Odisha Elections 2024

ଏମ୍‌କେସିଜି ପୁରୁଣା ଇନଡୋର୍‌ କୋଠା ଅସୁରକ୍ଷିତ

ବ୍ରହ୍ମପୁର,୧୬ା୧୦(ସୁବାସ ଚନ୍ଦ୍ର ପାଢ଼ୀ): ଏମକେସିଜ ମେଡିକାଲର ପୁରୁଣା ଇନଡୋର୍‌ କୋଠାକୁ ଫାଇଲିନ୍‌ ମହାବାତ୍ୟା ପରଠାରୁ ଅସୁରକ୍ଷିତ ଘୋଷଣା କରାଯାଇଛି। ଦୀର୍ଘ ୧୧ବର୍ଷ ମଧ୍ୟରେ ବିଭିନ୍ନ କୋଠାରୁ ପଲସ୍ତରା ଖସିବା ସହ ଛାତ ଭାଙ୍ଗି ଗଲାଣି। ସେଠାରେ ଏମକେସିଜି ଅଧିକ୍ଷକଙ୍କ କାର୍ଯ୍ୟାଳୟ ଓ କେତେକ ବିଭାଗ କାର୍ଯ୍ୟାଳୟ ରହିଛି। ଏଥିପାଇଁ ପୂର୍ତ୍ତ ବିଭାଗ ତରଫରୁ କୋଠାର ଚାରି ପଟେ ସୂଚନା ଫଳକ ଲଗାଯାଇଛି। ଖୁବଶୀଘ୍ର କୋଠା ଭଙ୍ଗାଯିବ ବୋଲି ସୂଚନା ଦିଆଯାଇଛି। ଏହି କୋଠା ସଂଲଗ୍ନ ରହିଥିବା ଅଧୀକ୍ଷକଙ୍କ କାର୍ଯ୍ୟାଳୟ ମଧ୍ୟ ସ୍ଥାନାନ୍ତର କରାଯିବ। ଅଧୀକ୍ଷକଙ୍କ କାର୍ଯ୍ୟାଳୟ କୋଠା ମଧ୍ୟ ପୁରୁଣା ହୋଇ ସାରିଲାଣି। ମେଡିକାଲ ପରିସରରେ ଥିବା ନର୍ସିଂ ସ୍କୁଲର କୋଠାକୁ ଅଧୀକ୍ଷକଙ୍କ କାର୍ଯ୍ୟାଳୟ ସ୍ଥାନାନ୍ତର କରାଯିବ। ପ୍ରାଥମିକ ପର୍ଯ୍ୟାୟରେ ରେକର୍ଡ଼ ସେକ୍ସନକୁ ସେଠାକୁ ଘୁଞ୍ଚାଯାଇଛି। ପର୍ଯ୍ୟାୟ କ୍ରମେ ଅଧୀକ୍ଷକଙ୍କ କାର୍ଯ୍ୟାଳୟ ସହିତ ଅନ୍ୟ ସମସ୍ତ ବିଭାଗ ସେଠାକୁ ସ୍ଥାନାନ୍ତର କରାଯିବ ବୋଲି ନିଷ୍ପତ୍ତି ହୋଇଛି। ଏମକେସିଜିର ପୁରୁଣା ଇନଡୋର୍‌ କୋଠାକୁ ଗତ ଫାଇଲିନ୍‌ ବାତ୍ୟା ପରେ ପୂର୍ତ୍ତ ବିଭାଗ ତରଫରୁ ଅସୁରକ୍ଷିତ ଘୋଷଣା କରାଯାଇଥିଲା। ସେହି କୋଠାରେ ସମସ୍ତ ଇନଡୋର୍‌ ବିଭାଗ ଚାଲିଥିଲା। ପର୍ଯ୍ୟାୟ କ୍ରମେ ନୂତନ କୋଠା ତିଆରି ହେବା ପରେ ସେଠାରୁ ସମସ୍ତ ବିଭାଗକୁ ସ୍ଥାନାନ୍ତର କରି ଦିଆଯାଇଛି। ସେହି ପୁରୁଣା କୋଠାରେ ଆଉ କୌଣସି ବିଭାଗ ନାହିଁ। ଶିଶୁରୋଗ ବିଭାଗ, ପ୍ରସୂତି ବିଭାଗ, ସର୍ଜରି ବିଭାଗ ସହିତ ମେଡିସିନ୍‌ ବିଭାଗ ପାଇଁ ସ୍ବତନ୍ତ୍ର କୋଠା ରହିଛି। ପୁରୁଣା ଇନଡୋର୍‌ କୋଠା ବର୍ତ୍ତମାନ ପରିତ୍ୟକ୍ତ ଅବସ୍ଥାରେ ରହିଛି। କୋଠାର ବିଭିନ୍ନ ସ୍ଥାନରୁ ସିମେଣ୍ଟ ପଲସ୍ତରା ଖସୁଥିବା ବେଳେ ଚାରିପଟେ ଗଛ ଉଠିଗଲାଣି। ବିଭିନ୍ନ ସ୍ଥାନରେ ଫାଟ ସୃଷ୍ଟି ହୋଇଥିବାରୁ ତାହା ଯେ କେଣସି ମୁହୂର୍ତ୍ତରେ ଭୁଶୁଡ଼ି ପଡ଼ିବ ବୋଲି ଆଶଙ୍କା କରାଯାଉଛି। ଏଣୁ ସେଠାରୁ ସମସ୍ତ ବିଭାଗକୁ ସ୍ଥାନାନ୍ତର କରି ଦିଆଯାଇଛି। ସେହି କୋଠା ଚାରିପଟେ ବାଡ଼ ଦିଆଯାଇଛି। କୋଠା ପାଖକୁ ଯିବା ପାଇଁ ଜନସାଧାରଣଙ୍କୁ ବାରଣ କରାଯାଇଛି। ଏହି କୋଠା ସଂଲଗ୍ନ ରହିଥିବା ଅଧୀକ୍ଷକଙ୍କ କାର୍ଯ୍ୟାଳୟକୁ ନର୍ସିଂ ସ୍କୁଲ କୋଠାକୁ ସ୍ଥାନାନ୍ତର କରାଯିବ। କିଛି କାମ ବାକି ରହିଥିବାରୁ ଏହି ପ୍ରକ୍ରିୟା ଆରମ୍ଭ ହୋଇ ନାହିଁ। କାମ ସରିବା ପରେ ଅଧୀକ୍ଷକଙ୍କ କାର୍ଯ୍ୟାଳୟ ଅଧୀନରେ ରହିଥିବା ସମସ୍ତ ବିଭାଗ ସେଠାକୁ ସ୍ଥାନାନ୍ତର କରି ଦିଆଯିବ।


Enter your email to get our daily news in your inbox.

All Right Reserved By Dharitri.Com

ନିର୍ବାଚନୀ ହିଂସା ହେବା ଆଶଙ୍କା ନେଇ କନ୍ଧମାଳରେ ୧୪୪ ଧାରା ଜାରି କଲା ପ୍ରଶାସନ

ଦାରିଙ୍ଗବାଡି,୧୬।୫: (ଅରୁଣ ସାହୁ): କନ୍ଧମାଳ ଜିଲାରେ କୌଣସି ନିର୍ବାଚନୀ ହିଂସା ହେବା ଆଶଙ୍କାରେ ଜିଲା ପ୍ରଶାସନ ପକ୍ଷରୁ ଧାରା ୧୪୪ ଜାରି କରାଯାଇଛି । ଏହି...

ବାଇକ୍‌ ଧକ୍କାରେ ୨ ମୃତ, ଘଟଣାସ୍ଥଳରେ ଉତ୍ତେଜନା

ରାୟଗଡ଼ା,୧୬।୬(ଆଶିଷ ରଞ୍ଜନ ପଣ୍ଡା): ରାୟଗଡ଼ା ଜିଲା କଲ୍ୟାଣସିଂହପୁର ଥାନା ଅନ୍ତର୍ଗତ କୃଷ୍ଣନଗରଠାରେ ଗୁରୁବାର ବାଇକ୍‌ ଧକ୍କାରେ ଦୁଇ ଜଣଙ୍କ ମୃତ୍ୟୁ ଘଟିଛି। ଦୁଇ ମୃତକଙ୍କ ମଧ୍ୟରୁ...

ସର୍ଚ୍ଚ ଅପରେଶନ ବେଳେ ବଡ଼ ସଫଳତା, ଧରାପଡ଼ିଲେ ୫ ମାଓବାଦୀ

ମାଲକାନଗିରି,୧୬ା୫(ଦୁର୍ଯ୍ୟୋଧନ ପାତ୍ର): ଛତିଶଗଡ଼ ଦାନ୍ତଓ୍ବୋଡା ଜିଲା ପୋଲିସ ଦ୍ୱାରା ଜଣେ ମହିଳା ମାଓବାଦୀଙ୍କ ସହ ୫ ମାଓବାଦୀଙ୍କୁ ଗୁରୁବାର ଗିରଫ କରାଯାଇଛି। ଗିରଫ ମାଓବାଦୀମାନେ ମଙ୍ଗଳୀ...

ଅନଲାଇନ୍‌ ଗେମ୍‌ ନେଲା ଯୁବକଙ୍କ ଜୀବନ

କୋରୁକୋଣ୍ଡା,୧୬।୫(ଅବିନାଶ ବେହେରା): ଅନଲାଇନ୍‌ ଗେମ୍‌ ଖେଳି ଜୀବନ ହାରିଲେ ଯୁବକ। ଏପରି ଏକ ଦୁଃଖଦ ଘଟଣା ଘଟିଛି ମାଲକାନଗିରି ଜିଲା କୋରୁକୋଣ୍ଡା ଥାନା ଅଧୀନ ଏମ୍ଭି-୨୮...

ବିଶାଳ ରୋଡ ଶୋ’ରେ ବିଜେଡି ବିଧାୟକ ପ୍ରାର୍ଥୀ ଜଗନ୍ନାଥ, ଏମ୍‌ପି ପ୍ରାର୍ଥୀ ଧନୁର୍ଜୟ

ପାଟଣା,୧୬।୫(ବୀର କିଶୋର ଦାଶ): କେନ୍ଦୁଝର ଜିଲା ପାଟଣା ନିର୍ବାଚନମଣ୍ଡଳୀ ଚମ୍ପୁଆ ବ୍ଲକ ଜଜପଶି , ଝୁମ୍ପୁରା ବ୍ଲକ ଉଖୁଣ୍ଡାରୁ ଗୁରୁବାର ସକାଳୁ ବିଜେଡିର ବିଶାଳ ବାଇକ...

‘ଦେଶ ବଞ୍ଚାଇବାକୁ ହେଲେ କଂଗ୍ରେସକୁ କ୍ଷମତାକୁ ଆଣିବାକୁ ପଡ଼ିବ’

ଫୁଲବାଣୀ,୧୬।୫(ରାକେଶ କୁମାର ରାଉତ): ଦୀର୍ଘ ବର୍ଷ ହେଲା ଏଠି ଗୋଟିଏ ସରକାର ରହିଛି। ଯେଉଁ ଦଳ ଶାସନ କରୁଛି ତାହାକୁ ଭାଜପା ସୃଷ୍ଟି କରିଥିଲା। ଆଜି...

ଭୋଟରଙ୍କୁ ଏସବୁ ପ୍ରତିଶ୍ରୁତି ଦେଲେ ନଡ୍ଡା, କହିଲେ ଭାଜପା ସରକାର ଆସିଲେ…

ପଦ୍ମପୁର,୧୬ା୫(ପ୍ରଦୀପ୍ତ ଦାଶ): ସଶକ୍ତ ଭାରତ ସହିତ ସମୃଦ୍ଧ ଓଡ଼ିଶା ପାଇଁ ଡବଲ ଇଞ୍ଜିନ ସରକାର ଦରକାର ବୋଲି ଗୁରୁବାର ବରଗଡ଼ ଜିଲାର ପଦ୍ମପୁରରେ ବିଶାଳ ଜନସଭାରେ...

ପ୍ରଚାରରେ କମ୍ପୁଛି ଗାଁରୁ ସହର: ଦଳ ନୁହେଁ ପ୍ରାର୍ଥୀଙ୍କୁ ଦେଖି ଅଞ୍ଚଳର ବିକାଶ ପାଇଁ ମତଦାନ କରିବାକୁ ପ୍ରୟାସ

ବାଲିଗୁଡା:୧୬/୦୫:(ସଞ୍ଜୟ କୁମାର ପାଣିଗ୍ରାହୀ): ରାଜ୍ୟରେ ପ୍ରଥମ ପର୍ଯ୍ୟାୟ ନିର୍ବାଚନ ଶେଷ ହୋଇଥିବା ବେଳେ କନ୍ଧମାଳ ଜିଲ୍ଲାରେ ଦ୍ୱିତୀୟ ପର୍ଯ୍ୟାୟ ମଇ ୨୦ ତାରିଖରେ ହେବାକୁ ଥିବା...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri