Posted inଜାତୀୟ

ମୋଦି ସରକାର ବିଶ୍ୱସ୍ତରରେ ଦେଶର ଭାବମୂର୍ତ୍ତି ପରିବର୍ତ୍ତନ କରିଛନ୍ତି…

ନୂଆଦିଲ୍ଲୀ,୧୭।୧ : ମଙ୍ଗଳବାର ଦଳର ଜାତୀୟ କାର୍ଯ୍ୟକାରିଣୀ ବୈଠକରେ ବହିର୍ବ୍ୟାପାର ମନ୍ତ୍ରୀ ଏସ ଜୟଶଙ୍କର ଭାରତର ଜି-୨୦ର ଅଧ୍ୟକ୍ଷତା ଉପରେ ଏକ ବିବୃତ୍ତି ଦେଇଛନ୍ତି। ସେ କହିଛନ୍ତି ଯେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ନେତୃତ୍ୱାଧୀନ ସରକାରର ଗତ ନଅ ବର୍ଷ ମଧ୍ୟରେ ସାରା ବିଶ୍ୱରେ ଦେଶର ଭାବମୂର୍ତ୍ତିକୁ ପରିବର୍ତ୍ତନ କରିଛନ୍ତି।

ସରକାରଙ୍କ କଲ୍ୟାଣ ଯୋଜନା ଦ୍ୱାରା କୋଟି କୋଟି ଲୋକ ଉପକୃତ ହୋଇଛନ୍ତି। କରୋନା ମହାମାରୀ ସମୟରେ ମୋଦି ସରକାରଙ୍କ ଉପଯୋଗୀ ପଦକ୍ଷେପ ଦ୍ୱାରା ଦେଶର ବଡ଼ ବିପଦରୁ ମୁକୁଳି ପାରିଛି। ମୋଦି ସରକାରଙ୍କ କରୋନା ନିୟନ୍ତ୍ରଣ କାର୍ଯ୍ୟକୁ ବିଶ୍ୱସ୍ତରରେ ପ୍ରଶଂସା କରାଯାଉଥିବା ସେ କହିଛନ୍ତି।

ମହାମାରୀ ସମୟରେ ଦେଶ ନିଜର ସୁରକ୍ଷା କରିବା ସହିତ ଅନ୍ୟ ଦେଶଙ୍କୁ ମଧ୍ୟ ଆବଶ୍ୟକ ମାନବୀୟ ସହାୟତା ଯୋଗାଇ ଦେଇଛି। ସେହିପରି ଦେଶ ନିଜର ଅର୍ଥ ବ୍ୟବସ୍ଥାକୁ ସୁଦୃଢ଼ କରିବାରେ ସଫଳ ରହିଛି ବୋଲି ସେ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

କେନ୍ଦ୍ରମନ୍ତ୍ରୀଙ୍କୁ ଭବିଷ୍ୟତର ବନ୍ଧୁ କହିଲେ ଉଦ୍ଧବ

ମୁମ୍ବାଇ,୧୮।୯: ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀ ଉଦ୍ଧବ ଠାକ୍‌ରେ ଶୁକ୍ରବାର ଏକ ସଭାରେ ମରାଠଓ୍ବାଡା ଅଞ୍ଚଳର ବରିଷ୍ଠ ଭାଜପା ନେତା ତଥା କେନ୍ଦ୍ର ରେଳ ରାଷ୍ଟ୍ରମନ୍ତ୍ରୀ ରାଓସାହେବ ଦାନ୍‌ଭେଙ୍କୁ...

ବଜେଟ ପୂର୍ବରୁ କାହିଁକି ହୁଏ ‘ହାଲଓ୍ବା ରଶମ’

ନୂଆଦିଲ୍ଲୀ,୨୦।୧: ଚଳିତ ବର୍ଷ ଫେବୃୟାରୀ ୧ରେ ଦେଶର ବଜେଟ ଉପସ୍ଥାପନ ହେବ। ୨୦୨୦-୨୧ର ସାଧାରଣ ବଜେଟକୁ ଅର୍ଥମନ୍ତ୍ରୀ ନିର୍ମଳା ସୀତାରାମନ ନିଜର ପେଡ଼ି ଖୋଲି ଉପସ୍ଥାପନ...

ଦେଶରେ କରୋନା ଦ୍ୱାରା ପୁନଃସଂକ୍ରମିତ ହୋଇଛନ୍ତି ୩ ଜଣ

ନୂଆଦିଲ୍ଲୀ, ୧୩।୧୦: ଭାରତରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା କ୍ରମାଗତ ଭାବେ ବଢ଼ି ଚାଲିବାରେ ଲାଗିଛି। ଦେଶରେ ବର୍ତ୍ତମାନ ସୁଦ୍ଧା ୭୧ ଲକ୍ଷରୁ ଊର୍ଦ୍ଧ୍ୱ ଲୋକ କରୋନାରେ...

ପୁଟିନଙ୍କ ପଛରେ ମୋଦି: ୨୧ ବର୍ଷ ପୁରୁଣା ଫଟୋ ହେଉଛି ଭାଇରାଲ

ନୂଆଦିଲ୍ଲୀ,୭।୩: ୟୁକ୍ରେନ ଏବଂ ରୁଷିଆ ମଧ୍ୟରେ ଚାଲିଥିବା ଯୁଦ୍ଧର ଆଜି ଦ୍ୱାଦଶ ଦିନ। ତିକ୍ତ ସମୟରେ ରୁଷିଆ ଭାରତର ଆଭିମୁଖ୍ୟକୁ ପ୍ରଶଂସା କରୁଥିବାବେଳେ ୟୁକ୍ରେନ ପ୍ରଧାନମନ୍ତ୍ରୀ...

ଦିନକ ପୂର୍ବରୁ ବନ୍ଦ ହେଲା ଚାଇନାରୁ ଆସିଥିବା ବରଙ୍କ ବିବାହ

ଥିରୁଭାନନ୍ଥମପୁରମ୍‌,୫।୨: ସାରା ବିଶ୍ୱରେ କରୋନାଭାଇରସ୍‌ ଆତଙ୍କ ଖେଳାଇଥିବା ବେଳେ ଚାଇନାରେ ଏହାର ମୃତ୍ୟୁ ସଂଖ୍ୟା ୪୯୦କୁ ଛୁଇଁଛି। ଆଉ ୨୪ହଜାରରୁ ଊର୍ଦ୍ଧ୍ୱ ଲୋକ ଏହି ରୋଗରେ...

ମହିଳାଙ୍କ ପାଇଁ ରହିବ ୩୩ ପ୍ରତିଶତ ସଂରକ୍ଷଣ

ଅଗରତାଲା,୮।୩: ତ୍ରିପୁରାରେ ଭାଜପା ସରକାରଙ୍କ ୪ ବର୍ଷ ପୂର୍ତ୍ତି ଅବସରରେ କେନ୍ଦ୍ର ସ୍ବରାଷ୍ଟ୍ରମନ୍ତ୍ରୀ ଅମିତ ଶାହା ଏକ ସାଧାରଣ ସଭାକୁ ସମ୍ବୋଧିତ କରିଛନ୍ତି। ମଙ୍ଗଳବାର ଅନ୍ତର୍ଜାତୀୟ...

ଛାତ୍ର ସଂସଦ ସଭାପତିଙ୍କୁ ଚାପୁଡା ମାରିଲେ କଲେଜ ଅଧ୍ୟକ୍ଷ,ଏହାର ଜବାବରେ ଛାତ୍ର ଜଣଙ୍କ ଏମିତି କଲେ

ଆଜମେର,୨୪।୯:ରାଜସ୍ଥାନର ଆଜମେରସ୍ଥିତ ଦୟାନନ୍ଦ କଲେଜରେ ଏକ ଅଭାବନୀୟ ଘଟଣା ଘଟିଛି। ନବନିର୍ବାଚିତ ଛାତ୍ର ସଂସଦ ସଭାପତିଙ୍କୁ ଚାପୁଡା ମାରିଛନ୍ତି କଲେଜ ଅଧ୍ୟକ୍ଷ। ଏହାର ଜବାବରେ ଛାତ୍ର...

ମମତାଙ୍କ କାର୍ଟୁନ୍‌: ୧୧ ବର୍ଷ ପରେ ପ୍ରଫେସର ଦୋଷମୁକ୍ତ

କୋଲକାତା,୨୧।୧: ତୃଣମୂଳ କଂଗ୍ରେସ ନେତ୍ରୀ ମମତା ବାନାର୍ଜୀ ଏବଂ ଦଳୀୟ ନେତା ମୁକୁଲ ରାୟଙ୍କ ବ୍ୟଙ୍ଗଚିତ୍ର ଶେୟାର କରିଥିବା ଯାଦବପୁର ୟୁନିଭର୍ସିଟି ପ୍ରଫେସର ଅମ୍ବିକେଶ ମହାପାତ୍ର...

Advertisement
Archives

Model This Week