ଏଇ ଭାରତରେ

ବାଇକରେ ନୂଆ ଜାଗା ବୁଲିବା ସହ ରୋଜଗାରର ନୂଆ ତରିକା ସାମ୍ନାକୁ ଆଣିଛନ୍ତି କେରଳର ଜୀବିନ ମଧୁ। ଚାକିରି ନିଶାରେ ଘର ଛାଡ଼ି ବାଇକରେ ଭାରତର ୧୦ଟି ରାଜ୍ୟ, ନେପାଳ ଓ ମ୍ୟାନ୍‌ମାର ବୁଲିଛନ୍ତି ୨୪ ବର୍ଷୀୟ ଜୀବିନ । ମୋଟରେ ସେ ୧ ବର୍ଷ ୪ ମାସ ଓ ୧୭ଦିନ ବୁଲିବା ଭିତରେ ନିଆରା ଶୈଳୀରେ ରୋଜଗାର କରିଛନ୍ତି। ତାଙ୍କ ୟାମା ଏଫଜେ ବାଇକରେ ଏକ ଷ୍ଟଲ୍‌ କରି ଦିନକୁ ୫୦୦ରୁ ୬୦୦ ଟଙ୍କା ରୋଜଗାର କରୁଥିଲେ। ଏହା ବ୍ୟତୀତ ଯେଉଁ ଜାଗାକୁ ଯାଉଥିଲେ ସେଠାରେ କିଛି ଦିନ ପାଇଁ କାମ କରି ରୋଜଗାର କରୁଥିବା ପରେ ଅନ୍ୟ ସ୍ଥାନକୁ ଯାଉଥିଲେ। ସେ ତାଙ୍କ ବାଇକ୍‌ର ପଛ ଟପ୍‌ବକ୍ସ ଉପରେ କରିଥିବା ଫୁଡ ଷ୍ଟଲ୍‌ରେ ବ୍ରେଡ ଓମଲେଟ, ଚା, ନୁଡଲ୍ସ ଓ କେରଳମାତା ରାଇସରେ ପ୍ରସ୍ତୁତ ଅନ୍ନ ବିକ୍ରି କରୁଥିଲେ। ଏହି ରୋଜଗାରରେ ସେ ତାଙ୍କର ସମସ୍ତ ଖର୍ଚ୍ଚ ବହନ କରିଛନ୍ତି , ଏପରି କି ବାଇକ୍‌ ସଜାଡ଼ିବାରେ ୧୦,୦୦୦ ଟଙ୍କା ବ୍ୟୟ କରିଛନ୍ତି। ଏହି ଟ୍ରିପ୍‌ରେ ଜୀବିନ ସବୁ ସ୍ଥାନର ସଂସ୍କୃତି ସହ ପରିଚିତ ହୋଇପାରିଛନ୍ତି। ଏହି ଧାରାରେ ଜୀବିନ ତାଙ୍କ ବାଇକରେ ଥାଇଲାଣ୍ଡ ଯିବା ଲାଗି ଯୋଜନା କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଏଇ ଭାରତରେ

ବିନୟ ଦାସ ଦିଲ୍ଲୀର ଓ୍ବାଜିରପୁରରେ ରହୁଥିବା ପ୍ରବାସୀ ଶ୍ରମିକଙ୍କ ପିଲାଙ୍କୁ ମାଗଣାରେ ପଢ଼ାଉଛନ୍ତି। ସେ ୨୦୧୩ରେ ପ୍ରଥମେ ତାଙ୍କ ପଡ଼ିଶା ଘର ପିଲାଙ୍କୁ ପଢ଼ାଇବା ଆରମ୍ଭ କରିଥିଲେ।…

ସୈନିକଙ୍କୁ ଟେଷ୍ଟୋଷ୍ଟେରୋନ୍‌ ଚିକିତ୍ସା

ଦୀର୍ଘଦିନ ହେଲା ଚାଲିଆସିଛି ଆମେରିକା-ଇରାନ ଯୁଦ୍ଧ। ଏଥିପାଇଁ ବିଦେଶ ଭୂଇଁରେ ଥିବା ଆମେରିକୀୟ ସୈନ୍ୟମାନଙ୍କ ମଧ୍ୟରୁ ଅନେକଙ୍କଠାରେ ସୃଷ୍ଟି ହେଉଛି ମାନସିକ ଚାପ। ଏକଥା ଅନୁଭବ କରି…

ଛାତ୍ର ଆନ୍ଦୋଳନ ଓ ପୋଲିସ କାର୍ଯ୍ୟାନୁଷ୍ଠାନ

ସ୍ବାଧୀନତା ପରେ ବିଭିନ୍ନ ସ୍ଥାନୀୟ ଓ ଜାତୀୟ ସମସ୍ୟା ପାଇଁ ଛାତ୍ରମାନେ ଅଣ୍ଟା ଭିଡ଼ିଛନ୍ତି ଏବଂ ପୋଲିସ କାର୍ଯ୍ୟାନୁଷ୍ଠାନର ଶିକାର ହୋଇଛନ୍ତି। ୧୯୬୩ ମସିହାରେ ତତ୍କାଳୀନ କେନ୍ଦ୍ର…

ଦୋମୁହାଁ ଟ୍ରମ୍ପ

ଡୋନାଲ୍ଡ ଟ୍ରମ୍ପ୍‌ ଦ୍ୱିତୀୟ ଥର ପାଇଁ ଆମେରିକା ରାଷ୍ଟ୍ରପତି ହେବା ପରେ ନେଉଥିବା ନିଷ୍ପତ୍ତି ଆମେରିକା ସମେତ ବିଶ୍ୱକୁ ବାରମ୍ବାର ଅସୁବିଧାରେ ପକାଇ ଚାଲିଛି। ଅନ୍ତର୍ଜାତୀୟ ଅର୍ଥନୈତିକ…

ଏଇ ଭାରତରେ

ନିଶା ବିନାଶର କାରଣ- ଏହିି କଥାକୁ ଭଲ ଭାବେ ହୃଦୟଙ୍ଗମ କରିଛନ୍ତି ହିମାଚଳପ୍ରଦେଶର ଲତା ଦେବୀ। ସେ ବାମସନ୍‌ ବ୍ଲକ ବାହ୍ଲୋ ପଞ୍ଚାୟତର ସରପଞ୍ଚ ଭାବେ ୫ଟି…

‘ଘିବଲି’ ଦୁନିଆ: ଅପରାଧ ଓ ଆଇନ

ମସାମୟିକ ଧାରାରେ ନିଜକୁ ଅଂଶୀଦାର କରିବାର ମାନସିକତା ବିଶ୍ୱ, ପରିବେଶ ସର୍ବୋପରି ମାନବ ସଭ୍ୟତାକୁ ତା’ର ଅଜ୍ଞାତସାରରେ ବିଲୟର କେଉଁ ଦିଗକୁ ଟାଣିନେଇ ଚାଲିଛି ତାହା ବୋଧହୁଏ…

ନାଗରିକ ସ୍ବାଧୀନତା କ୍ଷୁଣ୍ଣ

୨୦୨୧ ମସିହା ୫ ମାର୍ଚ୍ଚରେ ଭାରତ ସରକାରଙ୍କ ପ୍ରେସ୍‌ ଇନ୍‌ଫର୍ମେଶନ ବ୍ୟୁରୋ (ପିଆଇବି) ପକ୍ଷରୁ ଏକ ବିବୃତି ଜାରି କରାଯାଇଥିଲା, ଯାହାର ଶୀର୍ଷକ ଥିଲା ”ଏକ ସ୍ବାଧୀନ…

ପିଲାମାନେ ଟିକିଏ ଭାବନ୍ତୁ

ଶକ୍ତ-ହାଲୁକା-ଲୋଭନୀୟ ପ୍ଲାଷ୍ଟିକ୍‌ ଦିନେ ଆମକୁ ଆନନ୍ଦ ଦେଇଥିଲା। ତେଣୁ ଆମେ ସମସ୍ତେ ତାକୁ ଆଦର କଲେ। ଏବେ ଏହାର ଆହୁରି ଆକର୍ଷଣୀୟ ରଙ୍ଗ ଓ ଅବିଶ୍ୱସନୀୟ ନିର୍ମାଣଶୈଳୀ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?