Posted inଜାତୀୟ

ସୋମବାର ‘ପରୀକ୍ଷା ପେ ଚର୍ଚ୍ଚା’ କରିବେ ମୋଦି: ୨ କୋଟିରୁ ଅଧିକ ଛାତ୍ରୀଛାତ୍ର କରିଛନ୍ତି ପଞ୍ଜୀକରଣ…

ନୂଆଦିଲ୍ଲୀ,୨୮।୧ : ୨୯ ଜାନୁଆରୀ ୨୦୨୪ ସୋମବାର ପରୀକ୍ଷା ଉପରେ ଏକ ଆଲୋଚନା କାର୍ଯ୍ୟକ୍ରମ ଆୟୋଜିତ ହେବ। ୨ କୋଟିରୁ ଅଧିକ ଛାତ୍ରୀଛାତ୍ର, ଅଭିଭାବକ ଏବଂ ଶିକ୍ଷକ ଏହି ପରୀକ୍ଷା ପେ ଚର୍ଚ୍ଚା(ପିପିସି) କାର୍ଯ୍ୟକ୍ରମ ପାଇଁ ପଞ୍ଜୀକୃତ ହୋଇଛନ୍ତି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏହୀ କାର୍ଯ୍ୟକ୍ରମରେ ସମ୍ବୋଧିତ କରିବେ ଏବଂ ପରୀକ୍ଷା ଉପରେ ଆଲୋଚନା କରିବେ।

କେନ୍ଦ୍ର ଶିକ୍ଷା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ସୋସିଆଲ ମିଡିଆ ସାଇଟ ଏକ୍ସରେ ଏହି କାର୍ଯ୍ୟକ୍ରମ ସହ ଜଡିତ ସର୍ବଶେଷ ଅପଡେଟଗୁଡିକ ଶେୟାର କରିଛନ୍ତି। ତାଙ୍କ କହିବାନୁସାରେ, ପିଏମ ମୋଦିଙ୍କ ବହୁ ପ୍ରତୀକ୍ଷିତ କାର୍ଯ୍ୟକ୍ରମ ପିପିସି ୨୦୨୪ ପାଇଁ ୨.୨୬ କୋଟି ପଞ୍ଜୀକରଣ ହୋଇଛି। ଏହି କାର୍ଯ୍ୟକ୍ରମ ଭାରତ ମଣ୍ଡପମ, ଆଇଟିପିଓ, ପ୍ରଗତି ମଇଦାନ, ନୂଆଦିଲ୍ଲୀରେ ପୂର୍ବାହ୍ନ ୧୧ଟାରୁ ରେ ଆୟୋଜିତ ହେବ। ପରୀକ୍ଷା ଉପରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଆଲୋଚନାର ଏହା ହେଉଛି ସପ୍ତମ ସଂସ୍କରଣ।

 

ଏହି କାର୍ଯ୍ୟକ୍ରମରେ ପ୍ରଧାନମନ୍ତ୍ରୀ ପରୀକ୍ଷା, ଶିକ୍ଷା କ୍ଷେତ୍ର ସହ ଜଡିତ ସମସ୍ତ ଆହ୍ନାନ ଉପରେ ଛାତ୍ରୀଛାତ୍ର, ଶିକ୍ଷକ ଏବଂ ଅଭିଭାବକମାନଙ୍କ ସହ ଆଲୋଚନା କରିବେ। ଏହି କାର୍ଯ୍ୟକ୍ରମ ଶିକ୍ଷା ମନ୍ତ୍ରଣାଳୟ ଏବଂ ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟର ଟୁଇଟର, ଫେସବୁକ ଏବଂ ୟୁଟ୍ୟୁବ ଚ୍ୟାନେଲରେ ସିଧା ପ୍ରସାରଣ ହେବ। ଏହା ସହିତ, ଲାଇଭ ପ୍ରସାରଣର ସମସ୍ତ ଲିଙ୍କ education.gov.inରେ ମଧ୍ୟ ଉପଲବ୍ଧ ହେବ ।

MyGov ପୋର୍ଟାଲରେ ଉପଲବ୍ଧ ସୂଚନା ଅନୁଯାୟୀ, ଛାତ୍ରୀଛାତ୍ରମାନଙ୍କ ସହିତ ୧୪ଲକ୍ଷରୁ ଅଧିକ ଶିକ୍ଷକ ଏବଂ ୫ ଲକ୍ଷ ଅଭିଭାବକ ଏହି କାର୍ଯ୍ୟକ୍ରମ ପାଇଁ ପଞ୍ଜୀକୃତ ହୋଇଛନ୍ତି। ଏହ ିସ୍ବତନ୍ତ୍ର କାର୍ଯ୍ୟକ୍ରମ ସମୟରେ ୪ ହଜାର ଲୋକ ସିଧାସଳଖ ପିଏମ ମୋଦିଙ୍କ ସହ କଥା ହୋଇପାରିବେ। ଏକଲବ୍ୟ ଆଦର୍ଶ ଆବାସିକ ବିଦ୍ୟାଳୟର ୧୦୦ ଛାତ୍ରୀଛାତ୍ର ମଧ୍ୟ ଏହି କାର୍ଯ୍ୟକ୍ରମର ଏକ ଅଂଶ ହେବେ।

କାର୍ଯ୍ୟକ୍ରମ ମାଧ୍ୟମରେ ପ୍ରଧାନମନ୍ତ୍ରୀ ଛାତ୍ରୀଛାତ୍ର, ଶିକ୍ଷକ ଏବଂ ଅଭିଭାବକଙ୍କ ଗୁରୁତ୍ୱପୂର୍ଣ୍ଣ ପ୍ରଶ୍ନର ଉତ୍ତର ମଧ୍ୟ ଦେବେ । କେତେକ ମନୋନୀତ ଛାତ୍ରୀଛାତ୍ରଙ୍କୁ ପିଏମ ମୋଦିଙ୍କ ଦ୍ୱାରା ଲିଖିତ ଏଗାଜମ ୱାରିୟର୍ସ ମଧ୍ୟ ପ୍ରଦାନ କରାଯିବ।


Enter your email to get our daily news in your inbox.

All Right Reserved By Dharitri.Com

୧୩ ଲକ୍ଷ ଫଲୋଅର୍ସ ଥିବା TikTok ଷ୍ଟାରଙ୍କୁ ସର୍ବସାଧାରଣରେ ଗୁଳି କରି ହତ୍ୟା

ଇସଲାମାବାଦ,୧୭।୮: ପାକିସ୍ତାନର ଜଣେ ଲୋକପ୍ରିୟ ଟିକଟକ ଷ୍ଟାର ଶାମସୁ ବିବି (ଉରଫ ଆୟେଶା ଗିଲାମାନା)ଙ୍କୁ ତକ୍ଷଶିଳାରେ ଅଜ୍ଞାତ ବନ୍ଧୁକଧାରୀ ମୋଟରସାଇକେଲରେ ଆସି ଗୁଳି କରି ହତ୍ୟା କରିଛନ୍ତି।…

ଶ୍ରାବଣ ସୋମବାରରେ ବଡ଼ ଅଘଟଣ, ଦଳାଚକାଟାରେ ଗଲା ୭ ଶ୍ରଦ୍ଧାଳୁଙ୍କ ଜୀବନ, ଅନେକେ ଆହତ

ଲଖିସରାଇ,୧୭।୮: ବିହାରର ଲଖିସରାଇରୁ ଏକ ବଡ଼ ଖବର ଆସୁଛି। ପ୍ରସିଦ୍ଧ ଅଶୋକ ଧାମ ମନ୍ଦିରରେ ଭକ୍ତଙ୍କ ପ୍ରବଳ ଭିଡ଼ ମଧ୍ୟରେ ଏକ ବଡ଼ ଘଟଣା ଘଟିଛି। ଭକ୍ତମାନେ…

ପୁରସ୍କାର ବିତରଣ ଉତ୍ସବରୁ ବାଦ୍‌ ପଡ଼ିଲେ ଆଦର୍ଶ ବିଦ୍ୟାଳୟର ଦଶମ ଶ୍ରେଣୀ ଟପ୍ପର ଛାତ୍ର

ଦାରିଙ୍ଗବାଡ଼ି,୧୭ା୮(ଅରୁଣ ସାହୁ): କନ୍ଧମାଳ ଜିଲା ଦାରିଙ୍ଗବାଡ଼ି ହେଲିପ୍ୟାଡ୍‌ ପଡ଼ିଆଠାରେ ବ୍ଲକସ୍ତରୀୟ ୮୦ତମ ସ୍ବାଧୀନତା ଦିବସ ପାଳନ ପରିପ୍ରେକ୍ଷୀରେ ବ୍ଲକ ଅଞ୍ଚଳରେ ରହିଥିବା ବିଭିନ୍ନ ବିଦ୍ୟାଳୟ, ଉଚ୍ଚ ବିଦ୍ୟାଳୟ,…

ହମାସ ସହ ଏକ ଚୁକ୍ତି କରିବାକୁ ଜ୍ୱାଇଁଙ୍କୁ ପଠାଇଥିଲେ ଟ୍ରମ୍ପ; ଗାଜା ସମ୍ପର୍କରେ କ’ଣ ଆଲୋଚନା ହେଲା ଜାଣନ୍ତୁ

ଓ୍ବାଶିଂଟନ,୧୭।୮: ଗାଜାରେ ଦୀର୍ଘକାଳୀନ ସଂଘର୍ଷର ଅନ୍ତ ଘଟାଇବା ପାଇଁ ପ୍ରୟାସ ମଧ୍ୟରେ, ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ଜ୍ୱାଇଁ ଏବଂ ମଧ୍ୟପ୍ରାଚ୍ୟ ରାଷ୍ଟ୍ରଦୂତ ଜାରେଡ କୁଶନର ଇଜିପ୍ଟରେ…

ଆଜି ଏସବୁ ଜିଲାରେ ପ୍ରବଳ ବର୍ଷା: ସତର୍କ ସୂଚନା ଜାରି କରି ପାଣିପାଗ ବିଭାଗ କହିଲା ୧୮ ତାରିଖ ପର୍ଯ୍ୟନ୍ତ…

ଭୁବନେଶ୍ୱର, ୧୭ା୮: ବଙ୍ଗୋପସାଗରରେ ସୃଷ୍ଟି ହୋଇଛି ଆଉ ଏକ ଲଘୁଚାପ। ଉତ୍ତର-ପଶ୍ଚିମ ବଙ୍ଗୋପସାଗର ଓ ସଂଲଗ୍ନ ପଶ୍ଚିମବଙ୍ଗ-ଉତ୍ତର ଓଡ଼ିଶା ଉପକୂଳ ଉପରେ ଥିବା ଲଘୁଚାପ କ୍ଷେତ୍ର ରବିବାର…

Ananya Raj Death: ୩୫ ବର୍ଷରେ ଅଭିନେତ୍ରୀ ଅନନ୍ୟା ରାଜଙ୍କ ପରଲୋକ, ମାସେ ପରେ ସାମ୍ନାକୁ ଆସିଲା ଖବର

ମୁମ୍ବାଇ,୧୬।୮: ଅଭିନେତ୍ରୀ ତଥା ସୋସିଆଲ ମିଡିଆ ଷ୍ଟାର ଅନନ୍ୟା ରାଜଙ୍କ ୩୫ ବର୍ଷ ବୟସରେ ଦେହାନ୍ତ ହୋଇଛି । ତାଙ୍କ ମୃତ୍ୟୁର ପ୍ରାୟ ଏକ ମାସ ପରେ…

ଛକରେ କଫସିରପ ବିକ୍ରି ବେଳେ ମାଡିବସିଲା ସୋହେଲା ପୋଲିସ, ୩ ଗିରଫ

ସୋହେଲା,୧୬।୮(ଅଶ୍ୱିନୀ ପାତ୍ର): ବରଗଡ଼ ଜିଲା ସୋହେଲା ପୋଲିସ ଆଜି ବାଉଁସେନମୁରା ଗ୍ରାମ ପଂଚାୟତ ଅନ୍ତର୍ଗତ କେନ୍ଦବାହାଲ ରାସ୍ତାରେ ପେଟ୍ରୋଲିଂ ସମୟରେ ତିନିଜଣ କଫସିରପ ବ୍ୟବସାୟୀଙ୍କୁ ଗିରଫ କରି…

UGC NET 2026: ପରୀକ୍ଷା ନେଇ ବଡ଼ ଖବର: ଏହି ୩ବିଷୟରେ ପୁନଃ ପରୀକ୍ଷା ଦେବେ ଛାତ୍ରୀଛାତ୍ର!

ନୂଆଦିଲ୍ଲୀ,୧୬।୮: UGC-NET ଜୁନ୍ ୨୦୨୬ ପରୀକ୍ଷାକୁ ନେଇ ବଡ଼ ଖବର ସାମ୍ନାକୁ ଆସିଛି । ସୂଚନା ଅନୁସାରେ, ନ୍ୟାସନାଲ ଟେଷ୍ଟିଂ ଏଜେନ୍ସି (NTA) ଇଂରାଜୀ, କମର୍ସ ଏବଂ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri