ଆନ୍ତରିକତାହୀନ ମିଶନ

ଦୈନନ୍ଦିନ ଖାଦ୍ୟ ପାଇଁ ଆଳୁ ଏକ ଅତ୍ୟାବଶ୍ୟକ ସାମଗ୍ରୀ ହୋଇଥିଲେ ମଧ୍ୟ ଓଡ଼ିଶାରେ ଚାହିଦା ମୁତାବକ ଉତ୍ପାଦନ ହୋଇ ପାରୁନାହିଁ। ଫଳରେ ୮୦ ପ୍ରତିଶତ ଆଳୁ ବାହାର ରାଜ୍ୟରୁ ଭରଣା ହେଉଛି। ଏଥିପାଇଁ ବିଭିନ୍ନ ସମୟରେ ରାଜ୍ୟବାସୀଙ୍କୁ ଚଢ଼ା ଦର ଦେବାକୁ ପଡ଼ୁଛି। ସରକାର ଆଳୁ ମିଶନ କାର୍ଯ୍ୟକାରୀ କରିଛନ୍ତି। ହେଲେ ବର୍ତ୍ତମାନର ସ୍ଥିତିକୁ ଦେଖିଲେ ଏଥିରେ ଆନ୍ତରିକତା ନ ଥିବା ଭଳି ମନେ ହେଉଛି।

ଯାଜପୁର ଅଫିସ୍‌,୧୩।୧୦: ଜାତୀୟ ନମୁନା ସର୍ବେକ୍ଷଣ କାର୍ଯ୍ୟାଳୟ (ଏନ୍‌ଏସ୍‌ଏସ୍‌ଓ)ର ସର୍ଭେ ଅନୁଯାୟୀ ଓଡ଼ିଶାରେ ବାର୍ଷିକ ୧୦.୨୧ ଲକ୍ଷ ମେଟ୍ରିକଟନ (ଏମ୍‌ଟି) ଆଳୁ ଆବଶ୍ୟକ। କିନ୍ତୁ ଏହାର ମାତ୍ର ୨୦ ପ୍ରତିଶତ ଆଳୁ ଓଡ଼ିଶାରେ ଉପତ୍ାଦନ ହୋଇପାରୁଛି। ରାଜ୍ୟରେ ପ୍ରାୟ ୧୫ ହଜାର ହେକ୍ଟର ଜମିରେ ବାର୍ଷିକ ୨ରୁ ୨.୫ ଲକ୍ଷ ଏମ୍‌ଟି ଆଳୁ ଉପତ୍ାଦନ ହୋଇଥାଏ। ହେକ୍ଟର ପିଛା ଦେଖିଲେ ଭାରତରେ ୨୨.୭୬ ଏମ୍‌ଟି ଏବଂ ଓଡ଼ିଶାରେ ୧୬.୪୮ ଏମ୍‌ଟି ଆଳୁ ଉପତ୍ାଦନ ହେଉଛି। ତେଣୁ ଓଡ଼ିଶାବାସୀ ପ୍ରାୟ ୮୦% ଆଳୁ ପାଇଁ ଅନ୍ୟ ରାଜ୍ୟ ଉପରେ ନିର୍ଭରଶୀଳ। ନିଅଣ୍ଟିଆ ଆଳୁ ଚାଷ ସହ ଆବଶ୍ୟକ ଶୀତଳଭଣ୍ଡାରର ଅଭାବ ଯୋଗୁ ସମ୍ପ୍ରତି କିଲୋପ୍ରତି ୧୫ ଟଙ୍କା ସ୍ଥଳେ ପ୍ରାୟ ୩୫ ଟଙ୍କାରେ ଆଳୁ କିଣି ରାଜ୍ୟବାସୀ ଅଧିକ ଖର୍ଚ୍ଚାନ୍ତ ହେଉଛନ୍ତି। ଆତ୍ମନିର୍ଭର ହୋଇ ଆଳୁ ଅଭାବକୁ ଦୂର କରିବା ପାଇଁ ୨୦୧୫ରେ କାର୍ଯ୍ୟକାରୀ ହୋଇଥିବା ରାଜ୍ୟ ଆଳୁ ମିଶନ ଏବଂ ଶୀତଳ ଭଣ୍ଡାର ନିର୍ମାଣ ଯୋଜନା ଅତ୍ୟନ୍ତ ନୈରାଶ୍ୟଜନକ ହୋଇଛି। ୫ ବର୍ଷରେ ପ୍ରସ୍ତାବିତ ୧୧୨ ଶୀତଳଭଣ୍ଡାର ମଧ୍ୟରୁ ମାତ୍ର ୨୨ଟି ନିର୍ମାଣ ହୋଇଥିବାବେଳେ ରିହାତି ଅର୍ଥ ପ୍ରଦାନ ମଧ୍ୟ ସନ୍ତୋଷଜନକ ହୋଇପାରିନାହିଁ।
ଆଳୁ ଉପତ୍ାଦନ ବୃଦ୍ଧି ପାଇଁ ରାଜ୍ୟ ଖାଦ୍ୟ ଯୋଗାଣ ଓ ଖାଉଟି କଲ୍ୟାଣ ବିଭାଗ ପକ୍ଷରୁ ୨୦୧୪ ଡିସେମ୍ବର ୨୭ରେ ଏକ ଟାସ୍କଫୋର୍ସ ଗଠନ ହୋଇଥିଲା। ଏହାପରେ ଉକ୍ତ ଟାସ୍କଫୋର୍ସ ଆସନ୍ତା ୩ ବର୍ଷ ପାଇଁ ଆଳୁ ଉପତ୍ାଦନ, ଭଣ୍ଡାରଣ ଏବଂ ଯୋଗାଣ ପାଇଁ ବିଭିନ୍ନ ସୁପାରିସ କରିଥିଲା। ଏହିକ୍ରମରେ ରାଜ୍ୟ ସରକାର ଏକ ନୂତନ ଯୋଜନା ‘ରାଜ୍ୟ ଆଳୁ ମିଶନ’ କାର୍ଯ୍ୟକାରୀ କରିଥିଲେ। ଏଥିରେ ଆଳୁ ଉପତ୍ାଦନ ବୃଦ୍ଧି, ବଜାର ସୁବିଧା, ଶୀତଳଭଣ୍ଡାର କ୍ଷମତା ବୃଦ୍ଧି, ରାଜ୍ୟରେ ଆଳୁ ବିହନ ଉପତ୍ାଦନ, ଚାଷ ଓ ଭଣ୍ଡାରଣ ପାଇଁ କ୍ରେଡିଟ୍‌ ଲିଙ୍କେଜ୍‌, ଆଳୁ ଚାଷୀ ସଂଘ ଗଠନ ଇତ୍ୟାଦି ବିଷୟ ରହିଥିଲା। ଏଥିପାଇଁ ୨୦୧୫-୧୬ରୁ ୨୦୧୯-୨୦ ମଧ୍ୟରେ ରାଜ୍ୟରେ ୫,୬୦,୦୦୦ ଏମ୍‌ଟି କ୍ଷମତା ବିଶିଷ୍ଟ ୧୧୨ଟି ଶୀତଳଭଣ୍ଡାର ନିର୍ମାଣ ଲକ୍ଷ୍ୟଧାର୍ଯ୍ୟ ହୋଇଥିଲା। କିନ୍ତୁ ବିଡମ୍ବନା ଯେ, ୧,୦୦,୬୦୦ ଏମ୍‌ଟି କ୍ଷମତା ବିଶିଷ୍ଟ ମାତ୍ର ୨୨ଟି ଶୀତଳଭଣ୍ଡାର ନିର୍ମାଣ ହୋଇଛି। ଏଥିମଧ୍ୟରେ ସମ୍ବଲପୁର ଜିଲାର ୪, ଖୋର୍ଦ୍ଧାର ୩, ସୁନ୍ଦରଗଡ଼ର ୩, ବାଲେଶ୍ୱରର ୨, ଯାଜପୁର, ଝାରସୁଗୁଡ଼ା, ଅନୁଗୋଳ, ଭଦ୍ରକ, ଗଞ୍ଜାମ, ପୁରୀ, ବଲାଙ୍ଗୀର, କୋରାପୁଟ, କଟକ, ନବରଙ୍ଗପୁରରେ ଗୋଟିଏ ଲେଖାଏ ଶୀତଳଭଣ୍ଡାର ରହିଛି। ନିର୍ମାଣ ସମ୍ପୂର୍ଣ୍ଣ ହୋଇଥିବା ଶୀତଳଭଣ୍ଡାରଗୁଡ଼ିକର ମାଲିକଙ୍କୁ ୨ଟି ପର୍ଯ୍ୟାୟରେ ୨୬୬୮.୮୦ ଲକ୍ଷ ଏବଂ ୧୪୧୩.୬୦ ଲକ୍ଷ ଟଙ୍କା ରିହାତି ଦିଆଯାଇଛି। ହେଲେ ୫ ବର୍ଷରେ ଧାର୍ଯ୍ୟ ୧୧୨ଟି ଶୀତଳଭଣ୍ଡାର ସମ୍ପୂର୍ଣ୍ଣ ହୋଇ ନ ପାରିବା ପଛରେ ସରକାର ୪ଟି କାରଣକୁ ଦାୟୀ କରିଛନ୍ତି। ତାହାହେଲା ବହୁ ଅଧିକ ପରିଚାଳନା ଖର୍ଚ୍ଚ, ପ୍ରାରମ୍ଭିକ ନିର୍ମାଣରେ ଅତ୍ୟଧିକ ଖର୍ଚ୍ଚ, ରାଜ୍ୟରେ ଦୀର୍ଘମିଆଦୀ ସଂରକ୍ଷଣ ହେଉଥିବା ପନିପରିବାର ଉପତ୍ାଦନ କମ୍‌ ଏବଂ ବ୍ୟାଙ୍କଗୁଡ଼ିକର ଅସହଯୋଗ। ଏଭଳିସ୍ଥିତିରେ ଓଡ଼ିଶା ଷ୍ଟେଟ୍‌ ଏଗ୍ରିକଲଚର ମାର୍କେଟିଂ(ଓଏସ୍‌ଏଏମ୍‌) ବୋର୍ଡ ଗତ ଅଗଷ୍ଟ ୧୮ରେ ଉଦ୍ୟାନ ବିଭାଗ ନିର୍ଦ୍ଦେଶାଳୟକୁ ଶୀତଳଭଣ୍ଡାର ନିର୍ମାଣ ପାଇଁ ଆବଣ୍ଟିତ ରିହାତି ଅର୍ଥ ବାବଦକୁ ୨୧ କୋଟି ୭୨ ଲକ୍ଷ ଟଙ୍କା ଫେରାଇ ଦେଇଛି। ଶୀତଳଭଣ୍ଡାର ପାଇଁ ୧୩୩ କୋଟି ୧୫ ଲକ୍ଷ ଟଙ୍କା ଅଟକଳ ହୋଇଥିଲା ବେଳେ ୫୯ କୋଟି ୩୫ ଲକ୍ଷ ଟଙ୍କା ମିଳିଥିଲା। ୨୦୧୮-୧୯ ବର୍ଷରେ କାର୍ଯ୍ୟକ୍ଷମ ଶୀତଳଭଣ୍ଡାରରେ ରାଜ୍ୟ ବାହାରୁ ଆମଦାନୀ ୭୨,୦୪୦ ଏମ୍‌ଟି ଆଳୁ, ରାଜ୍ୟର ଉପତ୍ାଦିତ ୧୬,୨୬୦ ଏମ୍‌ଟି ଆଳୁ, ୧୩,୭୫୦ ଏମ୍‌ଟି ଫଳ ଓ ଅନ୍ୟାନ୍ୟ ଉତ୍ପାଦିତ ସାମଗ୍ରୀ ୧୦,୯୮୩୦ ଏମ୍‌ଟି ସଂରକ୍ଷଣ କରାଯାଇଥିଲା ବୋଲି ସରକାରୀ ଭାବେ କୁହାଯାଇଛି, ଯାହାକି ସମୁଦାୟ ଶୀତଳଭଣ୍ଡାର କ୍ଷମତାର ମାତ୍ର ୪୭ ପ୍ରତିଶତ। ଏଥିରୁ ରାଜ୍ୟରେ ଆଳୁ ଉପତ୍ାଦନ ପରିମାଣ କେତେ କମ୍‌ ତାହା ସହଜେ ଅନୁମେୟ।
ରାଜ୍ୟ ଆଳୁ ମିଶନ ଯୋଜନାରେ ଯାଜପୁର ଜିଲାରେ ବଂଶୀଧର ନଁାରେ ଗୋଟିଏ ମାତ୍ର ଶୀତଳଭଣ୍ଡାର ନିର୍ମାଣ ହୋଇଛି। ପାଣିକୋଇଲିଠାରେ ଆଉ ଏକ ଶୀତଳଭଣ୍ଡାର ନିର୍ମାଣାଧୀନ ରହିଛି। ଜିଲାରେ ୧୮ ହଜାର ହେକ୍ଟର ଜମିରେ ପନିପରିବା ଚାଷ ହେଉଥିବାବେଳେ ୧୦ ହେକ୍ଟର ଜମିରେ ମାତ୍ର ୧୫୦ କୁଇଣ୍ଟାଲ ଆଳୁ ଉପତ୍ାଦନ କରିବାକୁ ଚଳିତବର୍ଷ ଧାର୍ଯ୍ୟ ହୋଇଛି। ଏଥିଯୋଗୁ ଆଳୁ ଦର ଆକାଶଛୁଆଁ ହେଉଥିବା ମତପ୍ରକାଶ ପାଇଛି। ଏ ସଂକ୍ରାନ୍ତରେ ଯାଜପୁର ଉଦ୍ୟାନ ବିଭାଗ ଅତିରିକ୍ତ ଉପନିର୍ଦ୍ଦେଶକ ସୂର୍ଯ୍ୟମଣି ମହାରଣାଙ୍କୁ ପଚାରିବାରେ ସେ କହିଛନ୍ତି, ରାଜ୍ୟ ଆଳୁ ମିଶନ ଯୋଜନାରେ ଶୀତଳଭଣ୍ଡାର ପାଇଁ ବିଦ୍ୟୁତ୍‌ ଖର୍ଚ୍ଚ ବାବଦକୁ ୧ମ ଓ ୨ୟ ବର୍ଷରେ ୫୦ ପ୍ରତିଶତ, ୩ୟ ଓ ୪ର୍ଥ ବର୍ଷ ପାଇଁ ୩୦ ପ୍ରତିଶତ ଏବଂ ୫ମ ଓ ୬ଷ୍ଠ ବର୍ଷ ପାଇଁ ୨୦ ପ୍ରତିଶତ ରିହାତି ବ୍ୟବସ୍ଥା ରହିଛି। ବ୍ୟାଙ୍କର ଅସହଯୋଗ ଯୋଗୁ ପାଣିକୋଇଲି ଶୀତଳ ଭଣ୍ଡାର ନିର୍ମାଣ ସମ୍ପୂର୍ଣ୍ଣ ହୋଇପାରିନାହିଁ। ଚଳିତବର୍ଷ ଆଳୁ ଉପତ୍ାଦନ ଉପରେ ଅଧିକ ଗୁରୁତ୍ୱ ଦିଆଯାଇଛି। ଧର୍ମଶାଳା ଓ ରସୁଲପୁର ବ୍ଲକର ଚାଷୀଙ୍କ ସହ ଆଲୋଚନା ହୋଇଛି ବୋଲି ସେ କହିଛନ୍ତି।

ହର୍ଷବର୍ଦ୍ଧନ ବେହେରା


Enter your email to get our daily news in your inbox.

All Right Reserved By Dharitri.Com

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ଜଳ ପ୍ରପାତ

ସାନଘାଗରା ଜଳପ୍ରପାତ କେନ୍ଦୁଝର ସହରଠାରୁ ମାତ୍ର ୬ କି.ମି. ଦୂରରେ ରହିଛି ସାନଘାଘରା ଜଳପ୍ରପାତ। ସାନମାଛ କାନ୍ଦଣା ନଦୀର ଜଳ ଏଠାରେ ତଳକୁ ବିରାଟକାୟ ସ୍ରୋତରେ କଚାଡ଼ି…

ଭୁବନେଶ୍ୱର ଫୁଲ ଦୋକାନ

ଫର୍ନସ ଏନ୍‌ ପେଟାଲ୍‌ସ   ଏହା ରାଜଧାନୀର ଏକ ବଡ଼ ଫୁଲ ଦୋକାନ ଭାବେ ପରିଗଣିତ। ୧୧ବର୍ଷ ତଳେ ପ୍ରଥମ କରି ଶହୀଦନଗରରେ ଆରମ୍ଭ ହୋଇଥିଲା। ବର୍ତ୍ତମାନ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱର ଜିମ

କଳିଙ୍ଗ ଫିଟନେସ୍‌ ଜୟଦେବ ବିହାର ରୋଡ ବିଜୁ ପଟ୍ଟନାୟକ କଲେଜ ନିକଟରେ ରହିଛି କଳିଙ୍ଗ ଫିଟନେସ ଜିମ୍‌। ୪ବର୍ଷ ତଳେ ଖୋଲାଯାଇଥିବା ଏହି ଜିମ୍‌ରେ ସବୁ ପ୍ରକାର…

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ପର୍ଯ୍ୟଟନସ୍ଥଳ

ସପ୍ତଶଯ୍ୟା ଢେଙ୍କାନାଳ ଜିଲାରେ ଅବସ୍ଥିତ ସପ୍ତଶଯ୍ୟା ପର୍ଯ୍ୟଟନ ସ୍ଥଳ ସାତ ପାହାଡ଼, ଝରଣା ଏବଂ ଜଙ୍ଗଲରେ ପରିପୂର୍ଣ୍ଣ। ଏଠାରେ ରହିଛି ଶ୍ରୀରାମଙ୍କ ମନ୍ଦିର। ସପ୍ତଶଯ୍ୟାର ଶୀତଳ ପରିବେଶ…

କଟକ ଦହିବରା ଆଳୁଦମ

ବାରବାଟୀ ଷ୍ଟାଡିୟମର ରମେଶ ଗୋଛି ସକାଳ ୭ଟାରୁ ଆରମ୍ଭ କରି ରାତି ୧୦ଟା ଯାଏ ବାରବାଟୀ ଷ୍ଟାଡିୟମ ନିକଟରେ ରମେଶଙ୍କ ଷ୍ଟଲ ଖୋଲିଥାଏ। ପରିବାରର ସବୁ ସଦସ୍ୟ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱରର ପାର୍କ

ମହାତ୍ମା ଗାନ୍ଧୀ ପାର୍କ ପାର୍କଟି ଜୟଦେବ ବିହାରସ୍ଥିତ ନନ୍ଦନକାନନ ରୋଡ୍‌ର ଜନତା ମଇଦାନ ନିକଟରେ ଅବସ୍ଥିତ। ପାର୍କ ଭିତରେ ମହାତ୍ମା ଗାନ୍ଧୀଙ୍କ ପ୍ରାର୍ଥନା କରୁଥିବା ମୁଦ୍ରାରେ ମୂର୍ତ୍ତି…

ଶ୍ରେଷ୍ଠ ପାଞ୍ଚ ପୁରୀର ମଠ

ହାତୀ ଆଖଡ଼ା ମଠ ପୁରୀ ବଳଗଣ୍ଡି ନିକଟରେ ବଡ଼ଦାଣ୍ଡର ମୁଖ୍ୟ ରାସ୍ତାରେ ହାତୀ ଆଖଡା ମଠ ଅବସ୍ଥିତ। ଶ୍ରୀରାମାନନ୍ଦୀ ସମ୍ପ୍ରଦାୟର ନିର୍ବାଣୀ ଆଖଡା ରୂପେ ଏହା ପରିଚିତ।…

ଶ୍ରେଷ୍ଠ ପାଞ୍ଚ ଓଡ଼ିଶାର ପ୍ରସିଦ୍ଧ ଶୈବପୀଠ

ହରିଶଙ୍କର ବଲାଙ୍ଗୀରଠାରୁ ୮୦ କି.ମି. ଦୂରରେ ଗନ୍ଧମାର୍ଦ୍ଦନ ପର୍ବତ ପାଦଦେଶରେ ଅବସ୍ଥିତ ପ୍ରସିଦ୍ଧ ତୀର୍ଥ ତଥା ଶୈବପୀଠ ହରିଶଙ୍କର। ଏଠାକାର ମନ୍ଦିରର ପରିବେଶ ଏବଂ ଆକର୍ଷଣୀୟ ଝରଣା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?