ଅବ୍ୟବସ୍ଥା ଘେରରେ ମୋହନା ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ର: ଡାକ୍ତରଙ୍କ ମରୁଡି, କାମରେ ଆସୁନି …

ମୋହନା,୧। ୧(ମନ୍ମଥ ମିଶ୍ର): କେନ୍ଦ୍ର ଓ ରାଜ୍ୟ ସରକାର ସ୍ୱାସ୍ଥ୍ୟ ସେବା ପାଇଁ କୋଟି କୋଟି ଟଙ୍କା ପାଣି ଭଳିଆ ଖର୍ଚ୍ଚ କରି ଚାଲିଛନ୍ତି। କିନ୍ତୁ ସ୍ୱାସ୍ଥ୍ୟବସ୍ଥା ସୁଧୁରିବାର ନାଁ ନେଉନାହିଁ। ଗୋଟିଏ ପଟେ ରାଜ୍ୟରେ ଡାକ୍ତରମାନେ ଦିନକୁ ଏକ ଘଣ୍ଟା ରୋଗୀ ସେବା ବନ୍ଦ କରିଥିବା ବେଳେ ନାନାଦି ପ୍ରକାର ଅସୁବିଧାର ସମ୍ମୁଖୀନ ହେଉଛନ୍ତି ଲୋକେ। ଅନ୍ୟପଟେ ମୋହନା ସହରରେ ଥିବା ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରରେ ଡାକ୍ତରଙ୍କ ମରୁଡି ପଡିଛି।

ସୂଚନା ପ୍ରକାରେ, ଗୋଷ୍ଠୀସ୍ୱାସ୍ଥ୍ୟ କେନ୍ଦ୍ରରେ ପାଖାପାଖି ୨୫ ଜଣ ଡାକ୍ତର ରହିବା କଥା କିନ୍ତୁ ୭ ରୁ ୮ ଜଣରେ ଡାକ୍ତରଖାନା ଚାଲୁଛି। ଯାହାକି ଦୀର୍ଘଦିନ ହେବ କୌଣସି ପ୍ରକାର ସ୍ପେଶାଲିଷ୍ଟ ଡାକ୍ତର ଟିଏ ନାହିଁ। ମେଡ଼ିସିନ, ଗାଇନିକ, ସର୍ଜରୀ ଓ ପେଡାଟିକ, ଶିଶୁ ବିଶେଷଜ୍ଞ ଙ୍କ ଭଳି ସ୍ପେଶାଲିଷ୍ଟ ମେଡିକାଲରେ ନାହାନ୍ତି। ଯାହା ଫଳରେ ୩୯ ଗୋଟି ପଞ୍ଚାୟତର ଲୋକେ ନାହିଁ ନ ଥିବା ଅସୁବିଧାର ସମ୍ମୁଖୀନ ହେଉଛନ୍ତି। ବିଭିନ୍ନ କ୍ଷେତ୍ରରେ ମୋହନା ରେ କୌଣସି ପ୍ରକାର ସୁବିଧା ନ ପାଇ ବ୍ରହ୍ମପୁର, ଭୁବନେଶ୍ୱର ଓ ବିଶାଖାପାଟଣା ଯାଇ ଖର୍ଚ୍ଚାନ୍ତ ହେଉଛନ୍ତି। ଏମିତି କି ଏହି ମେଡିକାଲ ଉପରେ ରାୟଗଡା ଜିଲ୍ଲାର କିଛି ପଞ୍ଚାୟତ ସହ କନ୍ଧମାଳ ଜିଲାର କିଛି ପଞ୍ଚାୟତ ବାସିନ୍ଦା ନିର୍ଭରଶୀଳ ହୋଇ ରହିଥାନ୍ତି। କହିବାକୁ ଗଲେ ଏହି ମେଡିକାଲଟି ୩୨୬ ନମ୍ବର ଜାତୀୟ ରାଜପଥ କଡରେ ରହିଥିବାରୁ ଜରୁରୀକାଳୀନ ଅବସ୍ଥାରେ ଲୋକେ ଆସିଥାନ୍ତି। ହେଲେ ମେଡିକାଲରେ ରୋଗୀଙ୍କ ପାଇଁ ପାନୀୟ ଜଳ ସହ ଶୌଚାଳୟ କଥା କହିଲେ ନ ସରେ। ପାନୀୟ ଜଳ ଓ ଶୌଚାଳୟ ପାଇଁ ଅନେକ ସମୟରେ ମେଡିକାଲ କର୍ତ୍ତୃପକ୍ଷ ଲିଖିତ ଅଭିଯୋଗ ଦେଇଥିଲେ ମଧ୍ୟ କେହି କର୍ଣ୍ଣପାତ କରୁନାହାନ୍ତି।ଏମିତି କି ଦୁଃଖ ପରିତାପର ବିଷୟ ଯେଉଁ ଡାକ୍ତର ଓ ନର୍ସ ମାନେ ରୋଗୀଙ୍କ ସେବା ଯୋଗାଇ ଆସୁଛନ୍ତି ବର୍ଷା ଦିନ ଆସିଗଲେ ସେମାନଙ୍କ ରହିବା ଘରେ ବର୍ଷା ପାଣି ଗଳୁଛି। ଯାହା ଫଳରେ ସେମାନଙ୍କ ସରକାରୀ ବାସଭବନରେ ଜରିପାଲ ପକାଇ ରହୁଛନ୍ତି।ଅନ୍ୟପଟେ ଡିଜିଟାଲ ଏକ୍ସରେ ନ ଥିବା ହେତୁ ଲୋକେ ବାହାର କୁ ଜାଇ ଅଧିକା ଖର୍ଚ୍ଚାନ୍ତ ହେବାକୁ ପଡୁଛି। ଯଦି ପାନୀୟ ଜଳ, ଶୌଚାଳୟ, ଏକ୍ସରେ ଭଳି ସମସ୍ୟା ଦୂର ହେବ ତା ହେଲେ ଅଞ୍ଚଳବାସୀ ଉପକୃତ ହୋଇ ପାରିବେ ବୋଲି ଆଶା ରଖିଛନ୍ତି। ଆପରପକ୍ଷେ ଏହି ସମ୍ପର୍କରେ ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ର ଅଧିକାରୀ ଜୟ ପଣ୍ଡା କହିଛନ୍ତି ବହୁବାର ଲିଖିତ ଦିଆଯାଇଛି ଏବଂ ମୋହନାରେ ବଡ଼ ଧରଣର ନୂତନ କୋଠା ନିର୍ମାଣ ଚାଲିଛି କାର୍ଯ୍ୟ ଶେଷ ହେଲେ ଏହାର ସମାଧାନ ହେବ ବୋଲି ଆଶା ରଖିଛନ୍ତି। ହେଲେ ଦେଖା ଯାଉ କେତେ ଶୀଘ୍ର ସମସ୍ୟା ର ସମାଧାନ କରୁଛନ୍ତି ସରକାର ତାହା ଉପରେ ସମସ୍ତଙ୍କ ନଜର।


Enter your email to get our daily news in your inbox.

All Right Reserved By Dharitri.Com

ହତ୍ୟା ଉଦ୍ୟମ ଘଟଣା: ବର୍ଷେ ପରେ ୨ ନାବାଳକ ଜେଜେବିରେ ହାଜର

ଦିଗପହଣ୍ଡି, ୭।୯ (ଅଶେଷ ନାଥ ମିଶ୍ର):ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ ଅନ୍ତର୍ଗତ ବିଜୟ ଲକ୍ଷ୍ମୀନାରାୟଣପୁର ଗ୍ରାମର ବେନୁ ସାହୁଙ୍କୁ ହତ୍ୟା ଉଦ୍ୟମ ଘଟଣାରେ ପ୍ରାୟ ଏକ ବର୍ଷ…

ଗଛରେ ପିଟିହେଲା ବାଇକ: ଚାଲିଗଲା ୨ ଜୀବନ

ଅତାବିରା, ୭।୯(ଯୁଧିଷ୍ଠିର ମହାପାତ୍ର): ବରଗଡ଼ ଜିଲା ଅତାବିରା ଥାନା ତଥା ଗୋଡ଼ଭଗା ଫାଣ୍ଡି ଅଧିନସ୍ଥ କାଦୋବାହାଲରେ ସୋମବାର ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଛି। ଏଥିରେ ୨ବାଇକ…

ମୋବାଇଲ ଦେଖୁଥିଲେ ରାଜକୁମାର, ହଠାତ୍‌ ଘରେ ପଶିଲେ ଚୋର: ଆଉ ତା’ପରେ ଘଟିଲା…

ମାର୍ଶାଘାଇ,୭।୯(ଶୁଭେନ୍ଦୁ ପ୍ରସାଦ ଚୌଧୁରୀ):କେନ୍ଦ୍ରାପଡ଼ା ଜିଲା ମାର୍ଶାଘାଇ ଥାନା ଅନ୍ତର୍ଗତ ଗରଜଙ୍ଗା ଗ୍ରାମରେ ଏକ ବଡ଼ଧରଣର ଲୁଟ ଘଟଣା ଘଟିଛି। ଚାରିଜଣ ମୁଖାପିନ୍ଧା ଦୁର୍ବୃତ୍ତ ଘରେ ପଶି ଦମ୍ପତିଙ୍କ…

