Posted inଫୁରସତ

ଲାଲୁଙ୍କ ଝିଅଙ୍କୁ ବିବାହ କରିବା ଲାଗି ଚାର୍ଟର ବିମାନ ନେଇ ପହଞ୍ଚିଥିଲେ ଅଖିଳେଶଙ୍କ ଭଣଜା: ଅତିଥି ଭାବେ ମୋଦି ବି ହୋଇଥିଲେ ସାମିଲ

ଲାଲୁ ପ୍ରସାଦ ଯାଦବଙ୍କ ୯ ସନ୍ତାନଙ୍କ ମଧ୍ୟରୁ ସବୁଠାରୁ ସାନ ହେଉଛନ୍ତି ରାଜଲକ୍ଷ୍ମୀ ଯାଦବ। ତାଙ୍କ ବିବାହ ଉତ୍ତରପ୍ରଦେଶର ପୂର୍ବ ମୁଖ୍ୟମନ୍ତ୍ରୀ ମୁଲାୟମ ସିଂ ଯାଦବଙ୍କ ନାତି ତେଜ ପ୍ରତାପ ଯାଦବଙ୍କ ସହ ହୋଇଛି। ଉଭୟଙ୍କ ବିବାହ ଦିଲ୍ଲୀରେ ବେଶ୍‌ ଆଡମ୍ବର ସହ କରାଯାଇଥିଲା।୨୦୧୫ରେ ଉଭୟଙ୍କ ବିବାହ ହୋଇଥିଲା। ରାଜଲକ୍ଷ୍ମୀଙ୍କୁ ବିବାହ କରିବା ଲାଗି ତେଜ ପ୍ରତାପ ୨ଟି ଚାର୍ଟର ବିମାନରେ ବରଯାତ୍ରୀ ନେଇ ପହଞ୍ଚିଥିଲେ।

ବିବାହକୁ ସୁବନ୍ଦୋବସ୍ତ କରିବା ପାଇଁ ୧ ଲକ୍ଷ ନିମନ୍ତ୍ରଣ କାର୍ଡ ବଣ୍ଟାଯାଇଥିଲା। ଅତିଥିଙ୍କ ତାଲିକାରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କଠାରୁ ଆରମ୍ଭ କରି ଲାଲ କୃଷ୍ଣ ଆଡଭାଣୀ, ସୋନିଆ ଗାନ୍ଧୀଙ୍କ ଭଳି ନେତା ସାମିଲ ଥିଲେ। ଅତିଥିଙ୍କ ପସନ୍ଦକୁ ଧ୍ୟାନରେ ରଖି ଗୁଜରାଟ, ୟୁପି, ବିହାରର ରେଷେୟା ଭୋଜିପାଇଁ ନିୟୋଜିତ ହୋଇଥିଲେ।

ବିବାହ ବେଳେ ରାଜଲକ୍ଷ୍ମୀ କମଳା-ନାଲି ରଙ୍ଗର ଲେହେଙ୍ଗା ପିନ୍ଧିଥିଲେ। ଏଥିସହ ମ୍ୟାଚିଂ ହୀରାର ଆଭୂଷଣ ବେଶ୍‌ ସୁନ୍ଦର ଲାଗୁଥିଲା। ଅପରପକ୍ଷେ ବର ସାଜିଥିବା ତେଜ ପ୍ରତାପ ୨ଟି ଚାର୍ଟର ପ୍ଲେନରେ ୩୫ଜଣ ଲେଖାଏ ବରଯାତ୍ରୀ ନେଇ ପହଞ୍ଚିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ଭାରତର ଏକମାତ୍ର ନଦୀ, ଯାହାର ବାଲିରୁ ମିଳେ ସୁନା! ଓଡ଼ିଶାରେ ବି ବୋହୁଛି…

ନୂଆଦିଲ୍‌ଲୀ,୨୬।୯: ଭାରତରେ ନଦୀଗୁଡ଼ିକୁ କେବଳ ଜଳର ଉତ୍ସ ଭାବେ ଗ୍ରହଣ କରାଯାଏ ନାହିଁ, ବରଂ ଦେଶର ଅର୍ଥନୀତି ଏବଂ ଲୋକଙ୍କ ଦୈନନ୍ଦିନ ଜୀବନରେ ମଧ୍ୟ ଏଗୁଡ଼ିକର ଏକ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?