Posted inଜାତୀୟ

ମୋଦି ଶୋଇଛନ୍ତି, ସିବିଆଇ ପାରିବ ତ

ନୂଆଦିଲ୍ଲୀ/ଲଣ୍ଡନ/ଇମ୍ଫାଲ,୨୮।୭(ପ୍ରସ୍ତୁତି: ଦୁର୍ଯ୍ୟୋଧନ ମିଶ୍ର):ଗୁଳିଗୋଳା ଫୁଟିବାର ଶବ୍ଦ ସହ ସକାଳ ହୁଏ। ବଞ୍ଚତ୍ବା ପାଇଁ ଦିନସାରା ସଂଘର୍ଷ ଏବଂ ମୃତ୍ୟୁ ଆତଙ୍କରେ ରାତି ପାହେ। ଭାରତୀୟ ଜନତା ପାର୍ଟି (ଭାଜପା) ଶାସିତ ଏହି ଉତ୍ତର-ଭାରତୀୟ ରାଜ୍ୟର ନାମ ମଣିପୁର, ଯେଉଁଠି ମେ’ ୩ରୁ ଜାତିଆଣ ହିଂସାରେ ଅନେକ ଶହ ଲୋକ ନିହତ ହେଲେଣି। ବହୁ ଯୁବତୀ, ମହିଳାଙ୍କୁ ବଳାତ୍କାର କରାଯାଉଛି। ହେଲେ ମୁଖ୍ୟମନ୍ତ୍ରୀ ଏନ୍‌. ବୀରେନ୍‌ ସିଂ ହାତବାନ୍ଧି ବସିଛନ୍ତି। ତଫସିଲଭୁକ୍ତ ଜନଜାତି (ଏସ୍‌ଟି) ମାନ୍ୟତା ଦାବି କରୁଥିବା ଅଣଆଦିବାସୀ ମେଇତି ସମ୍ପ୍ରଦାୟର ଲୋକେ କୁକି ବର୍ଗ ଉପରେ ଅକଥନୀୟ ଅତ୍ୟାଚାର କରିଚାଲିଥିବାବେଳେ ଗତ ସପ୍ତାହରେ ସାମାଜିକ ଗଣମାଧ୍ୟମରେ ଏକ ଭିଡିଓ ଭାଇରାଲ ହୋଇଥିଲା। ମେ’ ୪ରେ କୁକି-ଜୁ ସମ୍ପ୍ରଦାୟର ୨ ଜଣ ସ୍ବଳ୍ପବୟସ୍କା ମହିଳାଙ୍କ ଦେହରୁ ପୋଷାକ ଖୋଲି ଉଲଗ୍ନ ପରେଡ୍‌ କରାଯିବା ଦୃଶ୍ୟ ଏଥିରେ ଦେଖାଯାଇଥିଲା। ଦୁହିଁଙ୍କ ମଧ୍ୟରୁ ଜଣଙ୍କୁ ଏକ ଚାଷଜମିରେ ଗଣବଳାତ୍କାର କରାଗଲା। ତାଙ୍କ ବାପା ଓ ଭାଇ ପ୍ରତିବାଦ କରିବାରୁ ଉଭୟଙ୍କୁ ହତ୍ୟା କରାଗଲା। ସେହିଦିନ ଆଉ ୨ ଜଣ ମହିଳାଙ୍କୁ ମଧ୍ୟ ଅନ୍ୟତ୍ର ଗଣବଳାତ୍କାର ପରେ ହତ୍ୟା କରାଯାଇଥିଲା। ପ୍ରାୟ ୩ ମାସ ଧରି ଚାଲିଥିବା ଏହି ବର୍ବରତା କେବଳ ଦେଶରେ ଜାତୀୟ ଲଜ୍ଜା ପାଲଟି ନାହିଁ, ବରଂ ବିଦେଶରେ ମଧ୍ୟ ଭାରତର ଛବିକୁ କଳଙ୍କିତ କରିଛି। ଏତେ ସବୁ ଘଟିଯିବା ପରେ ମଧ୍ୟ ପାର୍ଲାମେଣ୍ଟ ଭିତରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ମଣିପୁର ପ୍ରସଙ୍ଗରେ ମୁହଁ ନ ଖୋଲିବା ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଛି। ବିରୋଧୀ ଦଳଗୁଡ଼ିକ ମୋଦି ସରକାର ବିରୋଧରେ ଅନାସ୍ଥା ପ୍ରସ୍ତାବ ଆଗତ କରିଥିବାବେଳେ ଜଣେ ଅଧିକାରୀ କହୁଛନ୍ତି, ଭାଇରାଲ ଭିଡିଓର ତଦନ୍ତ ସିବିଆଇ କରିବ। ଅସଂଖ୍ୟ ପୁରୁଣା ମାମଲାର ବୋଝ ସମ୍ଭାଳିପାରୁ ନ ଥିବା ସିବିଆଇ ମଣିପୁର ଘଟଣାର ତଦନ୍ତ କିପରି ଓ କେତେ ଶୀଘ୍ର କରିବ ତାକୁ ନେଇ ଉଠିଛି ପ୍ରଶ୍ନବାଚୀ।


Enter your email to get our daily news in your inbox.

All Right Reserved By Dharitri.Com

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ଜଳ ପ୍ରପାତ

ସାନଘାଗରା ଜଳପ୍ରପାତ କେନ୍ଦୁଝର ସହରଠାରୁ ମାତ୍ର ୬ କି.ମି. ଦୂରରେ ରହିଛି ସାନଘାଘରା ଜଳପ୍ରପାତ। ସାନମାଛ କାନ୍ଦଣା ନଦୀର ଜଳ ଏଠାରେ ତଳକୁ ବିରାଟକାୟ ସ୍ରୋତରେ କଚାଡ଼ି…

ଭୁବନେଶ୍ୱର ଫୁଲ ଦୋକାନ

ଫର୍ନସ ଏନ୍‌ ପେଟାଲ୍‌ସ   ଏହା ରାଜଧାନୀର ଏକ ବଡ଼ ଫୁଲ ଦୋକାନ ଭାବେ ପରିଗଣିତ। ୧୧ବର୍ଷ ତଳେ ପ୍ରଥମ କରି ଶହୀଦନଗରରେ ଆରମ୍ଭ ହୋଇଥିଲା। ବର୍ତ୍ତମାନ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱର ଜିମ

କଳିଙ୍ଗ ଫିଟନେସ୍‌ ଜୟଦେବ ବିହାର ରୋଡ ବିଜୁ ପଟ୍ଟନାୟକ କଲେଜ ନିକଟରେ ରହିଛି କଳିଙ୍ଗ ଫିଟନେସ ଜିମ୍‌। ୪ବର୍ଷ ତଳେ ଖୋଲାଯାଇଥିବା ଏହି ଜିମ୍‌ରେ ସବୁ ପ୍ରକାର…

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ପର୍ଯ୍ୟଟନସ୍ଥଳ

ସପ୍ତଶଯ୍ୟା ଢେଙ୍କାନାଳ ଜିଲାରେ ଅବସ୍ଥିତ ସପ୍ତଶଯ୍ୟା ପର୍ଯ୍ୟଟନ ସ୍ଥଳ ସାତ ପାହାଡ଼, ଝରଣା ଏବଂ ଜଙ୍ଗଲରେ ପରିପୂର୍ଣ୍ଣ। ଏଠାରେ ରହିଛି ଶ୍ରୀରାମଙ୍କ ମନ୍ଦିର। ସପ୍ତଶଯ୍ୟାର ଶୀତଳ ପରିବେଶ…

କଟକ ଦହିବରା ଆଳୁଦମ

ବାରବାଟୀ ଷ୍ଟାଡିୟମର ରମେଶ ଗୋଛି ସକାଳ ୭ଟାରୁ ଆରମ୍ଭ କରି ରାତି ୧୦ଟା ଯାଏ ବାରବାଟୀ ଷ୍ଟାଡିୟମ ନିକଟରେ ରମେଶଙ୍କ ଷ୍ଟଲ ଖୋଲିଥାଏ। ପରିବାରର ସବୁ ସଦସ୍ୟ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱରର ପାର୍କ

ମହାତ୍ମା ଗାନ୍ଧୀ ପାର୍କ ପାର୍କଟି ଜୟଦେବ ବିହାରସ୍ଥିତ ନନ୍ଦନକାନନ ରୋଡ୍‌ର ଜନତା ମଇଦାନ ନିକଟରେ ଅବସ୍ଥିତ। ପାର୍କ ଭିତରେ ମହାତ୍ମା ଗାନ୍ଧୀଙ୍କ ପ୍ରାର୍ଥନା କରୁଥିବା ମୁଦ୍ରାରେ ମୂର୍ତ୍ତି…

ଶ୍ରେଷ୍ଠ ପାଞ୍ଚ ପୁରୀର ମଠ

ହାତୀ ଆଖଡ଼ା ମଠ ପୁରୀ ବଳଗଣ୍ଡି ନିକଟରେ ବଡ଼ଦାଣ୍ଡର ମୁଖ୍ୟ ରାସ୍ତାରେ ହାତୀ ଆଖଡା ମଠ ଅବସ୍ଥିତ। ଶ୍ରୀରାମାନନ୍ଦୀ ସମ୍ପ୍ରଦାୟର ନିର୍ବାଣୀ ଆଖଡା ରୂପେ ଏହା ପରିଚିତ।…

ଶ୍ରେଷ୍ଠ ପାଞ୍ଚ ଓଡ଼ିଶାର ପ୍ରସିଦ୍ଧ ଶୈବପୀଠ

ହରିଶଙ୍କର ବଲାଙ୍ଗୀରଠାରୁ ୮୦ କି.ମି. ଦୂରରେ ଗନ୍ଧମାର୍ଦ୍ଦନ ପର୍ବତ ପାଦଦେଶରେ ଅବସ୍ଥିତ ପ୍ରସିଦ୍ଧ ତୀର୍ଥ ତଥା ଶୈବପୀଠ ହରିଶଙ୍କର। ଏଠାକାର ମନ୍ଦିରର ପରିବେଶ ଏବଂ ଆକର୍ଷଣୀୟ ଝରଣା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?