Posted inଜାତୀୟ

ମୋଦିଙ୍କ ମନ୍ତ୍ରିମଣ୍ଡଳ ସମ୍ପ୍ରସାରଣ ନେଇ ମାନସମନ୍ଥନ: ୭୦+ ମନ୍ତ୍ରୀଙ୍କ କଟିବ ପତ୍ତା! ଯୁବ-ମହିଳାଙ୍କୁ ମିଳିବ…

ନୂଆଦିଲ୍ଲୀ,୨୭।୮: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ମନ୍ତ୍ରିମଣ୍ଡଳରେ ଖୁବଶୀଘ୍ର ବଡ଼ ପରିବର୍ତ୍ତନ ହୋଇପାରେ। ସମ୍ଭାବ୍ୟ ମନ୍ତ୍ରିମଣ୍ଡଳ ସମ୍ପ୍ରସାରଣରେ ଯୁବ ଓ ମହିଳାଙ୍କୁ ଅଧିକ ସ୍ଥାନ ଦେବା ଉପରେ ଗୁରୁତ୍ୱ ଦିଆଯାଉଛି। ମନ୍ତ୍ରିମଣ୍ଡଳକୁ ଅଧିକ ଯୁବ କରିବା ପାଇଁ ବୟସ୍କ ମନ୍ତ୍ରୀଙ୍କ ସଂଖ୍ୟା କମାଯିବା ସହିତ ନୂଆ ସହଯୋଗୀ ଦଳଗୁଡ଼ିକୁ ମଧ୍ୟ ପ୍ରତିନିଧିତ୍ୱ ଦେବା ଯୋଜନା ଥିବା ସୂଚନା ମିଳିଛି।

ସୂତ୍ର ଅନୁସାରେ, ମନ୍ତ୍ରିମଣ୍ଡଳରେ ମନ୍ତ୍ରୀଙ୍କ ସଂଖ୍ୟା ୭୫କୁ ବୃଦ୍ଧି କରିବାର ଯୋଜନା ରହିଛି। ବର୍ତ୍ତମାନ ୭ ଜଣ ମହିଳା ମନ୍ତ୍ରୀ ଥିବାବେଳେ ଏହି ସଂଖ୍ୟାକୁ ବଢ଼ାଇ ଅତି କମରେ ୧୨ କରାଯାଇପାରେ। ଏହା ସହିତ ନୂଆ ସହଯୋଗୀ ଦଳ ଏବଂ ନିର୍ବାଚନୀ ରାଜ୍ୟଗୁଡ଼ିକର ସମୀକରଣକୁ ମଧ୍ୟ ମନ୍ତ୍ରିମଣ୍ଡଳ ସମ୍ପ୍ରସାରଣରେ ଗୁରୁତ୍ୱ ଦିଆଯାଇପାରେ।

ମନ୍ତ୍ରିମଣ୍ଡଳରେ ୫୦ ବର୍ଷରୁ କମ ବୟସର ମନ୍ତ୍ରୀଙ୍କ ଅଂଶୀଦାରିତ୍ୱ ବର୍ତ୍ତମାନର ୨୪ ପ୍ରତିଶତରୁ ବଢ଼ାଇ ପ୍ରାୟ ୪୦ ପ୍ରତିଶତ କରାଯାଇପାରେ। ବର୍ତ୍ତମାନ ୫୦ ବର୍ଷରୁ କମ ବୟସର ମାତ୍ର ୧୭ ଜଣ ମନ୍ତ୍ରୀ ଅଛନ୍ତି। ସେମାନଙ୍କ ମଧ୍ୟରୁ ୪୦ ବର୍ଷରୁ କମ ବୟସର କେବଳ ଦୁଇଜଣ ରାଷ୍ଟ୍ରମନ୍ତ୍ରୀ ଅଛନ୍ତି।
ସମ୍ଭାବ୍ୟ ସମ୍ପ୍ରସାରଣରେ ଯୁବ ମନ୍ତ୍ରୀଙ୍କ ସଂଖ୍ୟା ବଢ଼ିବା ସହ ୪୦ ବର୍ଷରୁ କମ ବୟସର ଅତି କମରେ ୫ ଜଣଙ୍କୁ ମନ୍ତ୍ରିମଣ୍ଡଳରେ ସ୍ଥାନ ମିଳିପାରେ।

ବର୍ତ୍ତମାନ ମନ୍ତ୍ରିମଣ୍ଡଳରେ ୭୦ ବର୍ଷରୁ ଅଧିକ ବୟସର ୧୨ ଜଣ ମନ୍ତ୍ରୀ ଅଛନ୍ତି। ସମ୍ଭାବ୍ୟ ସମ୍ପ୍ରସାରଣରେ ଏମାନଙ୍କ ମଧ୍ୟରୁ ପ୍ରାୟ ଏକ ଚତୁର୍ଥାଂଶଙ୍କୁ ମନ୍ତ୍ରୀ ପଦରୁ ହଟାଯାଇପାରେ। ବର୍ତ୍ତମାନ ପ୍ରାୟ ୬୫ ପ୍ରତିଶତ ମନ୍ତ୍ରୀଙ୍କ ବୟସ ୫୧ ବର୍ଷରୁ ଅଧିକ। ଏହି ସଂଖ୍ୟାକୁ ପ୍ରାୟ ୫୦ ପ୍ରତିଶତକୁ ହ୍ରାସ କରିବା ଯୋଜନା ଥିବା କୁହାଯାଉଛି।

ସୂତ୍ର ଅନୁସାରେ, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ପଶ୍ଚିମ ଏସିଆ ଗସ୍ତରୁ ୨ ସେପ୍ଟେମ୍ବରରେ ଫେରିବା ପରେ ମନ୍ତ୍ରିମଣ୍ଡଳ ସମ୍ପ୍ରସାରଣର ଯୋଜନାକୁ ଚୂଡ଼ାନ୍ତ ରୂପ ଦେଇପାରନ୍ତି। ଏହି ସମ୍ଭାବ୍ୟ ସମ୍ପ୍ରସାରଣରେ ନୂଆ ସହଯୋଗୀ, ଯୁବ ଓ ମହିଳା ଚେହେରାଙ୍କ ଭାଗୀଦାରି ବଢ଼ାଇବା ସହ ଆଗାମୀ ନିର୍ବାଚନୀ ହେବାକୁ ଥିବା ରାଜ୍ୟଗୁଡ଼ିକର ରାଜନୈତିକ ସମୀକରଣକୁ ସାଧିବା ଉପରେ ମଧ୍ୟ ମନ୍ଥନ ଚାଲିଥିବା ସୂଚନା ମିଳିଛି।

Odisha’s No.1 Odia Daily

Enter your email to get our daily news in your inbox.

All Right Reserved By Dharitri.Com

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ଜଳ ପ୍ରପାତ

ସାନଘାଗରା ଜଳପ୍ରପାତ କେନ୍ଦୁଝର ସହରଠାରୁ ମାତ୍ର ୬ କି.ମି. ଦୂରରେ ରହିଛି ସାନଘାଘରା ଜଳପ୍ରପାତ। ସାନମାଛ କାନ୍ଦଣା ନଦୀର ଜଳ ଏଠାରେ ତଳକୁ ବିରାଟକାୟ ସ୍ରୋତରେ କଚାଡ଼ି…

ଭୁବନେଶ୍ୱର ଫୁଲ ଦୋକାନ

ଫର୍ନସ ଏନ୍‌ ପେଟାଲ୍‌ସ   ଏହା ରାଜଧାନୀର ଏକ ବଡ଼ ଫୁଲ ଦୋକାନ ଭାବେ ପରିଗଣିତ। ୧୧ବର୍ଷ ତଳେ ପ୍ରଥମ କରି ଶହୀଦନଗରରେ ଆରମ୍ଭ ହୋଇଥିଲା। ବର୍ତ୍ତମାନ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱର ଜିମ

କଳିଙ୍ଗ ଫିଟନେସ୍‌ ଜୟଦେବ ବିହାର ରୋଡ ବିଜୁ ପଟ୍ଟନାୟକ କଲେଜ ନିକଟରେ ରହିଛି କଳିଙ୍ଗ ଫିଟନେସ ଜିମ୍‌। ୪ବର୍ଷ ତଳେ ଖୋଲାଯାଇଥିବା ଏହି ଜିମ୍‌ରେ ସବୁ ପ୍ରକାର…

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ପର୍ଯ୍ୟଟନସ୍ଥଳ

ସପ୍ତଶଯ୍ୟା ଢେଙ୍କାନାଳ ଜିଲାରେ ଅବସ୍ଥିତ ସପ୍ତଶଯ୍ୟା ପର୍ଯ୍ୟଟନ ସ୍ଥଳ ସାତ ପାହାଡ଼, ଝରଣା ଏବଂ ଜଙ୍ଗଲରେ ପରିପୂର୍ଣ୍ଣ। ଏଠାରେ ରହିଛି ଶ୍ରୀରାମଙ୍କ ମନ୍ଦିର। ସପ୍ତଶଯ୍ୟାର ଶୀତଳ ପରିବେଶ…

କଟକ ଦହିବରା ଆଳୁଦମ

ବାରବାଟୀ ଷ୍ଟାଡିୟମର ରମେଶ ଗୋଛି ସକାଳ ୭ଟାରୁ ଆରମ୍ଭ କରି ରାତି ୧୦ଟା ଯାଏ ବାରବାଟୀ ଷ୍ଟାଡିୟମ ନିକଟରେ ରମେଶଙ୍କ ଷ୍ଟଲ ଖୋଲିଥାଏ। ପରିବାରର ସବୁ ସଦସ୍ୟ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱରର ପାର୍କ

ମହାତ୍ମା ଗାନ୍ଧୀ ପାର୍କ ପାର୍କଟି ଜୟଦେବ ବିହାରସ୍ଥିତ ନନ୍ଦନକାନନ ରୋଡ୍‌ର ଜନତା ମଇଦାନ ନିକଟରେ ଅବସ୍ଥିତ। ପାର୍କ ଭିତରେ ମହାତ୍ମା ଗାନ୍ଧୀଙ୍କ ପ୍ରାର୍ଥନା କରୁଥିବା ମୁଦ୍ରାରେ ମୂର୍ତ୍ତି…

ଶ୍ରେଷ୍ଠ ପାଞ୍ଚ ପୁରୀର ମଠ

ହାତୀ ଆଖଡ଼ା ମଠ ପୁରୀ ବଳଗଣ୍ଡି ନିକଟରେ ବଡ଼ଦାଣ୍ଡର ମୁଖ୍ୟ ରାସ୍ତାରେ ହାତୀ ଆଖଡା ମଠ ଅବସ୍ଥିତ। ଶ୍ରୀରାମାନନ୍ଦୀ ସମ୍ପ୍ରଦାୟର ନିର୍ବାଣୀ ଆଖଡା ରୂପେ ଏହା ପରିଚିତ।…

ଶ୍ରେଷ୍ଠ ପାଞ୍ଚ ଓଡ଼ିଶାର ପ୍ରସିଦ୍ଧ ଶୈବପୀଠ

ହରିଶଙ୍କର ବଲାଙ୍ଗୀରଠାରୁ ୮୦ କି.ମି. ଦୂରରେ ଗନ୍ଧମାର୍ଦ୍ଦନ ପର୍ବତ ପାଦଦେଶରେ ଅବସ୍ଥିତ ପ୍ରସିଦ୍ଧ ତୀର୍ଥ ତଥା ଶୈବପୀଠ ହରିଶଙ୍କର। ଏଠାକାର ମନ୍ଦିରର ପରିବେଶ ଏବଂ ଆକର୍ଷଣୀୟ ଝରଣା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?