ବିଲ ନାଳ ଡେଇଁ ବିଦ୍ୟାଳୟ ଯାଉଛନ୍ତି ପିଲା

ଫୁଲବାଣୀ, ୧୬ା୧୦(ରାକେଶ କୁମାର ରାଉତ): ସବୁ ବେଳେ ବିକାଶ କଥା କୁହାଯାଉଛି। ହେଲେ ବିକାଶ କିଭଳି ଅପହଞ୍ଚ ତାହାର ନମୁନା କନ୍ଧମାଳ ଜିଲା ଖଜୁରିପଡା ବ୍ଲକରେ ଦେଖିବାକୁ ମିଳିଛି। ଏହି ବ୍ଲକର ଆଡାସିପଡା ପଞ୍ଚାୟତ ଗବାସରୁ ଗ୍ରାମର କାମ୍ବାନେଡା ସାହିର ଛାତ୍ରୀଛାତ୍ରମାନେ କିଭଳି ଦୟନୀୟ ଭାବେ ଦୈନିକ ବିଦ୍ୟାଳୟକୁ ପଢ଼ିବାକୁ ଯାଉଛନ୍ତି, ତାହା ବିକାଶର ବାର୍ତ୍ତା ଦେଉଛି।
ଏହି ଗ୍ରାମରେ ରାସ୍ତା ନ ଥିବାରୁ ବିଲମାଳ ଓ ନାଳ ଡେଇଁ ପିଲାମାନେ ବିଦ୍ୟାଳୟକୁ ଯାଉଛନ୍ତି। ଆଡାସିପଡା ପଞ୍ଚାୟତ ଅନ୍ତର୍ଗତ ୮ ନଂ ୱାର୍ଡ଼ ଗବାସରୁ ଗ୍ରାମ ରହିଛି। ଗବାସରୁ, କାମ୍ବାନେଡା, ଶାଶୁବହୁ ବନ୍ଧ ଅଞ୍ଚଳର ପିଲାମାନେ ଗବାସରୁ ସରକାରୀ ପ୍ରାଥମିକ ବିଦ୍ୟାଳୟରେ ପଢ଼ନ୍ତି। ପୂର୍ବରୁ ଶାଶୁବହୁ ବନ୍ଧରେ ଗୋଟିଏ ବିଦ୍ୟାଳୟ ଥିଲା। ପିଲା ସଂଖ୍ୟା କମ୍‌ ହୋଇ ଯିବାରୁ ସେହି ବିଦ୍ୟାଳୟକୁ ଗବାସରୁ ସ୍କୁଲ ସହିତ ମିଶ୍ରଣ କରାଯାଇଛି। ଫଳରେ ପିଲାମାନେ ଏବେ ୨ କିଲୋମିଟର ବାଟ ପାହାଡ଼, ନାଳ ପାରି ହୋଇ ଶିକ୍ଷା ଗ୍ରହଣ କରିବା ପାଇଁ ବିଦ୍ୟାଳୟକୁ ଯାଉଛନ୍ତି। କାମ୍ବାନେଡାର ପିଲାମାନେ ଗବାସରୁ ସାହି ଦେଇ ଗଲେ ବାଟରେ ଗୋଟିଏ ପୋଲ ପଡୁଛି। ଯାହାର ଦୁଇ ପାଶର୍‌ବ ଭାଙ୍ଗି ଯାଇଛି। ଅସାବଧାନତା ବଶତଃ କେତେବେଳେ ପୋଲ ତଳକୁ ପିଲାମାନେ ଖସି ଯିବାର ଆଶଙ୍କା ଅଧିକ ରହିଛି । ପିଲାମାନେ ରାସ୍ତା ନ ଥିବାରୁ ବିଲ, ନାଳ ଡେଇଁ ବିଦ୍ୟାଳୟକୁ ଶିକ୍ଷା ଗ୍ରହଣ କରିବାକୁ ଯାଉଛନ୍ତି। ତେଣୁ ଏହି ଅସୁବିଧା ବିଷୟରେ ବ୍ଲକ ପ୍ରଶାସନ, ପଞ୍ଚାୟତକୁ କୁହାଯାଇଥିଲେ ମଧ୍ୟ କୌଣସି ସମସ୍ୟା ସମାଧାନ ହୋଇ ପାରିନାହିଁ । ବ୍ଲକ ପ୍ରଶାସନ ଏ ଦିଗରେ ଦୃଷ୍ଟି ଦେଇ ଭାଙ୍ଗି ଯାଇଥିବା ପୋଲକୁ ପୁନଃ ନିର୍ମାଣ କରିବା ସହିତ ଚେକ୍‌ ଡ୍ୟାମ ଥିବା ସ୍ଥାନରେ ଏକ ବ୍ରିଜ ନିର୍ମାଣ ଯଥାଶୀଘ୍ର କରିବାକୁ କାମ୍ବାନେଡା ସାହିର ପ୍ରମୋଦ ପ୍ରଧାନ, ସଞ୍ଜୀବ ପ୍ରଧାନ, ନିଲାମ୍ବର ପ୍ରଧାନ, ପୂର୍ଣ୍ଣାନନ୍ଦ ପ୍ରଧାନ, ରଞ୍ଜନ ପ୍ରଧାନ, ସ୍ବଂୟ ସହାୟିକା ଗୋଷ୍ଠୀ ସଦସ୍ୟମାନେ ଦାବି କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଅଧାରେ ଅଟକିଲା ଧାନମଣ୍ଡି ନିର୍ମାଣ

ବରଗଡ଼,୧୭।୫(ପ୍ରେମାନନ୍ଦ ଖମାରୀ): ବରଗଡ଼ ଜିଲାକୁ ରାଜ୍ୟର ଭାତହାଣ୍ଡି କୁହାଯାଏ। ରାଜ୍ୟରେ ଅଧିକ ଧାନ ଉତ୍ପାଦନ ଯୋଗୁ ଜିଲାର ଏଭଳି ପରିଚୟ ରହିଛି। ହେଲେ ଏଠାରେ ଚାଷ, ଚାଷୀଙ୍କ…

ଖରାଦିନେ ଫ୍ରିଜରେ ଜମୁଛି କି ମୋଟା ବରଫ ସ୍ତର? କରନ୍ତୁନି ହେୟଜ୍ଞାନ, ଏହି ୪ ଉପାୟରେ…

ଗ୍ରୀଷ୍ମ ଋତୁରେ ଫ୍ରିଜ ପ୍ରତ୍ୟେକ ଘରର ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ଆବଶ୍ୟକତା ପାଲଟିଯାଏ। ମାତ୍ର ଅନେକ ସମୟରେ ଲୋକମାନେ ଏକ ବଡ଼ ସମସ୍ୟାର ସମ୍ମୁଖୀନ ହୁଅନ୍ତି। ସେଇଟି ହେଉଛି…

ବରଗଡ଼ ଟାଉନ କେନାଲର ହେବ ସୌନ୍ଦର୍ଯ୍ୟକରଣ, ନିର୍ମାଣ ହେବ ବକ୍ସ କଣ୍ଡୁଇଟ

ବରଗଡ଼,୧୭।୫(ପ୍ରେମାନନ୍ଦ ଖମାରୀ): ବରଗଡ଼ ଟାଉନ କେନାଲର ଉନ୍ନତିକରଣ ଓ ସୌନ୍ଦର୍ଯ୍ୟକରଣ ସହିତ କେନାଲ ଉପରେ ବକ୍ସ କଣ୍ଡୁଇଟ ନିର୍ମାଣ ହେବ। ରବିବାର ସନ୍ଧ୍ୟାରେ ଏହାର ଭିତ୍ତିପ୍ରସ୍ତର ସ୍ଥାପନ…

ଦୁର୍ଘଟଣାରେ ଚାଲିଗଲା ଯୁବକଙ୍କ ଜୀବନ, ଗାଡି ସହ ଡ୍ରାଇଭର ଫେରାର

ବରଗଡ଼,୧୭।୫(ପ୍ରେମାନନ୍ଦ ଖମାରୀ): ବରଗଡ଼ ସଦର ଥାନା ଅଧୀନ ଗୋବିନ୍ଦପୁର ଛକ ନିକଟରେ ରବିବାର ଏକ ସଡ଼କ ଦୁର୍ଘଟଣା ଘଟିଛି। ଏକ ଗାଡ଼ି ଧକ୍କାରେ ଜଣେ ଯୁବକଙ୍କ ମୃତ୍ୟୁ…

ଅଧରାତିରେ ପ୍ରେମିକାଙ୍କୁ ଭେଟିବାକୁ ଲୁଚିଛପି ଯାଇଥିଲେ ପ୍ରେମିକ, ଗାଁ  ଲୋକଙ୍କ ହାବୁଡ଼ରେ ପଡ଼ିବା ପରେ…

ପାଟନା,୧୭।୫: ବିହାରର ମୁଜାଫରପୁର ଜିଲାରୁ ଏକ ଚକିତ କଲା ଭଳି ଖବର ସାମ୍ନାକୁ ଆସିଛି। ରାତିର ଅନ୍ଧାରରେ ପ୍ରେମିକାକୁ ଦେଖା କରିବାକୁ ଆସିଥିବା ଜଣେ ପ୍ରେମିକକୁ ଗ୍ରାମବାସୀ…

ବଜ୍ରପାତରେ ଚାଲିଗଲା ଶ୍ରମିକଙ୍କ ଜୀବନ, ୨ ଆହତ

କୁଆଁରମୁଣ୍ଡା,୧୭ା୫(ମହେନ୍ଦ୍ର କୁମାର ସାହୁ): ସୁନ୍ଦରଗଡ଼ ଜିଲା ରାଏବୋଗା ଥାନା ଝୁନୁମୁରରେ ରହି ଦିନ ମଜୁରିଆ ଭାବେ କାମ କରୁଥିବା ବୁଧୁଆ ବାଗେ(୩୧)ଙ୍କ ବଜ୍ରପାତରେ ମୃତ୍ୟୁ ଘଟିଛି। ତାଙ୍କ…

ପରିବାରଲୋକଙ୍କୁ ଅଟକ ରଖି କୋଦାଳରେ ଆକ୍ରମଣ କରିଥିଲେ ଯୁବକ, ବାନ୍ଧିଲା ପୋଲିସ

ଆନନ୍ଦପୁର,୧୭ା୫(ସୁଶାନ୍ତ କୁମାର ସାହୁ): କେନ୍ଦୁଝର ଜିଲା ଆନନ୍ଦପୁର ପୌରପାଳିକା ଫକୀରପୁର ଗ୍ରାମର ପ୍ରଶାନ୍ତ କୁମାର ଦାସ ପରିବାର ଲୋକଙ୍କୁ ଆକ୍ରମଣ କରିବାରୁ ତାଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଇଛି…

‘୩ ପରୀକ୍ଷା, ଜଣେ ମନ୍ତ୍ରୀ…’ଧର୍ମେନ୍ଦ୍ରଙ୍କୁ କାହିଁକି ବରଖାସ୍ତ କରୁନାହାନ୍ତି ମୋଦି; ବର୍ଷିଲେ…

ନୂଆଦିଲ୍ଲୀ,୧୭।୫: ଲୋକ ସଭାର ବିରୋଧୀ ଦଳ ନେତା ତଥା କଂଗ୍ରେସର ପୂର୍ବତନ ଅଧ୍ୟକ୍ଷ ରାହୁଲ ଗାନ୍ଧୀ ରବିବାର  ପୁଣି ନିଟ୍‌(NEET) ପେପର ଲିକ୍‌ ମାମଲା ଏବଂ ଶିକ୍ଷା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri