Posted inଫୁରସତ

ଅଧିକ ସୁନ୍ଦରୀ ହୋଇଥିବାରୁ ଏହି ମଡେଲକୁ ବ୍ୟାନ୍‌ କରିଦେଲା ଡେଟିଂ ଆପ୍‌ ଟିଣ୍ଡର: ପୋଷ୍ଟ ଲେଖି କହିଲେ ଏପରି…

ଖରାପ ବିଷୟବସ୍ତୁ ଅଥବା ନିୟମ ଉଲ୍ଲଂଘନ କରିବାର କାରଣରୁ ସୋସିଆଲ ମିଡିଆରେ କାହାକୁ ବାରଣ କରାଯିବା କଥା ଆପଣ ଶୁଣିଥାଇପାରନ୍ତି। ହେଲେ ବେଶି ସୁନ୍ଦର ହେବା ଯୋଗୁ ଜଣେ ମଡେଲଙ୍କୁ ଡେଟିଂ ଆପ୍‌ ଟିଣ୍ଡର ବାରମ୍ବାର ତାଙ୍କ ଅଫିସିଆଲ ଆକାଉଣ୍ଟକୁ ବାରଣ କରୁଛି। ନିଜର ସୌନ୍ଦର୍ଯ୍ୟ ଯୋଗୁ ତାଙ୍କୁ ଅସୁବିଧାର ସମ୍ମୁଖୀନ ହେବାକୁ ପଡ଼ୁଛି ବୋଲି ମଡେଲଜଣଙ୍କ କୁହନ୍ତି। ସେ ହେଲେ ୨୧ ବର୍ଷୀୟ ଇନ୍‌ଷ୍ଟାଗ୍ରାମ ମଡେଲ ଲୁନା ବେନା।

ଲୁନା ନିଜ ଆକାଉଣ୍ଟରେ ଲେଖିଛନ୍ତି, ମୁଁ ବହୁତ ହଟ୍‌। ଏଣୁ ଟିଣ୍ଡରରେ ଅନେକ ଅଦ୍ଭୁତ ଏବଂ ନିର୍ବୋଧ ବାର୍ତ୍ତା ପାଇଛି। ବହୁତ ଆକର୍ଷଣୀୟ ହୋଇଥିବା ଯୋଗୁ ଟିଣ୍ଡର ବାରମ୍ବାର ମୋ ଆକାଉଣ୍ଟକୁ ବାରଣ କରୁଛି। ୨୦୧୭ରେ ଏହି ଆପ୍‌ ସହ ମୁଁ ଯୋଡ଼ି ହୋଇଥିଲେ। ଏହାର କିଛି ଦିନ ପରେ ଲୋକେ ମୋ ଫଟୋ ଚୋରି କରି ନକଲି ଆକାଉଣ୍ଟ କରିବା ଆରମ୍ଭ କଲେ। ଏପରିକି ସୁନ୍ଦରତାକୁ ନେଇ ମୋତେ ଧମକ ମଧ୍ୟ ମିଳିଲା। ନକଲି ଆକାଉଣ୍ଟଗୁଡ଼ିକ ବିଷୟରେ ଅଭିଯୋଗ କରିବା ପରେ ତାଙ୍କୁ ବ୍ଲକ କରିଦିଆଯାଇଥିବା ଲୁନା ଅଭିଯୋଗ କରିଛନ୍ତି।

ରିପୋର୍ଟ ମୁତାବକ ଲୁନାଙ୍କ ନାମରେ ଅସଂଖ୍ୟ ନକଲି ଆକାଉଣ୍ଟ ସୃଷ୍ଟି ହୋଇଛି। ଟିଣ୍ଡର କେଉଁଟି ସତ କେଉଁଟି ନକଲି ତାହା ଚିହ୍ନଟ କରିବାରେ ଅସମର୍ଥ । ତେଣୁ ତାଙ୍କ ଆକାଉଣ୍ଟ ବ୍ଲକ ରହୁଛି।

ଲୁନାଙ୍କ ଲୋକପ୍ରିୟତାକୁ ଯଦି ଦେଖାଯାଏ ତେବେ ଇନ୍‌ଷ୍ଟାରେ ତାଙ୍କର ୧.୨ ମିଲିୟନ ଲୋକେ ଫଲୋ କରନ୍ତି। ତାଙ୍କର ଫଟୋରେ ଲକ୍ଷ ଲକ୍ଷ ଲୋକ ଲାଇକ୍‌ ଏବଂ କମେଣ୍ଟ କରନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ଜଳ ପ୍ରପାତ

ସାନଘାଗରା ଜଳପ୍ରପାତ କେନ୍ଦୁଝର ସହରଠାରୁ ମାତ୍ର ୬ କି.ମି. ଦୂରରେ ରହିଛି ସାନଘାଘରା ଜଳପ୍ରପାତ। ସାନମାଛ କାନ୍ଦଣା ନଦୀର ଜଳ ଏଠାରେ ତଳକୁ ବିରାଟକାୟ ସ୍ରୋତରେ କଚାଡ଼ି…

ଭୁବନେଶ୍ୱର ଫୁଲ ଦୋକାନ

ଫର୍ନସ ଏନ୍‌ ପେଟାଲ୍‌ସ   ଏହା ରାଜଧାନୀର ଏକ ବଡ଼ ଫୁଲ ଦୋକାନ ଭାବେ ପରିଗଣିତ। ୧୧ବର୍ଷ ତଳେ ପ୍ରଥମ କରି ଶହୀଦନଗରରେ ଆରମ୍ଭ ହୋଇଥିଲା। ବର୍ତ୍ତମାନ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱର ଜିମ

କଳିଙ୍ଗ ଫିଟନେସ୍‌ ଜୟଦେବ ବିହାର ରୋଡ ବିଜୁ ପଟ୍ଟନାୟକ କଲେଜ ନିକଟରେ ରହିଛି କଳିଙ୍ଗ ଫିଟନେସ ଜିମ୍‌। ୪ବର୍ଷ ତଳେ ଖୋଲାଯାଇଥିବା ଏହି ଜିମ୍‌ରେ ସବୁ ପ୍ରକାର…

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ପର୍ଯ୍ୟଟନସ୍ଥଳ

ସପ୍ତଶଯ୍ୟା ଢେଙ୍କାନାଳ ଜିଲାରେ ଅବସ୍ଥିତ ସପ୍ତଶଯ୍ୟା ପର୍ଯ୍ୟଟନ ସ୍ଥଳ ସାତ ପାହାଡ଼, ଝରଣା ଏବଂ ଜଙ୍ଗଲରେ ପରିପୂର୍ଣ୍ଣ। ଏଠାରେ ରହିଛି ଶ୍ରୀରାମଙ୍କ ମନ୍ଦିର। ସପ୍ତଶଯ୍ୟାର ଶୀତଳ ପରିବେଶ…

କଟକ ଦହିବରା ଆଳୁଦମ

ବାରବାଟୀ ଷ୍ଟାଡିୟମର ରମେଶ ଗୋଛି ସକାଳ ୭ଟାରୁ ଆରମ୍ଭ କରି ରାତି ୧୦ଟା ଯାଏ ବାରବାଟୀ ଷ୍ଟାଡିୟମ ନିକଟରେ ରମେଶଙ୍କ ଷ୍ଟଲ ଖୋଲିଥାଏ। ପରିବାରର ସବୁ ସଦସ୍ୟ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱରର ପାର୍କ

ମହାତ୍ମା ଗାନ୍ଧୀ ପାର୍କ ପାର୍କଟି ଜୟଦେବ ବିହାରସ୍ଥିତ ନନ୍ଦନକାନନ ରୋଡ୍‌ର ଜନତା ମଇଦାନ ନିକଟରେ ଅବସ୍ଥିତ। ପାର୍କ ଭିତରେ ମହାତ୍ମା ଗାନ୍ଧୀଙ୍କ ପ୍ରାର୍ଥନା କରୁଥିବା ମୁଦ୍ରାରେ ମୂର୍ତ୍ତି…

ଶ୍ରେଷ୍ଠ ପାଞ୍ଚ ପୁରୀର ମଠ

ହାତୀ ଆଖଡ଼ା ମଠ ପୁରୀ ବଳଗଣ୍ଡି ନିକଟରେ ବଡ଼ଦାଣ୍ଡର ମୁଖ୍ୟ ରାସ୍ତାରେ ହାତୀ ଆଖଡା ମଠ ଅବସ୍ଥିତ। ଶ୍ରୀରାମାନନ୍ଦୀ ସମ୍ପ୍ରଦାୟର ନିର୍ବାଣୀ ଆଖଡା ରୂପେ ଏହା ପରିଚିତ।…

ଶ୍ରେଷ୍ଠ ପାଞ୍ଚ ଓଡ଼ିଶାର ପ୍ରସିଦ୍ଧ ଶୈବପୀଠ

ହରିଶଙ୍କର ବଲାଙ୍ଗୀରଠାରୁ ୮୦ କି.ମି. ଦୂରରେ ଗନ୍ଧମାର୍ଦ୍ଦନ ପର୍ବତ ପାଦଦେଶରେ ଅବସ୍ଥିତ ପ୍ରସିଦ୍ଧ ତୀର୍ଥ ତଥା ଶୈବପୀଠ ହରିଶଙ୍କର। ଏଠାକାର ମନ୍ଦିରର ପରିବେଶ ଏବଂ ଆକର୍ଷଣୀୟ ଝରଣା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?