ଦିଗପହଣ୍ଡିରେ ବିଭିନ୍ନ ଉନ୍ନୟନ ପ୍ରକଳ୍ପ ନିମନ୍ତେ ଶିଳାନ୍ୟାସ କଲେ ବିଧାୟକ ସିଦ୍ଧାନ୍ତ ମହାପାତ୍ର

ଦିଗପହଣ୍ଡି,୨୪|୧୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ସହରର ବିଭିନ୍ନ ଉନ୍ନୟନ ପ୍ରକଳ୍ପ ନିମନ୍ତେ ବୁଧବାର ବିଧାୟକ ଡ଼.ସିଦ୍ଧାନ୍ତ ମହାପାତ୍ର ଶିଳାନ୍ୟାସ କରିଛନ୍ତି । ରାଜ୍ୟ ସରକାରଙ୍କ ପକ୍ଷରୁ ପ୍ରଦତ୍ତ  ୧ କୋଟି ୪୫ ଲକ୍ଷ ଟଙ୍କା ବ୍ୟୟ ଅଟକଳରେ ଅନୁମୋଦିତ ହୋଇଥିବା  ବସଷ୍ଟାଣ୍ଡ – ପୁଞ୍ଜିକଂୟା ଛକ ମୁଖ୍ୟରାସ୍ତା କଡ଼ରେ ଫୁଡ୍ କୋର୍ଟ ଓ ଭେଣ୍ଡିଙ୍ଗ ଜୋନ ସହ ସହରର ଜନତା ଲେନ ରାସ୍ତାକଡରେ ନୂତନ ପାଠାଗାର ଓ ଦୋକାନ ଗୃହ ନିର୍ମାଣ କରାଯିବ ବୋଲି ଜଣାପଡିଛି ।ଶିଳାନ୍ୟାସ କାର୍ଯ୍ୟକ୍ରମ ରେ ଏନଏସି ଅଧ୍ୟକ୍ଷ ପ୍ରଫୁଲ ପଣ୍ଡା,କାର୍ଯ୍ୟନିର୍ବାହୀ ଅଧିକାରୀ ଅବିନାଶ ମିଶ୍ର, ସହକାରୀ ଯନ୍ତ୍ରୀ ଇଂ.ଲକ୍ଷ୍ମୀ ସିଂ, କନିଷ୍ଠ ଯନ୍ତ୍ରୀ ଇଂ. କେ. ମିଥୁନ କୁମାର ସେନାପତି, କାଉନସିଲର ଦୀପକ କୁମାର ମିଶ୍ର,ନୀଳମାଧବ ଗୌଡ଼, ସୁଶାନ୍ତ କୁମାର ପାତ୍ର,ସୁନୀଲ କୁମାର ପଣ୍ଡା, ମାମିନି ବେହେରା, ସନ୍ତୋଷିନୀ ବେହେରା, ଇ.ଗାୟତ୍ରୀ,କାଉନସିଲର ପ୍ରତିନିଧି ରମେଶ ଚନ୍ଦ୍ର ଜେନା,ରଞ୍ଜିତ ବେହେରା , ଇ.ଶଙ୍କରଙ୍କ ସମେତ କର୍ମଚାରୀ ବୃନ୍ଦ ଉପସ୍ଥିତ ଥିଲେ।

ପରେ ବିଧାୟକ ଦିଗପହଣ୍ଡି ମେଡିକାଲ ରାସ୍ତାରେ ଥିବା ସହରର ଐତିହ୍ୟ ସମ୍ପନ୍ନ  ବଡ଼ ବନ୍ଧ ପୋଖରୀର ଦୂରାବସ୍ଥା ଓ ଆବର୍ଜନାମୟ ପରିବେଶକୁ ନିରୀକ୍ଷଣ କରି ମୁଖ୍ୟମନ୍ତ୍ରୀ ସହରୀ ବିକାଶ ଯୋଜନାରେ ଏହି ପୋଖରୀର ପୁନଃରୁଦ୍ଧାର କରାଯାଇ ଯଥାଶୀଘ୍ର ଏକ ଆଦର୍ଶ ପୋଖରୀରେ ପରିଣତ କରିବା ପାଇଁଁ ଏନଏସି କାର୍ଯ୍ୟନିର୍ବାହୀ ଅଧିକାରୀଙ୍କୁ ନିର୍ଦ୍ଦେଶ ଦେଇ ଫେରିଥିଲେ । ବଡ଼ବନ୍ଧ ପୁନଃରୁଦ୍ଧାର ନିମନ୍ତେ ଆକ୍ସନ ପ୍ଲାନ୍ ପ୍ରସ୍ତୁତ କରାଯାଇଛି। ସେଠାରେ ବୋଟିଂ ବ୍ୟବସ୍ଥା ସହ ପୋଖରୀ କଡ଼ରେ ଅତ୍ୟାଧୁନିକ ମିନି ପାର୍କ କରାଯିବ । ଏହି ପ୍ରକଳ୍ପ ନିମନ୍ତେ ଡ୍ରୋନ ସର୍ଭେ ସରିଛି। ବାଥ୍ ମେଟ୍ରିକ୍ ସର୍ଭେ ସରିବା ପରେ ଡ୍ରଇଂ ଡିଜାଇନ କରାଯାଇ ପ୍ରକଳ୍ପ ନିମନ୍ତେ ଆବଶ୍ୟକ ଖର୍ଚ୍ଚ ଅଟକଳକୁ ପ୍ରଶାସନିକ ଅନୁମୋଦନ ନିମନ୍ତେ ପଠାଯିବ ବୋଲି  ନିର୍ବାହୀ ଅଧିକାରୀ କହିଛନ୍ତି।

ଅପରପକ୍ଷରେ ଏନଏସି ଉପାଧ୍ୟକ୍ଷ କେ.ପୂଜାଙ୍କୁ ବିଧାୟକଙ୍କ ଶିଳାନ୍ୟାସ କାର୍ଯ୍ୟକ୍ରମ ସମ୍ପର୍କରେ ଏନଏସି ପ୍ରଶାସନ ପକ୍ଷରୁ ସୂଚନା ଦିଆଯାଇନଥିବା ସହ ଏନେଇ ଏନଏସି କାଉନସିଲ ସଭାରେ କୌଣସି ଆଲୋଚନା କରାଯାଇ ପ୍ରସ୍ତାବ ଗୃହୀତ କରାଯାଇନଥିବା କାରଣରୁ ସେ ଶିଳାନ୍ୟାସ କାର୍ଯ୍ୟକ୍ରମକୁ ବର୍ଜନ କରିଥିବା ପ୍ରତିନିଧି କେ.କୁନା କହିଛନ୍ତି । ଏନେଇ ନିର୍ବାହୀ ଅଧିକାରୀଙ୍କୁ ପଚାରିବାରୁ ତାଙ୍କୁ କାର୍ଯ୍ୟକ୍ରମ ସମ୍ପର୍କରେ ପୂର୍ବରୁ ଲିଖିତ ଭାବେ ଜଣାଯାଇଥିବା କହିଛନ୍ତି ।


Enter your email to get our daily news in your inbox.

All Right Reserved By Dharitri.Com

ଦୀପାବଳିରେ ପୁଣି ମୁକ୍ତିଲାଭ କରିବ ଅକ୍ଷୟ କୁମାରଙ୍କ ‘ମୋହରା’, ଟକ୍କର ଦେବକି ରଣବୀର କପୁରଙ୍କ ‘ରାମାୟଣ’କୁ…

ମୁମ୍ବାଇ,୨୭।୧୦: ଏହି ଦୀପାବଳିରେ ରଣବୀର କପୁରଙ୍କ ବହୁ ପ୍ରତୀକ୍ଷିତ ଚଳଚ୍ଚିତ୍ର ‘ରାମାୟଣ’ର ପ୍ରଥମ ଭାଗ ପ୍ରେକ୍ଷାଳୟରେ ମୁକ୍ତିଲାଭ କରିବାକୁ ଯାଉଛି। ଏହି ବିଶାଳ ବଜେଟ ବିଶିଷ୍ଟ ପ୍ରୋଜେକ୍ଟଟି…

ବୈଭବଙ୍କୁ ନେଇ ଗମ୍ଭୀରଙ୍କ ସ୍ପେଶାଲ୍ ପ୍ଲାନ୍! ସଞ୍ଜୁଙ୍କ ସହ ଓପନିଂ…..

ନୂଆଦିଲ୍ଲୀ,୨୭ା୧୦: ତୃତୀୟ ଟି-୨୦ ମ୍ୟାଚ୍‌ ପୂର୍ବରୁ ଯୁବ ବ୍ୟାଟର ବୈଭବ ସୂର୍ଯ୍ୟବଂଶୀଙ୍କୁ ନେଇ ପୁଣି ଚର୍ଚ୍ଚା ଜୋର୍‌ ଧରିଛି । ଇଶାନ କିଶନ ଏବେ ମଧ୍ୟ ଫିଟ୍‌…

ବାତ୍ୟା ‘ଅର୍ଣ୍ଣବ’ର ପ୍ରଭାବରେ ବର୍ଷା-ପବନ ଆରମ୍ଭ: ସତର୍କ ପ୍ରଶାସନ

ଦାରିଙ୍ଗବାଡି,୨୭।୧୦(ଅରୁଣ ସାହୁ):ବାତ୍ୟା ଅର୍ଣ୍ଣବକୁ ନେଇ ରାଜ୍ୟ ସରକାରଙ୍କ ବଡ଼ ପ୍ରସ୍ତୁତି ଚାଲିଥିବାବେଳେ ଏଥିପାଇଁ କନ୍ଧମାଳ ଜିଲା ପ୍ରଶାସନ ପକ୍ଷରୁ ମଧ୍ୟ ପ୍ରସ୍ତୁତି ଓ ମୁକାବିଲା ପାଇଁ ସମସ୍ତ…

ବଢୁଛି ବିପଦ ଆଶଙ୍କା: ଲୋକଙ୍କୁ ସୁରକ୍ଷିତ ସ୍ଥାନକୁ ନିଆଯାଉଛି

ଭଞ୍ଜନଗର,୨୭।୧୦(ବାବୁଲା ପ୍ରଧାନ): ସମ୍ଭାବ୍ୟ ବାତ୍ୟା ଅର୍ଣ୍ଣବର ପ୍ରଭାବ ଭଞ୍ଜନଗର ଅଞ୍ଚଳରେ ଧୀରେ ଧୀରେ ଅନୁଭୂତ ହେବାରେ ଲାଗିଛି। ମଙ୍ଗଳବାର ସକାଳୁ ଅଞ୍ଚଳରେ ଲଗାଣ ବର୍ଷା ଜାରି ରହିଛି।…

ଟେନସନ୍‌ରେ ଟିମ୍‌ ଇଣ୍ଡିଆ: ସିଧା ହୋଇ ଠିଆ ହେବା ଖେଳାଳିଙ୍କ ପାଇଁ ହୋଇପଡ଼ୁଛି କଷ୍ଟକର

ୱେଲିଂଟନ,୨୭।୧୦:ନ୍ୟୁଜିଲାଣ୍ଡ ବିପକ୍ଷ ପ୍ରଥମ ଦୁଇଟି ଟି-୨୦ ମ୍ୟାଚ୍‌ରେ ବିଜୟ ହାସଲ କରିଛି ଟିମ ଇଣ୍ଡିଆ। ତେବେ ତୃତୀୟ ଟି-୨୦ ପୂର୍ବରୁ ଭାରତୀୟ ଦଳ ପାଇଁ ଚିନ୍ତା ବଢ଼ାଇଛି…

ବାତ୍ୟା ‘ଅର୍ଣ୍ଣବ’ ପ୍ରଭାବରେ ବଢ଼ିବ ଜଳସ୍ତର! ଘୋଡ଼ାହାଡ଼ ଡ୍ୟାମ୍‌ରୁ ନଦୀକୁ ଛଡ଼ାଗଲା ପାଣି, ନଦୀକୂଳିଆ ଗାଁକୁ ସତର୍କ ସୂଚନା

ଦିଗପହଣ୍ଡି,୨୭।୧୦(ଅଶେଷ ନାଥ ମିଶ୍ର): ମାଡ଼ି ଆସୁଛି ବାତ୍ୟା ଅର୍ଣ୍ଣବ । ଏହାର ପ୍ରଭାବରେ ଦକ୍ଷିଣ ଓଡ଼ିଶାରେ ପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି । ଏହାକୁ ଦୃଷ୍ଟିରେ…

ଭାରତୀୟ କ୍ରିକେଟ ଇତିହାସର ସବୁଠାରୁ ବଡ଼ ବିବାଦ: କପିଲ ଦେବ-ସୁନୀଲ ଗାଭାସ୍କରଙ୍କ ମଧ୍ୟରେ ୨୫ ବର୍ଷ ଧରି ସମ୍ପର୍କ ଥିଲା ଏମିତି

ନୂଆଦିଲ୍ଲୀ,୨୭।୧୦: ଯୁକ୍ତରାଷ୍ଟ୍ର ଆମେରିକା (USA) ଏବଂ ସୋଭିଏତ ୟୁନିଅନ (USSR) ମଧ୍ୟରେ ହୋଇଥିବା ‘ଶୀତଳ ଯୁଦ୍ଧ’ (Cold War) ବିଷୟରେ ସମସ୍ତେ ଅବଗତ ଅଛନ୍ତି। ଯଦିଓ ଏହି…

ଗଜଲକ୍ଷ୍ମୀ ପୂଜା ପାଇଁ ଛତ୍ରପୁରରେ ଉତ୍ସବର ମାହୋଲ, ଦର୍ଶନ କଲେ ଅତିରିକ୍ତ ଜିଲାପାଳ

ଛତ୍ରପୁର,୨୭।୧୦(ଦିଲ୍ଲୀପ ସାମଲ): ପବିତ୍ର କୁମାର ପୂର୍ଣ୍ଣିମା ଅବସରରୁ ଛତ୍ରପୁର ଲୋୟର ବସଷ୍ଟାଣ୍ଡସ୍ଥିତ ଲକ୍ଷ୍ମୀ ବଜାର କମ୍ପ୍ଲେକ୍ସ ପରିସରରେ ମା’ ଗଜଲକ୍ଷ୍ମୀଙ୍କ ପୂଜା ମହାଆଡ଼ମ୍ବରରେ ଅନୁଷ୍ଠିତ ହେଉଛି ।…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?