Posted inଜାତୀୟ

ଶରଦ ପାଓ୍ବାରଙ୍କ ହାତ ଧରି ଆଣିଲେ ମୋଦି: ରାଜନୀତିରେ ବଡ଼ ହଲହଲ

ନୂଆଦିଲ୍ଲୀ,୨୨।୭: ଜନ୍ତରମନ୍ତରରେ ଛାତ୍ରମାନଙ୍କ ଉପରେ ଲାଠିଚାର୍ଜ ଏବଂ ପ୍ରତିବାଦ ମଧ୍ୟରେ ଏନସିପି ମୁଖ୍ୟ ଶରଦ ପାୱାର ଏବଂ ତାଙ୍କ ଝିଅ ସୁପ୍ରିୟା ସୁଲେ ବୁଧବାର ସଂସଦ ଭବନରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଭେଟିଥିଲେ। ସାକ୍ଷାତ ସମୟରେ ପ୍ରଧାନମନ୍ତ୍ରୀ ମୋଦି ଶରଦ ପାୱାରଙ୍କ ହାତ ଧରିଥିବାର ଦେଖାଯାଇଥିଲା। ଉଲ୍ଲେଖଯୋଗ୍ୟ, ଶରଦ ପାୱାର ଏବଂ ସୁପ୍ରିୟା ସୁଲେ ଜନ୍ତରମନ୍ତର ଗସ୍ତ କରିବାର ଗୋଟିଏ ଦିନ ପରେ ଏହି ସାକ୍ଷାତ ହୋଇଥିଲା।

ଶରଦ-ସୁପ୍ରିୟା କକ୍ରୋଚ ଜନତା ପାର୍ଟି(CJP) ଏବଂ ପ୍ରତିବାଦ କରୁଥିବା ଛାତ୍ରମାନଙ୍କୁ ଖୋଲାଖୋଲି ସମର୍ଥନ କରିଥିଲେ। ସେମାନେ ଛାତ୍ରମାନଙ୍କ ଉପରେ ଲାଠିଚାର୍ଜକୁ ମଧ୍ୟ ନିନ୍ଦା କରିଥିଲେ। ସଂସଦର ମୌସୁମୀ ଅଧିବେଶନ ସମୟରେ ହୋଇଥିବା ଏହି ବୈଠକ ପରେ ରାଜନୈତିକ କଳ୍ପନାଜଳ୍ପନା ତୀବ୍ର ହୋଇଛି। ପ୍ରଧାନମନ୍ତ୍ରୀ ମୋଦି ଏବଂ ପାୱାର ଯୋଡ଼ିଙ୍କ ମଧ୍ୟରେ ବୈଠକର ଉଦ୍ଦେଶ୍ୟ କିମ୍ବା ଆଲୋଚନା ସମ୍ପର୍କରେ ବିବରଣୀ ଏପର୍ଯ୍ୟନ୍ତ ପ୍ରକାଶ କରାଯାଇ ନାହିଁ।

ଏନସିପି ଅଧ୍ୟକ୍ଷ ଶରଦ ପାୱାର, ଆମ ଆଦମୀ ପାର୍ଟି (AAP) ସଂଯୋଜକ ଅରବିନ୍ଦ କେଜରିୱାଲ ଏବଂ ଅନ୍ୟ ଅନେକ ବିରୋଧୀ ନେତା ମଙ୍ଗଳବାର ଜନ୍ତରମନ୍ତର ଗସ୍ତ କରିଥିଲେ। ସେମାନେ ସିଜେପି ଦ୍ୱାରା ଆୟୋଜିତ ପ୍ରତିବାଦକୁ ଖୋଲା ସମର୍ଥନ ଦେଇଥିଲେ। ଶରଦ ପାୱାର ତାଙ୍କ ଝିଅ ଏବଂ ସାଂସଦ ସୁପ୍ରିୟା ସୁଲେଙ୍କ ସହ ଜନ୍ତର ମନ୍ତରରେ ପ୍ରତିବାଦସ୍ଥଳ ପରିଦର୍ଶନ କରିଥିଲେ। ସେ ଆହତ ପ୍ରଦର୍ଶନକାରୀ ଏବଂ ଆନ୍ଦୋଳନ ସହିତ ଜଡିତ ଲୋକଙ୍କୁ ଭେଟିଥିଲେ ଏବଂ ଛାତ୍ରମାନଙ୍କ ଉପରେ ଲାଠିଚାର୍ଜକୁ ନିନ୍ଦା କରିଥିଲେ।

ପାୱାର କହିଛନ୍ତି ଯେ, ଜାତୀୟତାବାଦୀ କଂଗ୍ରେସ ପାର୍ଟି (ଏନସିପି) ଛାତ୍ରମାନଙ୍କ ସହିତ ଦୃଢ଼ ଭାବରେ ଠିଆ ହୋଇଛି। ଆମେ ସଂସଦରେ ଏହି ପ୍ରସଙ୍ଗଗୁଡ଼ିକୁ ଉଠାଇବୁ ଏବଂ ନ୍ୟାୟ ପ୍ରଦାନ ଏବଂ ଦାୟିତ୍ୱ ସ୍ଥିର ନହେବା ପର୍ଯ୍ୟନ୍ତ ଏହି ଆନ୍ଦୋଳନକୁ ସମର୍ଥନ କରିବୁ ବୋଲି ସେ କହିଛନ୍ତି।
ଜନ୍ତରମନ୍ତର ପରିଦର୍ଶନ କରିଥିବା ଅନ୍ୟ ନେତାମାନଙ୍କ ମଧ୍ୟରେ ଉଦ୍ଧବ ଦଳର ସାଂସଦ ସଞ୍ଜୟ ରାଉତ ଏବଂ ଅରବିନ୍ଦ ସାୱନ୍ତ, ରାଜ୍ୟ ସଭା ସଦସ୍ୟ ମହୁଆ ମାଜି, ଆପ ନେତା ଗୋପାଳ ରାୟ, କେରଳ କଂଗ୍ରେସ (ଏମ) ନେତା ଜୋସ କେ. ମଣି ଏବଂ ବାମ ଦଳଗୁଡ଼ିକର ସାଂସଦମାନେ ସାମିଲ ଥିଲେ। ଜୁଲାଇ ୨୦ରେ ଜନ୍ତର ମନ୍ତରରୁ ସଂସଦ ଭବନ ପର୍ଯ୍ୟନ୍ତ ସିଜେପି କର୍ମୀମାନେ ଶୋଭାଯାତ୍ରା କରିଥିଲେ; ଏହି କାର୍ଯ୍ୟକ୍ରମ ସମୟରେ, ଛାତ୍ର ଏବଂ ପୋଲିସ କର୍ମଚାରୀଙ୍କ ମଧ୍ୟରେ ଏକ ହିଂସାତ୍ମକ ସଂଘର୍ଷ ଘଟିଥିଲା।

 

Dharitri – Odisha’s No.1 Odia Daily

 


Enter your email to get our daily news in your inbox.

All Right Reserved By Dharitri.Com

ପାକିସ୍ତାନକୁ ହରାଇ ଭାରତର ଲଗାତର ତୃତୀୟ ବିଜୟ

ଦୁବାଇ,୫ା୯: ମହିଳା ଏସିଆ କପ୍‌ ଟି୨୦ ପ୍ରତିଯୋଗିତାରେ ଶନିବାର ଅନୁଷ୍ଠିତ ମ୍ୟାଚ୍‌ରେ ଭାରତ ୭ ଉଇକେଟରେ ପାକିସ୍ତାନକୁ ପରାସ୍ତ କରିଛି। ପୂର୍ବରୁ ସେମିଫାଇନାଲରେ ସ୍ଥାନ ପକ୍କା କରିଥିବା…

ନେପାଳ ବନ୍ୟା: ୧୩ ଶହ ଟପିଲା ମୃତ୍ୟୁ ସଂଖ୍ୟା, ଏବେ ବି ୫,୦୦୦ ନିଖୋଜ

କାଠମାଣ୍ଡୁ,୫ା୯: ନେପାଳ ବନ୍ୟା ମୃତ୍ୟୁସଂଖ୍ୟା ଦିନକୁ ଦିନ ବଢିବାରେ ଲାଗିଛି। ଶନିବାର ସୁଦ୍ଧା ମୃତ୍ୟୁ ସଂଖ୍ୟା ୧,୩୪୪ରେ ପହଞ୍ଚିଛି। ବନ୍ୟା କ୍ଷତିଗ୍ରସ୍ତ ୮ ଜିଲାରୁ ଅଧିକରୁ ଅଧିକ…

‘ସମାଜ ଗଠନରେ ଶିକ୍ଷକଙ୍କ ଭୂମିକା ଗୁରୁତ୍ୱପୂର୍ଣ୍ଣ’

ବଞ୍ଚୋ/ଆନନ୍ଦପୁର,୫ା୯(ପ୍ରଦୋଷ ବିଶ୍ୱାଳ/ଶ୍ରୀଧର ମହାରଣା): କେନ୍ଦୁଝର ଜିଲା ଆନନ୍ଦପୁର ବ୍ଲକ୍‌ ଶିକ୍ଷା ଅଧିକାରୀଙ୍କ କାର୍ଯ୍ୟାଳୟ ପରିସରରେ ଗୁରୁଦିବସ ପାଳିତ ହୋଇଯାଇଛି। ବ୍ଲକ ଶିକ୍ଷା ଅଧିକାରୀ ହରିହର ଦଳେଇଙ୍କ ନେତୃତ୍ୱରେ…

ଠିକାଦାରଙ୍କ ବିଲ୍‌ କରାଇଦେବାକୁ ନେଉଥିଲେ ଲାଞ୍ଚ; ଭିଜିଲାନ୍ସ ଜାଲରେ ଡ୍ରେନେଜ୍‌ ଏଇ: ଅଫିସ୍‌ ଗାଡ଼ିରୁ ଲକ୍ଷାଧିକ ଟଙ୍କା ଜବତ

କେନ୍ଦ୍ରାପଡ଼ା/ମାର୍ଶାଘାଇ, ୫।୯(ଜଗନ୍ନାଥ ଧଳ/ଶୁଭେନ୍ଦୁ ପ୍ରସାଦ ଚୌଧୁରୀ): କେନ୍ଦ୍ରାପଡ଼ା ଜିଲା ଡ୍ରେନେଜ୍‌ ଡିଭିଜନ୍‌ର ଆସିଷ୍ଟାଣ୍ଟ ଇଞ୍ଜିନିୟର (ଏଇ) ଅନୁପମା ସାହୁ ଭିଜିଲାନ୍ସ ହାତରେ ଶନିବାର ଧରାପଡ଼ିଛନ୍ତି। ତାଙ୍କ ନିକଟରୁ…

ଗୁରୁଦିବସରେ ୧୭୬ ଶିକ୍ଷକଙ୍କୁ ମିଳିଲା ପଦୋନ୍ନତି, ଛୁଟିଲା ଶୁଭେଚ୍ଛା ବାର୍ତ୍ତା…

ମାଲକାନଗିରି,୫ା୯(ଦୁର୍ଯ୍ୟୋଧନ ପାତ୍ର): ମାଲକାନଗିରି ଜିଲା ଶିକ୍ଷା କାର୍ଯ୍ୟାଳୟ ପକ୍ଷରୁ ଗୁରୁଦିବସ ଅବସରରେ ୧୭୬ଜଣ ଲେବଲ-୪ ପ୍ରାରମ୍ଭିକ ଶିକ୍ଷକଙ୍କୁ ଲେବଲ-୩କୁ ଶନିବାର ପଦୋନ୍ନତି ଦିଆଯାଇଛି। ଜିଲା ଶିକ୍ଷା ଅଧିକାରୀ…

ପ୍ରକଳ୍ପ ଟନେଲରୁ ଜୀବିତ ଉଦ୍ଧାର ହେଲେ ଚାଇନା ନାଗରିକ

କାଠମାଣ୍ଡୁ,୫ା୯: ନେପାଳର ରସୁଓ୍ବା ଜିଲାରେ ଏକ ଜଳବିଦ୍ୟୁତ୍‌ ପ୍ରକଳ୍ପ ଟନେଲ ମଧ୍ୟରୁ ଶନିବାର ଜଣେ ଚାଇନା ନାଗରିକଙ୍କୁ ଜୀବନ୍ତ ଉଦ୍ଧାର କରାଯାଇଛି। ବନ୍ୟା କ୍ଷତିଗ୍ରସ୍ତ ଅପର ତ୍ରିଶୂଳୀ-୧…

ଦୁଲୀପ ଟ୍ରଫି ଖେଳିବାର ୩ ଦିନ ମଧ୍ୟରେ ଟି୨୦ ଖେଳିବା ଚାଲେଞ୍ଜିଂ ହେବ: ଇଶାନ

ଚେନ୍ନାଇ,୫ା୯: ଦୁଲୀପ ଟ୍ରଫି ଫାଇନାଲ ଶେଷ ହେବାର ୩ ଦିନ ମଧ୍ୟରେ ଭାରତୀୟ ଦଳ ପାଇଁ ଟି୨୦ ଖେଳିବା ଚାଲେଞ୍ଜିଂ ହେବ ବୋଲି ତିଲକ ବର୍ମା ଏବଂ…

ଶନିଙ୍କ ନକ୍ଷତ୍ରରେ ମଙ୍ଗଳ ଗୋଚର: ୪ ରାଶିଙ୍କୁ ବଡ଼ ଡିଲ୍‌ ଅଫର୍‌, ଧନଲାଭ ଯୋଗ

ପୁଷ୍ୟା ନକ୍ଷତ୍ର ହେଉଛି ଶନିଦେବଙ୍କ ନକ୍ଷତ୍ର। ଶନିଙ୍କ ନକ୍ଷତ୍ରରେ ମଙ୍ଗଳଙ୍କ ପ୍ରବେଶ ବିଭିନ୍ନ ରାଶିର ଲୋକଙ୍କ ଜୀବନ ଉପରେ ପ୍ରଭାବ ପକାଇବ। ସୂଚନାଯୋଗ୍ୟ ଯେ, ମଙ୍ଗଳଙ୍କ ଏହି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri