Posted inଖେଳ

ଇତିହାସ ରଚିଲେ ମିତାଲି

ଖ୍ରୀଷ୍ଟଚର୍ଚ୍ଚ,୨୭।୩: ଆଇସିସି ମହିଳା ବିଶ୍ୱକପରେ ଭାରତ ଦକ୍ଷିଣ ଆଫ୍ରିକାଠାରୁ ପରାସ୍ତ ହୋଇ ବିଶ୍ୱକପ୍‌ ସେମିଫାଇନାଲ୍‌ରୁ ବାଦ୍‌ ପଡିଛି। ଶେଷ ଲିଗ୍‌ ମ୍ୟାଚରେ ଟିମ ଇଣ୍ଡିଆର ଅଧିନାୟକ ମିତାଲି ରାଜ ତାଙ୍କ ପାଇଁ ଆଉ ଏକ ସଫଳତା ହାସଲ କରିଛନ୍ତି। ଖ୍ରୀଷ୍ଟଚର୍ଚର ହାଗଲି ଓଭାଲରେ ଖେଳାଯାଉଥିବା ଏହି କର ବା ମର ମ୍ୟାଚରେ ସେ ଚମତ୍କାର ବ୍ୟାଟିଂ କରି ଅର୍ଦ୍ଧଶତକ ହାସଲ କରିଥିଲେ। ଏହାସହ ମହିଳା ବିଶ୍ୱକପରେ ସର୍ବକନିଷ୍ଠ ଏବଂ ବରିଷ୍ଠ ଖେଳାଳି ଭାବେ ଅର୍ଦ୍ଧଶତକ ହାସଲ କରିଛନ୍ତି ମିତାଲି। ୨୨ ବର୍ଷ ପୂର୍ବେ ୨୦୦୦ ନଭେମ୍ବର ୩୦ରେ ମିତାଲି ଦକ୍ଷିଣ ଆଫ୍ରିକା ବିପକ୍ଷରେ ଖ୍ରୀଷ୍ଟଚର୍ଚ୍ଚରେ ସମାନ ଗ୍ରାଉଣ୍ଡରେ ଖେଳାଯାଇଥିବା ମହିଳା ବିଶ୍ୱକପ ମ୍ୟାଚରେ ୬୯ରନର ଅପରାଜିତ ଇନିଂସ ଖେଳିଥିଲେ। ମିତାଲିଙ୍କୁ ସେତେବେଳେ ୧୭ ବର୍ଷ ବୟସ ହୋଇଥିଲା। ଅଜବ ସଂଯୋଗବଶତଃ ସେ ଚଳିତ ମହିଳା ବିଶ୍ୱକପ୍‌ରେ ସମାନ ଗ୍ରାଉଣ୍ଡରେ ସବୁଠୁ ବରିଷ୍ଠ ଖେଳାଳି ଭାବେ ଅର୍ଦ୍ଧଶତକ ହାସଲ କରି ଇତିହାସ ସୃଷ୍ଟି କରିଛନ୍ତି। ମିତାଲିଙ୍କ ଏବେ ୩୯ ବର୍ଷ।
ଏହି ଗୁରୁତ୍ୱପୂର୍ଣ୍ଣ ମ୍ୟାଚରେ ଇନିଂସ ଓପନ୍‌ କରିଥିବା ଶେଫାଳୀ ବର୍ମା ଆକ୍ରମଣାତ୍ମକ ଆରମ୍ଭ କରିଥିଲେ। ଦ୍ରୁତ ବ୍ୟାଟିଂ କରି ସେ ୪୬ ବଲରେ ୫୩ରନ ସଂଗ୍ରହ କରିଥିଲେ। ଶେଫାଳୀ ତାଙ୍କ ଇନିଂସରେ ୪ଟି ଚୌକା ମାରିଥିଲେ। ସେ ପ୍ରଥମ ଉଇକେଟ ପାଇଁ ସ୍ମୃତି ମନ୍ଧାନାଙ୍କ ସହ ୯୧ ରନ ଭାଗିଦାରୀ ବାଣ୍ଟିଥିଲେ। ୮୪ ବଲରୁ ୭୧ ରନରେ ମନ୍ଧାନା ଆଉଟ୍‌ ହୋଇଥିଲେ। ଏହି ସମୟ ମଧ୍ୟରେ ଟିମ ଇଣ୍ଡିଆର ଅଧିନାୟକ ମିତାଲି ମଧ୍ୟ ଏକ ଗୁରୁତ୍ୱପୂର୍ଣ୍ଣ ଇନିଂସ ଖେଳି ୮୪ ବଲରେ ୬୮ ରନ ସଂଗ୍ରହ କରିଥିଲେ। ହରମାନପ୍ରୀତ କୌର ରନ କରିଥିଲେ। ଏହି ସମସ୍ତ ବ୍ୟାଟ୍ସମ୍ୟାନଙ୍କ ଦୃଢ ବ୍ୟାଟିଂ ହେତୁ ଭାରତ ୭ ଉଇକେଟ ହରାଇ ୨୭୪ ରନ ସ୍କୋର କରିବାରେ ସଫଳ ହୋଇଥିଲା।
ଦକ୍ଷିଣ ଆଫ୍ରିକା ବିପକ୍ଷ ଭାରତୀୟ ଇନିଂସରେ ମିତାଲି ରାଜ ତାଙ୍କ ନାମରେ ଏକ ନିଆରା ସଫଳତା ହାସଲ କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

Posted inଖେଳ View All

ଟ୍ବିଲାଇଟ୍‌ ଟ୍ରେନିଂ: ଇନ୍ଦୋରରେ ଅଧିକ ୨ ଦିନ ରହିବେ କ୍ରିକେଟର

ଇନ୍ଦୋର,୧୭।୧୧(ପି.ଟି.)- ପ୍ରଥମଥର ପାଇଁ ଭାରତୀୟ କ୍ରିକେଟ ଦଳ ଆସନ୍ତା ୨୨ ତାରିତଖରୁ ଐତିହାସିକ ଇଡେନ ଗାର୍ଡେନରେ ଦିବାରାତ୍ର ଟେଷ୍ଟ ଖେଳିବ। ପିଙ୍କ୍‌ ବଲ୍‌ ବା ଗୋଲାପୀ...

ରେସଲରଙ୍କ ଅଭିଯୋଗ ପ୍ରମାଣିତ ହେଲେ ଫାଶିରେ ଝୁଲି ପଡ଼ିବି: ବ୍ରିଜ ଭୂଷଣ

ନୂଆଦିଲ୍ଲୀ,୧୮।୧: ଭାରତୀୟ କୁସ୍ତି ମହାସଂଘର ସଭାପତି ତଥା ଭାଜପା ଏମ୍‌ପି ବ୍ରିଜ ଭୂଷଣ ଶାରନ ସିଂଙ୍କ ବିରୋଧରେ ଯୌନ ନିର୍ଯାତନା ଅଭିଯୋଗ ଆଣି ଜନ୍ତରମନ୍ତରରେ ବିକ୍ଷୋଭ...

ମହିଳା ହକି:ଜାପାନକୁ ହରାଇ ଭାରତ ଚାମ୍ପିୟନ

ହିରୋଶିମା, ୨୩ା୬ (ପି.ଟି.)- ଭାରତ ଏଫ୍‌ଆଇଏଚ୍‌ ମହିଳା ସିରିଜ ଫାଇନାଲ୍ସ ହକି ଟୁର୍ନାମେଣ୍ଟ ଚାମ୍ପିୟନ ହୋଇଛି। ରବିବାର ଅନୁଷ୍ଠିତ ଫାଇନାଲରେ ଦଳ ୩-୧ ଗୋଲରେ ଜାପାନକୁ...

ଜାତୀୟ ବେଞ୍ଚ୍‌ପ୍ରେସ୍‌ ପାଇଁ ଓଡ଼ିଶା ଦଳ ଘୋଷିତ

ଭୁବନେଶ୍ୱର, ୨୨।୧୧(କ୍ରୀଡ଼ା ପ୍ରତିନିଧି)- ଚଳିତମାସ ୨୪ରୁ ୨୭ ପର୍ଯ୍ୟନ୍ତ ଦିଲ୍ଲୀଠାରେ ହେବାକୁଥିବା ଜାତୀୟ ବେଞ୍ଚ୍‌ପ୍ରେସ୍‌ ପ୍ରତିଯୋଗିତା ପାଇଁ ଗୁରୁବାର ୯ ଜଣିଆ ଓଡ଼ିଶା ଦଳ ଘୋଷିତ...

ଡାମିଏନ୍‌ ରାଇଟ୍‌ ପଞ୍ଜାବ କିଙ୍ଗ୍ସର ବୋଲିଂ କୋଚ୍‌

ମୁମ୍ବାଇ, ୧୪ା୩ (ପି.ଟି.)-ଇଣ୍ଡିଆନ ପ୍ରିମିୟର ଲିଗ୍‌ (ଆଇପିଏଲ୍‌)ର ଆସନ୍ତା ସଂସ୍କରଣ ଏପ୍ରିଲ ୯ରେ ଆରମ୍ଭ ହେବାକୁ ଥିବାବେଳେ ପଞ୍ଜାବ କିଙ୍ଗ୍ସ ଅଷ୍ଟ୍ରେଲିଆର ପୂର୍ବତନ ପ୍ରଥମଶ୍ରେଣୀ କ୍ରିକେଟର...

କ୍ୟାପଟେନ ରୋହିତ ଶର୍ମା କରୋନା ପଜିଟିଭ

ନୂଆଦିଲ୍ଲୀ,୨୬ ।୬: ଭାରତୀୟ କ୍ରିକେଟ ଟିମର କ୍ୟାପଟେନ ରୋହିତ ଶର୍ମା କରୋନାରେ ପୀଡ଼ିତ ହୋଇଛନ୍ତି । ଶନିବାର ତାଙ୍କର ରାପିଡ ଆଣ୍ଟିଜେନ ଟେଷ୍ଟ କରାଯାଇଥିବା ବେଳେ...

ସିରିଜ୍‌ ସ୍ଥଗିତ ପାଇଁ ଅନୁରୋଧ କରିବ ବିସିସିଆଇ

ମୁମ୍ବାଇ,୨।୧୨: ଆସନ୍ତା ସପ୍ତାହରୁ ଆରମ୍ଭ ହେବାକୁ ଯାଉଥିବା ଦକ୍ଷିଣ ଆଫ୍ରିକା ଗସ୍ତକୁ ଏକ ସପ୍ତାହ ଲାଗି ସ୍ଥଗିତ ରଖିବାକୁ କ୍ରିକେଟ ଦକ୍ଷିଣ ଆଫ୍ରିକା (ସିଏସ୍‌ଏ)କୁ ଅନୁରୋଧ...

କୋଚ୍‌ ଚୟନ ପ୍ରକ୍ରିୟାରେ କୋହଲିଙ୍କର ମତ ଦେବା ଅଧିକାର ରହିଛି: ସୌରଭ

କୋଲକାତା, ୧।୮(ପି.ଟି.)- ଅଧିନାୟକ ଭାବେ ବିରାଟ କୋହଲିଙ୍କର କୋଚ୍‌ ଚୟନ ପ୍ରକ୍ରୟାରେ ମତ ଦେବାର ଅଧିକାର ରହିଛି ବୋଲି ପୂର୍ବତନ ଟିମ୍‌ ଇଣ୍ଡିଆ ଅଧିନାୟକ ସୌରଭ...

Advertisement
Archives

Model This Week