ଏମିତି ଗାଁ ଯେଉଁଠାରେ ଆଜି ବି ମୋବାଇଲ ନେଟଓ୍ବର୍କ ନାହିଁ

ଜୟପୁର,୨୯।୮: ଦେଶରେ ଡିଜିଟାଲ ଇଣ୍ଡିଆ, ଆତ୍ୟାଧୁନିକ ଜ୍ଞାନ କୌଶଳ, ନୂଆ ନୂଆ ଟେକ୍ନୋଲୋଜି ଓ ଆତ୍ମନିର୍ଭରଶୀଳ କଥା ନେଇ ସରକାର ଡିଣ୍ଡିମ ପିଟୁଛନ୍ତି। ହେଲେ ଆଜି ବି ଏମିତି କିଛି ଗାଁ ଅଛି ଯେଉଁଠି ଟେକ୍ନୋଲୋଜିର କୌଣସି ଗନ୍ଧବାସ ନାହିଁ। ଯେଉଁଠି ଦେଶକୁ ଡିଜିଟାଲ ଇଣ୍ଡିଆ କରିବାରେ ସରକାର ଲାଗିପଡ଼ିଛନ୍ତି ସେଠାରେ ରାଜସ୍ଥାନର ଏମିତି କେତେକ ଗାଁ ଅଛି ଯେଉଁଠାରେ ଆଜିବି ଟୋକ୍ନୋଲୋଜିରୁ ବହୁ ଦୂରରେ। ରାଜସ୍ଥାନର ଦୋସା ମୁଖ୍ୟାଳୟରୁ ମାତ୍ର ୩୦ କିଲୋମିଟରେ ଦୂରରେ ଥିବା ରାନୋଲି ନିକଟସ୍ଥ ସାର, ଧୋଣ ଗାଁ ଭଳି ପ୍ରାୟ ଏକ ଡର୍ଜନରୁ ଊର୍ଦ୍ଧ୍ୱ ଗାଁ ଅଛି ଯେଉଁଠାରେ ଆଜିବି ମୋବାଇଲ ନେଟଓ୍ବାର୍କ ପହଞ୍ଚିପାରିନି। ଯଦି ଏହି ଗାଁର ଲୋକଙ୍କୁ ମୋବାଇଲରେ କଥା ହେବାକୁ ଥାଏ ତେବେ ସେମାନେ ଗାଁର ପାହାଡ଼ ଉପରେ ଚଢ଼ିଥାନ୍ତି ନଚେତ୍‌ ଗାଁରୁ ୧୦ କିଲୋମିଟର ଦୂରକୁ ଯାଇ କଥା ହୋଇଥାନ୍ତି।

ତେବେ ନେଟଓ୍ବାର୍କ ଆସୁଥିବା ଗାଁର କିଛି ସ୍ଥାନକୁ ଚିହ୍ନଟ କରାଯାଇଛି। ହେଲେ ସେଠାରେ ବି ସବୁବେଳେ ନେଟଓ୍ବାର୍କ ରହିବ ତାହା କୌଣସିି ଗାରାଣ୍ଟି ନାହିଁ। ମୋବାଇଲ ନେଟଓ୍ବାର୍କ ନ ଥିବାରୁ ସ୍ବାସ୍ଥ୍ୟ ବିଭାଗ ଓ ସ୍କୁଲ ପରିଚାଳକଙ୍କୁ ସୂଚନା ଦେବାରେ ବହୁ ସମସ୍ୟାର ସମ୍ମୁଖୀନ ହେବାକୁ ପଡ଼ିଥାଏ। ଯଦି ଗାଁରେ କୌଣସି ଦୁର୍ଘଟଣା ବା ଘଟଣା ଘଟେ ତେବେ ତୁରନ୍ତ ପୋଲିସକୁ ଖବର ଦେବା ମଧ୍ୟ ଅସମ୍ଭବ। ଯାହାକୁ ନେଇ ଗ୍ରାମବାସୀଙ୍କ ମଧ୍ୟରେ ଅସନ୍ତୋଷ ଦେଖାଦେଇଛି। ବର୍ତ୍ତମାନ କରୋନା ଲକ୍‌ଡାଉନ ଯୋଗୁ ସମସ୍ତ ସ୍କୁଲ ଓ କଲେଜ ବନ୍ଦ ରହିଛି।

ମୋବାଇଲ ନେଟଓ୍ବାର୍କ ନ ଥିବାରୁ ପିଲାମାନେ ଅନ୍‌ଲାଇନ ପାଠପଢ଼ାରୁ ବଞ୍ଚିତ ହେଉଛନ୍ତି। ଏନେଇ ପ୍ରଶାସନିକ ଅଧିକାରୀଙ୍କଠାରୁ ଆରମ୍ଭ କରି ନେତାମନ୍ତ୍ରୀଙ୍କୁ ଜଣାଇଥିଲେ ମଧ୍ୟ କୌଣସି ସୁଫଳ ମିଳିପାରୁନାହିଁ ବୋଲି ଗ୍ରାମବାସୀ ଅଭିଯୋଗ କରିଛନ୍ତି। ଏହି ଅଞ୍ଚଳ ରାଜସ୍ଥାନ ସରକାରେ ମହିଳା ଓ ଶିଶୁ ବିକାଶ ମନ୍ତ୍ରୀ ଥିବା ମମତା ଭୁପେଶ ଓ ଶିଳ୍ପମନ୍ତ୍ରୀ ପରସାଦି ଲାଲ ମିଣାଙ୍କ ବିଧାନସଭା ନିର୍ବାଚନମଣ୍ଡଳୀ ହୋଇଥିଲେ ମଧ୍ୟ ଏଠାରେ ବିକାଶର ଅଭାବ ରହିଛି।


Enter your email to get our daily news in your inbox.

All Right Reserved By Dharitri.Com

ମଣିପୁରରେ ବନ୍ଧୁକଧାରୀଙ୍କ ଆକ୍ରମଣ, ଉତ୍ତେଜନା

ଗୁଆହାଟୀ,୨୭ା୮: ମଣିପୁରର କୁକି ବହୁଳ କାଙ୍ଗ୍‌ପୋକ୍‌ପି ଜିଲାରେ ଗୁରୁବାର କେତେଜଣ ଅଜଣା ବନ୍ଧୁକଧାରୀ ଗୁଳି ଚଳାଇବାରୁ ନାଗା ସମ୍ପ୍ରଦାୟର ୪ ଜଣଙ୍କ ମୃତ୍ୟୁ ଘଟିବା ସହ ଜଣେ…

ମଡେଲଙ୍କୁ ଛୁରିଭୁସି ହତ୍ୟା

ନୂଆଦିଲ୍ଲୀ,୨୭ା୮: ଦିଲ୍ଲୀର ତିଲକନଗର ଅଧୀନ ନ୍ୟୁ ମହାବୀରନଗର ଅଞ୍ଚଳରେ ଏକ ଭଡ଼ାଘରେ ଜଣେ ୨୧ ବର୍ଷୀୟା ଛାତ୍ରୀ ତଥା ମଡେଲଙ୍କୁ ଛୁରିଭୁସି ହତ୍ୟା କରାଯାଇଛି। ମୁସ୍କାନ ନାମ୍ନୀ…

ପ୍ରଥମ ମ୍ୟାଚ୍‌ରେ ଅଧିନାୟକ, ଦ୍ୱିତୀୟ ମ୍ୟାଚ୍‌ରେ ଟିମ୍‌ରୁ ବିଦା! ଚମକାଇଲା ନିଷ୍ପତ୍ତି

ଲଣ୍ଡନ୍, ୨୭।୮: ପାକିସ୍ତାନ କ୍ରିକେଟ୍‌ରେ ସବୁକିଛି ସମ୍ଭବ। ନିଜର ଖେଳ ପ୍ରଦର୍ଶନ ତୁଳନାରେ ଅଜବ ନିଷ୍ପତ୍ତି ପାଇଁ ଚର୍ଚ୍ଚାରେ ରହୁଥିବା ପାକିସ୍ତାନ ଟିମ୍ ପୁଣି ଏକ ଚମକାଇବା…

କିଏ ସେ ଅନୁଷ୍କା ଶର୍ମା? ଯାହାଙ୍କୁ ମିଳିଲା ଟିମ୍‌ ଇଣ୍ଡିଆରେ ବଡ଼ ଦାୟିତ୍ୱ

ମୋହାଲି, ୨୭।୮: ଭାରତୀୟ ମହିଳା କ୍ରିକେଟର ଭବିଷ୍ୟତ ତାରକାଙ୍କୁ ପ୍ରସ୍ତୁତ କରିବା ଲକ୍ଷ୍ୟରେ ବିସିସିଆଇ (BCCI) ଭାରତୀୟ ମହିଳା ‘ଏ’ ଦଳର ଅଷ୍ଟ୍ରେଲିଆ ‘ଏ’ ବିପକ୍ଷ ସିରିଜ୍…

କାଲି କେତେବେଳେ ମିଳିବ ସୁଭଦ୍ରା ଟଙ୍କା? ଜାଣନ୍ତୁ ଫଟାଫଟ୍‌ କେମିତି କରିବେ ଚେକ୍‌…

ଭୁବନେଶ୍ୱର,୨୭।୮: ରାଜ୍ୟର ଲକ୍ଷ ଲକ୍ଷ ମହିଳାଙ୍କ ପାଇଁ ଏକ ବଡ଼ ଖୁସି ଖବର। ପବିତ୍ର ରାଖୀ ପୂର୍ଣ୍ଣିମା ଅବସରରେ ରାଜ୍ୟ ସରକାର ‘ସୁଭଦ୍ରା’ ଯୋଜନାର ୫ମ କିସ୍ତି…

ଏଲିଟ ତାଲିକାରେ ସାମିଲ ହେଲେ ଦିନୁଶା

କଲମ୍ବୋ,୨୭ା୮: ଶ୍ରୀଲଙ୍କାର ସୋନଲ ଦିନୁଶା ଭାରତ ବିପକ୍ଷ ଦ୍ୱିତୀୟ ଟେଷ୍ଟ ମ୍ୟାଚ୍‌ର ଉଭୟ ଇନିଂସରେ ଶତକ ହାସଲ କରିବା ସହ ଏଲିଟ(ସ୍ବତନ୍ତ୍ର) ତାଲିକାରେ ସାମିଲ ହୋଇଛନ୍ତି। ସେ…

ସେପ୍ଟେମ୍ୱରରେ ମହାସଂଯୋଗ: ୧, ୧୫ ଏବଂ ୨୨ ତାରିଖ ଅତ୍ୟନ୍ତ ଖାସ୍‌, ୭ ରାଶିଙ୍କୁ ବଡ଼ ଚାକିରର ଅଫର୍‌…

ସେପ୍ଟେମ୍ୱର ୨୦୨୬ ମାସର ୧, ୧୫ ଏବଂ ୨୨ ତାରିଖ ଅତ୍ୟନ୍ତ ବିଶେଷ ରହିବାକୁ ଯାଉଛି। ଏହି ତିନୋଟି ତାରିଖରେ ବୁଧ, ମଙ୍ଗଳ, ସୂର୍ଯ୍ୟ ଏବଂ ଗୁରୁ…

ଶିକ୍ଷକ ନିଯୁକ୍ତି ନେଇ ଆସିଲା ବଡ଼ ଖବର, ମୁଖ୍ୟମନ୍ତ୍ରୀଙ୍କ ବଡ଼ ନିଷ୍ପତ୍ତି…

ନୂଆଦିଲ୍ଲୀ,୨୭।୮: ବିହାରର ଲକ୍ଷ ଲକ୍ଷ ଶିକ୍ଷକ ଆଶାୟୀଙ୍କ ପାଇଁ ରାଜଧାନୀ ପାଟଣାରୁ ଏକ ବଡ଼ ଏବଂ ଆଶ୍ୱସ୍ତିକର ଖବର ସାମ୍ନାକୁ ଆସିଛି। ରାଜ୍ୟ ସରକାର ଚତୁର୍ଥ ପର୍ଯ୍ୟାୟ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri