ଆଧୁନିକତା ଓ ଓଡ଼ିଆ କାବ୍ୟ

ଡ. ପ୍ରମୋଦ କୁମାର ପଣ୍ଡା

 

ସମାଜର ହିତ ସାଧନ କରୁଥିବା ଲେଖାକୁ ସାହିତ୍ୟ କୁହାଯାଇଥାଏ। ଏହା ମାଧ୍ୟମରେ ଜନସାଧାରଣ ତା’ର ସଭ୍ୟତା, ସଂସ୍କୃତି, ଇତିହାସ, ଭୂଗୋଳ, ବିଜ୍ଞାନ, ଦର୍ଶନ ଆଦିକୁ ପରିପ୍ରକାଶ କରିଥା’ନ୍ତି। ସାହିତ୍ୟର ଆହୁରି ଏକ ବଡ଼ ଦିଗ ହେଉଛି ମନୋରଞ୍ଜନ ଓ ସମାଜ ସଂସ୍କାର। ଏହି ସାହିତ୍ୟ ଦୁଇ ପ୍ରକାରର। ଏକ ଗଦ୍ୟ ସାହିତ୍ୟ ଓ ଅନ୍ୟଟି ପଦ୍ୟ ସାହିତ୍ୟ। ଉଭୟ ବିଭାଗ, ସେ ପଦ୍ୟ ସାହିତ୍ୟର ବଳରାମ ଦାସଙ୍କ ଲକ୍ଷ୍ମୀ ପୁରାଣ ହେଉ କିମ୍ବା ଗଦ୍ୟ ସାହିତ୍ୟର ଫକୀରମୋହନ ସେନାପତିଙ୍କ ପେଟେଣ୍ଟ ମେଡିସିନ ଅବା ଡାକ ମୁନିସୀ କିମ୍ବା ଲିଓ ଟଲ୍‌ଷ୍ଟୟଙ୍କ ଟମକକାଙ୍କ କୁଟିର, ସବୁକିଛି ସମାଜ ପାଇଁ ଉପଯୋଗୀ ହୋଇଛି । ଏହି ଦୁଇ ବିଭାଗରୁ ପଦ୍ୟ ସାହିତ୍ୟର ଏକ ସ୍ବତନ୍ତ୍ର ସ୍ଥାନ ରହିଛି । କାରଣ ଏହାକୁ ସ୍ବର, ତାଳ ଓ ଲୟରେ ଗାନ ଦ୍ୱାରା ଏହା ଏକ ସଙ୍ଗେ ଲକ୍ଷ ଲକ୍ଷ ଲୋକଙ୍କ ମନୋରଞ୍ଜନ କରାଇଥାଏ, ଯାହାକି ଗଦ୍ୟ ସାହିତ୍ୟ କ୍ଷେତ୍ରରେ ସମ୍ଭବ ହୁଏ ନାହିଁ । ତାକୁ ନିଜେ ପଢ଼ି ତା’ର ମହତ୍ତ୍ୱ ଉପଲବ୍ଧି କରିବାକୁ ପଡ଼େ। ଏହି ପଦ୍ୟ ସାହିତ୍ୟ ବା କାବ୍ୟ ପଦ୍ୟାବଳୀ ବିଭିନ୍ନ ଛାନ୍ଦ, ରାଗ ଉପରେ ପର୍ଯ୍ୟବସିତ ହେଲେ ଖୁବ୍‌ ସୁନ୍ଦର ଲାଗେ। ଏହା ହୃଦୟ ଓ ମନକୁ ଛୁଇଁଯାଇ ଥାଏ।
ବିଭିନ୍ନ ପ୍ରକାର ଛାନ୍ଦରେ ଭିନ୍ନ ଭିନ୍ନ ସ୍ବର ଦେବାକୁ ପଡ଼େ। ତେଣୁ ସଙ୍ଗୀତ ଏକ ପ୍ରକାର ନ ହୋଇ ବିବିଧତା ବଜାୟ ରଖେ ଓ ଜନାଦୃତି ବୃଦ୍ଧି କରେ। ଆମ ଓଡ଼ିଆ ଭାଷାରେ ବିଭିନ୍ନ ପ୍ରକାର ଛାନ୍ଦ ଯଥା ବଙ୍ଗଳାଶ୍ରୀ, ରସକୁଲ୍ୟା, ବିଭାସକେଦାର, ଗୁର୍ଜ୍ଜରୀ, ଚକ୍ରକେଳି, କଳହଂସ କେଦାର, ଶଙ୍କରାଭରଣ, ଆଷାଢ଼ ଶୁକ୍ଳ, ଚୋଖି, ଦାଣ୍ଡି ଇତ୍ୟାଦି କେଉଁ ଆଦିମ କାଳରୁ ପ୍ରଚଳିତ।
ଆମର ପୁରୁଣା ଲେଖକମାନେ ବ୍ୟାକରଣର ଏହିସବୁ ନିୟମରେ ଅଭ୍ୟସ୍ତ ଥିଲେ ଓ ସୁନ୍ଦର କାବ୍ୟ ମାନ ରଚନା କରିଯାଇଛନ୍ତି। ସେ ଉପେନ୍ଦ୍ର ଭଞ୍ଜଙ୍କ ବୈଦେହୀସ ବିଳାସ ହେଉ ବା ଗଙ୍ଗାଧର ମେହେରଙ୍କ ତପସ୍ବିନୀ କିମ୍ବା ପ୍ରଣୟ ବଲ୍ଲରୀ କିମ୍ବା ଦୀନକୃଷ୍ଣ ଦାସଙ୍କ ରସ କଲ୍ଲୋଳ କିମ୍ବା ଅଭିମନ୍ୟୁ ସାମନ୍ତ ସିଂହାରଙ୍କ ବିଦଗ୍ଧ ଚିନ୍ତାମଣି କିମ୍ବା କବିବର ରାଧାନାଥଙ୍କ ଚିଲିକା କାବ୍ୟ ତା’ର ଛାନ୍ଦ ଓ ରାଗ ପାଇଁ ପ୍ରସିଦ୍ଧ।
ବିଭିନ୍ନ ସାଂସ୍କୃତିକ କାର୍ଯ୍ୟକ୍ରମ, ପାଲା, ଦାସକାଠିଆରେ ଛାନ୍ଦ ଓ ରାଗର ଭରପୂର ବ୍ୟବହାର ହୋଇଥାଏ । ଏହା ଆମ ଭାଷାର ଗରିଷ୍ଠତାକୁ ପ୍ରମାଣ ମଧ୍ୟ କରିଥାଏ । ଓଡ଼ିଆ ଭାଷା ଶାସ୍ତ୍ରୀୟ ଭାଷା, ଓଡ଼ିଶୀ ନୃତ୍ୟ ମଧ୍ୟ ଶାସ୍ତ୍ରୀୟ ନୃତ୍ୟ । ଯଦିଓ ଓଡ଼ିଶୀ ସଙ୍ଗୀତକୁ ଶାସ୍ତ୍ରୀୟ ମାନ୍ୟତା ଦିଆଯାଇ ନାହିଁ, ତଥାପି ଓଡ଼ିଶୀ ସଙ୍ଗୀତରେ ଶାସ୍ତ୍ରୀୟତା ପାଇଁ ସବୁକିଛି ଉପାଦାନ ଭରିରହିଛି। ଆମର ଗୀତ, କାବ୍ୟ ଇତ୍ୟାଦି ଛାନ୍ଦ ଓ ରାଗ ଉପରେ ପର୍ଯ୍ୟବସିତ ହେବା ଆବଶ୍ୟକ । ମାତ୍ର ବର୍ତ୍ତମାନର ନୂଆ ପିଢ଼ିର ଲେଖକ, ଲେଖିକାମାନେ ସାଦାସିଧା ଶୈଳୀ ଆପଣାଉଛନ୍ତି। ସେମାନେ ଛାନ୍ଦ ଓ ରାଗ ବିଷୟରେ ସମ୍ପୂର୍ଣ୍ଣ ଅଗଣ୍ୟ ହୁଅନ୍ତୁ କିମ୍ବା ସମୟ ଅଭାବ ହେଉ କିମ୍ବା ସାଦାସିଧା ଶୈଳୀରେ ସଙ୍ଗୀତ ରଚନା କରିବା ସହଜ ସାଧ୍ୟ ବୋଧ ହେଉ, କିନ୍ତୁ ପରିଶେଷରେ ଆଧୁନିକ ଯୁଗର କାବ୍ୟ କବିତା ଯେ ଅଧିକାଂଶ ଛାନ୍ଦ ଓ ରସ ହୀନ ଏଥିରେ ଦ୍ୱିମତ ନାହିଁ ।
ଯଦି ଏହିପରି ଭାବରେ କାବ୍ୟ କବିତା ରଚନା ଜାରି ରହେ, ତା’ ହେଲେ ସମୟ ଆସିବ ଓଡ଼ିଆ କାବ୍ୟ କବିତାକୁ କେହି ସ୍ବର, ଲୟ ଓ ତାଳରେ ଗାଇ ପାରିବେ ନାହିଁ। ତେଣୁ ଏହା ଜନମାନସରୁ ଦୂରେଇ ଯିବ। ପାଲା ଓ ଅନ୍ୟାନ୍ୟ ସାଂସ୍କୃତିକ କାର୍ଯ୍ୟକ୍ରମରେ ଏହାର ବ୍ୟବହାର ହୋଇପାରିବ ନାହିଁ, କାରଣ ଏହା ଲୋକଙ୍କୁ ଅପେକ୍ଷିତ ମନୋରଞ୍ଜନ ପ୍ରଦାନରେ ବିଫଳ ହେବ। ଓଡ଼ିଆ ଭାଷାର ମଧୁରତା ଓ ଲାବନ୍ୟତା ପାଇଁ କାବ୍ୟ କବିତାରେ ଛାନ୍ଦ ରାଗ ରହିବା ଆବଶ୍ୟକ। ଅବଶ୍ୟ ବର୍ତ୍ତମାନ କିଛି ଆଗଧାଡ଼ିର କବି ଓଡ଼ିଆ କାବ୍ୟ କବିତାକୁ ସାଦାସିଧା ବା ସରଳ ଶୈଳୀରେ ପରିବେଷଣ ପାଇଁ ଆଗ୍ରହ ପ୍ରକାଶ କରୁଛନ୍ତି । ସେମାନେ ପଦ୍ୟ ସାହିତ୍ୟକୁ ଗଦ୍ୟରେ ପରିବେଷଣ କରି ସବୁ ପ୍ରକାର ସାହିତ୍ୟକୁ ଏକାକାର କରିବାକୁ ଚାହୁଁଛନ୍ତି। ଏହା ଠିକ୍‌ ନୁହେଁ।
ସାହିତ୍ୟର ବିବିଧତା ତା’ର ମହାନତାର ପରିପ୍ରକାଶ କରିଥାଏ । ଯଦି ଆମେ ସାହିତ୍ୟର ଗଳ୍ପ, ଉପନ୍ୟାସ, କାବ୍ୟ, କବିତା, କ୍ଷୁଦ୍ର ନାଟକ ଇତ୍ୟାଦି ମଧ୍ୟରେ ପାର୍ଥକ୍ୟକୁ ବଜାୟ ନ ରଖିବା, ତା’ ହେଲେ ଆମ ସାହିତ୍ୟର କଳେବର ସଙ୍କୁଚିତ ହୋଇଯିବ।
ଅର୍ଥାତ୍‌ ୧୦୦ କିମ୍ବା ୨୦୦ ବର୍ଷ ପରେ ଆମେ ଦେଖିବାକୁ ପାଇବା ଯେ ଆମ ସାହିତ୍ୟ କେବଳ ଗଦ୍ୟ ହୋଇଯାଇଛି। ଏପରିକି କାବ୍ୟ କବିତାରେ ଛାନ୍ଦ, ରାଗ, ରସ ଇତ୍ୟାଦି ଉଭେଇ ଯାଇଛି। ସାହିତ୍ୟର ବିଭାଗ ବିବିଧତା ବିଲୋପ ମଧ୍ୟ ଭବିଷ୍ୟତରେ ସାହିତ୍ୟ ପାଇଁ ଏକ ବହୁତ ବଡ଼ କ୍ଷତି ସାଧନ କରିବ। ଅବଶ୍ୟ କାବ୍ୟ କବିତା ରଚନା ବେଳେ ପାଠକମାନଙ୍କ ବୋଧଗମ୍ୟ ବିଷୟକୁ ଧ୍ୟାନରେ ରଖିବା ଉଚିତ। ଆଧୁନିକ ଗଳ୍ପ, ଉପନ୍ୟାସ ବା ପ୍ରବନ୍ଧ ଠିକ୍‌ ଭାବେ ପରିବେଷଣ ବା ସୃଷ୍ଟି କରାଯାଉଛି। ମାତ୍ର ଆଧୁନିକ କାବ୍ୟ କବିତାକୁ ବିଶ୍ଳେଷଣ କଲେ ଦେଖାଯିବ ଯେ ଅନେକ ସମୟରେ ପାଠକ କବିତାଟିର ଅର୍ଥ ବୁଝିବାରେ ଅସମର୍ଥ ହୋଇପଡ଼େ କିମ୍ବା ଦ୍ୱିଧା ଭିତରେ ବୁଡିଯାଏ, ଯାହାକି ତାକୁ ଏହାକୁ ପାଠ ନ କରିବା ପାଇଁ ପ୍ରବର୍ତ୍ତାଇ ଥାଏ । ପାଠକ ଯେତେବେଳେ କାବ୍ୟ ଓ କବିତା ଭଲ ଭାବେ ବୁଝିପାରେ ସେ ସେତେବେଳେ ତା’ର ରସ ଆସ୍ବାଦନ କରେ ଓ ଭିତରକୁ ପଶି ଆହୁରି ପଢ଼ିବାକୁ ଇଚ୍ଛା ପ୍ରକାଶ କରେ। ମାତ୍ର ଯେତେବେଳେ କାବ୍ୟ କବିତାଟି ପାଠକ ପାଇଁ ଦୁର୍ଭେଦ୍ୟବୋଧ ମନେହୁଏ କିମ୍ବା ମୂଲ୍ୟହୀନ ମନେହୁଏ, ସେତେବେଳେ ସେ ଆଉ ପଢ଼ିବାକୁ ଆଗ୍ରହ ପ୍ରକାଶ କରେ ନାହିଁ। ସେଥିପାଇଁ ବର୍ତ୍ତମାନ ଓଡ଼ିଶାରେ ପାଠକବୃନ୍ଦ ଓଡ଼ିଆ କାବ୍ୟ କବିତାକୁ ପଢୁନାହାନ୍ତି। କବି ବା ଲେଖକ ଭାବିବା ଆବଶ୍ୟକ ଯେ, ଲେଖା ପଢ଼ିବା ପାଇଁ ପାଠକ ସମୟ ନିବେଶ କରୁଛନ୍ତି, ଯଦି ସେମାନେ ତାଙ୍କ ସମୟର ମୂଲ୍ୟ ମୋ ଲେଖା ମାଧ୍ୟମରେ ପାଇବେ ନାହିଁ, ତା’ ହେଲେ ମୋ ଲେଖାକୁ କାହିଁକି ପଢ଼ିବେ? ତେଣୁ ମୋ ଲେଖାରେ ପାଠକଙ୍କ ସମୟ ଓ ଶ୍ରମ ମୂଲ୍ୟ ଫେରାଇବା ପାଇଁ ପର୍ଯ୍ୟାପ୍ତ ଉପାଦାନ ଭରି ରହିଥିବା ଆବଶ୍ୟକ । ସାଧାରଣତଃ କବି ବା ଲେଖକମାନେ ବିଭିନ୍ନ କ୍ଷେତ୍ରରୁ ଆସିଥାଆନ୍ତି । ସବୁ କବି ଲେଖକଙ୍କ ପାଖରେ ଛାନ୍ଦ, ରାଗ ଇତ୍ୟାଦି ଜ୍ଞାନ ମିଳିବା କଷ୍ଟକର ହୋଇଥାଏ। ତେଣୁ ଆମର ଓଡ଼ିଆ ବିଭାଗର ବିଶେଷଜ୍ଞ, ବୁଦ୍ଧିଜୀବୀ, ପ୍ରଫେସର ଆଦି ଛାନ୍ଦ, ରାଗ ଇତ୍ୟାଦିର ସରଳୀକରଣ ଅଧ୍ୟାୟକୁ ସ୍ବଳ୍ପରେ ପ୍ରକାଶ କରିବା ଆବଶ୍ୟକ, ଯାହାଦ୍ୱାରା ନୂତନ ପିଢ଼ିର କବି ଭାବୁକମାନେ ନିଜକୁ ଛାନ୍ଦ, ରାଗ ବ୍ୟାକରଣର ସମସ୍ତ ନିୟମରେ ଅଭ୍ୟସ୍ତ କରିପାରିବେ ଓ ଲେଖାଲେଖି କଲାବେଳେ ତାକୁ ବ୍ୟବହାର କରି ଓଡ଼ିଆ ଭାଷାର ମାଧୁର୍ଯ୍ୟକୁ ବଜାୟ ରଖିବାରେ ସହାୟକ ହେବେ।
ମୋ -୮୯୧୭୪୨୬୪୪୦


Enter your email to get our daily news in your inbox.

All Right Reserved By Dharitri.Com

ଏଇ ଭାରତରେ

ବିନୟ ଦାସ ଦିଲ୍ଲୀର ଓ୍ବାଜିରପୁରରେ ରହୁଥିବା ପ୍ରବାସୀ ଶ୍ରମିକଙ୍କ ପିଲାଙ୍କୁ ମାଗଣାରେ ପଢ଼ାଉଛନ୍ତି। ସେ ୨୦୧୩ରେ ପ୍ରଥମେ ତାଙ୍କ ପଡ଼ିଶା ଘର ପିଲାଙ୍କୁ ପଢ଼ାଇବା ଆରମ୍ଭ କରିଥିଲେ।…

ସୈନିକଙ୍କୁ ଟେଷ୍ଟୋଷ୍ଟେରୋନ୍‌ ଚିକିତ୍ସା

ଦୀର୍ଘଦିନ ହେଲା ଚାଲିଆସିଛି ଆମେରିକା-ଇରାନ ଯୁଦ୍ଧ। ଏଥିପାଇଁ ବିଦେଶ ଭୂଇଁରେ ଥିବା ଆମେରିକୀୟ ସୈନ୍ୟମାନଙ୍କ ମଧ୍ୟରୁ ଅନେକଙ୍କଠାରେ ସୃଷ୍ଟି ହେଉଛି ମାନସିକ ଚାପ। ଏକଥା ଅନୁଭବ କରି…

ଛାତ୍ର ଆନ୍ଦୋଳନ ଓ ପୋଲିସ କାର୍ଯ୍ୟାନୁଷ୍ଠାନ

ସ୍ବାଧୀନତା ପରେ ବିଭିନ୍ନ ସ୍ଥାନୀୟ ଓ ଜାତୀୟ ସମସ୍ୟା ପାଇଁ ଛାତ୍ରମାନେ ଅଣ୍ଟା ଭିଡ଼ିଛନ୍ତି ଏବଂ ପୋଲିସ କାର୍ଯ୍ୟାନୁଷ୍ଠାନର ଶିକାର ହୋଇଛନ୍ତି। ୧୯୬୩ ମସିହାରେ ତତ୍କାଳୀନ କେନ୍ଦ୍ର…

ଦୋମୁହାଁ ଟ୍ରମ୍ପ

ଡୋନାଲ୍ଡ ଟ୍ରମ୍ପ୍‌ ଦ୍ୱିତୀୟ ଥର ପାଇଁ ଆମେରିକା ରାଷ୍ଟ୍ରପତି ହେବା ପରେ ନେଉଥିବା ନିଷ୍ପତ୍ତି ଆମେରିକା ସମେତ ବିଶ୍ୱକୁ ବାରମ୍ବାର ଅସୁବିଧାରେ ପକାଇ ଚାଲିଛି। ଅନ୍ତର୍ଜାତୀୟ ଅର୍ଥନୈତିକ…

ଏଇ ଭାରତରେ

ନିଶା ବିନାଶର କାରଣ- ଏହିି କଥାକୁ ଭଲ ଭାବେ ହୃଦୟଙ୍ଗମ କରିଛନ୍ତି ହିମାଚଳପ୍ରଦେଶର ଲତା ଦେବୀ। ସେ ବାମସନ୍‌ ବ୍ଲକ ବାହ୍ଲୋ ପଞ୍ଚାୟତର ସରପଞ୍ଚ ଭାବେ ୫ଟି…

‘ଘିବଲି’ ଦୁନିଆ: ଅପରାଧ ଓ ଆଇନ

ମସାମୟିକ ଧାରାରେ ନିଜକୁ ଅଂଶୀଦାର କରିବାର ମାନସିକତା ବିଶ୍ୱ, ପରିବେଶ ସର୍ବୋପରି ମାନବ ସଭ୍ୟତାକୁ ତା’ର ଅଜ୍ଞାତସାରରେ ବିଲୟର କେଉଁ ଦିଗକୁ ଟାଣିନେଇ ଚାଲିଛି ତାହା ବୋଧହୁଏ…

ନାଗରିକ ସ୍ବାଧୀନତା କ୍ଷୁଣ୍ଣ

୨୦୨୧ ମସିହା ୫ ମାର୍ଚ୍ଚରେ ଭାରତ ସରକାରଙ୍କ ପ୍ରେସ୍‌ ଇନ୍‌ଫର୍ମେଶନ ବ୍ୟୁରୋ (ପିଆଇବି) ପକ୍ଷରୁ ଏକ ବିବୃତି ଜାରି କରାଯାଇଥିଲା, ଯାହାର ଶୀର୍ଷକ ଥିଲା ”ଏକ ସ୍ବାଧୀନ…

ପିଲାମାନେ ଟିକିଏ ଭାବନ୍ତୁ

ଶକ୍ତ-ହାଲୁକା-ଲୋଭନୀୟ ପ୍ଲାଷ୍ଟିକ୍‌ ଦିନେ ଆମକୁ ଆନନ୍ଦ ଦେଇଥିଲା। ତେଣୁ ଆମେ ସମସ୍ତେ ତାକୁ ଆଦର କଲେ। ଏବେ ଏହାର ଆହୁରି ଆକର୍ଷଣୀୟ ରଙ୍ଗ ଓ ଅବିଶ୍ୱସନୀୟ ନିର୍ମାଣଶୈଳୀ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?