ଆଜି ଭୁବନେଶ୍ୱରରେ ମୋଦିଙ୍କ ରୋଡ୍‌ ଶୋ’:ଏତିକି ବେଳୁ ଆରମ୍ଭ ହେବ ଟ୍ରାଫିକ୍‌ କଟକଣା

ଭୁବନେଶ୍ୱର, ୧୦।୫(ସୁନିତ୍‌ ମିଶ୍ର): ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଶୁକ୍ରବାରଠାରୁ ୨ ଦିନିଆ ଓଡ଼ିଶା ଗସ୍ତରେ ଆସୁଛନ୍ତି। ଭୁବନେଶ୍ୱରରେ ପ୍ରଧାନମନ୍ତ୍ରୀ ଶୁକ୍ରବାର ରାତି ୮ଟା ୩୦ରେ ଏକ ରୋଡ୍‌ ଶୋ’ କରିବା କାର୍ଯ୍ୟକ୍ରମ ରହିଛି। ରାତି ସାଢେ ୮ ଟାରୁ ଭାଜପା ରାଜ୍ୟ କାର୍ଯ୍ୟାଳୟରୁ ଏହି ରୋଡ୍‌ ଶୋ’ ବାହାରିବା କାର୍ଯ୍ୟକ୍ରମ ରହିଛି। ରୋଡ୍‌ ଶୋ’ରେ ମୋଦି ବାଣୀବିହାର ପର୍ଯ୍ୟନ୍ତ ଯିବା କାର୍ଯ୍ୟକ୍ରମ ରହିଛି। ସେଥିପାଇଁ ଜନପଥ(ମାଷ୍ଟରକ୍ୟାଣ୍ଟିନରୁ  ବାଣୀବିହାର ପର୍ଯ୍ୟନ୍ତ)ରେ ଟ୍ରାଫିକ କଟକଣା କମିଶନରେଟ୍‌ ପୋଲିସ ଜାରି ରଖିଛି। ଶୁକ୍ରବାର ଅପରାହ୍ନ ୨ଟାରୁ ରୋଡ୍‌ ଶୋ’ ସରିବା ପର୍ଯ୍ୟନ୍ତ ମାଷ୍ଟରକ୍ୟାଣ୍ଟିନ୍‌ ଠାରୁ ବାଣୀବିହାର ପର୍ଯ୍ୟନ୍ତ ରାସ୍ତା ବନ୍ଦ ରହିବ। ସେହିପରି ଅପରାହ୍ନ ୪ଟାରୁ ରୋଡ୍‌ ଶୋ’ ଶେଷ ହେବା ପର୍ଯ୍ୟନ୍ତ ବାଣୀବିହାରରୁ ମାଷ୍ଟରକ୍ୟାଣ୍ଟିନ୍‌ ରାସ୍ତା ବନ୍ଦ ରହିବ। ଏହା ସହ ଜନପଥକୁ ସଂଯୋଗ କରୁଥିବା କୌଣସି ଗଳିରୁ ଗାଡ଼ିଗୁଡ଼ିକୁ ରାସ୍ତାକୁ ଛଡ଼ାଯିବନାହିଁ।
ସୂଚନାଯୋଗ୍ୟ, ରାତି ୮ଟା ୧୫ରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଜନପଥ ସ୍ଥିତ ଭାଜପା ରାଜ୍ୟ ମୁଖ୍ୟ କାର୍ଯ୍ୟାଳୟଠାରେ ପହଞ୍ଚିବେ। ସାଢେ ୮ଟାରୁ ସେ ରୋଡ୍‌ ଶୋ’ ଆରମ୍ଭ କରିବେ। ଏହା ରାତି ପ୍ରାୟ ସାଢେ ୯ଟା ପର୍ଯ୍ୟନ୍ତ ଚାଲିବ ଓ ବାଣୀବିହାର ଛକରେ ଶେଷ ହେବ। ଏଥିଲାଗି ବିଭିନ୍ନ ସ୍କ୍ବାଡ୍‌ ଟିମ୍‌ ମଧ୍ୟ ଭୁବନେଶ୍ୱରଠାରେ ପହଞ୍ଚି  ସୁରକ୍ଷା ବ୍ୟବସ୍ଥା ଠିକ୍‌ ଅଛି ନା ନାହିଁ ତା’ର ଯାଞ୍ଚ ଆରମ୍ଭ କରିଦେଇଛନ୍ତି। ରାସ୍ତାକଡ଼ରେ ବ୍ୟାରିକେଡ୍‌ ମଧ୍ୟ ଲଗାଇ ଦିଆଯିବା ସାଙ୍ଗକୁ ଚାରିଆଡେ ଭାଜପା ପତାକା ଏବଂ ହୋର୍ଡିଂ ଛାଉଣି ହୋଇଗଲାଣି। ମୋଦିଙ୍କ ରୋଡ୍‌ ଶୋ’ ସମୟରେ ଓଡ଼ିଆ କଳା ଓ ସଂସ୍କୃତିର ଝଲକ୍‌ ଦେଖିବାକୁ ମିଳିବ। ଭାଜପା କାର୍ଯ୍ୟାଳୟରୁ ବାଣୀବିହାର ମଧ୍ୟରେ ୧୦ଟି ସ୍ଥାନରେ ଓଡ଼ିଶା କଳା ଓ ପରମ୍ପରାର ୧୦ଟି ଆଇକନ୍‌ ରହିବ। ଭାଜପା କାର୍ଯ୍ୟାଳୟରେ କୋଣାର୍କ ଚକ୍ର ଓ ବାଣୀବିହାର ଛକରେ ଖଣ୍ଡଗିରି ଐତିହ୍ୟ ସ୍ଥାନିତ ହେବ। ଝାଞ୍ଜ ମୃଦୁଙ୍ଗରେ ମୋଦିଙ୍କୁ ସ୍ବାଗତ କରାଯିବା ସହ ସମ୍ବଲପୁରୀ ଭଳି ଏକାଧିକ ଲୋକନୃତ୍ୟ ପ୍ରଦର୍ଶନ କରାଯିବ ବୋଲି ଜଣାପଡିଛି। ଏହା ପରେ ରାଜଭବନରେ ପ୍ରଧାନମନ୍ତ୍ରୀ ରାତ୍ରିଯାପନ କରିବେ। ଶନିବାର  ସେ ୩ଟି କାର୍ଯ୍ୟକ୍ରମରେ ଯୋଗଦେବେ। ପ୍ରଥମେ ସକାଳ ସାଢେ ୯ଟାରେ କନ୍ଧମାଳ ଷ୍ଟାଡିୟମ ପଡ଼ିଆରେ ଏକ ସମାବେଶରେ ଯୋଗଦେବେ। ସେଠାରୁ ଯାଇ ସାଢେ ୧୧ଟାରେ ବଲାଙ୍ଗୀରରେ ସାଧାରଣ ସଭାରେ ଉଦ୍‌ବୋଧନ ଦେବେ। ଶେଷରେ ଦିନ ଗୋଟାଏ ବେଳେ ବରଗଡ଼ ଟୋଲ୍‌ଗେଟ୍‌ ପଡ଼ିଆରେ ମୋଦି ବିଜୟ ସଂକଳ୍ପ ସମାବେଶକୁ ସମ୍ବୋଧିତ କରିବା କାର୍ଯ୍ୟକ୍ରମ ରହିଛି।
ସୂଚନାଯୋଗ୍ୟ, ୨୦୧୯ରେ ପ୍ରଧାନମନ୍ତ୍ରୀ ଭୁବନେଶ୍ୱରଠାରେ ରୋଡ୍‌ ଶୋ କାର୍ଯ୍ୟକ୍ରମ କରିଥିଲେ। ଏହା ତାଙ୍କର ଭୁବନେଶ୍ୱରରେ ଦ୍ୱିତୀୟ ରୋଡ୍‌ ଶୋ କାର୍ଯ୍ୟକ୍ରମ ହେବ। ତେବେ ୨୦୨୪ ନିର୍ବାଚନକୁ ଦୃଷ୍ଟିରେ ରଖି ଭାଜପାର କେନ୍ଦ୍ରୀୟ ନେତାମାନେ ଘନ ଘନ ଓଡ଼ିଶା ଗସ୍ତ କାର୍ଯ୍ୟକ୍ରମ ଜାରି ରଖିଛନ୍ତି। ଜଣଙ୍କ ପରେ ଜଣେ କେନ୍ଦ୍ରମନ୍ତ୍ରୀ ଏବଂ ଅନ୍ୟ ରାଜ୍ୟର ମୁଖ୍ୟମନ୍ତ୍ରୀମାନେ ଆସି ଭାଜପା ଓଡ଼ିଶାରେ ସରକାର କରିବାର ଦମ୍ଭୋକ୍ତି ଦେଖାଉଛନ୍ତି। ତେବେ ମୋଦିଙ୍କ ନିର୍ବାଚନୀ ପ୍ରଚାରର ଏହା ଦ୍ୱିତୀୟ ଗସ୍ତ ହେବ। ନିକଟରେ ମୋଦି ଓଡ଼ିଶାରେ ଗୋଟିଏ ରାତି ରହିବା ପରେ ବ୍ରହ୍ମପୁର ଏବଂ ନବରଙ୍ଗପୁରଠାରେ ନିର୍ବାଚନୀ ସଭାରେ ପ୍ରଚାରକରି ଯାଇଥିଲେ।

Enter your email to get our daily news in your inbox.

All Right Reserved By Dharitri.Com

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ଜଳ ପ୍ରପାତ

ସାନଘାଗରା ଜଳପ୍ରପାତ କେନ୍ଦୁଝର ସହରଠାରୁ ମାତ୍ର ୬ କି.ମି. ଦୂରରେ ରହିଛି ସାନଘାଘରା ଜଳପ୍ରପାତ। ସାନମାଛ କାନ୍ଦଣା ନଦୀର ଜଳ ଏଠାରେ ତଳକୁ ବିରାଟକାୟ ସ୍ରୋତରେ କଚାଡ଼ି…

ଭୁବନେଶ୍ୱର ଫୁଲ ଦୋକାନ

ଫର୍ନସ ଏନ୍‌ ପେଟାଲ୍‌ସ   ଏହା ରାଜଧାନୀର ଏକ ବଡ଼ ଫୁଲ ଦୋକାନ ଭାବେ ପରିଗଣିତ। ୧୧ବର୍ଷ ତଳେ ପ୍ରଥମ କରି ଶହୀଦନଗରରେ ଆରମ୍ଭ ହୋଇଥିଲା। ବର୍ତ୍ତମାନ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱର ଜିମ

କଳିଙ୍ଗ ଫିଟନେସ୍‌ ଜୟଦେବ ବିହାର ରୋଡ ବିଜୁ ପଟ୍ଟନାୟକ କଲେଜ ନିକଟରେ ରହିଛି କଳିଙ୍ଗ ଫିଟନେସ ଜିମ୍‌। ୪ବର୍ଷ ତଳେ ଖୋଲାଯାଇଥିବା ଏହି ଜିମ୍‌ରେ ସବୁ ପ୍ରକାର…

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ପର୍ଯ୍ୟଟନସ୍ଥଳ

ସପ୍ତଶଯ୍ୟା ଢେଙ୍କାନାଳ ଜିଲାରେ ଅବସ୍ଥିତ ସପ୍ତଶଯ୍ୟା ପର୍ଯ୍ୟଟନ ସ୍ଥଳ ସାତ ପାହାଡ଼, ଝରଣା ଏବଂ ଜଙ୍ଗଲରେ ପରିପୂର୍ଣ୍ଣ। ଏଠାରେ ରହିଛି ଶ୍ରୀରାମଙ୍କ ମନ୍ଦିର। ସପ୍ତଶଯ୍ୟାର ଶୀତଳ ପରିବେଶ…

କଟକ ଦହିବରା ଆଳୁଦମ

ବାରବାଟୀ ଷ୍ଟାଡିୟମର ରମେଶ ଗୋଛି ସକାଳ ୭ଟାରୁ ଆରମ୍ଭ କରି ରାତି ୧୦ଟା ଯାଏ ବାରବାଟୀ ଷ୍ଟାଡିୟମ ନିକଟରେ ରମେଶଙ୍କ ଷ୍ଟଲ ଖୋଲିଥାଏ। ପରିବାରର ସବୁ ସଦସ୍ୟ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱରର ପାର୍କ

ମହାତ୍ମା ଗାନ୍ଧୀ ପାର୍କ ପାର୍କଟି ଜୟଦେବ ବିହାରସ୍ଥିତ ନନ୍ଦନକାନନ ରୋଡ୍‌ର ଜନତା ମଇଦାନ ନିକଟରେ ଅବସ୍ଥିତ। ପାର୍କ ଭିତରେ ମହାତ୍ମା ଗାନ୍ଧୀଙ୍କ ପ୍ରାର୍ଥନା କରୁଥିବା ମୁଦ୍ରାରେ ମୂର୍ତ୍ତି…

ଶ୍ରେଷ୍ଠ ପାଞ୍ଚ ପୁରୀର ମଠ

ହାତୀ ଆଖଡ଼ା ମଠ ପୁରୀ ବଳଗଣ୍ଡି ନିକଟରେ ବଡ଼ଦାଣ୍ଡର ମୁଖ୍ୟ ରାସ୍ତାରେ ହାତୀ ଆଖଡା ମଠ ଅବସ୍ଥିତ। ଶ୍ରୀରାମାନନ୍ଦୀ ସମ୍ପ୍ରଦାୟର ନିର୍ବାଣୀ ଆଖଡା ରୂପେ ଏହା ପରିଚିତ।…

ଶ୍ରେଷ୍ଠ ପାଞ୍ଚ ଓଡ଼ିଶାର ପ୍ରସିଦ୍ଧ ଶୈବପୀଠ

ହରିଶଙ୍କର ବଲାଙ୍ଗୀରଠାରୁ ୮୦ କି.ମି. ଦୂରରେ ଗନ୍ଧମାର୍ଦ୍ଦନ ପର୍ବତ ପାଦଦେଶରେ ଅବସ୍ଥିତ ପ୍ରସିଦ୍ଧ ତୀର୍ଥ ତଥା ଶୈବପୀଠ ହରିଶଙ୍କର। ଏଠାକାର ମନ୍ଦିରର ପରିବେଶ ଏବଂ ଆକର୍ଷଣୀୟ ଝରଣା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?