‘ବିଶ୍ୱ ଆନ୍ଦୋଳନରେ ପରିଣତ ହେବ ମିଶନ ଶକ୍ତି’

ଭୁବନେଶ୍ୱର, ୯।୩(ବ୍ୟୁରୋ): ମିଶନ ଶକ୍ତି ଏକ ବଡ଼ ସାମାଜିକ ଓ ଅର୍ଥନୈତିକ ଆନ୍ଦୋଳନରେ ପରିଣତ ହୋଇଛି। ଏହା ଗଁା ଅର୍ଥନୀତିକୁ ଚଳ ଚଞ୍ଚଳ କରିପାରିଛି। ମିଶନ ଶକ୍ତି କେବଳ ଦେଶରେ ନୁହେଁ, ସାରା ବିଶ୍ୱରେ ସବୁଠାରୁ ବଡ଼ ଆନ୍ଦୋଳନରେ ପରିଣତ ହେବ ବୋଲି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଶାବ୍ୟକ୍ତ କରିଛନ୍ତି।
ସୋମବାର ରାଜ୍ୟସ୍ତରୀୟ ବିଶ୍ୱ ମହିଳା ଦିବସ ପାଳନ ଅବସରରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଭିଡିଓ କନ୍‌ଫରେନ୍ସ ଜରିଆରେ କହିଛନ୍ତି, ୨୦୦୧ ମାର୍ଚ୍ଚ ୮ ତାରିଖରେ ଲାଗିଥିବା ଗୋଟିଏ ଚାରା ଆଜି ମହାଦ୍ରୁମରେ ପରିଣତ ହୋଇଛି। ୮୦ ଲକ୍ଷ ମା’ମାନଙ୍କ ଆଶାର ବୃକ୍ଷ ହୋଇପାରିଛି। ଏହି ମହାଦ୍ରୁମର ପ୍ରତିଟି ପତ୍ରରେ ରହିଛି ଗୋଟିଏ ଗୋଟିଏ ସଫଳ କାହାଣୀ। ସେହି କାହାଣୀ ହେଉଛି ଆମର ମିଶନ ଶକ୍ତି। ମିଶନ ଶକ୍ତିର ଏ ସଫଳତା ଅଧିକରୁ ଅଧିକ ମା’ମାନଙ୍କୁ ପ୍ରେରଣା ଦେବ। ଏହା ଖୁବ୍‌ଶୀଘ୍ର ୧ କୋଟି ମହିଳାଙ୍କ ଏକ ବିରାଟ ଆନ୍ଦୋଳନରେ ପରିଣତ ହେବ। ଓଡ଼ିଶାରେ ଘରେ ଘରେ ସଶକ୍ତ ଓଡ଼ିଶାର ବାର୍ତ୍ତା ଦେବ। ମିଶନ ଶକ୍ତି ସ୍ବତନ୍ତ୍ର ବିଭାଗ ନିଷ୍ପତ୍ତିକୁ ମା’ମାନେ ସ୍ବାଗତ କରିଛନ୍ତି ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି।
ମୁଖ୍ୟମନ୍ତ୍ରୀ କହିଛନ୍ତି, କୋଭିଡ୍‌ର ଆହ୍ବାନ ବେଳେ ମା’ମାନେ ହିଁ ସରକାରଙ୍କ ମୁଖ୍ୟ ସହଯୋଗୀ ହୋଇ ମହାମାରୀ ମୁକାବିଲାରେ ଅଗ୍ରଣୀ ଭୂମିକା ଗ୍ରହଣ କରିଥିଲେ। ମିଶନ ଶକ୍ତିର ମା’ମାନଙ୍କ ଠାରୁ ଆରମ୍ଭ କରି ଅଙ୍ଗନଓ୍ବାଡି, ଆଶା କର୍ମୀ, ସ୍ବାସ୍ଥ୍ୟକର୍ମୀମାନେ ସବୁଠାରୁ ଅଧିକ ଦାୟିତ୍ୱର ସହ କାମ କରିଛନ୍ତି। ପରିବାରକୁ ସଚେତନ ମଧ୍ୟ କରିଛନ୍ତି। ସେଥିପାଇଁ ମୁଖ୍ୟମନ୍ତ୍ରୀ ରାଜ୍ୟବାସୀଙ୍କ ପକ୍ଷରୁ ସେମାନଙ୍କୁ ଧନ୍ୟବାଦ ଦେଇଛନ୍ତି। ରାଜ୍ୟ ସରକାର ସବୁବେଳେ ମିଶନ ଶକ୍ତିର ମା’ମାନଙ୍କ ପାଇଁ ନିଷ୍ଠାର ସହ କାମ କରୁଛନ୍ତି। ସେମାନଙ୍କ ପାଇଁ ୫ ହଜାର କୋଟି ଟଙ୍କାର କାମ ଘୋଷଣା କରାଯାଇଛି। ସେମାନେ ଦକ୍ଷତାର ସହ କାମ କରି ସରକାରଙ୍କ ବିଶ୍ୱାସକୁ ବୃଦ୍ଧି କରିଛନ୍ତି। ମୁଖ୍ୟମନ୍ତ୍ରୀ କହିଛନ୍ତି, ଯେଉଁ ଦେଶରେ ମା’ମାନେ ଯେତେ ଆଗୁଆ, ସେ ଦେଶ ସେତେ ଉନ୍ନତ। ସେମାନଙ୍କ ସମୃଦ୍ଧି ଓ ଅଧିକାର ପାଇଁ ଉଦ୍ୟମ ଜାରି ରହିବ ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି।
ଏହି କାର୍ଯ୍ୟକ୍ରମରେ ସଚିବାଳୟରେ ଉପସ୍ଥିତ ଥିବା ମହିଳା ଓ ଶିଶୁ ବିକାଶ ମନ୍ତ୍ରୀ ଟୁକୁନି ସାହୁ କହିଛନ୍ତି, ମହିଳାମାନଙ୍କ ଅନ୍ତର୍ନିହିତ ଶକ୍ତି ଓ ଦକ୍ଷତାକୁ ଉପଯୋଗ କରି ବିକାଶକୁ ଆଗେଇ ନେବା ପାଇଁ ମୁଖ୍ୟମନ୍ତ୍ରୀଙ୍କ ଦୂରଦୃଷ୍ଟି ଯୋଗୁ ଓଡ଼ିଶା ମହିଳା ବିକାଶ କ୍ଷେତ୍ରରେ ନୂଆ ଇତିହାସ ସୃଷ୍ଟି କରିପାରିଛି। ମିଶନ ଶକ୍ତିର ମା’ମାନଙ୍କୁ ନୂଆ ପରିଚୟ ଦେଇଛି। ଏଥିପାଇଁ ସେ ମୁଖ୍ୟମନ୍ତ୍ରୀଙ୍କୁ ଧନ୍ୟବାଦ ଦେଇଛନ୍ତି।
କାର୍ଯ୍ୟକ୍ରମ ଆରମ୍ଭରେ ମହିଳା ଓ ଶିଶୁ ବିକାଶ ସଚିବ ଅନୁ ଗର୍ଗ ସ୍ବାଗତ ଭାଷଣ ଦେଇ କହିଛନ୍ତି, ରାଜ୍ୟ ସରକାର ମହିଳାମାନଙ୍କୁ ହିତାଧିକାରୀ ନୁହେଁ ବରଂ ବିକାଶର ସହଭାଗୀଦାର ବୋଲି ମନେକରନ୍ତି। ମହିଳାମାନଙ୍କ ବିକାଶ ପାଇଁ ରାଜ୍ୟ ସରକାର କେବଳ ଗୋଟିଏ ଦିନ ନୁହେଁ, ପୂରା ୩୬୫ ଦିନ ସମର୍ପିତ ହୋଇ କାମ କରୁଛନ୍ତି ବୋଲି ସେ କହିଛନ୍ତି।
ମିଶନ ଶକ୍ତି କମିଶନର ତଥା ନିର୍ଦ୍ଦେଶିକା ସୁଜାତା କାର୍ତ୍ତିକେୟନ ଧନ୍ୟବାଦ ଦେଇ କହିଛନ୍ତି, ୨୦୦୧ରେ ମିଶନ ଶକ୍ତି ଏକ ଯୋଜନା ହୋଇ ଆରମ୍ଭ ହୋଇଥିଲା। ଆଜି ଏହା ଏକ ସ୍ବତନ୍ତ୍ର ବିଭାଗ ହୋଇଛି। ମୁଖ୍ୟମନ୍ତ୍ରୀ ମିଶନ ଶକ୍ତିର ମା’ମାନଙ୍କ ପାଇଁ ଯେଉଁ ୫ ହଜାର କୋଟି ଟଙ୍କା ଘୋଷଣା କରିଥିଲେ ସେଥିରୁ ସେମାନେ ୨୫୦୦ କୋଟି ଟଙ୍କାରୁ ଅଧିକ ଟଙ୍କାର ବ୍ୟବସାୟ ଆରମ୍ଭ କରିସାରିଛନ୍ତି। ଏପରିକି ସେମାନଙ୍କ ପାଇଁ ୩୨୦୦ କୋଟି ଟଙ୍କାର ଋଣ ଲକ୍ଷ୍ୟ ଥିବା ବେଳେ ବର୍ତ୍ତମାନ ସୁଦ୍ଧା ୪ ହଜାର କୋଟି ଟଙ୍କାରୁ ଅଧିକ ଋଣ ମିଳିପାରିଛି।
ଏହି କାର୍ଯ୍ୟକ୍ରମରେ ମହିଳା ଓ ଶିଶୁ ବିକାଶ ବିଭାଗ ଓ ମିଶନ ଶକ୍ତି କାର୍ଯ୍ୟକ୍ରମର ଦୁଇଟି ଭିଡିଓ ଚିତ୍ର ପ୍ରଦର୍ଶିତ କରାଯାଇଥିଲା। ଝାରସୁଗୁଡା, ଯାଜପୁର ଓ ଭୁବନେଶ୍ୱରରେ ୩ଟି କର୍ମଜୀବୀ ମହିଳା ହଷ୍ଟେଲ ଉଦ୍‌ଘାଟିତ ହୋଇଥିଲା। ହଷ୍ଟେଲ ପରିଚାଳନା, ସ୍ବଧାର ଓ ଉଜ୍ଜ୍ୱଳ ଆଦି ଯୋଜନା ପାଇଁ ନୂଆ ପୋର୍ଟାଲ, ମିଶନ ଶକ୍ତି ଓ୍ବେବ୍‌ସାଇଟ, ମୋବାଇଲ ଆପ୍‌ ଓ ବ୍ୟାଙ୍କଗୁଡ଼ିକ ଋଣ ପ୍ରଦାନ ସମ୍ପର୍କରେ ଏକ ସ୍ବତନ୍ତ୍ର ପୋର୍ଟାଲ ଉନ୍ମୋଚିତ ହୋଇଥିଲା। ଡାଆଣୀ କୁପ୍ରଥାର ବିଲୋପ ପାଇଁ ଆଇଇସି ପ୍ୟାକେଜ ମଧ୍ୟ ଉନ୍ମୋଚିତ ହୋଇଥିଲା। ଏହି କାର୍ଯ୍ୟକ୍ରମରେ ଅନ୍ୟମାନଙ୍କ ମଧ୍ୟରେ ମିଶନ ଶକ୍ତିର ଉପଦେଷ୍ଟା, ରାଜ୍ୟ ମହିଳା କମିଶନର ଅଧ୍ୟକ୍ଷା, ରାଜ୍ୟ ଶିଶୁ ସୁରକ୍ଷା କମିଶନର ଅଧ୍ୟକ୍ଷା, ଓଡ଼ିଶା ଶିଶୁ କଲ୍ୟାଣ ପରିଷଦର ସଦସ୍ୟା ସଚିବ, ମୁଖ୍ୟ ଶାସନ ସଚିବ ସୁରେଶ ଚନ୍ଦ୍ର ମହାପାତ୍ର, ଉନ୍ନୟନ କମିଶନର ପ୍ରଦୀପ କୁମାର ଜେନା, ମୁଖ୍ୟମନ୍ତ୍ରୀଙ୍କ ସଚିବ(୫-ଟି) ଭି. କେ. ପାଣ୍ଡିଆନ ଓ ବରିଷ୍ଠ ଅଧିକାରୀମାନେ ଉପସ୍ଥିତ ଥିଲେ।
ଏହି ଅବସରରେ ଶ୍ରେଷ୍ଠ ପ୍ରଦର୍ଶନକାରୀ ଜିଲା, ସ୍ବୟଂ ସହାୟକ ଗୋଷ୍ଠୀ, ଅଧିକାରୀ ଓ ବ୍ୟାଙ୍କଗୁଡିକୁ ପୁରସ୍କୃତ କରାଯାଇଥିଲା। ଉତ୍ତମ ପ୍ରଦର୍ଶନକାରୀ ବ୍ୟାଙ୍କ ଭାବେ ଓଡ଼ିଶା ଗ୍ରାମ୍ୟ ବ୍ୟାଙ୍କ, ଷ୍ଟେଟ ବ୍ୟାଙ୍କ ଅଫ୍‌ ଇଣ୍ଡିଆ ଏବଂ ୟୁନାଇଟେଡ କମର୍ସିଆଲ ବ୍ୟାଙ୍କକୁ ପୁରସ୍କୃତ କରାଯାଇଛି। ସେହିପରି କୋଭିଡ୍‌ ଚାମ୍ପିୟନ ଉତ୍ତମ ଏସ୍‌ଏଚ୍‌ଜି ଭାବେ ମାସ୍କ ତିଆରି ପାଇଁ କଟକର ହାଜି ଅଲି ପ୍ରଡ୍ୟୁସର ଗ୍ରୁପ, ମାଗଣା ରନ୍ଧା ଖାଦ୍ୟ ପାଇଁ କେନ୍ଦ୍ରାପଡାର ରାମଚନ୍ଦ୍ର ଏସ୍‌ଏଚ୍‌ଜି, ଟିଏମ୍‌ସି ପରିଚାଳନା ପାଇଁ ମାଲକାନଗିରିର ନାରୀ ଜାଗୃତି ଏସ୍‌ଏଚ୍‌ଜିକୁ ୫୦ ହଜାର ଲେଖାଏ ଟଙ୍କା, ଟ୍ରଫି ଓ ସାର୍ଟିଫିକେଟ ଦିଆଯାଇଥିଲା। ମିଶନ ଶକ୍ତି କ୍ଷେତ୍ରରେ ଉତ୍ତମ ପ୍ରଦର୍ଶନ କରିଥିବା ପୁରୀ, ଦେବଗଡ଼ ଓ ନବରଙ୍ଗପୁର ଜିଲାକୁ ସମ୍ମାନିତ କରାଯାଇଥିଲା। ସେହିପରି ଉତ୍ତମ ପ୍ରଦର୍ଶନ ପାଇଁ କନ୍ଧମାଳ ସିଏସ୍‌ଡବ୍ଲ୍ୟୁଓ ମନସ୍ବିନୀ ମିଶ୍ର ଏବଂ ମୟୂରଭଞ୍ଜ ଡିସିପିଓ ମମତାମୟୀ ବିଶ୍ୱାଳଙ୍କୁ ୧୦ ହଜାର ଟଙ୍କା ଓ ସାର୍ଟିଫିକେଟ ଦେଇ ସମ୍ମାନିତ କରାଯାଇଛି।


