ଶ୍ରମିକଙ୍କ ଦୁଃଖ ନେଇ ସରକାରଙ୍କ ଉପରେ ବର୍ଷିଲେ ବିଧାୟକ ମକରନ୍ଦ

ରାୟଗଡ଼ା,୧।୫(ସ୍ବ.ପ୍ର.): ରାୟଗଡ଼ା ବିଧାୟକ ମକରନ୍ଦ ମୁଦୁଲି ସୋମବାର ସରକାରଙ୍କ ଉପରେ ଖୋଲାଖୋଲି ବର୍ଷିଛନ୍ତି। ମଞ୍ଚ ଉପରେ ନିଜର ଅଭିଭାଷଣ ରଖି ରାଜ୍ୟ ଓ କେନ୍ଦ୍ର ସରକାର ସମେତ ଜିଲା ପ୍ରଶାସନ ଉପରେ ନିଜର ଅସନ୍ତୋଷ ପ୍ରକାଶ କରିଛନ୍ତି। ଅନ୍ତର୍ଜାତୀୟ ଶ୍ରମିକ ଦିବସ କାର୍ଯ୍ୟକ୍ରମରେ ଅତିଥି ଭାବେ ଯୋଗଦେଇ ବିଧାୟକ ମକରନ୍ଦ ମୁଦୁଲି କହିଥିଲେ ଯେ ଦୁର୍ନୀତି ଚରମ ସୀମାରେ ପହଞ୍ଚିଛି। ମନରେଗା ଯୋଜନାରେ ଅର୍ଥ ହରିଲୁଟ ହେଉଛି। ଜଳଛାୟା ମିଶନ ଓ ଉଦ୍ୟାନ ବିଭାଗ କୋଟି କୋଟି ଟଙ୍କା ହଡପ କରିଛନ୍ତି। କିଛି ଦିନ ପୂର୍ବେ ଭିଜିଲାନ୍ସ ଜାଲରେ ପଡ଼ିଥିବା ଜଳଛାୟା ମିଶନ ଅଫିସରଙ୍କ ଉଦାହରଣ ଦେଇ କହିଥିଲେ ଯେ, ହିତାଧିକାରୀ ନାମରେ ସମସ୍ତ ଜାଲିଆତି ଚାଲିଛି। ପ୍ରକୃତ ହିତାଧିକାରୀ ବଞ୍ଚିତ ହେଉଛନ୍ତି ଓ ଦଲାଲ ମାଲାମାଲ ହେଉଛନ୍ତି। ତେଣୁ ମନରେଗା ଯୋଜନାରେ କାମ କରିବା ପାଇଁ କେହି ଆଗ୍ରହ ପ୍ରକାଶ କରୁନାହାନ୍ତି। ସେହିଭଳି ଶ୍ରମ ବିଭାଗରେ ମଧ୍ୟ ବ୍ୟାପକ ବେନିୟମ କାର୍ଯ୍ୟ ଚାଲିଛି ବୋଲି କହି ନିଜର ଅସନ୍ତୋଷ ବ୍ୟକ୍ତ କରିଥିଲେ। ମକରନ୍ଦ ମୁଦୁଲି ସ୍ବାଧୀନ ଭାବେ ବିଧାୟକ ନିର୍ବାଚିତ ହେବା ପରେ ପ୍ରଥମ ଥର ପାଇଁ ଏଭଳି ଭାଷଣ ଦେଇଥିଲେ। ଏପରିକି ଶ୍ରମିକଙ୍କ ପାଇଁ ସରକାରଙ୍କ ବିରୋଧରେ ଆନ୍ଦୋଳନ ମଧ୍ୟ ଘୋଷଣା କରିଛନ୍ତି ା ମକରନ୍ଦଙ୍କ ଏହିଭଳି ଓଲଟା ରୂପ ଦେଖି ସମସ୍ତେ ଚକିତ ହୋଇଛନ୍ତି। ହଠାତ କାହିଁକି ମକରନ୍ଦ ନିଜର ପଟ୍ଟ ପରିବର୍ତ୍ତନ କଲେ ଓ ସରକାରଙ୍କ ବିରୋଧରେ ହୁଙ୍କାର ଦେଲେ ତାହା ରହସ୍ୟମୟ ହୋଇ ରହିଛି। କାରଣ ୨୦୧୯ ନିର୍ବାଚନ ପରେ ମକରନ୍ଦ ସରକାର ଓ ଜିଲା ପ୍ରଶାସନର ସମସ୍ତ କଥାରେ ସମର୍ଥନ କରୁଥିଲେ। ଏପରି କି ସ୍ବାଧୀନ ବିଧାୟକ ହୋଇଥିଲେ ମଧ୍ୟ ଗତ ୪ ବର୍ଷ ହେଲା ସେ ବିଜେଡି ଦଳୀୟ କାର୍ଯ୍ୟକ୍ରମରେ ସାମିଲ ହେଉଥିଲେ। ତେବେ ଏପରି ଘଟଣା ଏକ ବଡ ରାଜନୈତିକ ପରିବର୍ତ୍ତନ ସୂଚନା ଦେଉଛି ବୋଲି ଚର୍ଚ୍ଚା ହେଉଛି।


Enter your email to get our daily news in your inbox.

All Right Reserved By Dharitri.Com

ଗେଷ୍ଟ ହାଉସରେ ବ୍ୟବସାୟୀ ରହସ୍ୟମୟ ମୃତଦେହ ଠାବ

ଭୁବନେଶ୍ୱର,୧୯।୪: ଗୁରୁବାର ଭୁବନେଶ୍ୱରର ମୈତ୍ରୀ ବିହାର ଅଞ୍ଚଳର ଏକ ଗେଷ୍ଟ ହାଉସରୁ ଜଣେ ବ୍ୟବସାୟୀଙ୍କ ମୃତ ଦେହ ଉଦ୍ଧାର ହୋଇଛି। ମୃତକଙ୍କ ନାମ ତପନ ପ୍ରସାଦ...

ଭିଜିଲାନ୍ସ ଜାଲରେ କିରାଣି

ବୌଦ୍ଧ,୧୯ା୪(ଅଜିତ ବାରିକ): ବୌଦ୍ଧ ଜିଲା ହରଭଙ୍ଗା ବ୍ଲକ ଶିକ୍ଷାଧିକାରୀଙ୍କ କାର୍ଯ୍ୟାଳୟର ବରିଷ୍ଠ କିରାଣି ରବୀନ୍ଦ୍ର ନାଥ ପାଢ଼ୀ ୨୦ ହଜାର ଟଙ୍କା ଲାଞ୍ଚ ନେଉଥିବାବେଳେ ବୌଦ୍ଧ...

ପୋଲିସ ଅଧିକାରୀଙ୍କୁ ଭର୍ତ୍ତୃହରିଙ୍କ ଦୁର୍ବ୍ୟବହାର ମାମଲା: କୋର୍ଟରେ ହାଜର ହେଲେ ଅମିତାଭ

କଟକ,୧୯।୪(କାର୍ତ୍ତିକ ସାହୁ): କଟକ ଏମ୍‌ପି ଭର୍ତ୍ତୃହରି ମହତାବ ପୋଲିସ ଅଧିକାରୀଙ୍କୁ ଦୁର୍ବ୍ୟବହାର କରିବା ମାମଲା ପୁଣି ଉଠିଛି। କଟକ ଜେଏମ୍‌ଏଫ୍‌ସି ଅଦାଲତରେ ଶୁକ୍ରବାର ସାକ୍ଷ୍ୟ ଗ୍ରହଣ...

ନନ୍ଦନକାନନ ପ୍ରାଣୀ ଉଦ୍ୟାନରେ ଧଳାବାଘ ‘ସ୍ନେହା’ ମୃତ

ଭୁବନେଶ୍ୱର,୧୯।୪: ଶୁକ୍ରବାର ନନ୍ଦନକାନନ ପ୍ରାଣୀ ଉଦ୍ୟାନରେ ଚିକିତ୍ସିତ ହେଉଥିବାବେଳେ ଧଳାବାଘ ‘ସ୍ନେହା’ର ମୃତ୍ୟୁ ଘଟିଛି। ବୃଦ୍ଧାବସ୍ଥା ଏବଂ ଗ୍ରୀଷ୍ମ ପ୍ରବାହ କାରଣରୁ ଗତକାଲି ଅସୁସ୍ଥ ହେବା...

୨ଦିନ ପରେ ହ୍ରାସ ପାଇବ ତାପମାତ୍ରା

ଭୁବନେଶ୍ୱର,୧୯।୪: ଆଗାମୀ ୨ଦିନ ତାପମାତ୍ରାରେ କୌଣସି ପ୍ରକାର ପରିବର୍ତ୍ତନ ହେବ ନାହିଁ ବୋଲି ପାଣିପାଗ ବିଭାଗ ପକ୍ଷରୁ ଶୁକ୍ରବାର ସୂଚନା ଦିଆଯାଇଛି। ଅର୍ଥାତ ୨ ଦିନ...

ନାମାଙ୍କନପତ୍ର ଦାଖଲ କଲେ କୋରାପୁଟ କଂଗ୍ରେସ ଏମ୍‌ପି ପ୍ରାର୍ଥୀ

କୋରାପୁଟ,୧୯ା୪(ଅମିତାଭ ବେହେରା): ଶୁକ୍ରବାର ମଧ୍ୟାହ୍ନରେ କୋରାପୁଟ ଜିଲାପାଳ ଭି. କୀର୍ତ୍ତି ଭାସନଙ୍କ ନିକଟରେ କଂଗ୍ରେସର କୋରାପୁଟ ଏମ୍‌ପି ପ୍ରାର୍ଥୀ ସପ୍ତଗିରି ଶଙ୍କର ଉଲାକା ନାମାଙ୍କନପତ୍ର ଦାଖଲ...

ବାଇକ୍‌ଆରୋହୀଙ୍କଠାରୁ ଲକ୍ଷାଧିକ ଟଙ୍କା ଜବତ, ନିର୍ବାଚନ ସମୟରେ ଏତେ ଟଙ୍କା କେଉଁଠୁ ଆସିଲା ଚାଲିଛି ତନାଘନା

ଝାରବନ୍ଧ,୧୯ା୪(ଦେବେନ୍ଦ୍ର ସାହୁ): ବରଗଡ଼ ଜିଲା ଝାରବନ୍ଧ ଥାନା ପୋଲିସ ଗୁରୁବାର ରାତିରେ ଡଭାଛକଠାରେ ଚେକିଂ କରୁଥିବା ସମୟରେ ୨ ବାଇକ୍‌ଆରୋହୀଙ୍କଠାରୁ ୬ଲକ୍ଷ ୫୨ହଜାର ୮୦୦ ଟଙ୍କା...

ବିପଜ୍ଜନକ ସ୍ତରରେ ହିଟ୍‌ଓ୍ବେଭ୍‌, ଚିନ୍ତା ବଢ଼ାଇଲା ଆଇଏମଡି ରିପୋର୍ଟ

ଭୁବନେଶ୍ୱର,୧୯।୪: ରାଜ୍ୟରେ ଜାରି ରହିଛି ପ୍ରଚଣ୍ଡ ତାତି। ସକାଳ ୮ ଟା ପରେ ଘରୁ ବାହାରିବା ମୁସ୍କିଲ ହୋଇପଡୁଛି। ସକାଳ ସାଢ଼େ ୮ଟାରେ ୬୪% ଆର୍ଦ୍ରତା...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri