Posted inଖେଳ

ମହମୁଦୁଲ୍ଲାଙ୍କୁ କରୋନା

ଢାକା: କୋଭିଡ୍‌ ଟେଷ୍ଟରେ ବାଂଲାଦେଶର ଅନ୍ତର୍ଜାତୀୟ ଟି୨୦ ଅଧିନାୟକ ମହମୁଦୁଲ୍ଲାଙ୍କର ପଜିଟିଭ ଆସିଛି। ଫଳରେ ସେ ପାକିସ୍ତାନ ସୁପର ଲିଗ୍‌ (ପିଏସ୍‌ଏଲ୍‌)ର ପ୍ଲେଅଫ୍‌ ଖେଳିବାରୁ ବଞ୍ଚତ୍ତ ହେବେ ବୋଲି ସ୍ଥାନୀୟ ଗଣମାଧ୍ୟମ ରିପୋର୍ଟରେ ପ୍ରକାଶ ପାଇଛି। ୩୪ ବର୍ଷୀୟ ଏହି ପୁରୁଖା ଅଲରାଉଣ୍ଡର ରବିବାର ରାତିରେ ବିମାନ ଯୋଗେ ଦୁବାଇ ବାଟ ଦେଇ ପାକିସ୍ତାନ ଗସ୍ତ କରିଥାନ୍ତେ। କୋଭିଡ୍‌ ରିପୋର୍ଟରେ ପଜିଟିଭ ପରେ ସେ ତାଙ୍କ ଗସ୍ତକ୍ରମକୁ ବାତିଲ କରି ବର୍ତ୍ତମାନ ସେଲ୍ଫ ଆଇସୋଲେଶନରେ ଅଛନ୍ତି। ଆହୁରି ମଧ୍ୟ ନଭେମ୍ବର ୨୧ କିମ୍ବା ୨୨ରୁ ହେବାକୁଥିବା ବଙ୍ଗବନ୍ଧୁ ଟି୨୦ କପ୍‌ରେ ତାଙ୍କର ଖେଳିବା ନେଇ ସନ୍ଦେହ ସୃଷ୍ଟି ହୋଇଛି। ମହମୁଦୁଲ୍ଲାଙ୍କର ଖୁବ୍‌ ଶୀଘ୍ର ଦ୍ୱିତୀୟ ଟେଷ୍ଟ ହେବ। ମହମୁଦୁଲ୍ଲା ପିଏସ୍‌ଏଲ୍‌ ଟେବୁଲ ଟପ୍ପର ମୁଲ୍‌ତାନ ସୁଲ୍‌ତାନ୍ସ ଦଳରେ ମୋଇନ ଅଲିଙ୍କ ସ୍ଥାନରେ ବଦଳ ଖେଳାଳି ଭାବେ ଯୋଗଦେଇଥାନ୍ତେ। ବାଂଲାଦେଶ ସରକାରଙ୍କ ନିୟମାନୁସାରେ ବିଦେଶ ଗସ୍ତ ବେଳେ ଯାତ୍ରୀଙ୍କୁ ଦେଶ ଛାଡ଼ିବା ବେଳେ କୋଭିଡ୍‌ ନେଗେଟିଭ୍‌ ସାର୍ଟିଫିକେଟ ହାସଲ କରିବାକୁ ହେବ। ପିଏସ୍‌ଏଲ୍‌ଏଫ୍‌ ପ୍ଲେଅଫ୍‌ରେ ବିଦେଶୀ ଖେଳାଳିଙ୍କ ସ୍ଥାନରେ ବଦଳ ଖେଳାଳି ଭାବେ ଯୋଗ ଦେବାକୁ ମହମୁଦୁଲ୍ଲା ଓ ତାମିମ ଇକବଲଙ୍କୁ ଡାକରା ହୋଇଥିଲା। ତାମିମ୍‌ ମଙ୍ଗଳବାର ପାକିସ୍ତାନ ଗସ୍ତ କରିବେ ବୋଲି ଆଶା କରାଯାଉଛି। ଏହି ବାମହାତି ଖେଳାଳି ଖ୍ରିସ୍‌ ଲିନ୍‌ଙ୍କ ସ୍ଥାନରେ ବଦଳ ଖେଳାଳି ଭାବେ ଲାହୋର କଲନ୍ଦର୍ସ ଦଳରେ ଯୋଗ ଦେବେ। ୨୦୨୦ ପିଏସ୍‌ଏଲ୍‌ ପ୍ଲେଅଫ୍‌ ନଭେମ୍ବର ଦ୍ୱିତୀୟ କିମ୍ବା ତୃତୀୟ ସପ୍ତାହରେ ଖେଳାଯିବ। କରୋନା ଭାଇରସ୍‌ ଦେଖାଦେବା ପରେ ଚଳିତ ବର୍ଷ ପ୍ରାରମ୍ଭରେ ଟୁର୍ନାମେଣ୍ଟକୁ ଅନିର୍ଦ୍ଦିଷ୍ଟ କାଳ ପାଇଁ ସ୍ଥଗିତ ରଖାଯାଇଥିଲା।


Enter your email to get our daily news in your inbox.

All Right Reserved By Dharitri.Com

Posted inଖେଳ View All

ଆଇସିସି ଟି୨୦ ମହିଳା ବିଶ୍ୱକପ୍‌: ଭାରତର ଟାର୍ଗେଟ୍‌ ୧୮୫

ମେଲବୋର୍ନ,୮।୩- ଅନ୍ତର୍ଜାତୀୟ କ୍ରିକେଟ କାଉନସିଲ (ଆଇସିସି) ଟି୨୦ ମହିଳା ବିଶ୍ୱକପ୍‌ରେ ଆୟୋଜକ ଅଷ୍ଟ୍ରେଲିଆ ଭାରତ ସମ୍ମୁଖରେ କଷ୍ଟାସାଧ୍ୟ ୧୮୫ ରନର ବିଜୟ ଲକ୍ଷ୍ୟ ଧାର୍ଯ୍ୟ କରିଛି।...

କିଜ୍‌ଙ୍କୁ ସିନସିନାଟି ମାଷ୍ଟର୍ସ ଟାଇଟଲ

ସିନସିନାଟି,୧୯।୮(ଏଏଫ୍‌ପି): ଏଠାରେ ଚାଲିଥିବା ଡବ୍ଲ୍ୟୁଟିଏ ସିନସିନାଟି ମାର୍ଷ୍ଟସ ଟୁର୍ନାମେଣ୍ଟରେ ମାଡିସନ କିଜ୍‌ ଟାଇଟଲ ହାସଲ କରିଛନ୍ତି। ରବିବାର ଅନୁଷ୍ଠିତ ଫାଇନାଲରେ ସେ ସ୍ବେତଲାନା କୁଜନେସ୍ତୋଭାଙ୍କୁ ୭-୫,...

ଚେନ୍ନାଇ ସୁପର୍‌ କିଙ୍ଗ୍ସ ସାମ୍ନାରେ ୧୬୩ ରନର୍‌ ଟାର୍ଗେଟ୍‌

ଆବୁଧାବି, ୧୯।୯: ଆଇପିଏଲ୍‌ର ୧୩ତମ ସଂସ୍କରଣ ଶନିବାରଠାରୁ ୟୁଏଇରେ ଆରମ୍ଭ ହୋଇଛି। ଆବୁଧାବିର ଶେଖ୍‌ ଜାୟେଦ ଷ୍ଟାଡିୟମରେ ଚେନ୍ନାଇ ସୁପର୍‌ କିଙ୍ଗ୍ସ ବିପକ୍ଷରେ ଟସ୍‌ ହାରି...

ଏକଦିବସୀୟ କ୍ରିକେଟରରେ ପ୍ରଥମ ହ୍ୟାଟ୍ରିକ୍‌ ନେଇଥିଲେ ଏହି ବୋଲର

କ୍ରିକେଟରେ ହ୍ୟାଟ୍ରିକ୍‌ ନେବା ସବୁ ବୋଲରଙ୍କଙ୍କ ସ୍ବପ୍ନ ଥାଏ। ଏକଦିବସୀୟ କ୍ରିକେଟରେ ଏପର୍ଯ୍ୟନ୍ତ ୪୯ଟି ହ୍ୟାଟ୍ରିକ ହୋଇଛି। ପ୍ରଥମ ହ୍ୟାଟ୍ରିକ ବେଶ୍‌ ରୋଚକ ଥିଲା। ସାଧାରଣତଃ...

କିମ୍ବଦନ୍ତୀ ସ୍ପିନର ଚନ୍ଦ୍ରଶେଖରଙ୍କୁ ହୃଦ୍‌ଘାତ

ବେଙ୍ଗାଲୁରୁ, ୧୯ା୧ (ପି.ଟି.)- ହୃଦ୍‌ଘାତ ପରେ ପୂର୍ବତନ ଭାରତୀୟ କ୍ରିକେଟର ବି.ଏସ୍‌. ଚନ୍ଦ୍ରଶେଖର ହସ୍ପିଟାଲରେ ଭର୍ତ୍ତି ହୋଇଛନ୍ତି। ତାଙ୍କ ସ୍ବାସ୍ଥ୍ୟାବସ୍ଥାରେ ଉନ୍ନତି ପରିଲକ୍ଷିତ ହୋଇଛି। ସେ...

କୋହଲିଙ୍କୁ ୧୨ ଲକ୍ଷ ଜରିମାନା

ଦୁବାଇ,୨୬।୯(ପି.ଟି.): ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋର ଅଧିନାୟକ ବିରାଟ କୋହଲିଙ୍କ ଉପରେ ୧୨ ଲକ୍ଷ ଟଙ୍କା ଜରିମାନା ଧାର୍ଯ୍ୟ କରାଯାଇଛି। ତାଙ୍କ ଦଳ ଇଣ୍ଡିଆନ ପ୍ରିମିୟର ଲିଗ୍‌...

ଡବ୍ଲୁଟିସି ଫାଇନାଲ ଡ୍ର’ ରହିଲେ ଭାରତ ସହିବ କ୍ଷତି, ନ୍ୟୁଜିଲାଣ୍ଡର ହେବ ଲାଭ: ଜାଣନ୍ତୁ କେମିତି

ସାଉଥାମ୍ପଟନ୍‌,୨୩।୬: ଭାରତ ଏବଂ ନ୍ୟୁଜିଲାଣ୍ଡ ମଧ୍ୟରେ ଚାଲିଥିବା ବିଶ୍ୱ ଟେଷ୍ଟ ଚାମ୍ପିଅନସିପ (ଡବ୍ଲୁଟିସି)ର ଫାଇନାଲ ପାଇଁ ପ୍ରଶଂସକମାନେ ଦୀର୍ଘ ସମୟ ଅପେକ୍ଷା କରିଥିଲେ। ଏହି ମ୍ୟାଚ...

ରାହାନେଙ୍କ ନେତୃତ୍ୱକୁ ପ୍ରଶଂସା କଲେ ସେହ୍ବାଗ

ମେଲବୋର୍ନ,୨୬।୧୨- ବକ୍ସିଂ ଡେ’ ଟେଷ୍ଟରେ ଅଷ୍ଟ୍ରେଲିଆକୁ ୧୯୫ ରନ୍‌ରେ ଅଲଆଉଟ୍‌ କରିବା ପରେ ଭାରତୀୟ ଦଳର କାମଚଳା ଅଧିନାୟକ ଅଜିଙ୍କ୍ୟ ରାହାନେଙ୍କ ନେତୃତ୍ୱକୁ ପ୍ରଶଂସା କରିଛନ୍ତି...

Advertisement


Archives

Model This Week