ଟିମ୍‌ ଇଣ୍ଡିଆ ସଦସ୍ୟ ପାଲଟିଲେ ନେଟ୍‌ ବୋଲର

ଅହମ୍ମଦାବାଦ,୨୦।୩: ୨୦୧୪ ଆଇପିଏଲର ପର୍ପଲ କ୍ୟାପ୍‌ ଅଧିକାରୀ ମୋହିତ ଶର୍ମାଙ୍କୁ ନେଟ୍‌ ବୋଲର ଭାବେ ଦଳରେ ସାମିଲ କରିଛି ନୂଆ ଫ୍ରାଞ୍ଚାଇଜ ଗୁଜରାଟ ଟାଇଟନ୍ସ। ଏହା କ୍ରିକେଟ ପ୍ରଶଂସକଙ୍କୁ ଚକିତ କରି ଦେଇଛି। ମୋହିତଙ୍କ ସହିତ ବାମ ହାତୀ ପେସର ବରିନ୍ଦର ସ୍ରନ ମଧ୍ୟ ନେଟ୍‌ ବୋଲର ଭାବେ ଟାଇଟନ୍ସ କ୍ୟାମ୍ପରେ ଯୋଗ ଦେଇଛନ୍ତି।

୨୦୧୪ରେ ଚେନ୍ନାଇ ସୁପର କିଙ୍ଗ୍ସ (ସିଏସ୍‌କେ) ପକ୍ଷରୁ ପ୍ରତିନିଧିତ୍ୱ କରିଥିବା ମୋହିତ ୧୬ ମ୍ୟାଚ୍‌ରେ ସର୍ବାଧିକ ୨୩ ଉଇକେଟ ନେଇଥିଲେ। ୩୩ ବର୍ଷୀୟ ପେସରଙ୍କ ପ୍ରତି ଅକଶନରେ କୌଣସି ଫ୍ରାଞ୍ଚାଇଜ ଇଚ୍ଛା ପ୍ରକଟ କରି ନ ଥିଲେ।

ହରିୟାନା ଖେଳାଳି ମହେନ୍ଦ୍ର ସିଂ ଧୋନୀଙ୍କ ନେତୃତ୍ୱରେ ୨୦୧୩ରୁ ୨୦୧୫ ପର୍ଯ୍ୟନ୍ତ ଖେଳିଥିଲେ। ୨୦୧୬ ରୁ ୧୮ କିଙ୍ଗ୍ସ ଏକାଦଶ ପଞ୍ଜାବ (ଏବେ ପଞ୍ଜାବ କିଙ୍ଗ୍ସ) ପାଇଁ ଖେଳିବା ପରେ ସେ ପୁଣି ଫେରିଥିଲେ ସିଏସ୍‌କେ କ୍ୟାମ୍ପକୁ। ସେ ୨୦୨୦ରେ ଯୋଡ଼ି ହୋଇଥିଲେ ଦିଲ୍ଲୀ କ୍ୟାପିଟାଲ୍ସ ସହ। କେବଳ ଏତିକି ନୁହେଁ ସେ ୨୦୧୪ ଟି୨୦ ବିଶ୍ୱକପ୍‌ ଏବଂ ୨୦୧୫ ଦିନିକିଆ ବିଶ୍ୱକପ୍‌ରେ ଭାରତୀୟ ଦଳ ପାଇଁ ଖେଳିଥିଲେ। ମୋଟ ଉପରେ ଅନ୍ତର୍ଜାତୀୟ ସ୍ତରରେ ୨୬ ଦିନିକିଆ ଏବଂ ୮ ଟି୨୦ ମ୍ୟାଚ୍‌ ଖେଳିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଆଇପିଏଲ୍‌ ଇତିହାସରେ ବିରାଟଙ୍କ ସବୁଠାରୁ ଖରାପ ପ୍ରଦର୍ଶନ

ନୂଆଦିଲ୍ଲୀ, ୨୯।୯: ଭାରତୀୟ କ୍ରିକେଟ୍‌ ଦଳର ଅଧିନାୟକ ବିରାଟ କୋହଲିଙ୍କୁ ଆଇପିଏଲ୍‌ରେ ଚାମ୍ପିୟନ ଖେଳାଳିଭାବେ ବିବେଚନା କରାଯାଇଥାଏ। କିନ୍ତୁ ଆଇପିଏଲ୍‌ର ଚଳିତ ତ୍ରୟୋଦଶ ସଂସ୍କରଣର ପ୍ରଥମ...

ଘରେ ସମାନ ବୟସର ଝିଅ ଥିବା ସତ୍ତ୍ୱେ ଏହି କ୍ରିକେଟରଙ୍କୁ ରହିବାକୁ ଦେଇଥିଲେ କୋଚ୍‌: ଏପରି ବଦଳି ଯାଇଥିଲା ଭାଗ୍ୟ

ନୂଆଦିଲ୍ଲୀ,୩।୭: ଭାରତୀୟ ଦଳରେ ଶାର୍ଦ୍ଦୁଳ ଠାକୁର ନିଜର ସ୍ଥାନ ନିର୍ଧାରିତ କରିଛନ୍ତି। ବିଶେଷକରି ଅଷ୍ଟ୍ରେଲିଆ ଗସ୍ତ ପରେ ମୁମ୍ବାଇ ର ଏହି ଅଲରାଉଣ୍ଡର କ୍ରିକେଟ ପ୍ରଶଂସକଙ୍କ...

ଇଣ୍ଡିଆନ ସୁପର ଲିଗ୍‌: ଗୋଆ ବିଜୟୀ

ଭାସ୍କୋଡାଗାମା,୩୧।୧୨(ପି.ଟି.): ଇଣ୍ଡିଆନ ସୁପର ଲିଗ୍‌(ଆଇଏସ୍‌ଏଲ୍‌)ରେ ବୁଧବାର ଖେଳାଯାଇଥିବା ମ୍ୟାଚରେ ଗୋଆ ୨-୧ ଗୋଲରେ ହାଇଦ୍ରାବାଦ ଏଫ୍‌ସିକୁ ପରାସ୍ତ କରିଛି। ପ୍ରଥମାର୍ଦ୍ଧ ସଂଘର୍ଷପୂର୍ଣ୍ଣ ରହିଥିଲା ଓ ଗୋଲ...

ହୃଦୟ ଜିତିଲେ ସୂର୍ଯ୍ୟକୁମାର

ଥିରୁଭାନନ୍ତପୁରମ,୨୭।୯: ଦକ୍ଷିଣ ଆଫ୍ରିକା ବିପକ୍ଷ ତିନି ମ୍ୟାଚ ବିଶିଷ୍ଟ ଟି-୨୦ ସିରିଜର ପ୍ରଥମ ମ୍ୟାଚ ଖେଳିବା ପାଇଁ ଭାରତ କେରଳର ରାଜଧାନୀ ଥିରୁଭାନନ୍ତପୁରମରେ ପହଞ୍ଚିଛି। ଭାରତୀୟ...

ଏଫ୍‌ଆଇଏଚ୍‌ ସିରିଜ ଫାଇନାଲ୍ସ: ବିଜୟ ସହ ମେକ୍ସିକୋ ୭ମ

ଭୁବନେଶ୍ୱର, ୧୩।୬(କ୍ରୀଡ଼ା ପ୍ରତିନିଧି)- କଳିଙ୍ଗ ଷ୍ଟାଡିୟମରେ ଚାଲିଥିବା ଏଫ୍‌ଆଇଏଚ୍‌୍‌ ସିରିଜ ଫାଇନାଲ୍ସ ହକି ଟୁର୍ନାମେଣ୍ଟରେ ବିଜୟ ସହ ଅଭିଯାନ ଶେଷ କରିଛି ମେକ୍ସିକୋ। ଯୁବ ମେକ୍ସିକୋ...

ବାପା ହେଲେ ସ୍ପ୍ରିଣ୍ଟ ଲିଜେଣ୍ଡ ବୋଲ୍ଟ

କିଙ୍ଗଷ୍ଟନ,୧୯।୫(ଏଏଫପି): ଜାମାଇକା କିମ୍ବଦନ୍ତୀ ଧାବକ ଉସେନ୍‌ ବୋଲ୍ଟ ପ୍ରଥମଥର ପାଇଁ ବାପା ହେବାର ସୌଭାଗ୍ୟ ଲାଭ କରିଛନ୍ତି। ତାଙ୍କ ବାନ୍ଧବୀ କାସି ବେନ୍ନେଟ ଏକ କନ୍ୟା...

ଶିଖର ଧାଓ୍ବନଙ୍କ ବଦାନ୍ୟତା: ହିନ୍ଦୁ ଶରଣାର୍ଥୀଙ୍କୁ ସହାୟତା ପାଇଁ ଆଗେଇ ଆସିଲେ

ପାକିସ୍ତାନୀ ହିନ୍ଦୁ ଶରଣାର୍ଥୀଙ୍କୁ ସହାୟତା ଦେବାକୁ ଆଗେଇ ଆସିଛନ୍ତି ଭାରତୀୟ କ୍ରିକେଟ ଖେଳାଳି ଶିଖର ଧାୱନ। ରାଜଧାନୀ ଦିଲ୍ଲୀର ମଜଲିସ ପାର୍କ ମେଟ୍ରୋ ଷ୍ଟେଶନ ନିକଟ...

୧୬ ଜଣଙ୍କୁ ଦୂରଦର୍ଶୀ କ୍ରୀଡ଼ା ସମ୍ମାନ

ଭୁବନେଶ୍ୱର, ୨୯।୮(ସ୍ପୋଟର୍‌ସ ବ୍ୟୁରୋ)- ଜଣାଶୁଣା ପତ୍ରିକା ‘ଦୂରଦର୍ଶୀ’ ତରଫରୁ ଏଥର ମଧ୍ୟ କ୍ରୀଡ଼ାରେ ଉଲ୍ଲେଖନୀୟ ଅବଦାନ ପାଇଁ ୧୬ଜଣଙ୍କୁ ସମ୍ମାନିତ କରାଯାଇଛି। ସ୍ଥାନୀୟ ଇଡକଲ ଅଡିଟୋରିୟମଠାରେ...

Advertisement
Archives

Model This Week