ମୁକ୍ତ ଇଚ୍ଛାର ଅପପ୍ରୟୋଗ

ରେଜ ପ୍ରକୃତିବାଦୀ ଜୀବବିଜ୍ଞାନୀ ଚାର୍ଲସ ଡାରୱିନଙ୍କ ମତରେ ସମଗ୍ର ଜୀବଜଗତ ଏକ ବିବର୍ତ୍ତନ କ୍ରିୟା ମାଧ୍ୟମରେ ସୃଷ୍ଟି ହୋଇଛି। ଯେଉଁ ଜୀବ ପରିବେଶ ସହ ଭଲ ଭାବରେ ଖାପ ଖାଇପାରେ କେବଳ ସେ ହିଁ ବଞ୍ଚେ ଓ ତା’ର ଗୁଣ ପରବର୍ତ୍ତୀ ପିଢ଼ିକୁ ଯାଏ। ପରବର୍ତ୍ତୀ ସମୟରେ ଫରାସୀ ଦାର୍ଶନିକ ହନେରୀ ବର୍ଜସନ୍‌ କହିଲେ, ବିବର୍ତ୍ତନ ଏକ ଯାନ୍ତ୍ରିକ ପ୍ରକ୍ରିୟା ନୁହେଁ, ଏହା ଏକ ସୃଜନଶୀଳ ଓ ଗତିଶୀଳ ପ୍ରକ୍ରିୟା, ଯାହା ମାଧ୍ୟମରେ ଜୀବନରେ ନୂତନ ନୂତନ ରୂପ ଓ ସମ୍ଭାବନା ସୃଷ୍ଟି ହୁଏ। ଉଦାହରଣ ସ୍ବରୂପ ଏକ ବୀଜରୁ ଗଛଟିଏ ବଢ଼େ। ଅନୁକୂଳ ପରିବେଶ, ଆଲୋକ, ଜଳ ଆଦି ଅନୁସାରେ ଗଛର ନୂତନ ପତ୍ର ଓ ଶାଖା ବିକଶିତ ହୁଏ। ଶ୍ରୀ ଅରବିନ୍ଦ ଏହି ଦୁଇ ଦାର୍ଶନିକଙ୍କ ଦ୍ୱାରା ପ୍ରଭାବିତ ହୋଇଥିଲେ ହେଁ ସେ ଜୈବିକ ଉତ୍ତରଣ କଥା ନ କହି ଆଧ୍ୟାମତ୍ିକ ଉତ୍ତରଣ ଉପରେ ଗୁରୁତ୍ୱ ଦେଲେ। ସେ କହିଲେ, ନିରନ୍ତର ଭାବରେ ଚାଲିଛି ଚେତନାର ପ୍ରଗତି। ମାତ୍ର ଏହି ପ୍ରଗତି ପାଇଁ ଲୋଡ଼ା ଏକ ସକାରାମତ୍କ ସହଯୋଗ। ଏଥିପାଇଁ ବ୍ୟକ୍ତି ପାଖକୁ ଆକସ୍ମିକ ଯୋଗାଯୋଗ ଆହ୍ବାନ ଭାବରେ ଆସେ। ଫରାସୀ ଔପନ୍ୟାସିକ ଆନାତୋଲ ଫ୍ରାନ୍ସ କହିଥିଲେ, ଆକସ୍ମିକ ଯୋଗାଯୋଗ ହେଉଛି ବିଧାତାର ଛଦ୍ମନାମ। ଅସଲ ନାମ ବ୍ୟବହାର ଅନୁଚିତ ମନେ ହେଲେ ବିଧାତା ସେହି ନାମଟି ବ୍ୟବହାର କରେ। ମଣିଷ ତାର ସଂଘର୍ଷମୟ ଜୀବନରେ ଅନେକ ଆକସ୍ମିକ ସୁଯୋଗ ପାଏ। ସେହି ସୁଯୋଗକୁ ସହଯୋଗ କରିବା ପାଇଁ ସେ ତା’ର ମୁକ୍ତ ଇଚ୍ଛାକୁ ଉଚିତ ମାର୍ଗରେ ବ୍ୟବହାର କରିପାରିଲେ ତା’ର ଉତ୍ତରଣ ଘଟେ ଓ ଅପବ୍ୟବହାର ବା ହାତଛଡ଼ା କଲେ ତା’ର ପ୍ରଗତି ବାଧାପ୍ରାପ୍ତ ହୁଏ। ସେତେବେଳେ ବିଚାରବୋଧ (ବିବେକ) ଏକ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରେ। ଯେଉଁମାନଙ୍କ ମୁକ୍ତଇଚ୍ଛା ବିବେକର ସ୍ବର ଶୁଣେ ସେମାନଙ୍କ ଚେତନାର ଉତ୍ତରଣ ହୁଏ, ମାତ୍ର ଯେଉଁମାନଙ୍କ ମୁକ୍ତଇଚ୍ଛା ସେହି ସ୍ବର ଶୁଣେ ନାହିଁ ସେମାନଙ୍କ ଅଧୋଗତି ହୁଏ। ଅବଶ୍ୟ ଶ୍ରୀ ଅରବିନ୍ଦ ଥିଲେ ଆଶାବାଦୀ। ସେ କହୁଥିଲେ ମଣିଷ ସାମୟିକ ଭାବରେ ଆବିଳତା, ଅବିବେକିତା ଓ ଅଜ୍ଞତା ଦ୍ୱାରା ଆଚ୍ଛନ୍ନ ହେଲେ ମଧ୍ୟ ଦିନେ ନା ଦିନେ ନିଶ୍ଚିତ ସେ ଦିବ୍ୟଚେତନାର ଅଧିକାରୀ ହେବ।
ମାଙ୍କଡ଼ରୁ ମଣିଷ, ପୁଣି ଆଦିମ ବର୍ବର ମଣିଷରୁ ଆଜିର ସଭ୍ୟମଣିଷ ଆଗାମୀ ଦିନରେ ଦିବ୍ୟ ମଣିଷ ହେବା ଅସମ୍ଭବ ନ ହୋଇପାରେ, ମାତ୍ର ସେ ତା’ର ମୁକ୍ତଇଚ୍ଛାର ସଦୁପଯୋଗ ନ କରି ଅପପ୍ରୟୋଗ କରୁଛି। ତେଣୁ ସେ ଦିବ୍ୟତ୍ୱ ଆଡ଼କୁ ଉତ୍ତରିତ ନ ହୋଇ ପଶୁତ୍ୱ ଆଡ଼କୁ ଅବନତ ହେଉଛି। ଏହି କଥାକୁ ବିଶିଷ୍ଟ ଲେଖକ ମନୋଜ ଦାସ ତାଙ୍କର ଅନେକ ଗଳ୍ପରେ ସୂଚିତ କରିଛନ୍ତି। ସେହିପରି ଏକ ଗଳ୍ପ ହେଉଛି ‘ଲୁଲୂର୍ଭା ପର୍ବତରେ ଏକ ଦ୍ୱିପ୍ରହର’। ଥିଲେ ଜଣେ ରାଜା। ତାଙ୍କର ଏକ ସୁକୁମାରୀ ପୁତ୍ରୀ ଏକ ଦୁରାରୋଗ୍ୟ ରୋଗରେ ପୀଡ଼ିତ ହୋଇ ଶଯ୍ୟାଶାୟୀ ହେଲା। କୌଣସି ବୈଦ୍ୟ ସେହି ରୋଗର ପ୍ରତିକାର କରିପାରିଲେ ନାହିଁ। ଜଣେ ଯୋଗୀ କହିଲେ ପ୍ରାସାଦ ପଛରେ ଥିବା ପର୍ବତ ତଳ ମଧ୍ୟଭାଗରେ ଥିବା ଏକ ପ୍ରକାର ମାଟି ଆଣି ତା’ ଦେହରେ ବୋଳିଦେଲେ ଝିଅଟି ଆରୋଗ୍ୟ ଲାଭ କରିବ। ରାଜା ଘୋଷଣା କଲେ ଯିଏ ସେହି ମାଟି ସଂଗ୍ରହ କରି ଆଣିବ ସିଏ ପୁରସ୍କାର ପାଇବ ଏକଲକ୍ଷ ସ୍ବର୍ଣ୍ଣମୁଦ୍ରା। ସେହି ପର୍ବତ ପାଖରେ ରହୁଥିଲା ଡମ୍ବରୁ ନାମଧେୟ ଏକ ଚୋର। ଏହି ପୁରସ୍କାର ହାସଲ କରିବା ପାଇଁ ସେ ବିକଳରେ ପର୍ବତକୁ ଠେଲିବା ପାଇଁ ଚେଷ୍ଟା କଲା। ହଠାତ୍‌ ଭାସିଆସିଲା ପର୍ବତପୁରୁଷଙ୍କ ସ୍ବର। ସେ କହିଲେ, ଯଦି ସେ ପୁରସ୍କାର ଲାଭ କଲାପରେ ଆଉ ଚୋରି କରିବ ନାହିଁ, ତା’ହେଲେ ସେ ସୂର୍ଯ୍ୟାସ୍ତ ବେଳେ ଏକ ଘଣ୍ଟା ପାଇଁ ଫୁଲ ଭଳି ହାଲୁକା ହୋଇଯିବେ ଓ ସେତେବେଳେ ସେ ପର୍ବତର ତଳ ମଧ୍ୟଭାଗରୁ ମାଟି ସଂଗ୍ରହ କରି ରାଜାଙ୍କୁ ଦେବ। ଡମ୍ବରୁ ସେହି ପ୍ରତିଶ୍ରୁତି ଦେଲା। ତା’ପରେ ସେ ରାଜାଙ୍କ ପାଖରେ ପହଞ୍ଚି ତା’ର ସେହି ସାମର୍ଥ୍ୟ ଅଛି ବୋଲି ଘୋଷଣା କଲା।
ସୂର୍ଯ୍ୟାସ୍ତ ପୂର୍ବରୁ ରାଜା, ରାଣୀ, ମନ୍ତ୍ରୀ, ଅମାତ୍ୟମଣ୍ଡଳୀ ରୁଗ୍‌ଣ ରାଜକନ୍ୟାକୁ ଧରି ପର୍ବତ ପାଖରେ ପହଞ୍ଚିଲେ। ଏହି ଅଲୌକିକ ଦୃଶ୍ୟ ଦେଖିବା ପାଇଁ ହଜାର ହଜାର ପ୍ରଜା ଏକତ୍ର ହେଲେ। ନିର୍ଦ୍ଧାରିତ ସମୟରେ ଡମ୍ବରୁ ପର୍ବତଟିକୁ ଟେକିବା ନିମନ୍ତେ ଅଗ୍ରସର ହେଲା। ପର୍ବତପୁରୁଷ ତାଙ୍କ କଥା ରଖି ଏକ ଘଣ୍ଟା ପାଇଁ ଫୁଲ ଭଳି ହାଲୁକା ହୋଇଗଲେ। ଡମ୍ବରୁ ଉଭୟ ହସ୍ତରେ ନିଜ ମୁଣ୍ଡ ଉପରେ ପର୍ବତକୁ ତୋଳି ଧରି ଚାଲିବାକୁ ଆରମ୍ଭ କଲା। କାଳେ ସେ କାହା ଉପରେ ପର୍ବତକୁ ଥୋଇଦେବ ଭାବି ରାଜା, ମନ୍ତ୍ରୀ, ପ୍ରଜା ସମସ୍ତେ ଇତଃସ୍ତତ ଦୌଡ଼ିବାକୁ ଆରମ୍ଭ କଲେ। ଡମ୍ବରୁ ଦେଖିଲା ଏହି ଅବସ୍ଥାରେ ସେ ସମସ୍ତଙ୍କୁ ଭୀତତ୍ରସ୍ତ କରିପାରୁଛି। ଠିକ୍‌ ସେହି ସମୟରେ ଅମାପ ଧନସଂପଦର ମାଲିକ ରୂପଲାଲ ଗୁପ୍ତଭାବରେ କିଛି ସୁନାମୋହର ତା’ର ଗାମୁଛାରେ ବାନ୍ଧି ଦେଇ ପର୍ବତକୁ ତା’ ପାଖରୁ ଲାଞ୍ଚ ନେଉଥିବା ଆୟକର ମନ୍ତ୍ରୀଙ୍କ ଉପରେ ଥୋଇଦେବାକୁ ପରାମର୍ଶ ଦେଲା। ଡମ୍ବରୁ ଭାବିଲା ଅଜସ୍ର ଧନ ଲାଭ କରିବା ପାଇଁ ଏହା ଏକ ସୁବର୍ଣ୍ଣ ସୁଯୋଗ। ଆହୁରି ଲୋଭ ଗ୍ରସ୍ତ ହୋଇ ସେ ରୂପଲାଲର ସମସ୍ତ ସମ୍ପତ୍ତିର ମାଲିକ ହେବାପାଇଁ ତାକୁ ଧର୍ମପୁତ୍ର ଭାବରେ ରୂପଲାଲ ଘୋଷଣା କରୁ ବୋଲି ଦାବି କଲା, ନ ହେଲେ ତା’ ଉପରେ ପର୍ବତ ଥୋଇବ ବୋଲି ଧମକ ଦେଲା। ଫଳରେ ଦାବି ପୂରଣ ହେଲା। ତା’ପରେ ରାଜକନ୍ୟାକୁ ବିବାହ, ସିଂହାସନ, ଐଶ୍ୱର୍ଯ୍ୟ ଆଦି ଗୋଟିକ ପରେ ଗୋଟିଏ ଦାବି କରି ରାଜାଙ୍କୁ ମଧ୍ୟ ଧମକ ଦେଉଥାଏ। ପର୍ବତପୁରୁଷର ଆଶୀର୍ବାଦରେ ପାଇଥିବା ସୁଯୋଗ ତାକୁ ଅହଂ କବଳିତ କରିଦେଲା। ଆନନ୍ଦରେ ସେ ଅଟ୍ଟହାସ୍ୟ କରୁଥାଏ। ଏହାରି ଭିତରେ ପର୍ବତପୁରୁଷ ଦେଇଥିବା ଏକ ଘଣ୍ଟା ସମୟ ଅତିକ୍ରାନ୍ତ ହୋଇଯାଇଥିବା କଥା ସେ ଜାଣି ପାରି ନ ଥାଏ। ଯଥା ସମୟରେ ପର୍ବତ ଧରାପୃଷ୍ଠକୁ ଅବତରଣ କରନ୍ତେ ପର୍ବତ ତଳେ ଡମ୍ବରୁ ସମାଧିପ୍ରାପ୍ତ ହେଲା। ଏହା ଥିଲା ସୁଯୋଗ ପାଇଥିବା ସତ୍ତ୍ୱେ ମୁକ୍ତଇଚ୍ଛାର ଅପପ୍ରୟୋଗର ପରିଣତି।
ଖ୍ରୀ.ପୂ. ପଞ୍ଚମ ଶତାବ୍ଦୀରେ ନାଗରିକମାନଙ୍କ ବିଳାସବ୍ୟସନ, ଅନ୍ଧବିଶ୍ୱାସ ଓ ଅଯୌକ୍ତିକ ବ୍ୟବସ୍ଥା ଗ୍ରୀକ୍‌ ସମାଜକୁ ସ୍ଥାଣୁ କରିଦେଇଥିଲା। ଯୁବସମାଜକୁ ସ୍ବାଧୀନ ଚିନ୍ତାରେ ଉଦ୍‌ବୁଦ୍ଧ କରି ସମାଜରେ ପ୍ରଚଳିତ ଅଥର୍ବ ମୂଲ୍ୟବୋଧର ଊର୍ଦ୍ଧ୍ୱକୁ ନେଇ ସେମାନଙ୍କୁ ସମୁଚିତ ମାର୍ଗ ଦେଖାଇବାକୁ ବ୍ରତ କରିଥିଲେ ସକ୍ରେଟିସ୍‌। ମାତ୍ର ରକ୍ଷଣଶୀଳ ବିଚାରକମାନେ କହିଲେ ସକ୍ରେଟିସ୍‌ ଯୁବସମାଜକୁ ବିପଥଗାମୀ କରୁଛନ୍ତି ଓ ସେମାନେ ତାଙ୍କୁ ମୃତ୍ୟୁଦଣ୍ଡ ଦେଲେ। ସକ୍ରେଟିସ୍‌ଙ୍କ ଶିଷ୍ୟ ଥିଲେ ପ୍ଲାଟୋ ଓ ପ୍ଲାଟୋଙ୍କ ଶିଷ୍ୟ ଥିଲେ ଆରିଷ୍ଟଟଲ। ଆଲେକଜାଣ୍ଡାର ଥିଲେ ଆରିଷ୍ଟଟଲଙ୍କ ଶିଷ୍ୟ। ଆରିଷ୍ଟଟଲ ଆଲେକଜାଣ୍ଡାରଙ୍କ ଭିତରେ ସଞ୍ଚାର କରିଥିଲେ ବିଶ୍ୱ ଏକତାର ଆଦର୍ଶ। ମାତ୍ର ଆଲେକଜାଣ୍ଡାରଙ୍କ ମୁକ୍ତଇଚ୍ଛା ତାଙ୍କୁ ଭଦ୍ର ମାର୍ଗରେ ନ ନେଇ କ୍ରୂର ମାର୍ଗରେ ପରିଚାଳିତ କଲା। ଦେଶ ଦେଶକୁ ସେ ଯୁଦ୍ଧ ମାର୍ଗରେ ଜିଣି ଏକତ୍ର କରିବାକୁ ଚେଷ୍ଟାକଲେ। ଏକ ପରେ ଏକ ଭୂଖଣ୍ଡ ଜିଣି ଯେତେବେଳେ ସେ ଦେଖିଲେ ଆଗରେ ସମୁଦ୍ର, ଜୟ କଲାଭଳି ଆଉ ଦେଶ ନାହିଁ, ସେ କାନ୍ଦି ପକାଇଲେ। ମ୍ୟାସିଡନ୍‌ ଫେରିବା ପୂର୍ବରୁ ବେବିଲୋନ୍‌ରେ ସେ ରୋଗାକ୍ରାନ୍ତ ହୋଇ ଜୀବନ ହରାଇଲେ। ସେ ଆରିଷ୍ଟଟଲ୍‌ଙ୍କ ପାଖରୁ ଶିକ୍ଷା ପାଇଥିଲେ ବୃହତ୍ତର ବିଶ୍ୱ ଓ ମାନବଜାତିର ପରିଚୟ ଲାଭ କରିବାକୁ। ମାତ୍ର ତାଙ୍କ ମୁକ୍ତଇଚ୍ଛା ତାଙ୍କୁ ପ୍ରଭାବିତ କଲା କ୍ରୂର ମାର୍ଗରେ। ତାଙ୍କ ଚେତନାର ଉତ୍ତରଣ ବାଧାପ୍ରାପ୍ତ ହେଲା। ସେ ଭାବିନେଲେ ସେ ଅପରାଜେୟ। ସେ ଭୁଲିଗଲେ ସମସ୍ତ ଶକ୍ତିର ଉତ୍ସ କେବଳ ଭଗବାନ। ଅଜ୍ଞାନତା ଯୋଗୁ ସେ ନିଜର ଶକ୍ତିକୁ ଅହଂର ତୁଷ୍ଟି ନିମନ୍ତେ ବ୍ୟବହାର କଲେ। ବିବେକବିହୀନ ମୁକ୍ତଇଚ୍ଛାର ପରିଣତି ହେଲା ଭୟଙ୍କର। ସେ ଏକ ଉଚ୍ଚଚେତନାର ମଣିଷ ଭାବରେ ପରିଚିତ ନ ହୋଇ ବିଦିତ ହେଲେ ଜଣେ ଦୁର୍ଦ୍ଧର୍ଷ ବର୍ବର ମଣିଷ ଭାବରେ। ଏଣୁ ଶ୍ରୀ ଅରବିନ୍ଦ କହିଥିଲେ, ତୁମେ ଯଦି ତୁମର ସାମାନ୍ୟ ମାନୁଷୀ ଅହଂକୁ ଧରିରଖି ନିଜକୁ ଅତିମାନବ ମନେକରିବ, ତେବେ ତୁମେ ନିଜ ଅହଂକାର ଦ୍ୱାରା ମୂଢ଼ରେ ପରିଣତ ହେବ।
-ଗାଈସୀମା, ବରଗଡ଼
ମୋ: ୭୦୦୮୩୬୯୯୨୦

Dharitri – Odisha’s No.1 Odia Daily

Enter your email to get our daily news in your inbox.

All Right Reserved By Dharitri.Com

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ଜଳ ପ୍ରପାତ

ସାନଘାଗରା ଜଳପ୍ରପାତ କେନ୍ଦୁଝର ସହରଠାରୁ ମାତ୍ର ୬ କି.ମି. ଦୂରରେ ରହିଛି ସାନଘାଘରା ଜଳପ୍ରପାତ। ସାନମାଛ କାନ୍ଦଣା ନଦୀର ଜଳ ଏଠାରେ ତଳକୁ ବିରାଟକାୟ ସ୍ରୋତରେ କଚାଡ଼ି…

ଭୁବନେଶ୍ୱର ଫୁଲ ଦୋକାନ

ଫର୍ନସ ଏନ୍‌ ପେଟାଲ୍‌ସ   ଏହା ରାଜଧାନୀର ଏକ ବଡ଼ ଫୁଲ ଦୋକାନ ଭାବେ ପରିଗଣିତ। ୧୧ବର୍ଷ ତଳେ ପ୍ରଥମ କରି ଶହୀଦନଗରରେ ଆରମ୍ଭ ହୋଇଥିଲା। ବର୍ତ୍ତମାନ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱର ଜିମ

କଳିଙ୍ଗ ଫିଟନେସ୍‌ ଜୟଦେବ ବିହାର ରୋଡ ବିଜୁ ପଟ୍ଟନାୟକ କଲେଜ ନିକଟରେ ରହିଛି କଳିଙ୍ଗ ଫିଟନେସ ଜିମ୍‌। ୪ବର୍ଷ ତଳେ ଖୋଲାଯାଇଥିବା ଏହି ଜିମ୍‌ରେ ସବୁ ପ୍ରକାର…

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ପର୍ଯ୍ୟଟନସ୍ଥଳ

ସପ୍ତଶଯ୍ୟା ଢେଙ୍କାନାଳ ଜିଲାରେ ଅବସ୍ଥିତ ସପ୍ତଶଯ୍ୟା ପର୍ଯ୍ୟଟନ ସ୍ଥଳ ସାତ ପାହାଡ଼, ଝରଣା ଏବଂ ଜଙ୍ଗଲରେ ପରିପୂର୍ଣ୍ଣ। ଏଠାରେ ରହିଛି ଶ୍ରୀରାମଙ୍କ ମନ୍ଦିର। ସପ୍ତଶଯ୍ୟାର ଶୀତଳ ପରିବେଶ…

କଟକ ଦହିବରା ଆଳୁଦମ

ବାରବାଟୀ ଷ୍ଟାଡିୟମର ରମେଶ ଗୋଛି ସକାଳ ୭ଟାରୁ ଆରମ୍ଭ କରି ରାତି ୧୦ଟା ଯାଏ ବାରବାଟୀ ଷ୍ଟାଡିୟମ ନିକଟରେ ରମେଶଙ୍କ ଷ୍ଟଲ ଖୋଲିଥାଏ। ପରିବାରର ସବୁ ସଦସ୍ୟ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱରର ପାର୍କ

ମହାତ୍ମା ଗାନ୍ଧୀ ପାର୍କ ପାର୍କଟି ଜୟଦେବ ବିହାରସ୍ଥିତ ନନ୍ଦନକାନନ ରୋଡ୍‌ର ଜନତା ମଇଦାନ ନିକଟରେ ଅବସ୍ଥିତ। ପାର୍କ ଭିତରେ ମହାତ୍ମା ଗାନ୍ଧୀଙ୍କ ପ୍ରାର୍ଥନା କରୁଥିବା ମୁଦ୍ରାରେ ମୂର୍ତ୍ତି…

ଶ୍ରେଷ୍ଠ ପାଞ୍ଚ ପୁରୀର ମଠ

ହାତୀ ଆଖଡ଼ା ମଠ ପୁରୀ ବଳଗଣ୍ଡି ନିକଟରେ ବଡ଼ଦାଣ୍ଡର ମୁଖ୍ୟ ରାସ୍ତାରେ ହାତୀ ଆଖଡା ମଠ ଅବସ୍ଥିତ। ଶ୍ରୀରାମାନନ୍ଦୀ ସମ୍ପ୍ରଦାୟର ନିର୍ବାଣୀ ଆଖଡା ରୂପେ ଏହା ପରିଚିତ।…

ଶ୍ରେଷ୍ଠ ପାଞ୍ଚ ଓଡ଼ିଶାର ପ୍ରସିଦ୍ଧ ଶୈବପୀଠ

ହରିଶଙ୍କର ବଲାଙ୍ଗୀରଠାରୁ ୮୦ କି.ମି. ଦୂରରେ ଗନ୍ଧମାର୍ଦ୍ଦନ ପର୍ବତ ପାଦଦେଶରେ ଅବସ୍ଥିତ ପ୍ରସିଦ୍ଧ ତୀର୍ଥ ତଥା ଶୈବପୀଠ ହରିଶଙ୍କର। ଏଠାକାର ମନ୍ଦିରର ପରିବେଶ ଏବଂ ଆକର୍ଷଣୀୟ ଝରଣା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?