Posted inଜାତୀୟ

ଲକ୍‌ଡାଉନରେ ୧୩ ଖଣ୍ଡ ପୁସ୍ତକ ରଚନା କଲେ ରାଜ୍ୟପାଳ

ଆଇଜଲ,୭।୮: କରୋନା ଭାଇରସ ସଂକ୍ରମଣକୁ ନେଇ ଦେଶରେ ଲାଗୁ କରାଯାଇଥିବା ଲକ୍‌ଡାଉନ ସମୟରେ କିଏ କେମିତି ସମୟ କାଟିଛନ୍ତି ତାହା ହୁଏତ ସମସ୍ତଙ୍କୁ ଅଳ୍ପ ବହୁତେ ଜଣାଥିବ। ଆମମାନଙ୍କ ମଧ୍ୟରୁ ଅଧିକାଂଶ ଲୋକେ ଘରେ ରହି ରହି ବିରକ୍ତି ଭାବ ପ୍ରକାଶ କରିଥିବା ଦେଖାଯାଇଛି। ହେଲେ ମିଜୋରାମର ରାଜ୍ୟପାଳ ପିଏସ୍‌ ଶ୍ରୀଧରନ ପିଲାଇ ଲକ୍‌ଡାଉନ ସମୟର ସଦୁପଯୋଗ କରିଛନ୍ତି। ଏହି ସମୟରେ ସେ କବିତା ଲେଖିବା ଓ ପୁସ୍ତକ ରଚନା କରି ସମୟ କାଟିଥିବା ଜଣାପଡିଛି। ଗତ ମାର୍ଚ୍ଚ ମାସରୁ ଏପର୍ଯ୍ୟନ୍ତ ରାଜ୍ୟପାଳ ପାଖାପାଖି ୧୩ଟି ପୁସ୍ତକ ରଚନା କରିଥିବା କହିଛନ୍ତି। ଏଥିରେ ଇଂରାଜୀ ଓ ମଲୟାଲମ ଭାଷାରେ ଲେଖାଯାଇଥିବା କବିତା ବି ସାମିଲ ହୋଇଛି। ଲକ୍‌ଡାଉନ ସମୟରେ ସେ ତାଙ୍କ କାମ ସାରି ପୁସ୍ତକ ରଚନା କରିବା ଓ ପଢିବାରେ ଅଧିକ ସମୟ ଦିଅନ୍ତି ବୋଲି କହିଛନ୍ତି। ତେବେ ରାଜ୍ୟପାଳ ହେବା ପୂର୍ବରୁ ଶ୍ରୀଧରନଙ୍କର ପାଖାପାଖି ୧୦୫ ଖଣ୍ଡ ପୁସ୍ତକ ପ୍ରକାଶ ପାଇ ସାରିଛି। ପ୍ରଥମେ ୧୯୮୩ରେ ତାଙ୍କର ପୁସ୍ତକ ପ୍ରକାଶନ ପାଇଥିଲା।


Enter your email to get our daily news in your inbox.

All Right Reserved By Dharitri.Com

ଆତ୍ମସମର୍ପଣ କଲେ ୩୩ ନକ୍ସଲ

ରାୟପୁର,୧୫।୨: ଛତିଶଗଡର ନକ୍ସଲ ପ୍ରଭାବିତ ଅଞ୍ଚଳ ସୁକମାରେ ଆୟୋଜିତ ଏକ ସାଧାରଣ ସଭାରେ ୩୩ ନକ୍ସଲମାନେ ଏକତ୍ର ଆତ୍ମସମର୍ପଣ କରିଛନ୍ତି। ଆତ୍ମସମର୍ପଣ କରିଥିବା ଅନେକ ନକ୍ସଲଙ୍କ...

ବଜରଙ୍ଗବାଲୀ ପ୍ରସଙ୍ଗକୁ ନେଇ କଂଗ୍ରେସ ଉପରେ ବର୍ଷିଲେ ଅମିତ ଶାହା

ବଙ୍ଗାଲୁରୁ,୭।୫: କର୍ନାଟକ ବିଧାନସଭା ନିର୍ବାଚନକୁ ଦୃଷ୍ଟିରେ ରଖି ଭାଜପା ନିର୍ବାଚନୀ ପ୍ରଚାର ଜୋରସୋରରେ କରୁଛି। ଏହି ସମୟରେ ରବିବାର ବାଗଲକୋଟରେ ଏକ ସାଧାରଣ ସଭାକୁ ସମ୍ବୋଧିତ...

‘ବ୍ରାହ୍ମଣ’ର ଅର୍ଥ ବୁଝାଇଲେ ମନ୍ତ୍ରୀ

ଲକ୍ଷ୍ନୌ,୭ ।୨: ଉତ୍ତର ପ୍ରଦେଶ ବିଧାନସଭା ନିର୍ବାଚନ ତାରିଖ ପାଖେଇ ଆସିଲାଣି । ଇତିମଧ୍ୟରେ ଉପ ମୁଖ୍ୟମନ୍ତ୍ରୀ ତଥା ଭାରତୀୟ ଜନତା ପାର୍ଟି(ଭାଜପା)ର ବରିଷ୍ଠ ନେତା...

ଭ୍ରଷ୍ଟାଚାର, ଅନୁପ୍ରବେଶ, ଆତଙ୍କବାଦ ମୁକ୍ତ ରାଷ୍ଟ୍ର କେବଳ ମୋଦି ସରକାରଙ୍କ ଦ୍ୱାରା ସମ୍ଭବ: ଶାହା

କୋକରାଝର,୨୪ ।୧: ସ୍ୱରାଷ୍ଟ୍ରମନ୍ତ୍ରୀ ଅମିତ ଶାହା ଏବେ ଆସାମ ଗସ୍ତରେ ଅଛନ୍ତି । ରବିବାର ଦ୍ୱିତୀୟ ଦିନ ଗସ୍ତରେ ସେ କୋକରାଝରରେ ଏକ ଜନସଭାକୁ ଉଦ୍‌ବୋଧନ...

ରୁଷିଆ ଗସ୍ତରେ ପ୍ରଧାନମନ୍ତ୍ରୀ

ନୂଆଦିଲ୍ଲୀ,୪ା୯(ପି.ଟି.): ଭ୍ଲାଡିଭୋଷ୍ଟକରେ ବୁଧବାରଠାରୁ ଅନୁଷ୍ଠିତ ହେବାକୁ ଥିବା ପୂର୍ବାଞ୍ଚଳ ଅର୍ଥନୈତିକ ଫୋରମ୍‌ (ଇଇଏଫ୍‌)ରେ ଯୋଗଦେବା ପାଇଁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ମଙ୍ଗଳବାର ରୁଷିଆ ଗସ୍ତ କରିଛନ୍ତି।...

ବିଗିଡି ଗଲା ବିରୋଧୀ ଏକତା ଗେମ୍‌ପ୍ଲାନ୍‌, କଂଗ୍ରେସକୁ ବଡ ଭାଇ ମାନିବାକୁ ନାରାଜ: ମମତା-ଅଖିଳେଶ ଶପଥ ଗ୍ରହଣ ଉତ୍ସବରୁ ଦୂରେଇଲେ…

ବେଙ୍ଗାଲୁରୁ,୨୦।୫ : ସିଦ୍ଧରମୈୟା କର୍ନାଟକରେ ମୁକୁଟ ପିନ୍ଧିଛନ୍ତି। କଂଗ୍ରେସର ବରିଷ୍ଠ ନେତା ଶନିବାର ଅପରାହ୍ନରେ ମୁଖ୍ୟମନ୍ତ୍ରୀ ଭାବେ ଶପଥ ଗ୍ରହଣ କରିଥିଲେ। ଏହା ସହ ସେ...

ବାମ ସରକାରର ସଂସ୍କରଣ ଟିଏମ୍‌ସି

ନୂଆଦିଲ୍ଲୀ, ୮।୨: ପଶ୍ଚିମବଙ୍ଗର ସାମ୍ପ୍ରତିକ ସ୍ଥିତି ପାଇଁ ସେଠାର ରାଜନୀତିକୁ ଦାୟୀ କରିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି। କେବଳ ଭାଜପା ବେଙ୍ଗଲରେ ଅସଲ ପରିବର୍ତ୍ତନ ଆଣିପାରିବ...

ଉତ୍ତରପ୍ରଦେଶରେ ପ୍ରଚାର କରିବେ ଗୁଲାମ ନବୀ ଆଜାଦ

ନୂଆଦିଲ୍ଲୀ,୫।୨: ଉତ୍ତରପ୍ରଦେଶ ବିଧାନସଭା ନିର୍ବାଚନର ୩ୟ ପର୍ଯ୍ୟାୟ ପ୍ରଚାର ପାଇଁ କଂଗ୍ରେସ ପକ୍ଷରୁ ଶୁକ୍ରବାର ଷ୍ଟାର ପ୍ରଚାରକ ତାଲିକା ପ୍ରକାଶ ପାଇଛି। ଏଥିରେ କଂଗ୍ରେସ ଅଧ୍ୟକ୍ଷା...

Advertisement
Archives

Model This Week