Enter your email to get our daily news in your inbox.

All Right Reserved By Dharitri.Com

ବଡ଼ଚଣାରେ ଭାବବିହ୍ବଳ ହେଲେ ବର୍ଷା

ଚଣ୍ଡିଖୋଲ/ ଛତିଆ/ ବଡ଼ଚଣା, ୨୭ା୪ (ପ୍ରଦୀପ୍ତ କୁମାର ପୃଷ୍ଟି/ ସୌମ୍ୟରଞ୍ଜନ ସାହୁ/ ଦିଲୀପ କୁମାର ମହାନ୍ତି): ବଡ଼ଚଣା ବିଧାନସଭା ନିର୍ବାଚନମଣ୍ଡଳୀ ପାଇଁ ବିଜେଡି ଅଭିନେତ୍ରୀ ବର୍ଷା...

ଘରୋଇ ଚିକିତ୍ସା କଲେ ଚାକିରିରୁ ବିଦା ହେବେ ଡାକ୍ତର

ବ୍ରହ୍ମପୁର,୨୭।୪(ସୁବାସ ଚନ୍ଦ୍ର ପାଢ଼ୀ): ମହାରାଜା କୃଷ୍ଣଚନ୍ଦ୍ର ଗଜପତି(ଏମକେସିଜି) ମେଡିକାଲର ବିଭିନ୍ନ ବିଭାଗରେ କାର୍ଯ୍ୟରତ ସିନିୟର୍‌ ରେସିଡେଣ୍ଟ(ଏସ୍‌ଆର) ତଥା ଟ୍ୟୁଟରମାନେ ଘରୋଇ ମେଡିକାଲରେ ରୋଗୀ ଚିକିତ୍ସା କରୁଥିବା...

ବିଏସ୍‌କେଓ୍ବାଇକୁ ବିରୋଧ କରୁଛନ୍ତି କେନ୍ଦ୍ରମନ୍ତ୍ରୀ: ପାଣ୍ଡିଆନ୍‌

ଭୁବନେଶ୍ୱର/ ଉମରକୋଟ/ଝରିଗାଁ/ ପାପଡ଼ାହାଣ୍ଡି/ନବରଙ୍ଗପୁର/ ତେନ୍ତୁଳିଖୁଣ୍ଟି, ୨୭ା୪ (ଅନିଲ ଦାସ/ସନ୍ତୋଷ ଶତପଥୀ/କିଶୋର ଚନ୍ଦ୍ର ମଣ୍ଡଳ/ସ୍ବପ୍ନଜିତ ପଟ୍ଟନାୟକ/ସଦାଶିବ ପ୍ରହରାଜ/ଚିଦାନନ୍ଦ ସାହୁ): ବିଜେଡିର ବରିଷ୍ଠ ନେତା କାର୍ତ୍ତିକ ପାଣ୍ଡିଆନ ଶୁକ୍ରବାର...

ଗୋଟିଏ ଆସନ ପାଣ୍ଡିଆନ୍‌ଙ୍କ ପାଇଁ ଛାଡ଼ିବେ ମୁଖ୍ୟମନ୍ତ୍ରୀ: ଭାଜପା

ଭୁବନେଶ୍ୱର, ୨୭।୪(ସୁନିତ୍‌ ମିଶ୍ର): କାର୍ତ୍ତିକ ପାଣ୍ଡିଆନ୍‌ଙ୍କ ନାଁ ବିଜେଡିର ଷ୍ଟାର ପ୍ରଚାରକ ତାଲିକାରେ ଅଛି। ଏଥିରୁ ପ୍ରମାଣିତ ହେଲା ଯେ, ସେ ହେଉଛନ୍ତି ବିଜେଡିର ୨...

ଛିଡୁନି ଭାଜପା ପ୍ରାର୍ଥୀଙ୍କ ନାମ, ମହିଳା କାର୍ଡ ଖେଳିବା ଚର୍ଚ୍ଚା

କଟକ,୨୭ା୪(ଶିଳ୍ପା ପ୍ରିୟଦର୍ଶିନୀ): ନିର୍ବାଚନକୁ ମାତ୍ର କମ୍‌ ସମୟ ଥିବାବେଳେ ଆସନ୍ତା ସୋମବାରଠାରୁ ନାମାଙ୍କନ ପତ୍ର ଦାଖଲ ପ୍ରକ୍ରିୟା ଆରମ୍ଭ ହେବ। ହେଲେ ଏପର୍ଯନ୍ତ ବାରବାଟୀ-କଟକ ଭାଜପାର...

ଟୁକୁନୀଙ୍କ ପାଇଁ ପଦ୍ମପୁର ଜିଲା ଘୋଷଣା ଅଟକିଥିବା ଚର୍ଚ୍ଚା

ବଲାଙ୍ଗୀର, ୨୭ା୪(ବୀରେନ୍ଦ୍ର କୁମାର ଝାଙ୍କର): ଟିଟିଲାଗଡ଼ ସହରରେ ବରିଷ୍ଠ ନାଗରିକ ସମୂହଙ୍କ ପକ୍ଷରୁ ଆୟୋଜିତ ଏକ ନିର୍ବାଚନୀ ସଭାରେ ମନ୍ତ୍ରୀ ତଥା ଟିଟିଲାଗଡ଼ ବିଧାୟିକା ପ୍ରାର୍ଥୀ...

ସମ୍ବଲପୁରୀ ଲୁଙ୍ଗି ଉପାଖ୍ୟାନ

ସମ୍ବଲପୁର,୨୭।୪ (ଭବାନୀ ଶଙ୍କର ଭୋଇ): ସମ୍ବଲପୁରରେ ମୁଖ୍ୟମନ୍ତ୍ରୀଙ୍କ ଲୁଙ୍ଗିପିନ୍ଧାକୁ ନେଇ ବିଜେଡି ଏବଂ ଭାଜପା ମଧ୍ୟରେ ଜୋରଦାର ବାକ୍‌ଯୁଦ୍ଧ ଆରମ୍ଭ ହୋଇଯାଇଛି। ଶୁକ୍ରବାର ଏନେଇ ଉଭୟ...

ରବି-ତାରା ମୁହାଁମୁହିଁ

ଜୟପୁର, ୨୭ା୪(ପବନ ପାଣିଗ୍ରାହୀ): ପୂର୍ବତନ ମନ୍ତ୍ରୀ ତଥା ବରିଷ୍ଠ ବିଜେଡି ନେତା ରବିନାରାୟଣ ନନ୍ଦ ଶୁକ୍ରବାର ଜୟପୁର ସାଜୁସାହିସ୍ଥିତ ବିଜେଡି କାର୍ଯ୍ୟାଳୟରେ ଖବରଦାତା ସମ୍ମିଳନୀ କରି...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri