ଶଙ୍କୁରୀ ବନ୍ଧର ପୁନରୁଦ୍ଧାର କାର୍ଯ୍ୟ ସମୀକ୍ଷା କଲେ ବିଧାୟକ

ପାରଳାଖେମୁଣ୍ଡି, ୩୦।୭ (ଗିରିଧାରୀ ପରିଚ୍ଛା): ଗଜପତି ଜିଲା ସଦର ମହକୁମା ପାରଳାଖେମୁଣ୍ଡି ନୂଆ ବସ୍‌ଷ୍ଟାଣ୍ଡ ନିକଟସ୍ଥ ଶଙ୍କୁରୀ ବନ୍ଧର ପୁନରୁଦ୍ଧାର କାର୍ଯ୍ୟକୁ ପାରଳାଖେମୁଣ୍ଡି ବିଧାୟକ ଇଂ ରୁପେଶ କୁମାର ପାଣିଗ୍ରାହୀ ସମୀକ୍ଷା କରିଛନ୍ତି। ଦୀର୍ଘ ଏକ ଦଶନ୍ଧିି ଧରି ଏହି ବନ୍ଧର କାର୍ଯ୍ୟ ସରିବାର ନା ନେଉନାହିଁ। ଏହି ବନ୍ଧ ଗତ ଦିନରେ କୈବର୍ତ୍ତ ସମ୍ପ୍ରଦାୟର ଜୀବନ ଜୀବିକାର ଉତ୍ସ ଥିଲା ଏହି ବନ୍ଧ ଉପରେ ପାରଳାଖେମୁଣ୍ଡି କଣ୍ଡରା ସାହିର ୧୦୦ରୁ ଉର୍ଦ୍ଧ ପରିବାର ର୍ନିଭର କରୁଥିଲେ। ୨୦୧୨-୧୩ ମସିହାରେ ଅତି ପୁରାତନ ସଙ୍କୁରି ବନ୍ଧର ଦୁରାବସ୍ଥା ଯୋଗୁ ବନ୍ଧର ପୁନରୁଦ୍ଧାର ପାଇଁ ପୌର ପରିଷଦ ପକ୍ଷରୁ କାର୍ଯ୍ୟ ଆରମ୍ଭ ହୋଇଥିଲା। ଦିନ ପରେ ଦିନ ଗଡି ଚାଲିଥିଲେ ହେଁ ଦଶ ବର୍ଷ ହେଲା କୌଣସି କାର୍ଯ୍ୟରେ ଆସିପାରୁନାହିଁ।
ନିର୍ବାଚନ ସମୟରେ କୈବର୍ତ ସମ୍ପ୍ରଦାୟକଙ୍କୁ ବିଧାୟକ ପ୍ରତିଶ୍ରୁତି ଦେଇଥିଲେ ଯଥା ଶୀଘ୍ର ପୋଖରୀ ପ୍ରସ୍ତୁତ କରାଯାଇ ପାରଳାବାସୀଙ୍କ ଯଥାଶୀଘ୍ର ବ୍ୟବହାର ଉପଯୋଗୀ ହୋଇପାରିବ ବୋଲି କଥା ଦେଇଥିଲେ।
ମୋ ପୋଖରୀ ଯୋଜନାରେ ୭୦ ଲକ୍ଷ ଟଂକା ଅଟକଳରେ ନିର୍ମିତ ଏହି ବନ୍ଧର ନିର୍ମାଣ କାର୍ଯ୍ୟକୁ ଗୁଣାତ୍ମକ କରିବାକୁ ପରାମର୍ଶ ଦେଇଛନ୍ତି ବିଧାୟକ ରୂପେଶ।ବନ୍ଧର ଚାରିପଟେ ରକ୍ଷଣାବେକ୍ଷଣକୁ ଗୁରୁତ୍ବ ଦେବାକୁ କହିଥିଲେ। ସାରା ସହରରେ ଚର୍ଚ୍ଚାରେ ଥିବା ଏହି ସଂକୁରି ବନ୍ଧର ଚାରିପାର୍ଶ୍ୱ ସୌନ୍ଦର୍ଯ୍ୟଶ୍‌କରଣ କରିବା ସହ ଲାଗିରହିଥିବା ନାଳଟି ମଜଭୁତ ଭାବେ କରିବାକୁ ବିଧାୟକ ପୌର ପାଳିକାକୁ କହିଛନ୍ତି। ତେବେ ବିଧାୟକଙ୍କ ସମୀକ୍ଷା ପରେ ସ୍ଥାନୀୟ ଲୋକେ ଯଥାଶୀଘ୍ର ପୋଖରୀ କାର୍ଯ୍ୟ ଶେଷ ହେବ ବୋଲି ପାରଳାଖେମୁଣ୍ଡିବାସୀ ଆଶା ରଖିଛନ୍ତି। ତେବେ ବନ୍ଧ କାମ ନେଇଥିବା ଠିକାଦାର ବିଧାୟକଙ୍କ ନିର୍ଦ୍ଦେଶକୁ କେତେଦୂର ସଫଳ ରୂପାୟନ କରିପାରୁଛି ତାହାରି ଉପରେ ଜନସାଧାରଣଙ୍କ ନଜର ରହିଛି ।


Enter your email to get our daily news in your inbox.

All Right Reserved By Dharitri.Com

ଅଭିଯୋଗର ଗୋଟିଏ ଦିନରେ ରାସ୍ତ ମରାମତି: ସିଟିଜେନ ଫୋରମଙ୍କୁ ଧନ୍ୟବାଦ

କେସିଙ୍ଗା,୧।୮(ତୁମେଶ୍ୱର ସାହୁ): କଳାହାଣ୍ଡି ଜିଲାର କେସିଙ୍ଗା ଓ ବଲାଙ୍ଗିର ଜିଲାର ଟିଟଲାଗଡ଼କୁ ସଂଯୋଗ କରୁଥିବା ମୁଖ୍ୟ ରାସ୍ତାର ତ୍ରିମୂର୍ତ୍ତି ଛକରୁ ତେଲନଦୀ ବ୍ରିଜ ପ୍ରାୟ ୮୦୦ମିଟର ରାସ୍ତାରେ…

ଚେନ୍ନାଇରେ କାମ କରୁଥିବାବେଳେ ଆନନ୍ଦଙ୍କ ମୃତ୍ୟୁ, ପରିବାର ଲୋକଙ୍କୁ ଭେଟି ଆର୍ଥିକ ସହାୟତା ଦେଲେ ବିଧାୟକ

ଗଞ୍ଜାମ,୧।୮(ବିଦ୍ୟାଧର ସାହୁ ): ଛତ୍ରପୁର ବିଧାୟକ କୃଷ୍ଣ ଚନ୍ଦ୍ର ନାୟକଙ୍କ ମହନତା। ଦିନକୁ ଦିନ ବିଧାୟକ ନାୟକଙ୍କ ଲୋକପ୍ରିୟତା ବୃଦ୍ଧି ପାଉଥିବାବେଳେ ସ୍ଥାନୀୟ ଅଞ୍ଚଳବାସୀଙ୍କ ଆସ୍ଥା ମଧ୍ୟ…

ଅମରପାଲିରେ +୨ କଲେଜ ପ୍ରତିଷ୍ଠା ଦାବି: ୪୦ରୁ ଅଧିକ ଗ୍ରାମର ଛାତ୍ରୀଛାତ୍ର ହେବେ ଉପକୃତ

ଅମରପାଲି,୧ା୮(ପୀତାମ୍ବର ସାହୁ): ସୁବର୍ଣ୍ଣପୁର ଜିଲା ବୀରମହାରାଜପୁର ବ୍ଲକର ଉପାନ୍ତ ଅଞ୍ଚଳ ଅମରପାଲିରେ ଏକ +୨ କଲେଜ ପ୍ରତିଷ୍ଠା ପାଇଁ ସ୍ଥାନୀୟ ଅଞ୍ଚଳବାସୀଙ୍କ ଦାବି ଜୋରଦାର ହେଉଛି। ଏହି…

ସ୍କୁଲ ପଡ଼ିଆରେ ମନ୍ଦିର ନିର୍ମାଣ ମସୁଧା, ତେଜିଲା ଅସନ୍ତୋଷ

ବରଗଡ଼,୧।୮(ପ୍ରେମାନନ୍ଦ ଖମାରୀ):ବରଗଡ଼ ସହରରେ ଥିବା ରାଣାପ୍ରତାପ ହାଇସ୍କୁଲ ପଡ଼ିଆରେ ମନ୍ଦିର ନିର୍ମାଣ ମସୁଧା ଚାଲଛି। ଏଭଳି ଅଭିଯୋଗ କରି ସ୍କୁଲ ପରିଚାଳନା କମିଟି ଏବଂ ଶିକ୍ଷକ, ଅଭିଭାବକ…

ଗଜପତି ଝିଅ ସ୍ବାଗତିକାଙ୍କୁ ‘ମିସେସ୍‌ ଏସିଆ ୱାଲର୍‌ଡ-୨୦୨୬’ ସମ୍ମାନ: ଛୁଟୁଛି ଶୁଭେଚ୍ଛାର ସୁଅ

ପାରଳାଖେମୁଣ୍ଡି,୧ା୮(ଗିରିଧାରୀ ପରିଚ୍ଛା):ଗଜପତି ଜିଲାର ଝିଅ ସ୍ବାଗତିକା ପାଣିଗ୍ରାହୀ ଜିଲା ଓ ରାଜ୍ୟ ପାଇଁ ଗୌରବ ଆଣିଛନ୍ତି। ଆନ୍ତର୍ଜାତିକ ସ୍ତରରେ ‘ମିସେସ୍‌ ଏସିଆ ୱାଲର୍‌ଡ-୨୦୨୬’ରେ ସ୍ବାଗତିକା ସଫଳତା ସାଉଁଟିଛନ୍ତି।…

ମଧ୍ୟାହ୍ନ ଭୋଜନ ଛୁଟିରେ ଘରକୁ ଖାଇବାକୁ ଯିବା ବେଳେ ଅଣ ଛାତ୍ରଙ୍କ ଛୁରାମାଡ଼ରେ ଦଶମ ଶ୍ରେଣୀ ଛାତ୍ରଙ୍କ ମୃତ୍ୟୁ

ଜୟପୁର,୧ା୮(ପବନ ପାଣିଗ୍ରାହୀ): ସ୍କୁଲରୁ ମଧ୍ୟାହ୍ନ ଭୋଜନ ଛୁଟିରେ ଘରକୁ ଖାଇବାକୁ ଯିବା ବେଳେ ଶୁକ୍ରବାର ୨ ଅଣ ଛାତ୍ରଙ୍କ ଛୁରାମାଡ଼ରେ ଜଣେ ଦଶମ ଶ୍ରେଣୀ ଛାତ୍ରଙ୍କ ମୃତ୍ୟୁ…

ଆଜି ଖୋଲିବ ଭିତରକନିକା ଜାତୀୟ ଉଦ୍ୟାନ: ପର୍ଯ୍ୟଟକଙ୍କ ମଧ୍ୟରେ ଆନନ୍ଦ

ରାଜନଗର, ୧ା୮(ଭାସ୍କର ରାଉତରାୟ):ବଉଳା କୁମ୍ଭୀରଙ୍କ ପ୍ରଜନନ ପାଇଁ ୩ ମାସ ଧରି ପର୍ଯ୍ୟଟକଙ୍କ ଲାଗି ବନ୍ଦ ରହିଥିବା ଭିତରକନିକା ଜାତୀୟ ଉଦ୍ୟାନ ଅଗଷ୍ଟ ୧ତାରିଖ ଶନିବାର ଖୋଲାଯିବ।…

ପାଟଶାଢ଼ିରେ ସମ୍ବଲପୁରୀ ଦିନ୍‌: ଚର୍ଚ୍ଚାରେ ହେମାଞ୍ଚଳ

ସୋନପୁର,୧।୮(ମୃତ୍ୟୁଞ୍ଜୟ ଶତପଥୀ):ସୂକ୍ଷ୍ମ କାରିଗରି ପାଇଁ ସୁବର୍ଣ୍ଣପୁର ଜିଲାର ବୁଣାକାରଙ୍କ ଦେଶ ବିଦେଶରେ ସୁନାମ ରହିଛି। ସେମିତି ଜଣେ ଯୁବ ବୁଣାକାର ହେଲେ ସୋନପୁର ବ୍ଲକ ହରଡ଼ଖୋଲ ଗ୍ରାମର…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri