍ଧମାର୍ଦ୍ଦନ ପର୍ବତ ପାଦଦେଶରେ ଅବସ୍ଥିତ ପ୍ରସିଦ୍ଧ ତୀର୍ଥ ତଥା ଶୈବପୀଠ ହରିଶଙ୍କର। ଏଠାକାର ମନ୍ଦିରର ପରିବେଶ ଏବଂ ଆକର୍ଷଣୀୟ ଝରଣା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?