Posted inଖେଳ

ସିରାଜଙ୍କୁ ବଡ଼ ଝଟକା: ଟେଷ୍ଟ କ୍ରିକେଟ ମଝିରେ ବଡ଼ ନିଷ୍ପତ୍ତି ନେଲା ICC, ଚିନ୍ତାରେ ଖେଳାଳି

ନୂଆଦିଲ୍ଲୀ,୧୪।୭: ଲର୍ଡସ କ୍ରିକେଟ ଗ୍ରାଉଣ୍ଡରେ ଖେଳାଯାଉଥିବା ଭାରତ ବନାମ ଇଂଲଣ୍ଡ ତୃତୀୟ ଟେଷ୍ଟ ସମୟରେ ଆଚରଣ ସଂହିତା ଉଲ୍ଲଂଘନ କରିଥିବାରୁ ମହମ୍ମଦ ସିରାଜଙ୍କୁ କଠୋର ଦଣ୍ଡ ଦେଇଛି ଆଇସିସି। ତାଙ୍କ ମ୍ୟାଚ ଫି’ର ୧୫ ପ୍ରତିଶତ ଜରିମାନା କରାଯାଇଛି। ଚତୁର୍ଥ ଦିନରେ ବେନ ଡକେଟଙ୍କ ଉଇକେଟ୍‌ ଉପରେ ସେଲିବ୍ରେଶନ କରିବା ପାଇଁ ସିରାଜଙ୍କୁ ଏହି ଦଣ୍ଡ ଦିଆଯାଇଛି।

ICC ତାର ବିବୃତ୍ତିରେ କହିଛି, ସିରାଜ ଖେଳାଳିମାନଙ୍କ ଏବଂ ଖେଳାଳି ସମର୍ଥନ କର୍ମଚାରୀଙ୍କ ପାଇଁ ICC ଆଚରଣ ସଂହିତାର ଧାରା ୨.୫ ଉଲ୍ଲଂଘନ କରିଥିବାରୁ ଦୋଷୀ ସାବ୍ୟସ୍ତ ହୋଇଛନ୍ତି। ଯାହା “ଆନ୍ତର୍ଜାତୀୟ ମ୍ୟାଚ ସମୟରେ ଜଣେ ବ୍ୟାଟ୍ସମ୍ୟାନ ଆଉଟ ହେବା ସମୟରେ ତାଙ୍କ ଭାଷା, ଆଚରଣ କିମ୍ବା ଇଙ୍ଗିତ ପ୍ରତି ଆକ୍ରମଣାତ୍ମକ ପ୍ରତିକ୍ରିୟା ପ୍ରକାଶ କରିବା” ସହିତ ଜଡିତ।

ଉଇକେଟ୍‌ ନେବା ପରେ, ସିରାଜ ତାଙ୍କ ଫଲୋ-ଥ୍ରୁରେ ବ୍ୟାଟସମ୍ୟାନ ପାଖକୁ ଯାଇ ସେଲିବ୍ରେଶନ କରିଥିଲେ ଏବଂ ଯେତେବେଳେ ବ୍ୟାଟସମ୍ୟାନ ବେନ ଡକେଟ ଲର୍ଡସର ଲଙ୍ଗ ରୁମ ଆଡକୁ ଯାଉଥିଲେ, ସେତେବେଳେ ସିରାଜଙ୍କ କାନ୍ଧ ଡକେଟଙ୍କ କାନ୍ଧ ସହିତ ଧକ୍କା ହୋଇଥିଲା।


Enter your email to get our daily news in your inbox.

All Right Reserved By Dharitri.Com

କେନାଲରେ ଫସି ରହିଥିଲା ବାର୍‌ହା, ଏମିତି ଉଦ୍ଧାର କଲେ ଅଗ୍ନିଶମ କର୍ମଚାରୀ

ଗଞ୍ଜାମ,୧୬।୮(ବିଦ୍ୟାଧର ସାହୁ): ଗଞ୍ଜାମ ସହର ସ୍ଥିତ ପୋତାଗଡ଼ ପାର୍ଶ୍ୱରେ ଥିବା ଋଷୁକୂଲ୍ୟା ନଦୀ ଜଳରେ ବୋଟିଙ୍ଗ ପାଇଁ ନିର୍ମାଣ ହୋଇଥିବା କ୍ଷୁଦ୍ର କେନାଲରେ ଫସି ରହିଥିବା ଏକ…

Ananya Raj Death: ୩୫ ବର୍ଷରେ ଅଭିନେତ୍ରୀ ଅନନ୍ୟା ରାଜଙ୍କ ପରଲୋକ, ମାସେ ପରେ ସାମ୍ନାକୁ ଆସିଲା ଖବର

ମୁମ୍ବାଇ,୧୬।୮: ଅଭିନେତ୍ରୀ ତଥା ସୋସିଆଲ ମିଡିଆ ଷ୍ଟାର ଅନନ୍ୟା ରାଜଙ୍କ ୩୫ ବର୍ଷ ବୟସରେ ଦେହାନ୍ତ ହୋଇଛି । ତାଙ୍କ ମୃତ୍ୟୁର ପ୍ରାୟ ଏକ ମାସ ପରେ…

ଛକରେ କଫସିରପ ବିକ୍ରି ବେଳେ ମାଡିବସିଲା ସୋହେଲା ପୋଲିସ, ୩ ଗିରଫ

ସୋହେଲା,୧୬।୮(ଅଶ୍ୱିନୀ ପାତ୍ର): ବରଗଡ଼ ଜିଲା ସୋହେଲା ପୋଲିସ ଆଜି ବାଉଁସେନମୁରା ଗ୍ରାମ ପଂଚାୟତ ଅନ୍ତର୍ଗତ କେନ୍ଦବାହାଲ ରାସ୍ତାରେ ପେଟ୍ରୋଲିଂ ସମୟରେ ତିନିଜଣ କଫସିରପ ବ୍ୟବସାୟୀଙ୍କୁ ଗିରଫ କରି…

ଅନ୍ଧାରିଆ ଜଙ୍ଗଲରେ ଚାଲିଥିଲା ଜୁଆ ଖେଳ; ମାଡ଼ିବସିଲା ଝରିଗାଁ ପୋଲିସ, ଜବତ କଲା…

ଝରିଗାଁ,୧୬।୮(କିଶୋର ଚନ୍ଦ୍ର ମଣ୍ଡଳ): ନବରଙ୍ଗପୁର ଜିଲା ଝରିଗାଁ ନିକଟସ୍ଥ ହୁଣ୍ଡାରଧଡକି ଜଙ୍ଗଲ ନିକଟରେ ଜୁଆ ଖେଳ ଚାଲିଥିବା ବେଳେ ରବିବାର ସନ୍ଧ୍ୟାରେ ଝରିଗାଁ ପୋଲିସ ତରଫରୁ ଅତର୍କିତ…

ଖେମୁଣ୍ଡି ଫୁଟବଲ ଟୁର୍ନାମେଣ୍ଟ: ବ୍ରହ୍ମପୁରର ନଟରାଜ ଟିମ୍‌ ଚାମ୍ପିୟନ

ଦିଗପହଣ୍ଡି,୧୬।୮(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ସ୍ଥିତ ଖେମୁଣ୍ଡି ସ୍ପୋର୍ଟିଂ କ୍ଲବ ଏବଂ ଏନଏସି କାର୍ଯ୍ୟାଳୟର ମିଳିତ ଆନୁକୁଲ୍ୟରେ ପବିତ୍ର ସ୍ବାଧୀନତା ଦିବସ ଅବସରରେ ସ୍ଥାନୀୟ…

BJPକୁ ବଡ଼ ଝଟକା! ଦଳ ଛାଡିଲେ ଏହି ଅଭିନେତା, ମଞ୍ଚ ଉପରୁ ଘୋଷଣା କରି ଚମକାଇଦେଲେ

ତିରୁଭାନନ୍ତପୁରମ୍‌,୧୬।୮: କେରଳରେ ଭାଜପାକୁ ବଡ଼ ଝଟକା ଲାଗିଛି । ଅଭିନେତା ତଥା କେରଳ ଭାଜପାର ଉପାଧ୍ୟକ୍ଷ ଏସ୍‌. ଦେବନ ଦଳର ଉପାଧ୍ୟକ୍ଷ ପଦ ସହ ପ୍ରାଥମିକ ସଦସ୍ୟତାରୁ…

ଜଳପ୍ରପାତରେ ଗାଧୋଉଥିବା ବେଳେ ଖସିପଡ଼ିଲେ ଶିକ୍ଷକ, ତାପରେ….

ବରଗଡ଼,୧୬।୮(ପ୍ରେମାନନ୍ଦ ଖମାରୀ): ବରଗଡ଼ ଜିଲା ଅମ୍ବାଭୋନା ଥାନା ଅଞ୍ଚଳରେ ଥିବା ପର୍ଯ୍ୟଟନସ୍ଥଳୀ ବାରବଖରା ଜଳପ୍ରପାତରେ ରବିବାର ଏକ ଅଭାବନୀୟ ଘଟଣା ଘଟିଛି । ଏହି ଜଳପ୍ରପାତରେ ଗାଧୋଉଥିବା…

ବର୍ଷାରେ ଧସିଲା ଗାର୍ଡ଼ ୱାଲ୍‌, ନଦୀକୂଳ ବାସୀ ଭୟଭିତ

ଆଳି,୧୬।୮(ବନମାଳୀ ସେନାପତି): କେନ୍ଦ୍ରାପଡ଼ା ଜିଲା ଆଳି ରିଙ୍ଗ ବନ୍ଧର ବଉଳଯୋଡି ନିକଟରେ ଥିବା ସଲୁଇସ୍‌ ଗେଟର ଗାର୍ଡ ୱାଲ୍‌ ବର୍ଷା ଯୋଗୁ ଧସି ଯାଇଛି। ଗାର୍ଡୱାଲ ଧସିବା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri