ଶ୍ରମିକଙ୍କ ଦୁଃଖ ନେଇ ସରକାରଙ୍କ ଉପରେ ବର୍ଷିଲେ ବିଧାୟକ ମକରନ୍ଦ

ରାୟଗଡ଼ା,୧।୫(ସ୍ବ.ପ୍ର.): ରାୟଗଡ଼ା ବିଧାୟକ ମକରନ୍ଦ ମୁଦୁଲି ସୋମବାର ସରକାରଙ୍କ ଉପରେ ଖୋଲାଖୋଲି ବର୍ଷିଛନ୍ତି। ମଞ୍ଚ ଉପରେ ନିଜର ଅଭିଭାଷଣ ରଖି ରାଜ୍ୟ ଓ କେନ୍ଦ୍ର ସରକାର ସମେତ ଜିଲା ପ୍ରଶାସନ ଉପରେ ନିଜର ଅସନ୍ତୋଷ ପ୍ରକାଶ କରିଛନ୍ତି। ଅନ୍ତର୍ଜାତୀୟ ଶ୍ରମିକ ଦିବସ କାର୍ଯ୍ୟକ୍ରମରେ ଅତିଥି ଭାବେ ଯୋଗଦେଇ ବିଧାୟକ ମକରନ୍ଦ ମୁଦୁଲି କହିଥିଲେ ଯେ ଦୁର୍ନୀତି ଚରମ ସୀମାରେ ପହଞ୍ଚିଛି। ମନରେଗା ଯୋଜନାରେ ଅର୍ଥ ହରିଲୁଟ ହେଉଛି। ଜଳଛାୟା ମିଶନ ଓ ଉଦ୍ୟାନ ବିଭାଗ କୋଟି କୋଟି ଟଙ୍କା ହଡପ କରିଛନ୍ତି। କିଛି ଦିନ ପୂର୍ବେ ଭିଜିଲାନ୍ସ ଜାଲରେ ପଡ଼ିଥିବା ଜଳଛାୟା ମିଶନ ଅଫିସରଙ୍କ ଉଦାହରଣ ଦେଇ କହିଥିଲେ ଯେ, ହିତାଧିକାରୀ ନାମରେ ସମସ୍ତ ଜାଲିଆତି ଚାଲିଛି। ପ୍ରକୃତ ହିତାଧିକାରୀ ବଞ୍ଚିତ ହେଉଛନ୍ତି ଓ ଦଲାଲ ମାଲାମାଲ ହେଉଛନ୍ତି। ତେଣୁ ମନରେଗା ଯୋଜନାରେ କାମ କରିବା ପାଇଁ କେହି ଆଗ୍ରହ ପ୍ରକାଶ କରୁନାହାନ୍ତି। ସେହିଭଳି ଶ୍ରମ ବିଭାଗରେ ମଧ୍ୟ ବ୍ୟାପକ ବେନିୟମ କାର୍ଯ୍ୟ ଚାଲିଛି ବୋଲି କହି ନିଜର ଅସନ୍ତୋଷ ବ୍ୟକ୍ତ କରିଥିଲେ। ମକରନ୍ଦ ମୁଦୁଲି ସ୍ବାଧୀନ ଭାବେ ବିଧାୟକ ନିର୍ବାଚିତ ହେବା ପରେ ପ୍ରଥମ ଥର ପାଇଁ ଏଭଳି ଭାଷଣ ଦେଇଥିଲେ। ଏପରିକି ଶ୍ରମିକଙ୍କ ପାଇଁ ସରକାରଙ୍କ ବିରୋଧରେ ଆନ୍ଦୋଳନ ମଧ୍ୟ ଘୋଷଣା କରିଛନ୍ତି ା ମକରନ୍ଦଙ୍କ ଏହିଭଳି ଓଲଟା ରୂପ ଦେଖି ସମସ୍ତେ ଚକିତ ହୋଇଛନ୍ତି। ହଠାତ କାହିଁକି ମକରନ୍ଦ ନିଜର ପଟ୍ଟ ପରିବର୍ତ୍ତନ କଲେ ଓ ସରକାରଙ୍କ ବିରୋଧରେ ହୁଙ୍କାର ଦେଲେ ତାହା ରହସ୍ୟମୟ ହୋଇ ରହିଛି। କାରଣ ୨୦୧୯ ନିର୍ବାଚନ ପରେ ମକରନ୍ଦ ସରକାର ଓ ଜିଲା ପ୍ରଶାସନର ସମସ୍ତ କଥାରେ ସମର୍ଥନ କରୁଥିଲେ। ଏପରି କି ସ୍ବାଧୀନ ବିଧାୟକ ହୋଇଥିଲେ ମଧ୍ୟ ଗତ ୪ ବର୍ଷ ହେଲା ସେ ବିଜେଡି ଦଳୀୟ କାର୍ଯ୍ୟକ୍ରମରେ ସାମିଲ ହେଉଥିଲେ। ତେବେ ଏପରି ଘଟଣା ଏକ ବଡ ରାଜନୈତିକ ପରିବର୍ତ୍ତନ ସୂଚନା ଦେଉଛି ବୋଲି ଚର୍ଚ୍ଚା ହେଉଛି।


Enter your email to get our daily news in your inbox.

All Right Reserved By Dharitri.Com

ଡାକ୍ତରଙ୍କ କାର୍ଯ୍ୟ ବନ୍ଦ ଆନ୍ଦୋଳନ ଜାରି: ରୋଗୀସେବା ବ୍ୟାହତ

ରାଇକିଆ,୨।୭(ପ୍ରଦୀପ ବେହେରା): ଓମସାର ଆହ୍ବାନ କ୍ରମେ ଡାକ୍ତରମାନେ ରାଜ୍ୟବ୍ୟାପୀ ଅନିର୍ଦ୍ଦିଷ୍ଟ କାଳ ପାର୍ଯ୍ୟନ୍ତ କାର୍ଯ୍ୟବନ୍ଦ ଆନ୍ଦୋଳନ ଦ୍ୱିତୀୟ ଦିନରେ ପହଞ୍ଚିଛି। ୧୦ ଦଫା ଦାବି ପୂରଣ ନ…

ବାପା ହେବା ପରେ ନିଜକୁ ‘ଗେ’ ବୋଲି କହିଲେ ସ୍ୱାମୀ, ତାଜୁବ ହୋଇଗଲେ ସ୍ତ୍ରୀ…

ନୂଆଦିଲ୍ଲୀ, ୨ା୭: ସୋସିଆଲ ମିଡିଆରେ ବେଶ୍ ଭାଇରାଲ ହେଉଥିବା ଏକ ଭିଡିଓ ଏବେ ଚର୍ଚ୍ଚାର ବିଷୟ ପାଲଟିଛି। ଏହି ଭିଡିଓରେ ଜଣେ ମହିଳା ନିଜ ବୈବାହିକ ଜୀବନର…

IMD କଲା ଆଲର୍ଟ: ସୃଷ୍ଟି ହେଲା ଘୂର୍ଣ୍ଣିବଳୟ, କାଲିଠୁ ଏସବୁ ଜିଲାରେ ପ୍ରବଳ ବର୍ଷା!

ନୂଆଦିଲ୍ଲୀ, ୨ା୭: ଭାରତୀୟ ପାଣିପାଗ ବିଭାଗ (IMD) ଅନୁଯାୟୀ, ଆଜି ଦେଶର ୧୯ଟି ରାଜ୍ୟରେ ମୂଷଳଧାରାରେ ବର୍ଷା ହେବ। ଆଜି ଦିଲ୍ଲୀ, ପଞ୍ଜାବ, ହରିୟାଣା, ଚଣ୍ଡିଗଡ଼, ଉତ୍ତରପ୍ରଦେଶ, ବିହାର,…

ଏମଭିଆଇ-ଷ୍ଟେନୋଙ୍କ ଅବସର: ଭବିଷ୍ୟତ ସୁଖମୟ ହେବାକୁ କାମନା

ଛତ୍ରପୁର,୨।୭: ଗଞ୍ଜାମ ଆଞ୍ଚଳିକ ପରିବହନ କାର୍ଯ୍ୟାଳୟର ଏମଭିଆଇ ରାଜ କୁମାର ବେହେରା ଏବଂ ଷ୍ଟେନୋ ଶ୍ୟାମସୁନ୍ଦର ମାର୍ଥାଙ୍କ ଚାକିରିରୁ ଅବସର ହୋଇଯାଇଛି l ଏନେଇ କାର୍ଯ୍ୟାଳୟ ପକ୍ଷରୁ…

ପାଠ୍ୟ ପୁସ୍ତକରେ ତ୍ରୁଟି, ତେଜୁଛି ଆନ୍ଦୋଳନ

ବରଗଡ଼,୨।୭(ପ୍ରେମାନନ୍ଦ ଖମାରୀ):ନୂତନଭାବେ ପ୍ରକାଶ ପାଇଥିବା ପ୍ରଥମରୁ ଅଷ୍ଟମ ଶ୍ରେଣୀ ପର୍ଯ୍ୟନ୍ତ ବିଭିନ୍ନ ପାଠ୍ୟ ପୁସ୍ତକରେ ରହିଥିବା ଅନେକ ତ୍ରୁଟିକୁ ନେଇ ରାଜ୍ୟରେ ଅସନ୍ତୋଷ ଥମିବାର ନାଁ ନେଉ…

ହ୍ୱାଟ୍ସଆପ୍‌ର ନୂଆ ‘ୟୁଜରନେମ୍‌’ ଫିଚର ଉପରେ କେନ୍ଦ୍ରର ରୋକ

ନୂଆଦିଲ୍ଲୀ, ୨ା୭ (ପି.ଟି.): ହ୍ୱାଟ୍ସଆପ୍‌ ଚିଫ୍‌ କମ୍ପ୍ଲାଏନ୍ସ ଅଫିସରଙ୍କୁ ପଠାଯାଇଥିବା ସରକାରୀ ନୋଟିସରେ ସ୍ପଷ୍ଟ କୁହାଯାଇଛି ଯେ, ଏକ ପ୍ରମୁଖ ସାମାଜିକ ଗଣମାଧ୍ୟମ ସଂସ୍ଥା ଭାବେ ମେଟା…

୨ଦିନରେ ଧାନ ଉଠିବା ନେଇ ଆଶଙ୍କାରେ ଚାଷୀ: ମଣ୍ଡିରେ ଗଜା ହେଲାଣି ଧାନ

ନୂଆପଡ଼ା,୨ା୭ (ମକାରୁ ବେମାଲ):ନୂଆପଡ଼ା ଜିଲାରେ ରବି ମଣ୍ଡି ଧାନ ଉଠାଣ ଅବଧି ଜୁନ ୩୦ ରହିଥିଲା। ଜିଲାର ବିଭିନ୍ନ ମଣ୍ଡିରେ ପଡି ରହିଥିବା ଧାନକୁ ଦେଖି ରାଜ୍ୟ…

ପ୍ରମାଣପତ୍ର ପାଇଁ ଆସି ଦିବ୍ୟାଙ୍ଗ ହଟହଟା: ନିରାଶରେ ଘରକୁ ଫେରୁଛନ୍ତି

ବରଗଡ଼,୨।୭(ପ୍ରେମାନନ୍ଦ ଖମାରୀ):ବରଗଡ଼ ଜିଲାରେ ପ୍ରମାଣପତ୍ର ପାଇଁ ଦିବ୍ୟାଙ୍ଗମାନେ ହଟହଟା ହେବା ସାଧାରଣରେ ପରିଣତ ହୋଇଛି। କେତେବେଳେ ପ୍ରମାଣପତ୍ର ଇସ୍ୟୁ କରିବାକୁ ଡାକ୍ତର ନାହାନ୍ତି ତ ଆଉକେବେ ନିର୍ଦ୍ଧାରିତ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri