ଓଡ଼ିଶା ଷ୍ଟାର୍ଟଅପ୍‌ ଲିଡ୍‌ର

ଭୁବନେଶ୍ୱର,୧୬।୧୧(ବ୍ୟୁରୋ): ଜାତୀୟସ୍ତରରେ ଷ୍ଟାର୍ଟଅପ୍‌ ଲିଡ୍‌ର ସ୍ବୀକୃତି ହାସଲ କରିବାରେ ଓଡ଼ିଶା ସଫଳ ହୋଇପାରିଛି। ୨୦୧୯ରେ କେନ୍ଦ୍ର ସରକାରଙ୍କ ଦ୍ୱାରା କରାଯାଇଥିବା ଷ୍ଟାର୍ଟଅପ୍‌ ର଼୍ୟାଙ୍କିଙ୍ଗ୍‌ରେ ଓଡ଼ିଶାକୁ ଏହି ସ୍ଥାନ ମିଳିଛି। ଏହା ମଧ୍ୟରେ ରାଜ୍ୟର ଷ୍ଟାର୍ଟଅପ୍‌ ସଂଖ୍ୟା ୭୭୪କୁ ବୃଦ୍ଧି ପାଇଛି। ଏଥିରେ ୬ ହଜାର ଯୁବତୀ, ଯୁବକଙ୍କ ଲାଗି ନିଯୁକ୍ତି ସୁଯୋଗ ସୃଷ୍ଟି ହୋଇଛି। ରବିବାର ମୁଖ୍ୟ ଶାସନ ସଚିବ ଅସିତ୍‌ କୁମାର ତ୍ରିପାଠୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ରାଜ୍ୟ ଷ୍ଟାର୍ଟଅପ୍‌ କାଉନ୍‌ସିଲ ବୈଠକରୁ ଏହା ଜଣାପଡ଼ିଛି। ରାଜ୍ୟ ଏମ୍‌ଏସ୍‌ଏମ୍‌ଇ ପ୍ରମୁଖ ଶାସନ ସଚିବ ସତ୍ୟବ୍ରତ ସାହୁ ରାଜ୍ୟର ଷ୍ଟାର୍ଟଅପ୍‌ ସମ୍ବନ୍ଧିତ ତଥ୍ୟ ଉପସ୍ଥାପନ କରିଛନ୍ତି।
ଷ୍ଟାର୍ଟଅପ୍‌ଗୁଡ଼ିକର ଅଗ୍ରଗତି ସମୀକ୍ଷା କରି ରାଜ୍ୟରେ ଷ୍ଟାର୍ଟଅପ୍‌ ଇକୋ ସିଷ୍ଟମ୍‌କୁ ଅଧିକ କ୍ରିୟାଶୀଳ ଏବଂ ଫଳପ୍ରସୁ କରିବା ପାଇଁ ମୁଖ୍ୟ ଶାସନ ସଚିବ ନିର୍ଦ୍ଦେଶ ଦେଇଛନ୍ତି। ଇନ୍‌କ୍ୟୁବେଟର ଏବଂ ଷ୍ଟାର୍ଟଅପ୍‌ଗୁଡ଼ିକ ମଧ୍ୟରେ ଲଗାତର ଯୋଗାଯୋଗ ଏବଂ ସକ୍ରିୟ ସମ୍ପର୍କ ଉପରେ ଗୁରୁତ୍ୱ ଦିଆଯାଇଛି। ଇଡ୍‌କୋ
ପକ୍ଷରୁ ନିର୍ମାଣାଧୀନ ଜିରୋ-ହବ୍‌କୁ ଆସନ୍ତା ମାର୍ଚ୍ଚ ସୁଦ୍ଧା ଏକ ଉନ୍ନତ ଷ୍ଟାର୍ଟଅପ୍‌ ହବ୍‌ଭାବେ ବିକଶିତ କରି ଏଥିରେ ପରୀକ୍ଷଣ ଓ ଉତ୍ପାଦ ବିକାଶ ନିମନ୍ତେ ସାଧାରଣ ସୁଯୋଗ
ସୃଷ୍ଟି କରିବାକୁ ଅସିତ୍‌ ତ୍ରିପାଠୀ ନିର୍ଦ୍ଦେଶ ଦେଇଛନ୍ତି। ଏହି ଅବସରରେ ରାଜ୍ୟ କୌଶଳ ବିକାଶ କର୍ତ୍ତୃପକ୍ଷ ଅଧ୍ୟକ୍ଷ ସୁବ୍ରତୋ ବାଗ୍‌ଚୀ ଏବଂ ମୁଖ୍ୟ ଶାସନ ସଚିବ କଳାହାଣ୍ଡିରେ କାର୍ଯ୍ୟରତ ଅମ୍ବିକା ଓ ସଦାନନ୍ଦ ଶତପଥୀ ନାମକ ଷ୍ଟାର୍ଟଅପ୍‌ ଦମ୍ପତିଙ୍କ ସହିତ ଡିଜିଟାଲ ମୋଡ୍‌ରେ ଆଲୋଚନା କରିଛନ୍ତି। ଉକ୍ତ ଷ୍ଟାର୍ଟଅପ୍‌ଗୁଡ଼ିକର ଅଗ୍ରଗତି ଏବଂ ସମସ୍ୟା ବିଷୟ ଜାଣି ସେମାନଙ୍କୁ ଆଗାମୀ କାର୍ଯ୍ୟପନ୍ଥା ବିଷୟରେ ବାସ୍ତବବାଦୀ ପରାମର୍ଶ ଦେଇଛନ୍ତି।
ଏହି ଅବସରରେ ପ୍ରମୁଖ ଶାସନ ସଚିବ ସୁବ୍ରତ ସାହୁ କହିଛନ୍ତି, ଜୁନ ୨୦୧୭ରେ ରାଜ୍ୟରେ ପ୍ରଥମ ଷ୍ଟାର୍ଟଅପ୍‌ଙ୍କୁ ସ୍ବୀକୃତି ମିଳିଥିଲା। ବର୍ତ୍ତମାନ ସୁଦ୍ଧା ରାଜ୍ୟରେ ଷ୍ଟାର୍ଟଅପ୍‌ ସଂଖ୍ୟା ୭୭୪କୁ ବୃଦ୍ଧି ପାଇଛି। ଏଥିରେ ୨୫୦ ମହିଳା ସାମିଲ ଅଛନ୍ତି। ଅନ୍ୟପଟେ ଇତିମଧ୍ୟରେ ରାଜ୍ୟରେ ୧୭ଟି ଇନ୍‌କ୍ୟୁବେଟର, ୧୭ଟି ଅଣୁକ୍ଷୁଦ୍ର ଶିଳ୍ପ ଇନ୍‌କ୍ୟୁବେଟର ଏବଂ ୧୩ଟି ନୋଡାଲ ସଂସ୍ଥା କାର୍ଯ୍ୟ କରୁଛନ୍ତି। ୧୬୯ ଷ୍ଟାର୍ଟଅପ୍‌ଙ୍କୁ ପ୍ରାୟ ୧୫ କୋଟିରୁ ଅଧିକ ଆର୍ଥିକ ସହାୟତା ଦିଆଯାଇଛି। ଅଧିକ ୫ଟି ଉଦ୍ୟୋଗ ଏବଂ ୪ଟି ଇନ୍‌କ୍ୟୁବେଟରଙ୍କୁ ଆର୍ଥିକ ସହାୟତା ପାଇଁ ଆସିଥିବା ପ୍ରସ୍ତାବଗୁଡ଼ିକର ବିଚାର କରାଯାଇ ସେଗୁଡ଼ିକୁ ସହାୟତା ନିମନ୍ତେ ବୈଠକରେ ନୀତିଗତ ନିଷ୍ପତ୍ତି ନିଆଯାଇଛି। ଏହି ସଂସ୍ଥାଗୁଡ଼ିକ ସମୁଦାୟ ୨.୮୮ କୋଟି ଟଙ୍କାର ସହାୟତା ପାଇବେ। ଅନ୍ୟପଟେ ସ୍ଥାନୀୟ ସେଣ୍ଟ୍ରାଲ ଟୁଲ୍‌ ରୁମ୍‌ ଆଣ୍ଡ ଟ୍ରେନିଂ ସେଣ୍ଟର (ସିଟିଆର୍‌ଟିସି) ଓ ଜୀବ ବିଜ୍ଞାନ ପ୍ରତିଷ୍ଠାନକୁ ଷ୍ଟାର୍ଟଅପ୍‌ ନୋଡାଲ ସଂସ୍ଥାଭାବେ ତାଲିକାଭୁକ୍ତ କରିବା ପାଇଁ ମୁଖ୍ୟ ଶାସନ ସଚିବ ଅନୁମୋଦନ କରିଛନ୍ତି। ଷ୍ଟାର୍ଟଅପ୍‌ କାଉନ୍‌ସିଲ ଏଭାନ୍‌ଜେଲିଷ୍ଟ ପ୍ରଶାନ୍ତ ବିଶ୍ୱାଳ ବୈଠକର ସଂଯୋଜନା କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ତାତିଲେ ଚାଷୀ, ଜେସିବି ଲଗାଇ କାଟିଦେଲେ ଘାଇ, ପାଣିରେ ବୁଡ଼ିଲା ଶହଶହ ଏକର ଚାଷଜମି

ମହାକାଳପଡ଼ା,୧୬ା୮(ପ୍ରତାପ ଚନ୍ଦ୍ର ସ୍ବାଇଁ): ମହାନଦୀରେ ବନ୍ୟା ଓ ବର୍ଷା ଜଳ ଖରିଫ ଋତୁରେ ଧାନ ଫସଲ ପ୍ରଭାବିତ ହୋଇଛି। ଫଳରେ ୫ ହଜାରରୁ ଅଧିକ ହେକ୍ଟର ଜମିରେ…

କାଲି ଏହି ଜିଲାରେ ସ୍କୁଲ ଛୁଟି, ଜାଣନ୍ତୁ…

କେନ୍ଦୁଝର,୧୬।୮: ବଙ୍ଗୋପସାଗରରେ ସୃଷ୍ଟି ଲଘୁଚାପ କ୍ଷେତ୍ର ଅଧିକ ଘନୀଭୂତ ହୋଇ ସ୍ପଷ୍ଟଚିହ୍ନିତ ଲଘୁଚାପରେ ପରିଣତ ହୋଇଛି। ରବିବାର ଅପରାହ୍ନ ୨ଟା ୩୦ ସୁଦ୍ଧା ଏହା ଉତ୍ତରପଶ୍ଚିମ ବଙ୍ଗୋପସାଗର…

ସ୍କୁଲ ଛୁଟି ପରେ ମଧ୍ୟାହ୍ନଭୋଜନ ଚାଉଳ ଅଟୋରେ ନେବା ଘଟଣା: ନିଲମ୍ବିତ ହେଲେ ପ୍ରଧାନଶିକ୍ଷୟିତ୍ରୀ

ଝରିଗାଁ,୧୬ା୮(କିଶୋର ଚନ୍ଦ୍ର ମଣ୍ଡଳ): ନବରଙ୍ଗପୁର ଜିଲାର ଝରିଗାଁ ବ୍ଲକ ଅନ୍ତର୍ଗତ ମାଝୀଗୁଡ଼ା ସ୍କୁଲର ଭାରପ୍ରାପ୍ତ ପ୍ରଧାନଶିକ୍ଷୟିତ୍ରୀ ଗତ ଶୁକ୍ରବାର ବିଦ୍ୟାଳୟ ଛୁଟି ହେବା ପରେ ଏକ ଅଟୋରେ…

ତାରିକ ରହମାନଙ୍କ ଭାରତ ଗସ୍ତ ପୂର୍ବରୁ ବାଂଲାଦେଶ ରଖିଛି ବଡ଼ ସର୍ତ୍ତ

ଢାକା,୧୬।୮: ବାଂଲାଦେଶ ରବିବାର କହିଛି ଯେ ପୂର୍ବତନ ପ୍ରଧାନମନ୍ତ୍ରୀ ଶେଖ ହାସିନା ଏବଂ ଢାକା ଦ୍ୱାରା ଚାହୁଁଥିବା ଅନ୍ୟ ପଳାତକଙ୍କୁ ଭାରତ ସରକାର ପ୍ରତ୍ୟାର୍ପଣ ପ୍ରକ୍ରିୟାକୁ ଆଗକୁ…

୨୦୨୯ ନିର୍ବାଚନ ପାଇଁ BJPର ମାଷ୍ଟରପ୍ଲାନ୍‌, କାଲି ଘୋଷଣା ହେବ ନୂଆ ଟିମ୍‌! ଏହି ନେତାଙ୍କୁ ମିଳିବ ବଡ଼ ଦାୟିତ୍ବ

ନୂଆଦିଲ୍ଲୀ,୧୬।୮: ଭାଜପାରେ ଖୁବ୍‌ଶୀଘ୍ର ଏକ ବଡ଼ ସାଂଗଠନିକ ପୁନର୍ଗଠନ ହେବାକୁ ଯାଉଛି । ଭାଜପା ରାଷ୍ଟ୍ରୀୟ ଅଧ୍ୟକ୍ଷ ନୀତିନ ନବୀନଙ୍କ ନେତୃତ୍ୱରେ ଦଳର ନୂଆ ଟିମ୍‌ ଘୋଷଣା…

ବୁଲାବୁଲି କି ଦାମୀ ପୋଷାକ ନୁହେଁ, ଦରମାର ୭୦% ଏହି କାମରେ ଖର୍ଚ୍ଚ କରନ୍ତି Gen Z

ନୂଆଦିଲ୍ଲୀ,୧୬।୮: ସୋସିଆଲ ମିଡିଆରେ ବର୍ତ୍ତମାନ ସମୟରେ Gen Zଙ୍କ ଟ୍ରେଣ୍ଡ, ଲାଇଫଷ୍ଟାଇଲ୍‌ ଓ ଖର୍ଚ୍ଚକୁ ନେଇ ଚର୍ଚ୍ଚା ଲାଗିରହିଛି । ଅନେକଙ୍କ ଧାରଣା ଯେ, ଯୁବପିଢ଼ି ଅଧିକ…

ବ୍ୟବସାୟୀ ଅପହରଣ ମାମଲା: ହନୁମାନ ପଇସା ପାଇଁ ଅଭିଯୁକ୍ତ ଦେଇଛନ୍ତି ୨ କୋଟି ୭୦ ଲକ୍ଷ, ଏସ୍‌ପି କହିଲେ ଆହୁରି…

ବଲାଙ୍ଗୀର,୧୬ା୮(ସୁନିଲ କୁମାର ମହାନ୍ତି): ବଲାଙ୍ଗୀରର ଜଣାଶୁଣା ବ୍ୟବସାୟୀ ନରେନ୍ଦ୍ର ସାହୁ ଓରଫ ଗୁଣ୍ଡା ଅପହରଣ ମାମଲାରେ ବୌଦ୍ଧ ଜିଲା କଣ୍ଟାମାଳ ଅଞ୍ଚଳର କ୍ଷୀତିଶ ସାହୁଙ୍କୁ ଭୁବନେଶ୍ବରରୁ ଗିରଫ…

ଅଭିରାମ ଲେଙ୍କାଙ୍କୁ ମିଳିଲା ଶ୍ରେଷ୍ଠ ଶିକ୍ଷକ ସମ୍ମାନ

ଝରିଗାଁ,୧୬ା୮(କିଶୋର ଚନ୍ଦ୍ର ମଣ୍ଡଳ): ନବରଙ୍ଗପୁର ଷ୍ଟାଡିୟମଠାରେ ଶନିବାର ଆୟୋଜିତ ୮୦ତମ ସ୍ବାଧୀନତା ଦିବସ ପାଳନ ଅବସରରେ ଶ୍ରେଷ୍ଠ ଶିକ୍ଷକ ଭାବେ ସରକାରୀ ଉନ୍ନୀତ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri