Posted inଖେଳ

ଖେଳାଳିଙ୍କୁ ବକେୟା ପାଉଣା ଦେଲା ମୋହନବାଗାନ

କୋଲକାତା, ୮ା୭ (ପି.ଟି.)-ଇଣ୍ଡିଆନ ସୁପର ଲିଗ୍‌ (ଆଇଏସ୍‌ଏଲ) ଦଳ ଏଟିକେ ସହିତ ବିଧିବଦ୍ଧ ମିଶ୍ରଣର ୩ ଦିନ ପୂର୍ବରୁ ସହରର ଅନ୍ୟତମ ଶକ୍ତିଶାଳୀ ଫୁଟ୍‌ବଲ କ୍ଲବ ମୋହନବାଗାନ ଏହାର ଖେଳାଳି, କୋଚ୍‌ ଏବଂ ସପୋର୍ଟ ଷ୍ଟାଫ୍‌ଙ୍କୁ ସେମାନଙ୍କ ବକେୟା ପାଉଣା ପ୍ରଦାନ କରିଛି। ଶୁକ୍ରବାର ହେବାକୁଥିବା ଏଟିକେ-ମୋହନବାଗାନର ପ୍ରଥମ ବୋର୍ଡ ବୈଠକରେ ୭ ଡାଇରେକ୍ଟର ଯୋଗ ଦେବେ। ସେଦିନ ଦୁଇଟି କ୍ଲବର ମିଶ୍ରଣକୁ ବିଧିବଦ୍ଧ ଘୋଷଣା କରାଯିବ। ବୈଠକରେ କ୍ଲବର ନାମ, ଲୋଗୋ ଏବଂ ଜର୍ସି ଚୂଡ଼ାନ୍ତ କରାଯିବ। ଆଇ-ଲିଗ୍‌ ଚାମ୍ପିୟନ ଦଳ ଖେଳାଳିମାନେ ମେ ମାସରେ ସେମାନଙ୍କ ବଜେୟା ପାଉଣା ଦେଇ ଦେବାଲାଗି କ୍ଲବକୁ ଚିଠି ଲେଖିଥିଲେ। ମାତ୍ର କରୋନାଭାଇରସ୍‌ ଯୋଗୁ ଲକ୍‌ଡାଉନ୍‌ ଚାଲିଥିବାରୁ ଏଥିରେ ବିଳମ୍ବ ଘଟିଛି ବୋଲି ମୋହନବାଗାନ ତରଫରୁ ସଫେଇ ଦିଆଯାଇଥିଲା। ଜୁଲାଇ ୨୦ ସୁଦ୍ଧା ସମସ୍ତ ବକେୟା ପାଉଣା ପ୍ରଦାନ କରାଯିବ ବୋଲି କ୍ଲବ ତରଫରୁ ସ୍ପଷ୍ଟ କରାଯାଇଥିଲା।


Enter your email to get our daily news in your inbox.

All Right Reserved By Dharitri.Com

Posted inଖେଳ View All

କରୋନା ସହାୟତା: ହକି ଇଣ୍ଡିଆର ୨୫ ଲକ୍ଷ ଟଙ୍କା ଦାନ

ନୂଆଦିଲ୍ଳୀ,୧।୪(ପି.ଟି.): କୋଭିଡ-୧୯ ମହାମାରୀକୁ ରୋକିବା ଅଭିଯାନରେ ସାମିଲ ହୋଇଛି ହକି ଇଣ୍ଡିଆ। ଏଥିପାଇଁ ହକି ଇଣ୍ଡିଆ ୨୫ ଲକ୍ଷ ଟଙ୍କା ଦାନ କରିଛି। ବୁଧବାର ପ୍ରଧାନମନ୍ତ୍ରୀ...

ନକ୍‌ଆଉଟରେ ଆର୍ଜେଣ୍ଟିନା, ପୋଲାଣ୍ଡ

ଦୋହା, ୨।୧୨:ପ୍ରାରମ୍ଭିକ ବିପର୍ଯ୍ୟୟକୁ ଏଡ଼ାଇ ଆର୍ଜେଣ୍ଟିନା ଚଳିତ ଫିଫା ବିଶ୍ୱକପର ନକ୍‌ଆଉଟରେ ପ୍ରବେଶ କରିଛି। ନିଜର ପ୍ରଥମ ମ୍ୟାଚରେ ସାଉଦି ଆରବଠାରୁ ହାରିବାପରେ ଦ୍ୱିତୀୟ ମ୍ୟାଚରେ...

କ୍ରିକେଟ୍‌ ଗ୍ରାଉଣ୍ଡରୁ ମ୍ୟୁଜିକ ଷ୍ଟୁଡିଓ : ଦୁଇ ଓପନର: ଏବେ କମ୍ପୋଜର, ସିଙ୍ଗର୍‌

ଲିଟିଲ ମାଷ୍ଟର ସଚିନ ତେନ୍ଦୁଲକରଙ୍କ ‘କ୍ରିକେଟ ୱାଲି ବିଟ୍‌’ ହେଉ କି ଅଲରାଉଣ୍ଡର ସୁରେଶ ରାଇନାଙ୍କ ‘ବିଟିୟା ରାନୀ କିମ୍ବା ଅଷ୍ଟ୍ରେଲୀୟ ପେସ୍‌ ତାରକା ବ୍ରେଟ୍‌...

ଆନ୍ତଃ ସ୍କୁଲ ଫୁଟବଲ: ବିଜେଇଏମ୍‌ ବିଜୟୀ

ଭୁବନେଶ୍ୱର, ୭।୮(କ୍ରୀଡ଼ା ପ୍ରତିନିଧି): ୟୁନିଟ-୬ ଆଥଲେଟିକ୍‌ ଆସୋସିଏଶନ ଆନୁକୂଲ୍ୟରେ ୬ ନମ୍ବର ହାଇସ୍କୁଲ ପଡ଼ିଆରେ ଚାଲିଥିବା ୟୁନିଲାଇଟ କପ୍‌ ଆନ୍ତଃସ୍କୁଲ ଫୁଟବଲ ଟୁର୍ନାମେଣ୍ଟରେ ବୁଧବାର ଗୋଟିଏ...

ଚେନ୍ନାଇ ସୁପର୍‌ କିଙ୍ଗ୍ସ ସାମ୍ନାରେ ୧୬୩ ରନର୍‌ ଟାର୍ଗେଟ୍‌

ଆବୁଧାବି, ୧୯।୯: ଆଇପିଏଲ୍‌ର ୧୩ତମ ସଂସ୍କରଣ ଶନିବାରଠାରୁ ୟୁଏଇରେ ଆରମ୍ଭ ହୋଇଛି। ଆବୁଧାବିର ଶେଖ୍‌ ଜାୟେଦ ଷ୍ଟାଡିୟମରେ ଚେନ୍ନାଇ ସୁପର୍‌ କିଙ୍ଗ୍ସ ବିପକ୍ଷରେ ଟସ୍‌ ହାରି...

ଜନ୍ମଦିନରେ ଧୋନୀଙ୍କ ପାଇଁ ସାକ୍ଷୀ ଲେଖିଲେ ଏହି ମେସେଜ୍‌

ନୂଆଦିଲ୍ଲୀ, ୭।୭- ବିଶ୍ୱ କ୍ରିକେଟ୍‌ରେ ପ୍ରଥମ ଅଧିନାୟକ ଭାବେ ଆଇସିସିର ସମସ୍ତ ୩ଟି ଯାକ ଟ୍ରଫି ଜିତିଥିବା ମହେନ୍ଦ୍ର ସିଂ ଧୋନୀ ମଙ୍ଗଳବାର ୩୯ ବର୍ଷରେ...

ଲାଇଭ୍‌ ମ୍ୟାଚ୍‌ ସମୟରେ ହଠାତ୍‌ ପଡ଼ିଆକୁ ଆସିଲା ବିଷଧର ସାପ, ଦେଖନ୍ତୁ ଭିଡିଓ

ଗୁଆହାଟୀ,୩।୧୦: ଭାରତ ଏବଂ ଦକ୍ଷିଣ ଆଫ୍ରିକା ମଧ୍ୟରେ ତିନି ମ୍ୟାଚ ବିଶିଷ୍ଟ ଟି -୨୦ ସିରିଜର ଦ୍ୱିତୀୟ ମ୍ୟାଚରେ ଘରୋଇ ଦଳ ୧୬ ରନ୍‌ରେ ବିଜୟ...

ନମ୍ବର ୪ ହେଉଛି ମୋ ଫେଭରାଇଟ୍‌: ରାହାନେ

କୋଲକାତା, ୪।୮(ପି.ଟି.)- ବିଶ୍ୱକପ୍‌ ପାଇଁ ଚୟନକର୍ତ୍ତାଙ୍କ ଦ୍ୱାରା ଅଣଦେଖାର ଶିକାର ହୋଇଥିବା ମଧ୍ୟକ୍ରମ ବ୍ୟାଟ୍ସମ୍ୟାନ ଅଜିଙ୍କ୍ୟ ରହାନେ ଆଗାମୀ ଓ୍ବେଷ୍ଟଇଣ୍ଡିଜ ବିପକ୍ଷ ୨ ମ୍ୟାଚ୍‌ ବିଶିଷ୍ଟ...

Advertisement
Archives

Model This Week