ପୋଷାକରେ ଶାଳୀନତା ଆଧ୍ୟାତ୍ମିକ ଭାବ ଜାଗ୍ରତ କରେ

ନିଶ୍ଚିନ୍ତକୋଇଲି,୯।୭(ଅଶୋକ କୁମାର ମହାପାତ୍ର)ଦେଶର ଉତ୍ତର ଓ ଦକ୍ଷିଣ ଭାରତରେ ବିଭିନ୍ନ ପ୍ରତିଷ୍ଠିତ ଦେବଦେବୀ ମନ୍ଦିରରେ ପ୍ରବେଶ ପାଇଁ ସ୍ବତନ୍ତ୍ର ଡ୍ରେସକୋଡର ବିଧିବ୍ୟବସ୍ଥା ରହିଛି। ଏପରିକି ମୁସ୍‌ଲିମ୍‌ ସମ୍ପ୍ରଦାୟର ଲୋକେ ନମାଜ ପାଠ କଲାବେଳେ, ଖ୍ରୀଷ୍ଟିଆନ ଚର୍ଚ୍ଚ ଯିବା ସମୟରେ, ଶିଖ୍‌ମାନେ ଗୁରୁଦ୍ୱାର ଗଲେ ସ୍ବତନ୍ତ୍ର ବସ୍ତ୍ର ପରିଧାନର ବିଧିବ୍ୟବସ୍ଥା ରହିଛି। ଓଡିଶାରେ ଯଦିଓ ସେବାୟତମାନେ ସ୍ବତନ୍ତ୍ର ବସ୍ତ୍ର ପରିଧାନ କରୁଛନ୍ତି କିନ୍ତୁ ଶ୍ରଦ୍ଧାଳୁମାନଙ୍କ ପାଇଁ ମନ୍ଦିର ପ୍ରବେଶ ଉପରେ ବସ୍ତ୍ର ପରିଧାନ ନେଇ କୌଣସି ଅଙ୍କୁଶ ଲାଗିନାହିଁ। ନିକଟରେ ରଥଯାତ୍ରା ସରିବାପରେ ପୁରୀ ଜଗନ୍ନାଥ ଧାମରେ ଶ୍ରଦ୍ଧାଳୁଙ୍କ ବେଶପୋଷାକ ନେଇ ଦଇତାପତି ନିଯୋଗର ସମ୍ପାଦକ ରାମକୃଷ୍ଣ ଦାସ ମହାପାତ୍ର ଟିପ୍ପଣୀ ଦେବା ପରେ ଏବେ ମନ୍ଦିର ପ୍ରବେଶ ପାଇଁ ସ୍ବତନ୍ତ୍ର ଡ୍ରେସକୋଡ ଆବଶ୍ୟକ ବୋଲି ରାଜ୍ୟରେ ଚର୍ଚ୍ଚା ହେଉଛି। ଶାଳୀନତା ପୋଷାକ ଆଧ୍ୟାତ୍ମିକ ଭାବନା ଓ ଚେତନା ଜାଗ୍ରତ କରିବା ସହ ମନ୍ଦିରରେ ଶୃଙ୍ଖଳିତ ଦର୍ଶନ ହୋଇପାରିବ ବୋଲି ବହୁ ବୁଦ୍ଧିଜୀବୀ, ମନ୍ଦିର ପ୍ରଶାସନ ଓ ଶ୍ରଦ୍ଧାଳୁ ମତବ୍ୟକ୍ତ କରିଛନ୍ତି। କେବଳ ପୁରୀ ନୁହେଁ, ରାଜ୍ୟର ମଠ ଓ ମନ୍ଦିର ପ୍ରବେଶ ସମୟରେ ଶ୍ରଦ୍ଧାଳୁଙ୍କ ସ୍ବତନ୍ତ୍ର ପୋଷାକ ପରିଧାନ ବିଧେୟ ବୋଲି ମତପ୍ରକାଶ ପାଇଛି। ସରକାର ଏନେଇ କି ପଦକ୍ଷେପ ନେଉଛନ୍ତି ସେନେଇ ସାଧାରଣରେ ଆଲୋଚନା ହେଉଛି।

 

ମନ୍ଦିରରେ ସେବା ପୂଜା ସାଙ୍ଗକୁ ଶ୍ରଦ୍ଧାଳୁଙ୍କ ଭକ୍ତିପୂତ ଅର୍ଘ୍ୟ ମନ୍ଦିରର ପରିସରକୁ ରୁଦ୍ଧିମନ୍ତ କରିଥାଏ। ମନ୍ଦିରକୁ ପୂଜା ପାଇଁ ଆସୁଥିବା ଶ୍ରଦ୍ଧାଳୁମାନେ ସଂଯମତା ପୂର୍ବକ ଆଚରଣ ଉଚ୍ଚାରଣ ସହ ପାରମ୍ପରିକ ତଥା ରକ୍ଷଣଶୀଳ ପୋଷାକ ପରିଧାନ କରିବା ବିଧେୟ।
-ପ୍ରକାଶ ଚନ୍ଦ୍ର ସାହୁ ,ମ୍ୟାନେଜିଂ ଟ୍ରଷ୍ଟି,
ରଘୁନାଥ ମନ୍ଦିର ଅସୁରେଶ୍ୱର

ମଠ ମନ୍ଦିରକୁ ଶ୍ରଦ୍ଧାଳୁମାନେ ବିଭୁକୃପା ପାଇଁ ଆସିଥାନ୍ତି। ମନ୍ଦିରର ପରିବେଶ ଓ ନୀତିକ୍ରାନ୍ତି ପାଇଁ ଯେପରି ସେବାୟତମାନେ ପାରମ୍ପରିକ ପୋଷାକ ପିନ୍ଧିଥାନ୍ତି ସେଭଳି ଶ୍ରଦ୍ଧାଳୁମାନେ ମଧ୍ୟ ସଞ୍ଜମତା ପୂର୍ବକ ପୋଷାକ ପରିଧାନ କରିବା ଜରୁରୀ। ଏଥିରେ ସମାଜ ସହ ଶ୍ରଦ୍ଧାଳୁଙ୍କ ବ୍ୟକ୍ତିଗତ ଶୃଙ୍ଖଳତା ଆସିଥାଏ। ମଠ ମନ୍ଦିର ପରିସରରେ ଆଧ୍ୟାମତ୍ିକ ବାତାବରଣକୁ ଜାଗ୍ରତ କରିଥାଏ। ତେଣୁ ଶ୍ରଦ୍ଧାଳୁମାନେ ବେଶଭୂଷା ଉପରେ ଗୁରୁତ୍ୱ ଦେବା ଦରକାର ।
-ପଣ୍ଡିତ ସୁବୋଧ କୁମାର ଷଡ଼ଙ୍ଗୀ

ମଠ ମନ୍ଦିର ହେଉଛି ଏପରି ଏକ ସ୍ଥାନ ଯେଉଁଠାରେ କି ଧନୀ ଦରିଦ୍ର ସମସ୍ତେ ସମାନ। ସମସ୍ତେ କେବଳ ଗୋଟିଏ ଲକ୍ଷରେ ବିଭୁକୃପା ପାଇଁ ଯାଇଥାନ୍ତି। ତେବେ ଆମର ଏପରି ଏକ ପୋଷାକ ପରିଧାନ କରିବା, ଯାହାକୁ ନେଇ କୌଣସି ଟିପ୍ପଣୀ ହେବ ନାହିଁ। ଓଡ଼ିଶା ପରମ୍ପରାକୁ ବଜାୟ ରଖିବା ସମସ୍ତଙ୍କର ଲକ୍ଷ୍ୟ ହେବା ଦରକାର।
-ସବିତା ଓଝା, ଶ୍ରଦ୍ଧାଳୁ

ବିଭିନ୍ନ ଧର୍ମରେ ଧାର୍ମିକ ଅନୁଷ୍ଠାନକୁ ଯିବା ପାଇଁ ସ୍ବତନ୍ତ୍ର ପୋଷାକ ପରିଧାନର ବ୍ୟବସ୍ଥା ରହିଛି। ଏପରିକି ଆମ ଦେଶର ଉତ୍ତର ଏବଂ ଦକ୍ଷିଣ ଭାଗରେ ଥିବା ପ୍ରସିଦ୍ଧ ମନ୍ଦିରରେ ଶ୍ରଦ୍ଧାଳୁଙ୍କ ପାଇଁ ସ୍ବତନ୍ତ୍ର ପୋଷାକ ପରିଧାନର କଡ଼ାକଡି ନିୟମ ରହିଛି। କିନ୍ତୁ ପାଶ୍ଚାତ୍ୟ ସଭ୍ୟତାକୁ ଅନୁକରଣ କରି କିଛି ଯୁବପିଢୀ ଆଧ୍ୟାତ୍ମିକ ପୀଠକୁ ଯିବା ସମୟରେ ପୋଷାକ ପରିଧାନ ଉପରେ ଶାଳୀନତା ରକ୍ଷା କରୁନାହାନ୍ତି। ଯଦି ଦେବୋତ୍ତର ବିଭାଗ ଏହା ଉପରେ କୌଣସି ନିର୍ଦ୍ଦେଶନାମା ଜାରି କରନ୍ତି ତେବେ ଭଲ ହୁଅନ୍ତା।
-ବଂଶୀଧର ପଣ୍ଡା , ଅବସରପ୍ରାପ୍ତ ପ୍ରଧାନ ଶିକ୍ଷକ


Enter your email to get our daily news in your inbox.

All Right Reserved By Dharitri.Com

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ଜଳ ପ୍ରପାତ

ସାନଘାଗରା ଜଳପ୍ରପାତ କେନ୍ଦୁଝର ସହରଠାରୁ ମାତ୍ର ୬ କି.ମି. ଦୂରରେ ରହିଛି ସାନଘାଘରା ଜଳପ୍ରପାତ। ସାନମାଛ କାନ୍ଦଣା ନଦୀର ଜଳ ଏଠାରେ ତଳକୁ ବିରାଟକାୟ ସ୍ରୋତରେ କଚାଡ଼ି…

ଭୁବନେଶ୍ୱର ଫୁଲ ଦୋକାନ

ଫର୍ନସ ଏନ୍‌ ପେଟାଲ୍‌ସ   ଏହା ରାଜଧାନୀର ଏକ ବଡ଼ ଫୁଲ ଦୋକାନ ଭାବେ ପରିଗଣିତ। ୧୧ବର୍ଷ ତଳେ ପ୍ରଥମ କରି ଶହୀଦନଗରରେ ଆରମ୍ଭ ହୋଇଥିଲା। ବର୍ତ୍ତମାନ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱର ଜିମ

କଳିଙ୍ଗ ଫିଟନେସ୍‌ ଜୟଦେବ ବିହାର ରୋଡ ବିଜୁ ପଟ୍ଟନାୟକ କଲେଜ ନିକଟରେ ରହିଛି କଳିଙ୍ଗ ଫିଟନେସ ଜିମ୍‌। ୪ବର୍ଷ ତଳେ ଖୋଲାଯାଇଥିବା ଏହି ଜିମ୍‌ରେ ସବୁ ପ୍ରକାର…

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ପର୍ଯ୍ୟଟନସ୍ଥଳ

ସପ୍ତଶଯ୍ୟା ଢେଙ୍କାନାଳ ଜିଲାରେ ଅବସ୍ଥିତ ସପ୍ତଶଯ୍ୟା ପର୍ଯ୍ୟଟନ ସ୍ଥଳ ସାତ ପାହାଡ଼, ଝରଣା ଏବଂ ଜଙ୍ଗଲରେ ପରିପୂର୍ଣ୍ଣ। ଏଠାରେ ରହିଛି ଶ୍ରୀରାମଙ୍କ ମନ୍ଦିର। ସପ୍ତଶଯ୍ୟାର ଶୀତଳ ପରିବେଶ…

କଟକ ଦହିବରା ଆଳୁଦମ

ବାରବାଟୀ ଷ୍ଟାଡିୟମର ରମେଶ ଗୋଛି ସକାଳ ୭ଟାରୁ ଆରମ୍ଭ କରି ରାତି ୧୦ଟା ଯାଏ ବାରବାଟୀ ଷ୍ଟାଡିୟମ ନିକଟରେ ରମେଶଙ୍କ ଷ୍ଟଲ ଖୋଲିଥାଏ। ପରିବାରର ସବୁ ସଦସ୍ୟ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱରର ପାର୍କ

ମହାତ୍ମା ଗାନ୍ଧୀ ପାର୍କ ପାର୍କଟି ଜୟଦେବ ବିହାରସ୍ଥିତ ନନ୍ଦନକାନନ ରୋଡ୍‌ର ଜନତା ମଇଦାନ ନିକଟରେ ଅବସ୍ଥିତ। ପାର୍କ ଭିତରେ ମହାତ୍ମା ଗାନ୍ଧୀଙ୍କ ପ୍ରାର୍ଥନା କରୁଥିବା ମୁଦ୍ରାରେ ମୂର୍ତ୍ତି…

ଶ୍ରେଷ୍ଠ ପାଞ୍ଚ ପୁରୀର ମଠ

ହାତୀ ଆଖଡ଼ା ମଠ ପୁରୀ ବଳଗଣ୍ଡି ନିକଟରେ ବଡ଼ଦାଣ୍ଡର ମୁଖ୍ୟ ରାସ୍ତାରେ ହାତୀ ଆଖଡା ମଠ ଅବସ୍ଥିତ। ଶ୍ରୀରାମାନନ୍ଦୀ ସମ୍ପ୍ରଦାୟର ନିର୍ବାଣୀ ଆଖଡା ରୂପେ ଏହା ପରିଚିତ।…

ଶ୍ରେଷ୍ଠ ପାଞ୍ଚ ଓଡ଼ିଶାର ପ୍ରସିଦ୍ଧ ଶୈବପୀଠ

ହରିଶଙ୍କର ବଲାଙ୍ଗୀରଠାରୁ ୮୦ କି.ମି. ଦୂରରେ ଗନ୍ଧମାର୍ଦ୍ଦନ ପର୍ବତ ପାଦଦେଶରେ ଅବସ୍ଥିତ ପ୍ରସିଦ୍ଧ ତୀର୍ଥ ତଥା ଶୈବପୀଠ ହରିଶଙ୍କର। ଏଠାକାର ମନ୍ଦିରର ପରିବେଶ ଏବଂ ଆକର୍ଷଣୀୟ ଝରଣା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?