Advertisement
Posted inଖେଳ

ମହମ୍ମଦ ସାଲାଙ୍କୁ କରୋନା

କାଇରୋ, ୧୬ା୧୧ (ଏପି)-ଲିଭରପୁଲ୍‌ ଷ୍ଟ୍ରାଇକର ମହମ୍ମଦ ସାଲା କରୋନା ସଂକ୍ରମିତ ହୋଇଛନ୍ତି। ନିଜ ଦେଶର ଇଜିପ୍ଟରେ ସେ ଅତିକମ୍‌ରେ ଗୋଟିଏ ସପ୍ତାହ ଆଇସୋଲେଶନରେ ରହିବେ। ଜାତୀୟ ଫୁଟ୍‌ବଲ ଦଳର ଡାକ୍ତର ମହମ୍ମଦ ଆବୁ ଏଲିଲା ଏହି ସୂଚନା ଦେଇଛନ୍ତି। ସାଲା ତାଙ୍କ ଭାଇର ବିବାହ ଉତ୍ସବରେ ଯୋଗଦେବା ଲାଗି ଯାଇଥିଲେ। ସେଠାରେ ହୁଏତ ସେ କରୋନା ସଂକ୍ରମିତ ହୋଇ ପାରିଥାନ୍ତି ବୋଲି ଆଶଙ୍କା କରାଯାଉଛି। ଇଜିପ୍ଟର ଟୋଗୋ ବିପକ୍ଷ ଆଫ୍ରିକା କପ୍‌ ଅଫ୍‌ ନେଶନ୍ସ କ୍ୱାଲିଫାୟର ପୂର୍ବରୁ ସାଲାଙ୍କର ଶୁକ୍ରବାର କୋଭିଡ୍‌ ଟେଷ୍ଟ ହୋଇଥିଲା। ଏହି ଷ୍ଟାର ପୁଟ୍‌ବଲର ବର୍ତ୍ତମାନ ପ୍ରିମିୟର ଲିଗ୍‌ରେ ଆସନ୍ତା ରବିବାର ଲିସେଷ୍ଟର ବିପକ୍ଷ ପ୍ରଥମ ମ୍ୟାଚ ଖେଳିବାରୁ ବଞ୍ଚତ୍ତ ହେବେ। ସାଲାଙ୍କ ନିକଟରେ ସାମାନ୍ୟ ଲକ୍ଷଣ ପ୍ରକାଶ ପାଇଥିଲା। ଟେଷ୍ଟରେ ନେଗେଟିଭ ନ ଆସିବା ପର୍ଯ୍ୟନ୍ତ ସେ ଆଇସୋଲେଶନରେ ରହିବେ। ଚଳିତ ସପ୍ତାହ ପ୍ରଥମ ଭାଗରେ ସାଲାଙ୍କ ଭାଇର ବିବାହ ଉତ୍ସବରେ ଦଳେ ଲୋକଙ୍କ ସହ ସେ କିଛି ସମୟ ବିନା ମାସ୍କରେ ନୃତ୍ୟ କରୁଥିବା ଦୃଶ୍ୟର ଏକ ଫଟୋ ଦେଖିବାକୁ ମିଳିଛି।


Enter your email to get our daily news in your inbox.

All Right Reserved By Dharitri.Com

Posted inଖେଳ View All

ପାର୍କରେ ହଳ କରି ଫସଲ ଅମଳ କରିବେ କୃଷକ: ରାକେଶ ଟିକାଏତ

ନୂଆଦିଲ୍ଲୀ,୨୪।୨: ଯଦି କେନ୍ଦ୍ର ସରକାର କୃଷି ଆଇନ ପ୍ରତ୍ୟାହାର ନ କରନ୍ତି ତେବେ ଏଥର ସଂସଦକୁ ଘେରିବାକୁ ଆହ୍ବାନ ଦିଆଯିବ ଏବଂ ଚାରି ଟ୍ରାକ୍ଟର ନୁହେଁ,...

ପଡ଼ିଆରେ ବିପକ୍ଷ ବ୍ୟାଟ୍ସମ୍ୟାନଙ୍କ ସହ କୋହଲିଙ୍କ ଯୁକ୍ତିତର୍କ: କହିଲେ, ପାଟି ବନ୍ଦ କରି ବ୍ୟାଟିଂ କର

ଲଣ୍ଡନ,୩।୭:ଏଜବାଷ୍ଟନରେ ଭାରତ ଏବଂ ଇଂଲଣ୍ଡ ମଧ୍ୟରେ ପଞ୍ଚମ ଟେଷ୍ଟ ଖେଳାଯାଉଛି। ରବିବାର ମ୍ୟାଚର ତୃତୀୟ ଦିନରେ ବିରାଟ କୋହଲି ପଡ଼ିଆରେ ଇଂଲଣ୍ଡ ବ୍ୟାଟ୍ସମ୍ୟାନ ଜନି ବେୟାରଷ୍ଟୋଙ୍କ...

ଗୋଟିଏ କାନରେ ଶୁଣିପାରୁ ନ ଥିଲେ ଏହି କ୍ରିକେଟର୍‌, ଦେଶ ପାଇଁ କଲେ ଡେବ୍ୟୁ

ବ୍ରିସବେନ,୧୫।୧: ବର୍ଡର-ଗାଭାସ୍କର ସିରିଜର ଶେଷ ଟେଷ୍ଟ ବ୍ରିସବେନ୍‌ରରେ ଆରମ୍ଭ ହୋଇଛି। ଏହି ମ୍ୟାଚ୍‌ରେ ଭାରତ ଅନଭିଜ୍ଞ ବୋଲିଂ ଆଟାକ ସହ ଅଷ୍ଟ୍ରେଲିଆ ବିପକ୍ଷରେ ମଇଦାନକୁ ଓହ୍ଲାଇଛି।...

ସାଇନାଙ୍କୁ ପ୍ରଥମ ମହିଳା ଆଇଏମ୍‌ ନର୍ମ

ଭୁବନେଶ୍ୱର, ୨୬।୬(ସ୍ପୋଟର୍‌ସ ବ୍ୟୁରୋ)- ଉଦୀୟମାନ ଓଡ଼ିଆ ଚେସ୍‌ ତାରକା ତଥା ମହିଳା ଫିଡେ ମାଷ୍ଟର ସାଇନା ସାଲୋନିକା କ୍ୟାରିୟରର ପ୍ରଥମ ଇଣ୍ଟରନ୍ୟାଶନାଲ ମାଷ୍ଟର (ଆଇଏମ୍‌) ନର୍ମ...

ଇଣ୍ଡିଆନ ସୁପର ଲିଗ୍‌: ଓଡ଼ିଶାର ଦ୍ୱିତୀୟ ବିଜୟ

ଭୁବନେଶ୍ୱର, ୧୨।୧୨(ସ୍ପୋଟର୍‌ସ ବ୍ୟୁରୋ)- ଚଳିତ ଇଣ୍ଡିଆନ ସୁପର ଲିଗ୍‌ (ଆଇଏସ୍‌ଏଲ୍‌)ରେ ଓଡ଼ିଶା ଏଫ୍‌ସି ତା’ର ଦ୍ୱିତୀୟ ବିଜୟ ହାସଲ କରିଛି। ବୁଧବାର ପୁଣେର ଶ୍ରୀ ଶିବ୍‌...

ଜିମ୍ବାଓ୍ବେ କ୍ରିକେଟ ବୋର୍ଡ ପୁନଃ ଅବସ୍ଥାପିତ

ହରାରେ, ୯ା୮ (ଏପି)-ଏକ ସରକାରୀ ପରିଷଦ ଦ୍ୱାରା ଜିମ୍ବାଓ୍ବେ କ୍ରିକେଟ ବୋର୍ଡ ପୁନଃ ଅବସ୍ଥାପିତ ହୋଇଛି। କିନ୍ତୁ ବାହ୍ୟ ହସ୍ତକ୍ଷେପ ଯୋଗୁ ଦେଶ ଅନ୍ତର୍ଜାତୀୟ କ୍ରିକେଟ...

ଟସ୍‌ ଜିତି ଭାରତର ବୋଲିଂ ନିଷ୍ପତ୍ତି: ଖେଳିବେନି ଜାଡେଜା

ସେଣ୍ଟ କିଟ୍ସ,୨।୮: ଭାରତ ଏବଂ ଓ୍ବେଷ୍ଟଇଣ୍ଡିଜ ମଧ୍ୟରେ ମଙ୍ଗଳବାର ତୃତୀୟ ଟି୨୦ ମୁକାବିଲା ଖେଳାଯାଉଛି। ଏଥିରେ ଭାରତ ପ୍ରଥମେ ଟସ୍‌ ଜିତି ପ୍ରଥମେ ବୋଲିଂ କରିବା...

ଟେଷ୍ଟରେ କାହିଁକି ଧଳା ଶର୍ଟ ପିନ୍ଧନ୍ତି କ୍ରିକେଟର

୧୯୦୦ ମସିହା ପୂର୍ବରୁ କ୍ରିକେଟରଙ୍କ ଡ୍ରେସ୍‌ କୋଡ୍‌ ନିର୍ଦ୍ଧାରଣ ନ ଥିଲା। ସାଧାରଣ ଡ୍ରେସ୍‌ ପିନ୍ଧି କ୍ରିକେଟରମାନେ ପଡିଆକୁ ଓହ୍ଲାଉଥିଲେ। ସେ ସମୟରେ କେବଳ ଟେଷ୍ଟ...

Advertisement
Archives

Model This Week