ବ୍ଲକ କାର୍ଯ୍ୟାଳୟ ସମ୍ମୁଖରେ ଶକ୍ତି ପ୍ରଦର୍ଶନ କଲେ ମିଶନ ଶକ୍ତି ମହିଳା

ବୁଗୁଡ଼ା,୨୪ା୯(କାଳୀଚରଣ ଦାଶ): ରାଜ୍ୟ ମିଶନ ଶକ୍ତି କର୍ମୀ ସଂଘର ଆହ୍ବାନ କ୍ରମେ ଗଞ୍ଜାମ ଜିଲା ବୁଗୁଡ଼ା ବ୍ଲକ ମିଶନ ଶକ୍ତି କର୍ମୀ ସଂଘ ବ୍ଲକ କାର୍ଯ୍ୟାଳୟ ଆଗରେ ଗଣଧାରଣା ଦେଇଛନ୍ତି। ବୁଗୁଡ଼ା ଏନ୍‌ଏସି ଏବଂ ବ୍ଲକର ୨୧ ପଞ୍ଚାୟତର ଏସ୍‌ଏଚ୍‌ଜି ମହିଳାଗଣ ଧାରଣା ଦେଇ ବସି ରହିବା ସହିତ ସେମାନଙ୍କ ଦାବି ପୂରଣ
ପାଇଁ ସ୍ଲୋଗାନ ଦେଇଥିଲେ। ସେମାନଙ୍କ ପ୍ରତିବାଦର କାରଣ ଏହା ରହିଥିଲା ଯେ, ପୂର୍ବ ସରକାର ସମୟରେ ରାଜ୍ୟର ପ୍ରତ୍ୟେକ ଜିଲାର ତୃଣମୂଳ ସ୍ତରରେ ମହିଳା ସଶକ୍ତିକରଣ ଲକ୍ଷ୍ୟରେ ସ୍ବୟଂ ସହାୟକ ଗୋଷ୍ଠୀମାନ ଗଠନ ହୋଇଥିଲା। ସେହି ଗୋଷ୍ଠୀର ଇସି ମେମ୍ବରମାନଙ୍କୁ ସରକାରୀ ସହାୟତା ମିଳୁଥିଲା ଏବଂ ଏହା ଦ୍ବାରା ସେମାନେ ଉପକୃତ ହେବା ସହ ସ୍ବାବଲମ୍ବୀ ହୋଇପାରିଥିଲେ। ତେବେ ସରକାର ପରିବର୍ତ୍ତନ ହେବା ପରେ ସେମାନଙ୍କୁ ବହିଷ୍କାର କରାଯାଇ ନୂତନ ଇସି ଗଠନ ପାଇଁ ନିର୍ଦ୍ଦେଶ ଦିଆଯାଇଛି। ଏହାକୁ ନେଇ ଉଚ୍ଚନ୍ୟାୟାଳୟରେ ମାମଲା ରୁଜୁ ହୋଇଥିବା ଏବଂ ଆସନ୍ତା ଅକ୍ଟୋବର ୧୩ ତାରିଖ ଦିନ କୌଣସି ରାୟ ପ୍ରକାଶ ପାଇବାକୁ ଥିବାବେଳେ ତରବରିଆ ଭାବେ ଜବରଦସ୍ତି ନୂତନ ଇସି ଗଠନ କାର୍ଯ୍ୟ ଜାରି ରହିଛି। ଏହାର ପ୍ରତିବାଦ କରି ବିଭିନ୍ନ ସ୍ବୟଂ ସହାୟିକା ଗୋଷ୍ଠୀର ମହିଳାଗଣ ବିଡିଓ ଦୂତିକୃଷ୍ଣ ପାତ୍ରଙ୍କୁ ଏକ ଦାବିପତ୍ର ପ୍ରଦାନ କରିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ହଠାତ୍‌ ଗଣତି କେନ୍ଦ୍ର ଭିତରେ ପଶିଲେ ମମତା: ଭବାନୀପୁରରେ ହାଇଭୋଲଟେଜ୍‌ ଡ୍ରାମା

କୋଲକାତା,୪।୫: ପଶ୍ଚିମବଙ୍ଗର ଭବାନୀପୁର ବିଧାନସଭା ନିର୍ବାଚନମଣ୍ଡଳୀରେ ଏକ ବଡ଼ ବିବାଦ ଦେଖାଦେଇଛି। ଭାରତୀୟ ନିର୍ବାଚନ କମିଶନ (ECI) ଏହି ନିର୍ବାଚନମଣ୍ଡଳୀର ଗଣନା ଫଳାଫଳକୁ ବହୁତ ସମୟ ପାଇଁ…

ସ୍ବାସ୍ଥ୍ୟ ବିଭାଗ ଅମଲା କ୍ୟାଡରଙ୍କ ପ୍ରତି ପ୍ରଶାସନିକ ଅବହେଳା: ନୂଆ ନିର୍ଦ୍ଦେଶନାମା କାର୍ଯ୍ୟକାରୀ ପାଇଁ ଦାବି କଲେ…

ଦିଗପହଣ୍ଡି,୪।୫(ଅଶେଷ ନାଥ ମିଶ୍ର): ରାଜ୍ୟ ସରକାରଙ୍କ ସ୍ବାସ୍ଥ୍ୟ ବିଭାଗ ପକ୍ଷରୁ ଅନେକ ଯୋଜନା କାର୍ଯ୍ୟକାରୀ ହୋଇଥିବା ବେଳେ ଏହାର ପରିଚାଳନା ଭାର ସମ୍ଭାଳୁଥିବା ସ୍ବାସ୍ଥ୍ୟ ବିଭାଗ ଅମଲା…

ଭାଜପା ଜିତିବା ପଛରେ ବିହାରର ଏହି ସାଇଲେଣ୍ଚ ନେତା, ପ୍ରଥମ ହିମାଚଳ ଏବଂ ବଙ୍ଗଳାରେ ବିଜୟ….

କୋଲକାତା,୪।୫:  ପଶ୍ଚିମବଙ୍ଗ ବିଧାନସଭା ନିର୍ବାଚନରେ ​​ଭାଜପାର ଏହି ବିସ୍ମୟକର ବିଜୟ ପଛରେ ଅନେକ ନାୟକ ଅଛନ୍ତି । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ନିଜେ ଅନେକ ରାଲିକୁ ସମ୍ବୋଧିତ…

ଜୋରହାଟ ଆସନରୁ ହାରିଲେ ଗୌରବ ଗୋଗୋଇ, ଭାଜପା ମାରିଲା ବାଜି

ଜୋରହାଟ(ଆସାମ): ଆସାମର ଜୋରହାଟ ଆସନରେ କଂଗ୍ରେସ ନେତା ଗୌରବ ଗୋଗୋଇ ପରାଜିତ ହୋଇଛନ୍ତି। ଭାଜପା ପ୍ରାର୍ଥୀ ହିତେନ୍ଦ୍ର ନାଥ ଗୋସ୍ୱାମୀ ୨୧,୦୦୦ ଭୋଟ ବ୍ୟବଧରାନରେ କଂଗ୍ରେସ ନେତା…

ପରାଜୟ ସ୍ବୀକାର କଲା TMC, ଦୁଃଖକୁ ଛାତିରେ ଲୁଚାଇ ଏମିତି କହିଦେଲେ…

କୋଲକାତା,୪।୫: ପଶ୍ଚିମବଙ୍ଗରେ ଭାଜପା ଏକ ବିଶାଳ ବିଜୟ ଆଡ଼କୁ ଯାଉଛି। ବର୍ତ୍ତମାନର ଧାରା ଅନୁସାରେ, ଭାଜପା ୧୯୮ଟି ଆସନରେ ଏବଂ ଟିଏମସି ପ୍ରାୟ ୯୦ଟି ଆସନରେ ଆଗୁଆ…

ନନ୍ଦିତା-ଶୁଭଶ୍ରୀଙ୍କୁ ସଫଳତା:ଛୁଟୁଛି ଶୁଭେଚ୍ଛାର ସୁଅ

ଭଞ୍ଜନଗର,୪।୫(ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ଭଞ୍ଜନଗର ସତ୍ୟ ସାଇ ବିଦ୍ୟା ବିହାରର ଚଳିତ ବର୍ଷ ମାଟ୍ରିକ ପରୀକ୍ଷା ଫଳ ପାସ ହାର ଶତ ପ୍ରତିଶତ ହୋଇଛି। ବିଦ୍ୟାଳୟର…

ପ୍ରଚଣ୍ଡ ବିଜୟ ପରେ ହଠାତ୍‌ ଥଲାପତିଙ୍କ ଘରେ ପହଞ୍ଚିଲେ ଗର୍ଲଫ୍ରେଣ୍ଡ: ବାପା-ମା’ଙ୍କ ସହ କଲେ ଏମିତି କାମ

ଅଭିନେତା ଥଲାପତି ବିଜୟ ତାମିଲ ରାଜନୀତିରେ ହିରୋ ଭଳି ପ୍ରବେଶ କରିଛନ୍ତି। ତାମିଲନାଡୁ ବିଧାନସଭା ନିର୍ବାଚନରେ ତାଙ୍କ ଦଳ ଟିଭିକେ ୧୦୦ରୁ ଅଧିକ ଆସନରେ ଆଗୁଆ ରହିଛି।…

ନବୀନ ଯାଇଥିଲେ ଆଉ ଏବେ ଦିଦି! କ’ଣ ରହିଛି ୪ ତାରିଖ ସହ ଲିଙ୍କ୍‌, କାହିଁକି ଭାଜପା ପାଇଁ ଶୁଭ ହେଉଛି ଏହି ଦିନ, ଜାଣନ୍ତୁ…

କୋଲକାତା,୪।୫: ପଶ୍ଚିମବଙ୍ଗରେ ଚାଲିଛି ଭୋଟ ଗଣତି । ତୃଣମୂଳ କଂଗ୍ରେସ ଓ ଭାଜପା ମଧ୍ୟରେ କଡ଼ା ଟକ୍କର ଦେଖିବାକୁ ମିଳୁଛି । ଭାଜପା ରାଜ୍ୟରେ ଏବେସୁଦ୍ଧା ଆଗରେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri