ପୂରଣ ହେବନି ମୋଦିଙ୍କ ସ୍ବପ୍ନ: ସ୍ଲୋଗାନ୍‌ରେ ରହିଯିବ ‘ଅବ୍‌ କି ବାର୍‌ ୪୦୦ ପାର୍‌’

ଭୁବନେଶ୍ୱର,୯ା୪(ଅନିଲ ଦାସ):ଚଳିତ ନିର୍ବାଚନରେ ଏନ୍‌ଡିଏ ୪୦୦ ସିଟ୍‌ ପାଇବା ନେଇ ଯେଉଁ ସ୍ଲୋଗାନ ଦେଉଛି ତାହା ସମ୍ଭବ ହେବ ନାହିଁ। ସେହିପରି ଭାଜପା ୩୭୦ ଆସନ ଛୁଇଁ ନ ପାରେ ବୋଲି ରାଜନୀତି ରଣନୀତିକାର ପ୍ରଶାନ୍ତ କିଶୋର ଆକଳନ କରିଛନ୍ତି। ଭାଜପା କିମ୍ବା ପ୍ରଧାନମନ୍ତ୍ରୀ ଅପରାଜୟ ନୁହନ୍ତି। ବିରୋଧୀ ଦଳଗୁଡ଼ିକ ସୁଯୋଗକୁ ହାତଛଡ଼ା କରିବା ସହ ଆଳସ୍ୟତା ଓ ଭୁଲ୍‌ ରଣକୌଶଳ ଯୋଗୁ ଭାଜପାକୁ ପରାଜୟ କରିବାରେ ସକ୍ଷମ ହୋଇପାରୁନାହାନ୍ତି ବୋଲି ପ୍ରଶାନ୍ତ ପିଟିଆଇକୁୁ ଦେଇଥିବା ସାକ୍ଷାତ୍‌କାରରେ କହିଛନ୍ତି।
ଏପ୍ରିଲ ୧୯ରୁ ଆରମ୍ଭ ହେଉଥିବା ଲୋକ ସଭା ନିର୍ବାଚନରେ ଉତ୍ତର ଏବଂ ପଶ୍ଚିମ ଭାରତ ରାଜ୍ୟଗୁଡ଼ିକରେ ମୁଖ୍ୟ ବିରୋଧୀ ଦଳ କଂଗ୍ରେସକୁ ୧୦୦ ସିଟ୍‌ରେ ହରାଇବା ନେଇ ଭାଜପା ଯେଉଁ ଆକଳନ କରିଛି ତାହା ହେବନାହିଁ। ତେବେ ଭାଜପା ଏଠାରେ ନିଜର ପୂର୍ବ ସ୍ଥିତି ବଜାୟ ରଖିବାରେ ସଫଳ ହୋଇପାରିବ। ସେହିପରି ଦକ୍ଷିଣ ଏବଂ ପୂର୍ବ ଭାରତରେ ଭାଜପାର ଭୋଟ ପ୍ରତିଶତ ବଢ଼ିବ ବୋଲି ସେ ଆକଳନ କରିଛନ୍ତି। ଆନ୍ଧ୍ରପ୍ରଦେଶରେ ପୁଣିଥରେ ଶାସନକୁ ଫେରିବା ମୁଖ୍ୟମନ୍ତ୍ରୀ ଜଗନମୋହନ ରେଡ୍ଡୀ ପାଇଁ କଷ୍ଟକର ହେବ। ଛତିଶଗଡ଼ ପୂର୍ବତନ ମୁଖ୍ୟମନ୍ତ୍ରୀ ଭୁପେଶ ବଘେଲଙ୍କ ଭଳି ଜଗନ ଲୋକମାନଙ୍କ ଆଶାକୁ ପୂରଣ କରିବା ଅକ୍ଷେପା କେବଳ ପ୍ରୋଭାଇଡର ମୋଡ୍‌ରେ ରହୁଥିବାରୁ ଆସନ୍ତା ନିର୍ବାଚନରେ ବିଜୟ ତାଙ୍କ ପାଇଁ ସହଜ ହେବ ନାହିଁ ବୋଲି ପ୍ରଶାନ୍ତ କହିଛନ୍ତି।
ଅନ୍ୟପକ୍ଷରେ ପ୍ରଶାନ୍ତ କିଶୋରଙ୍କ ଆକଳନ ଓଡ଼ିଶାର ଭାଜପା ନେତା ଓ କର୍ମୀଙ୍କୁ ଉତ୍ସାହିତ କରିଛି। ପ୍ରଶାନ୍ତ କହିଛନ୍ତି, ଓଡ଼ିଶା ଏବଂ ପଶ୍ଚମବଙ୍ଗରେ ଭାଜପା ୧ ନମ୍ବର ଦଳ ଭାବେ ଉଭା ହେବ। ସେହିପରି ତେଲଙ୍ଗାନାରେ ଭାଜପା ୧ କିମ୍ବା ୨ ନମ୍ବର ସ୍ଥାନରେ ରହିବ ଏବଂ ତାମିଲନାଡୁରେ ଦଳର ଭୋଟ ପ୍ରତିଶତ ଦୁଇ ସଂଖ୍ୟା ବିଶିଷ୍ଟ ହୋଇପାରେ ବୋଲି ସେ ଆକଳନ କରିଛନ୍ତି। ସୂଚନାଥାଉ କି, ତେଲଙ୍ଗାନା, ଓଡ଼ିଶା, ପଶ୍ଚିମବଙ୍ଗ, ତାମିଲନାଡୁ, ଆନ୍ଧ୍ରପ୍ରଦେଶ, ବିହାର ଓ କେରଳରେ ୨୦୪ ଲୋକସଭା ସିଟ୍‌ରୁ ୨୦୧୪ କିମ୍ବା ୨୦୧୯ ଲୋକ ସଭା ନିର୍ବାଚନରେ ଭାଜପା ୫୦ ଆସନ ପାଇବାରେ ସଫଳ ହୋଇପାରି ନ ଥିଲା। ୨୦୧୪ରେ ଉକ୍ତ ରାଜ୍ୟଗୁଡ଼ିକରୁ ୨୯ ଓ ୨୦୧୯ରେ ୪୭ ଆସନ ପାଇବାରେ ଭାଜପା ସମର୍ଥ ହୋଇଥିଲା।


Enter your email to get our daily news in your inbox.

All Right Reserved By Dharitri.Com

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ଜଳ ପ୍ରପାତ

ସାନଘାଗରା ଜଳପ୍ରପାତ କେନ୍ଦୁଝର ସହରଠାରୁ ମାତ୍ର ୬ କି.ମି. ଦୂରରେ ରହିଛି ସାନଘାଘରା ଜଳପ୍ରପାତ। ସାନମାଛ କାନ୍ଦଣା ନଦୀର ଜଳ ଏଠାରେ ତଳକୁ ବିରାଟକାୟ ସ୍ରୋତରେ କଚାଡ଼ି…

ଭୁବନେଶ୍ୱର ଫୁଲ ଦୋକାନ

ଫର୍ନସ ଏନ୍‌ ପେଟାଲ୍‌ସ   ଏହା ରାଜଧାନୀର ଏକ ବଡ଼ ଫୁଲ ଦୋକାନ ଭାବେ ପରିଗଣିତ। ୧୧ବର୍ଷ ତଳେ ପ୍ରଥମ କରି ଶହୀଦନଗରରେ ଆରମ୍ଭ ହୋଇଥିଲା। ବର୍ତ୍ତମାନ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱର ଜିମ

କଳିଙ୍ଗ ଫିଟନେସ୍‌ ଜୟଦେବ ବିହାର ରୋଡ ବିଜୁ ପଟ୍ଟନାୟକ କଲେଜ ନିକଟରେ ରହିଛି କଳିଙ୍ଗ ଫିଟନେସ ଜିମ୍‌। ୪ବର୍ଷ ତଳେ ଖୋଲାଯାଇଥିବା ଏହି ଜିମ୍‌ରେ ସବୁ ପ୍ରକାର…

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ପର୍ଯ୍ୟଟନସ୍ଥଳ

ସପ୍ତଶଯ୍ୟା ଢେଙ୍କାନାଳ ଜିଲାରେ ଅବସ୍ଥିତ ସପ୍ତଶଯ୍ୟା ପର୍ଯ୍ୟଟନ ସ୍ଥଳ ସାତ ପାହାଡ଼, ଝରଣା ଏବଂ ଜଙ୍ଗଲରେ ପରିପୂର୍ଣ୍ଣ। ଏଠାରେ ରହିଛି ଶ୍ରୀରାମଙ୍କ ମନ୍ଦିର। ସପ୍ତଶଯ୍ୟାର ଶୀତଳ ପରିବେଶ…

କଟକ ଦହିବରା ଆଳୁଦମ

ବାରବାଟୀ ଷ୍ଟାଡିୟମର ରମେଶ ଗୋଛି ସକାଳ ୭ଟାରୁ ଆରମ୍ଭ କରି ରାତି ୧୦ଟା ଯାଏ ବାରବାଟୀ ଷ୍ଟାଡିୟମ ନିକଟରେ ରମେଶଙ୍କ ଷ୍ଟଲ ଖୋଲିଥାଏ। ପରିବାରର ସବୁ ସଦସ୍ୟ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱରର ପାର୍କ

ମହାତ୍ମା ଗାନ୍ଧୀ ପାର୍କ ପାର୍କଟି ଜୟଦେବ ବିହାରସ୍ଥିତ ନନ୍ଦନକାନନ ରୋଡ୍‌ର ଜନତା ମଇଦାନ ନିକଟରେ ଅବସ୍ଥିତ। ପାର୍କ ଭିତରେ ମହାତ୍ମା ଗାନ୍ଧୀଙ୍କ ପ୍ରାର୍ଥନା କରୁଥିବା ମୁଦ୍ରାରେ ମୂର୍ତ୍ତି…

ଶ୍ରେଷ୍ଠ ପାଞ୍ଚ ପୁରୀର ମଠ

ହାତୀ ଆଖଡ଼ା ମଠ ପୁରୀ ବଳଗଣ୍ଡି ନିକଟରେ ବଡ଼ଦାଣ୍ଡର ମୁଖ୍ୟ ରାସ୍ତାରେ ହାତୀ ଆଖଡା ମଠ ଅବସ୍ଥିତ। ଶ୍ରୀରାମାନନ୍ଦୀ ସମ୍ପ୍ରଦାୟର ନିର୍ବାଣୀ ଆଖଡା ରୂପେ ଏହା ପରିଚିତ।…

ଶ୍ରେଷ୍ଠ ପାଞ୍ଚ ଓଡ଼ିଶାର ପ୍ରସିଦ୍ଧ ଶୈବପୀଠ

ହରିଶଙ୍କର ବଲାଙ୍ଗୀରଠାରୁ ୮୦ କି.ମି. ଦୂରରେ ଗନ୍ଧମାର୍ଦ୍ଦନ ପର୍ବତ ପାଦଦେଶରେ ଅବସ୍ଥିତ ପ୍ରସିଦ୍ଧ ତୀର୍ଥ ତଥା ଶୈବପୀଠ ହରିଶଙ୍କର। ଏଠାକାର ମନ୍ଦିରର ପରିବେଶ ଏବଂ ଆକର୍ଷଣୀୟ ଝରଣା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?