କୈଶବ ବିହାରୀଙ୍କୁ ମିଳିଲା ବଡ଼ ଦାୟିତ୍ୱ: କଳାହାଣ୍ଡିରେ ଖୁସିର ଲହରୀ

ଭବାନୀପାଟଣା,୭।୯(ଉତ୍ତମ କୁମାର ଦାଶ):ଭାରତ ସରକାରଙ୍କ ସାମାଜିକ ନ୍ୟାୟ ଏବଂ ସଶକ୍ତିକରଣ ବିଭାଗ ପକ୍ଷରୁ ରବିବାର ରାଷ୍ଟ୍ରୀୟ ସଫେଇ କର୍ମଚାରୀ ଆୟୋଗ (ଏନସିଏସକେ)ର ଅଧ୍ୟକ୍ଷ, ଉପାଧ୍ୟକ୍ଷ ଏବଂ ସଦସ୍ୟମାନଙ୍କୁ…

ଦାଦାବଟି ପାଇଁ ହତ୍ୟା ଉଦ୍ୟମ ମାମଲା: ୨ ଅଭିଯୁକ୍ତଙ୍କୁ ବାନ୍ଧିଲା ପୋଲିସ

ଦିଗପହଣ୍ଡି,୭।୯ (ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ପାଟପୁର ଥାନା ପୋଲିସ ଦାଦାବଟି ମାଗି ଜଣେ ବ୍ୟକ୍ତିଙ୍କୁ ମାଡ଼ ମାରି ହତ୍ୟା ଉଦ୍ୟମ ଓ ଟଙ୍କା ଛଡ଼ାଇ…

୨୦ ବର୍ଷ ସଶ୍ରମ କାରାଦଣ୍ଡ ଭୋଗୁଥିବା କଏଦୀ ଫେରାର୍‌: ସୁରକ୍ଷାକର୍ମୀଙ୍କୁ ଚକ୍‌ମା ଦେଖାଇ…

ନୂଆପଡ଼ା,୭ା୯ (ମକାରୁ ବେମାଲ):ନୂଆପଡ଼ା ଉପକାରାଗାରରୁ ସୋମବାର ଜଣେ କଏଦୀ ଫେରାର ହୋଇଯାଇଛନ୍ତି। ସେ ହେଲେ ସିନାପାଲି ଥାନା କେନ୍ଦୁମୁଣ୍ଡା ପଞ୍ଚାୟତ କାନ୍ଦୁଲକୋନା ଗଁାର ବିଶ୍ୱବିହାରୀ ମାଝି (୩୦)।…

ଆରଆଇ କାର୍ଯ୍ୟାଳୟରେ ତାଲା: ପଲିଥିନ୍‌ରୁ ବଞ୍ଚିତ ବନ୍ୟା ପ୍ରଭାବିତ

ହାଟଡିହୀ/ଛେନାପଦୀ, ୭।୯ (ଶୁଭକାନ୍ତ ନାୟକ/ନିରାକାର ପରିଡ଼ା):କେନ୍ଦୁଝର ଜିଲା ହାଟଡିହୀ ତହସିଲ ଅଧୀନ ସମଣା ରାଜସ୍ବ ନିରୀକ୍ଷକ (ଆରଆଇ) କାର୍ଯ୍ୟାଳୟରେ ଦୀର୍ଘଦିନ ଧରି ତାଲା ଝୁଲୁଥିବା ଅଭିଯୋଗ ହୋଇଛି।…

ବ୍ୟାଗ୍‌ରୁ ନବଜାତ ଶିଶୁପୁତ୍ର ଉଦ୍ଧାର

ପାପଡ଼ାହାଣ୍ଡି, ୭।୯ (ସ୍ବପ୍ନଜିତ ପଟ୍ଟନାୟକ): ନବରଙ୍ଗପୁର ଜିଲା ପାପଡ଼ାହାଣ୍ଡି ବ୍ଲକ୍‌ ମୈଦଲପୁର ଥାନା ପୋଲିସ ସୋମବାର ରାସ୍ତାକଡ଼ରେ ପଡ଼ିଥିବା ବ୍ୟାଗ୍‌ରୁ ଏକ ନବଜାତ ଶିଶୁପୁତ୍ର ଉଦ୍ଧାର କରିଛି।…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri