ଆଣବିକ ଶକ୍ତି, ପମ୍ପ୍‌ଡ ଷ୍ଟୋରେଜ୍‌, ଥର୍ମାଲ ପ୍ଲାଣ୍ଟକୁ ଗୁରୁତ୍ୱ ଦେଲେ ମୋଦି ସରକାର

ନୂଆଦିଲ୍ଲୀ,୨୪।୦୭: ଭାରତର ଶକ୍ତି ପରିବର୍ତ୍ତନ ଯୋଜନାରେ କ୍ଷୁଦ୍ର ମଡ୍ୟୁଲାର ଆଣବିକ ରିଆକ୍ଟର (ଏସ୍‌ଏମ୍‌ଆର୍‌), ପମ୍ପ୍‌ଡ ଷ୍ଟୋରେଜ ପ୍ରୋଜେକ୍ଟ ଏବଂ ଅଧିକ ଦକ୍ଷ ଥର୍ମାଲ ପ୍ଲାଣ୍ଟଗୁଡ଼ିକର ବିକାଶ ଉପରେ ଗୁରୁତ୍ୱ ଦିଆଯାଇଛି। ସରକାର ଘରୋଇ କମ୍ପାନୀଗୁଡ଼ିକ ସହାୟତାରେ ଏସ୍‌ଏମ୍‌ଆର୍‌ଗୁଡ଼ିକର ବିକାଶ କରିବେ। ଆଣବିକ ଶକ୍ତି ଶେୟାର ବଢ଼ାଇବା ପାଇଁ ଅତ୍ୟାଧୁନିକ ପ୍ରଯୁକ୍ତି ଉପରେ ଗବେଷଣା କରାଯିବ। ଉତ୍ସର୍ଜନ ଲକ୍ଷ୍ୟ ହାସଲ ଲାଗି ସରକାର ଶକ୍ତି ଦକ୍ଷତା ଉପରେ ଫୋକସ୍‌ କରୁଛନ୍ତି। ସେଥିପାଇଁ ଶିପିଙ୍ଗ୍‌, ବେସାମରିକ ବିମାନ ଚଳାଚଳ, ଲୁହା ଓ ଇସ୍ପାତ, ରସାୟନ ଆଦି ସେକ୍ଟରରେ ଉତ୍ସର୍ଜନ କମାଇବା ପାଇଁ ରୋଡ୍‌ମ୍ୟାପ୍‌ ପ୍ରସ୍ତୁତ ହେବ ବୋଲି ଅର୍ଥମନ୍ତ୍ରୀ କହିଛନ୍ତି।

ବିକଶିତ ଭାରତ ପାଇଁ ଆଣବିକ ଶକ୍ତି ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ। ଏହି ଲକ୍ଷ୍ୟ ହାସଲ ନିମନ୍ତେ ସରକାର ଘରୋଇ କମ୍ପାନୀଗୁଡ଼ିକର ସହଭାଗିତାରେ ଭାରତ କ୍ଷୁଦ୍ର ରିଆକ୍ଟର ସ୍ଥାପନ କରିବା ସହ ଏଥିପାଇଁ ଆବଶ୍ୟକ ନୂତନ ପ୍ରଯୁକ୍ତି ନିମନ୍ତେ ଗବେଷଣା ଓ ବିକାଶ କରିବେ। ଏହି ଏସ୍‌ଏମ୍‌ଆର୍‌ଗୁଡ଼ିକର କ୍ଷମତା ୩୦୦ ମେଗାଓ୍ବାଟ୍‌ ବା ତା’ଠାରୁ କମ୍‌ ହେବ। ଉକ୍ତ ଫ୍ୟାକ୍ଟ୍ରି-ଫାବ୍ରିକେଟେଡ୍‌ ରିଆକ୍ଟରଗୁଡ଼ିକୁ ଟ୍ରକ୍‌ କିମ୍ବା ଟ୍ରେନ୍‌ରେ ଆଣବିକ ଶକ୍ତି ପ୍ରକଳ୍ପ ସ୍ଥଳକୁ ପରିବହନ କରାଯାଇପାରିବ। ସେଗୁଡ଼ିକର ମିଳିତ ଉତ୍ପାଦନ ଦ୍ୱାରା ଅଧିକ ଶକ୍ତି ହାସଲ କରାଯାଇପାରିବ ବୋଲି ଅର୍ଥମନ୍ତ୍ରୀ କହିଛନ୍ତି। ପମ୍ପ୍‌ଡ-ଷ୍ଟୋରେଜ୍‌ ପ୍ରୋଜେକ୍ଟରେ ଦୁଇଟି ରିଜର୍ଭୟର ଯଥାକ୍ରମେ ଗୋଟିଏ ପାହାଡ଼ ଉପରେ ଓ ଅନ୍ୟଟି ତଳେ ରହିବ। ଅତିରିକ୍ତ ବିଦ୍ୟୁତ୍‌କୁ ବ୍ୟବହାର କରାଯାଇ ପାଣିକୁ ପାହାଡ଼ ଉପରକୁ ପମ୍ପ କରାଯାଇ ସେଠାରେ ଥିବା ରିଜର୍ଭୟରରେ ଗଚ୍ଛିତ ରଖାଯିବ। ଯେତେବେଳେ ବିଦ୍ୟୁତ୍‌ ଚାହିଦା ବଢ଼ିଯିବ, ସେତେବେଳେ ଉକ୍ତ ଜଳକୁ ତଳ ରିଜର୍ଭୟରକୁ ଛଡ଼ାଯାଇ ବିଦ୍ୟୁତ୍‌ ଉତ୍ପାଦନ କରାଯିବ।

ଅତ୍ୟାଧୁନିକ ଅଲ୍‌ଟ୍ରାସୁପର କ୍ରିଟିକାଲ ଥର୍ମାଲ ପାଓ୍ବାର ପ୍ଲାଣ୍ଟ ପାଇଁ ସ୍ବଦେଶୀ ପ୍ରଯୁକ୍ତିର ବିକାଶ ହୋଇଥିବା ଅର୍ଥମନ୍ତ୍ରୀ ନିର୍ମଳା ସୀତାରାମନ୍‌ ଘୋଷଣା କରିଛନ୍ତି। ନ୍ୟାଶନାଲ ଥର୍ମାଲ ପାଓ୍ବାର କର୍ପୋରେଶନ (ଏନ୍‌ଟିପିସି) ଏବଂ ଭାରତ ହେଭି ଇଲେକ୍ଟ୍ରିକାଲ୍ସ ଲିଃ (ଭେଲ୍‌)ର ମିଳିତ ଉଦ୍ୟୋଗ ଏୟୁଏସ୍‌ସି ପ୍ରଯୁକ୍ତି ବ୍ୟବହାରରେ ୮୦୦ ମେଗାଓ୍ବାଟ ବ୍ୟବସାୟିକ ପ୍ଲାଣ୍ଟ ସ୍ଥାପନ କରିବ ବୋଲି ଅର୍ଥମନ୍ତ୍ରୀ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ବଲାଙ୍ଗୀର ଆୟୁର୍ବେଦିକ ମହାବିଦ୍ୟାଳୟରେ ସ୍ୱର୍ଣ୍ଣପ୍ରାଶନ କାର୍ଯ୍ୟକ୍ରମ

ବଲାଙ୍ଗୀର, ୧୧।୮ (ସୁନିଲ କୁମାର ମହାନ୍ତି):ବଲାଙ୍ଗୀର ସରକାରୀ ଆୟୁର୍ବେଦିକ ମହାବିଦ୍ୟାଳୟ ଓ ହସ୍ପିଟାଲରେ ମଙ୍ଗଳବାର କୌମାରଭୃତ୍ୟ–ଶିଶୁରୋଗ ବିଭାଗ ପକ୍ଷରୁ ଶିଶୁମାନଙ୍କ ସୁସ୍ଥତା ଓ ସାମଗ୍ରିକ ବିକାଶକୁ ଲକ୍ଷ୍ୟ…

ଦଶମ ପାସ କରିଥିଲେ ଆୟକର ବିଭାଗରେ ସରକାରୀ ଚାକିରି; ଦରମା ୫୫ହଜାରୁ ଅଧିକ, ଜାଣନ୍ତୁ କେମିତି କରିବେ ଆପ୍ଲାଏ…

ଆୟକର ବିଭାଗ ୧୦ମ ପାସ୍ ଯୁବକମାନଙ୍କ ପାଇଁ ସରକାରୀ ଚାକିରିର ସୁଯୋଗ ଆଣିଦେଇଛି। ବିଭାଗର ମଧ୍ୟପ୍ରଦେଶ ଏବଂ ଛତିଶଗଡ଼ କ୍ଷେତ୍ରରେ କ୍ୟାଣ୍ଟିନ୍ ଆଟେଣ୍ଡାଣ୍ଟ (କ୍ୟାଣ୍ଟିନ୍ ପରିଚାରକ)ର ୭ଟି…

୭୫ ବର୍ଷ ହେଲା ହୋଇପାରିନି ସେଟଲମେଣ୍ଟ: ମିଳିନି ପଟ୍ଟା, ମଣ୍ଡିରେ ଖରିଫ ଧାନ ବିକ୍ରି ନେଇ ଉପୁଜିଛି ସମସ୍ୟା

ଦିଗପହଣ୍ଡି,୧୧।୮(ଅଶେଷ ନାଥ ମିଶ୍ର) ଗଞ୍ଜାମ ଜିଲା ଦିଗପହଣ୍ଡି ତହସିଲ ଆଙ୍କୋରଡା ମୌଜାରେ ଗତ ୭୫ ବର୍ଷ ହେଲା ସେଟଲମେଣ୍ଟ ହୋଇପାରିନାହିଁ। ଗତ କିଛି ଦିନ ପୂର୍ବେ ରାଜସ୍ବ…

ପରିବାର ଲୋକଙ୍କ ନାଁରେ ଲକ୍ଷ ଲକ୍ଷ ଟଙ୍କା ଋଣ ନେଇଗଲେ ସମ୍ପାଦକ: ଚାଷୀଙ୍କ ଆନ୍ଦୋଳନ ଚେତାବନୀ

ପୁରୁଷୋତ୍ତମପୁର,୧୧।୮(ସବିତା ମିଶ୍ର):ସରକାର କୃଷକଙ୍କୁ ସଶକ୍ତିକରଣ କରି କୃଷି ଓ କୃଷକଙ୍କ ବିକାଶ ଲାଗି ଯୋଜନା ପରେ ଯୋଜନା କରିବା ସହ ବିଭିନ୍ନ ଫସଲ ଚାଷ କରି ଲାଭବାନ…

‘ଘରେ ଘରେ ତ୍ରିରଙ୍ଗା’: ଉପମୁଖ୍ୟମନ୍ତ୍ରୀ, ସ୍ୱାସ୍ଥ୍ୟମନ୍ତ୍ରୀଙ୍କ ସମେତ ଜିଲାସ୍ତରୀୟ ଅଧିକାରୀ, ସ୍କୁଲ-କଲେଜ ଛାତ୍ରଛାତ୍ରୀଙ୍କ ଯୋଗଦାନ

ବଲାଙ୍ଗୀର, ୧୧।୮ (ସୁନିଲ କୁମାର ମହାନ୍ତି): ବଲାଙ୍ଗୀର ସହରରେ ମଙ୍ଗଳବାର ‘ଘରେ ଘରେ ତ୍ରିରଙ୍ଗା’ ପଦଯାତ୍ରା ଆୟୋଜିତ ହୋଇଯାଇଛି। ଏହି କାର୍ଯ୍ୟକ୍ରମକୁ ଉପମୁଖ୍ୟମନ୍ତ୍ରୀ କନକ ବର୍ଦ୍ଧନ ସିଂଦେଓ…

ପଥରରେ ଛେଚି ଯୁବକଙ୍କୁ ହତ୍ୟା !: ନିର୍ମାଣାଧୀନ ଆବାସ ଘରୁ ରକ୍ତାକ୍ତ ମୃତଦେହ

ରାଇରଙ୍ଗପୁର,୧୧।୮: ମୟୂରଭଞ୍ଜ ଜିଲା ବିଶୋଇ ଥାନା ଅଞ୍ଚଳର ବାଢୁଣିଆ ଗାଁରେ ଜଣେ ଯୁବକଙ୍କୁ ପଥରରେ ଛେଚି ହତ୍ୟା କରାଯାଇଥିବା ସନ୍ଦେହଜନକ ଘଟଣା ସାମ୍ନାକୁ ଆସିଛି। ଗାଁର ଏକ…

Blinkit ଉପରେ ବଡ଼ କାର୍ଯ୍ୟାନୁଷ୍ଠାନ: ସସ୍‌ପେଣ୍ଡ ହେଲା ଲାଇସେନ୍ସ; ସାମ୍ନାକୁ ଆସିଲା ଗୁରୁତର ତ୍ରୁଟି

ନୂଆଦିଲ୍ଲୀ, ୧୧।୮: ମହାରାଷ୍ଟ୍ରରେ IAS ଅଧିକାରୀ ତୁକାରାମ ମୁଣ୍ଡେଙ୍କ ଖରାପ ଓ ଅସୁରକ୍ଷିତ ଖାଦ୍ୟ ପଦାର୍ଥ ବିରୋଧୀ ଅଭିଯାନ ଜାରି ରହିଛି। ଦେଶର ପ୍ରସିଦ୍ଧ କମ୍ପାନୀ Blinkit…

ଚିଲିକା ମଝିରେ ଆକ୍ରମଣ, ଜଣେ ମୃତ, ଜଣେ ଗୁରୁତର

କୃଷ୍ଣପ୍ରସାଦ,୧୨।୮(କୈଳାଶ ଚନ୍ଦ୍ର ପଟ୍ଟନାୟକ): ପୁରୀ ଜିଲା କୃଷ୍ଣପ୍ରସାଦ ବ୍ଲକ ରାମଲଙ୍କା ପଞ୍ଚାୟତ କୁମାରପୁର ଚିଲିକାରେ ମାଛ ଧରିବା ବେଳେ ଏକ ଅଘଟଣ ଘଟିଛି। କୁମାରପୁର ଗ୍ରାମର ଚିନ୍ମୟ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri